Posted inଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କୋଭିଡ୍‌ ଅନାଥ ପିଲାଙ୍କୁ ପ୍ରତିମାସରେ ମିଳିବ ୧୫୦୦ ଟଙ୍କା

ପାଟନା,୩୦।୫: କରୋନା ମହାମାରୀରେ ମାଆବାପାଙ୍କୁ ହରାଇ ଅନାଥ ହୋଇଥିବା ପିଲାମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେକ କଲ୍ୟାଣକାରୀ ଯୋଜନା ଘୋଷଣା କରିଛନ୍ତି। ରବିବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଅନାଥ ପିଲାଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରିଛନ୍ତି। କୋଭିଡ ସମୟରେ ଅନାଥ ପିଲାମାନଙ୍କୁ ମାସିକ ୧୫୦୦ ଟଙ୍କା ଦେବାକୁ ବିହାର ସରକାର ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ବିହାରର କରୋନାର ଦ୍ୱିତୀୟ ଲହର ବହୁ କ୍ଷତି ଘଟାଇଛି। ରାଜ୍ୟରେ ବହୁ ସଂଖ୍ୟକ ପିଲା ଅନାଥ ହୋଇଯାଇଛନ୍ତି। ଏଭଳି ପରିସ୍ଥିତିରେ ପିଲାମାନଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ନିକଟରେ ସୁପ୍ରିମକୋର୍ଟ ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନକୁ କୋଭିଡ ସମୟରେ ଅନାଥ ପିଲାମାନଙ୍କର ଦାୟିତ୍ୱ ଗ୍ରହଣ କରିବା ଏବଂ ସେମାନଙ୍କ ଜୀବିକା, ଖାଦ୍ୟ ଏବଂ ଶିକ୍ଷା ଠିକ ଭାବରେ ଯୋଗାଇ ଦିଆଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସମୟରେ ଅନାଥ ପିଲାମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଯେଉଁ ପିଲାମାନଙ୍କର ମାତାପିତା କୋଭିଡ -୧୯ ମହାମାରୀ ହେତୁ ମୃତ୍ୟୁବରଣ କରିଛନ୍ତି, ସେମାନଙ୍କୁ ପିଏମ୍‌ କେୟାର ଫର ଚିଲ୍‌ଡ୍ରେନ୍‌ ଯୋଜନା ଅଧୀନରେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତି ମାସରେ ଆର୍ଥିକ ସହାୟତା ଦିଆଯିବ। ୨୩ ବର୍ଷ ବୟସ ପୂରଣ ହେବା ପରେ, ସେ ପିଏମ କେୟାର ଫଣ୍ଡରୁ ୧୦ ଲକ୍ଷ ଟଙ୍କା ପାଇବେ। ଏହା ବ୍ୟତୀତ ଏହି ପାଣ୍ଠି ଅଧୀନରେ ପିଲାମାନଙ୍କର ଶିକ୍ଷା ଖର୍ଚ୍ଚ ମଧ୍ୟ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା NEET UG ୨୦୨୬ ପରୀକ୍ଷାଫଳ: ୧୧.୨୧ ଲକ୍ଷ ଛାତ୍ରୀଛାତ୍ର କୃତକାର୍ଯ୍ୟ, ସଫଳତା ହାରରେ ଆଗରେ ମହିଳା

ନୂଆଦିଲ୍ଲୀ,୧୬।୭: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (NEET UG) ୨୦୨୬ ର ପରୀକ୍ଷା ଫଳ ପ୍ରକାଶ ପାଇଛି। ମେଡିକାଲ୍…

ରଥଯାତ୍ରା: ମୀନାବଜାର ଦୋଳିରେ କରେଣ୍ଟ ଲାଗି ଚାଲିଗଲା ନାବାଳକଙ୍କ ଜୀବନ

ପାରଳାଖେମୁଣ୍ଡି,୧୬ା୭(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡିରେ ରଥଯାତ୍ରା ପାଇଁ ପଡିଥିବା ମୀନା ବଜାର ପରିସରରେ ବିଦ୍ୟୁତ୍‌ ଆଘାତରେ ଜଣେ ନାବାଳକ(୧୫)ଙ୍କ ମୃତ୍ୟୁ ହୋଇଛି। ସେ ହେଲେ ପାରଳାଖେମୁଣ୍ଡି ଫ୍ରେଣ୍ଡ୍ସ କଲୋନୀ…

ରଥଯାତ୍ରାରେ ଭକ୍ତଙ୍କ ମୃତ୍ୟୁକୁ ନେଇ ବଡ଼ କଥା କହିଲେ ମନ୍ତ୍ରୀ

ପୁରୀ,୧୬।୭: ପୁରୀ ରଥଯାତ୍ରାରେ ଅଣନିଶ୍ବାସୀ ହୋଇ ଭକ୍ତଙ୍କ ମୃତ୍ୟୁକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ବଡ଼ ସୂଚନା ଦେଇଛନ୍ତି। ରଥଯାତ୍ରାରେ ଦଳା ଚକଟା ହୋଇ ନ…

ରଥଯାତ୍ରାରେ ସୁରକ୍ଷା ଢ଼ିଲା: ଲୁଟିନେଲେ ମହିଳାଙ୍କ ସୁନାଚେନ୍‌; ଟ୍ରାଫିକ ଜାମ୍‌, ଲୋକେ ହଟହଟା

ବରଗଡ଼,୧୬।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଏଥର ପ୍ରଥମଥର ପାଇଁ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଛକରେ ଭଟଲି ଛକ ଏବଂ ଖଜୁରଟିକ୍ରାରୁ ବାହାରିଥିବା ମହାପ୍ରଭୁଙ୍କ ରଥ ଏକାଠି…

‘ସ୍ତ୍ରୀର ଅନ୍ୟ ପୁରୁଷ ସହିତ ଅବୈଧ ସମ୍ପର୍କ ଥିଲେ ମିଳିବ ନାହିଁ ଭରଣପୋଷଣ’: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ବିଳାସପୁର,୧୬।୭: ଯଦି ଜଣେ ବିବାହିତ ମହିଳା ବିବାହ ପରେ ଅନ୍ୟ ପୁରୁଷ ସହିତ ଅବୈଧ ସମ୍ପର୍କରେ ଲିପ୍ତ ହୁଅନ୍ତି, ତେବେ ସେ ତାଙ୍କ ସ୍ବାମୀଙ୍କଠାରୁ ଭରଣପୋଷଣ ଦାବି…

ତିନି ରଥରେ ଦର୍ଶନ ଦଲେ ଶ୍ରୀଜୀଉ

କର୍ଲାମୁଣ୍ଡା,୧୬ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଗୁରୁବାର ରଥଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। କର୍ଲାମୁଣ୍ଡା ବସ୍ତିଠାରେ ଭକ୍ତଙ୍କ ସମାଗମରେ ମହାପ୍ରଭୁ…

ଠାକୁର ଅଜା ଶ୍ରୀ ସିଦ୍ଧ ବଳରାମଙ୍କ ରଥଯାତ୍ରା: ପାଚିଲା ପଣସ ଭୋଗରେ ମହକିଲା ପୀଠ

ସାକ୍ଷୀଗୋପାଳ, ୧୬।୭ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସ୍ଥାନୀୟ ପ୍ରସିଦ୍ଧ ବକୁଳ ବନର ଅଧିଶ୍ୱର ଠାକୁର ଅଜା ଶ୍ରୀସିଦ୍ଧ ବଳରାମଦେବଙ୍କ ପବିତ୍ର ରଥଯାତ୍ରା ଗୁରୁବାର ଭକ୍ତିପୂତ ପରିବେଶରେ…

‘ତେଲରେ ଲାଗିବ ନିଆଁ’ ! ଆମେରିକାର ବିନାଶକାରୀ ବୋମାମାଡ଼ ମଧ୍ୟରେ, ଇରାନ କରୁଛି ମାଷ୍ଟର ପ୍ଲାନ…

ତେହରାନ,୧୬।୭: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ନୂତନ ସଂଘର୍ଷର ପରିସର ଏବେ ହର୍ମୁଜ ପ୍ରଣାଳୀ ବାହାରକୁ ଲାଲ ସାଗର ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଯଦି ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri