ଆଣ୍ଠୁ ମାଡ଼ି ମୁଣ୍ଡିଆ ମାରି ଲୋକସେବା ଭବନକୁ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ା୭: ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ଫୁଲ ଓ ରଙ୍ଗୋଲିରେ ସଜେଇ ହୋଇଥିଲା ଲୋକସେବା ଭବନ।   ତେବେ ଗୁରୁବାର ବିଧିବଦ୍ଧ ଭାବେ ଲୋକସେବା ଭବନରୁ କାର୍ଯ୍ୟ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏହି କାର୍ଯ୍ୟ ଆରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଣ୍ଠୁ ମାଡ଼ି ମୁଣ୍ଡିଆ ମାରି ଲୋକସେବା ଭବନରେ ପ୍ରବେଶ କରିଥିଲେ। ଏହା ପରେ କ୍ୟାବିନେଟ୍‌ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ପାଛୋଟି ନେଇଥିଲେ।

ଲୋକସେବା ଭବନରେ ବିଧିବଦ୍ଧ ଭାବରେ କାର୍ଯ୍ୟଭାର ସମ୍ଭାଳିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଆ ଅସ୍ମିତା ସଂରକ୍ଷଣ ଓ ପ୍ରସାରକୁ ଗୁରୁତ୍ୱ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସାହିତ୍ୟ, କଳା, ସଙ୍ଗୀତ ଓ ଲଳିତ କଳା ଏକାଡେମୀର ପୁନଃଗଠନ ହେବା ନେଇ ସେ କହିଛନ୍ତି। ସବୁଠୁ ବଡ଼ କଥା ହେଲା ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ କରାଯିବ।
ଏଥିସହିତ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଏକ କମିଶନ ଗଠନ କରାଯିବ। ଭୌତିକ ପ୍ରଗତି ସହ ସାଂସ୍କୃତିକ ପ୍ରଗତି ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯିବ। ପ୍ରତି ଜିଲାର କଳା ସଂସ୍କୃତିକୁ ପ୍ରୋତ୍ସାହନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ବିଭିନ୍ନ ଐତିହ୍ୟ ପୀଠର ବିକାଶ ପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେବେ। ଆବଶ୍ୟକ ପଡ଼ିଲେ ସରକାରୀ ଭାଷା ଆଇନରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଜୁନ୍‌ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ। ସେ ଲୋକସେବା ଭବନର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସି ନ ଥିଲେ। ରାଜ୍ୟ ଅତିଥି ଭବନରେ ଅସ୍ଥାୟୀ କାର୍ଯ୍ୟାଳୟ ଖୋଲି କାର୍ଯ୍ୟ କରୁଥିଲେ। ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠର ନବୀକରଣ କରାଯାଇଥିଲା।

ରାଜ୍ୟ ଅତିଥି ଭବନ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ଥିବା ବେଳେ ମୁଖ୍ୟମନ୍ତ୍ରୀ ସେଠାରେ ବସି ବୈଠକ କରୁଥିଲେ। ମାତ୍ର ଗୁରୁବାରଠାରୁ ଲୋକସେବା ଭବନର ତୃତୀୟ ମହଲାରେ ଥିବା କାର୍ଯ୍ୟାଳୟରେ ବସି କାର୍ଯ୍ୟ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନର ଡ୍ରୋନ ମାଡରେ ହୁତୁହୁତୁ ହୋଇ ଜଳିଲା ମସ୍କୋ ଅଏଲ ରିଫାଏନାରୀ

ମସ୍କୋ,୧୮।୬: ୟୁକ୍ରେନ ରୁଷିଆ ଉପରେ ଡ୍ରୋନ ଆକ୍ରମଣ କରିଛି। ମସ୍କୋର କାପୋଟନିଆ ଜିଲାରେ ଥିବା ଏକ ତୈଳ ବିଶୋଧନାଗାରରେ ଏକ ୟୁକ୍ରେନୀୟ ଡ୍ରୋନ ଆକ୍ରମଣ କରିଛି; ଏହି…

ରାଜ୍ୟ ସଭା ନିର୍ବାଚନ: ଝାଡ଼ଖଣ୍ଡରେ କଂଗ୍ରେସକୁ ଲାଗିଲା ଶକ୍ତ ଧକ୍କା

ରାଞ୍ଚି,୧୮।୬: ଭାରତୀୟ ଜନତା ପାର୍ଟି (ଭାଜପା)ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ଝାଡ଼ଖଣ୍ଡରେ ‘ଇଣ୍ଡିଆ’ ମେଣ୍ଟର ଗଡ଼ ଭାଙ୍ଗିଛି। ରାଜ୍ୟ ସଭା ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ପରିମଳ…

ଲିଫ୍ଟ ବାହାନାରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ: କାବୁ କରି ଉତ୍ତମମଧ୍ୟମ ଦେଲେ ସ୍ଥାନୀୟ ଲୋକେ, ଅଭିଯୁକ୍ତ…

ବାଲେଶ୍ୱର, ୧୮।୬ (ବାଞ୍ଛାନିଧି ଦେ): ବାଲେଶ୍ବର ଯିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଜଣେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ଭଳି ଏକ ସଙ୍ଗୀନ…

୨୦୬୪ ସୁଦ୍ଧା ଅଧା କମିଯିବ କି ବିଶ୍ୱର ଜନସଂଖ୍ୟା? ବୈଜ୍ଞାନିକମାନେ ଦେଲେ ବଡ଼ ଚେତବାନୀ

ଓ୍ବାଶିଂଟନ,୧୮।୬: ଏକ ନୂତନ ଅନ୍ତର୍ଜାତୀୟ ଅଧ୍ୟୟନ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ, ମହାମାରୀ ଏବଂ ଯୁଦ୍ଧ ଭଳି ବିପଦ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛି। ଗବେଷଣା ଆକଳନ…

ସୂଚନା ଅଧିକାର ଆଇନ ଉଲ୍ଲଂଘନ: ପ୍ରଥମ ଅପିଲ୍‌ ପରେ ବି ମିଳୁନି ସୂଚନା

କର୍ଲାମୁଣ୍ଡା,୧୮ା୬(ପ୍ରଦୀପ କୁମାର ସାହୁ): ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ଆଣିବା, ଦୁର୍ନୀତି କମାଇବା, ଜନସାଧାରଣଙ୍କୁ ଅଧିକାର ଦେବା ତଥା ଲୋକେ ସରକାରୀ କାର୍ଯ୍ୟ, ଯୋଜନା, ଫାଇଲ ଅବସ୍ଥା, ଖର୍ଚ୍ଚ…

ସରକାରଙ୍କ ବଡ଼ ପଦକ୍ଷେପ: ୭୦୭ ଦୁର୍ଗମ ଗାଁରେ ବସିବ ୪ଜି ଟାୱାର

ଭୁବନେଶ୍ୱର,୧୮।୬: ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାର ୭୦୭ଟି ଦୁର୍ଗମ ଗାଁରେ ୪ଜି ଟାୱାର ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା…

Delhi High Court on Telegram: ‘ଆତଙ୍କବାଦୀ କାର୍ଯ୍ୟ ପାଇଁ ବ୍ୟବହାର କରାଯାଏ ଟେଲିଗ୍ରାମ’

ନୂଆଦିଲ୍ଲୀ,୧୮।୬: ଦିଲ୍ଲୀ ହାଇକୋର୍ଟ ସିଧାସଳଖ ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମକୁ ପଚାରିଛନ୍ତି ଯେ ଏହାର ପ୍ଲାଟଫର୍ମର ପ୍ରକୃତ-ସମୟରେ ନଜର ରଖିବା ପାଇଁ କ’ଣ ବ୍ୟବସ୍ଥା ଅଛି। କୋର୍ଟ ଜାଣିବାକୁ…

୭ ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ SP ଅଫିସ ଆଗରେ ଧାରଣା ଦେବି: DGP-IGଙ୍କୁ ଚିଠି ଲେଖି ଚେତାବନୀ ଦେଲେ ଚାମେଲି…

ମହାକାଳପଡ଼ା,୧୮।୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ନ୍ୟାୟ ପାଇଁ ଏବେ ପୋଲିସର ବରିଷ୍ଠ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ଚାମେଲି। ବିଡିଓଙ୍କ କାର୍ଯ୍ୟାଳୟରେ ଅସଦାଚରଣ ସହ ଧମକ ଦିଆଯାଇଥିବା ନେଇ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri