ମୋଦିଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ: ଦେଖିକି ଖୁସିରେ…

ଝାରସୁଗୁଡା, ୨୭।୯(ଆଶିଷ ରଞ୍ଜନ ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନିକିଆ ଝାରସୁଗୁଡ଼ା ଗସ୍ତରେ ଆସିଛନ୍ତି। ଝାରସୁଗୁଡ଼ାସ୍ଥିତ ଅମଲିପାଲି ପଡ଼ିଆଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମା’ ସମଲେଇଙ୍କ ଫଟୋ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ସେପଟେ, ଆଇଟିଆଇ ଛାତ୍ରୀ ମୋଦିଙ୍କୁ ଫଟୋ ଦେଇଥିଲେ। ଏହା ଦେଖି ମୋଦି ଖୁସି ହେବା ସହିତ କିଛି ସମୟ କଥା ହୋଇଥିଲେ।

ସୂଚନାଯୋଗ୍ୟ, ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ସେ ଆସି ୧୧ଟା୧୦ମିନିଟ୍‌ରେ ଝାରସୁଗଡାରେ ପହଞ୍ଚିଥିଲେ। ସେଠାରେ ରାଜ୍ୟପାଳ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ସେଠାରୁ ସଡ଼କ ପଥରେ ଯାଇ ପୂର୍ବାହ୍ନ ୧୧ ଟା ୨୫ମି.ରେ ଅମଲିପାଲି ସ୍ଥିତ ପଡ଼ିଆରେ ପହଞ୍ଚି ଆୟୋଜିତ କାର୍ଯ୍ୟକ୍ରମ ସ୍ଥଳରେ ଯୋଗଦେଥିଲେ।

 

Dharitri – Odisha’s No.1, Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅଭାବନୀୟ! ପିଲା ଚୋର ସନ୍ଦେହରେ ଫେଲୋଶିପ୍ କରିଥିବା ଯୁବତୀ-ସହଯୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ,

କଲ୍ୟାଣସିଂହପୁର, ୧୬।୬(ଦୀପକ କୁମାର ପରିଡା ): ରାୟଗଡ଼ାରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି, ଯେଉଁଠି ପିଲା ଚୋର ସନ୍ଦେହରେ ଫେଲୋଶିପ୍ ଜଣେ ଯୁବତୀ ଓ ତାଙ୍କ…

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

ଥୁଆମୂଳ ରାମପୁରରେ ରଜ ଉତ୍ସବ, ଦୋଳି ଖେଳିଲେ ଲାଞ୍ଜିଗଡ଼ ବିଧାୟକ; ଦଳୀୟ ଆଭିମୁଖ୍ୟ ଭୁଲି…

ଥୁଆମୂଳ ରାମପୁର, ୧୬।୬(ଦୁର୍ଗା କୀର୍ତ୍ତି): ଓଡ଼ିଶାର ଗଣପର୍ବ ‘ରଜ’ ଏବେ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ମଧ୍ୟ ବେଶ୍ ଲୋକପ୍ରିୟତା ହାସଲ କରିଛି। କଳାହାଣ୍ଡି ଜିଲା ଥୁଆମୂଳ…

ରମ୍ଭାକୁ ହରାଇ ଛତ୍ରପୁର ଚମ୍ପିୟାନ

ଛତ୍ରପୁର, ୧୬।୬(ବିଦ୍ୟାଧର ସାହୁ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ରଜ ପର୍ବ ଉପଲକ୍ଷେ ବାବା ବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଏକ ୬-ଓଭର…

ରକ୍ତଦାନରେ ଉଲ୍ଲେଖନୀୟ ଅବଦାନ: ଜାତୀୟ ସ୍ତରରେ ସମ୍ମାନିତ ହେଲା ବରଗଡ଼ର ‘ନିଷ୍ଠା ପରିବାର’

ବରଗଡ଼, ୧୬ ଜୁନ୍ (ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ନିଷ୍ଠା ପରିବାର’ ପାଇଁ ଏକ ଗର୍ବର ବିଷୟ । ମଙ୍ଗଳବାର ଦିନ ଗୁଜରାଟର ଅହମଦାବାଦଠାରେ…

ଜୁନ୍ ୧୯ରୁ ଖଣ୍ଡୁଆଳ ମାଳି ପାହାଡ଼ ଉପରେ ପ୍ରସିଦ୍ଧ ଯାତ୍ରା: ଖଣି ଖନନ ବିରୋଧରେ ବଜ୍ର ଶପଥ ନେବେ ହଜାର ହଜାର…

ଥୁଆମୂଳ ରାମପୁର,  ୧୬।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ କର୍ଲାପାଟ ଅଭୟାରଣ୍ୟ ପାର୍ଶ୍ୱ ଖଣ୍ଡୁଆଳ ମାଳି ପାହାଡ଼ ଉପରେ ଆସନ୍ତା ଜୁନ୍ ୧୯…

ମହେନ୍ଦ୍ରତନୟାରେ ବୁଡ଼ି ଚାଲିଗଲା ଜୀବନ, ଶବାଗାରର ଅଚଳ ଆଇସ୍ ବକ୍ସକୁ ନେଇ ପ୍ରବଳ ଅସନ୍ତୋଷ

ପାରଳାଖେମୁଣ୍ଡି,  ୧୬।୬(ଗିରିଧାରୀ ପରିଛା): ଗଜପତି ଜିଲା କେରାଣ୍ଡି ଗ୍ରାମର ମହେନ୍ଦ୍ରତନୟା ନଦୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି କେରାଣ୍ଡି ଗ୍ରାମର ସୁବାସ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri