Posted inଜାତୀୟ

ମୁହଁ ଖୋଲିଲେ ଗେହଲଟ

ଜୟପୁର,୨୪ ।୪: ରାଜସ୍ଥାନରେ କିଛିଦିନ ହେବ ଅନୁମାନ ଲଗାଯାଉଛି କି ମୁଖ୍ୟମନ୍ତ୍ରୀ ବଦଳି ପାରନ୍ତି । ଏବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସେ ଜୟପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଖବରଦାତାଙ୍କ ସହ କଥା ହେବା ଅବସରରେ କହିଛନ୍ତି ମୁଁ ୨-୩ ଦିନ ହେବ ଏକଥା ଶୁଣୁଛି ଯେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବଦଳିବେ । ହେଲେ ଏହାସବୁ କେବଳ ଶୁଣାକଥା । ଏଥିରେ କୌଣସି ସତ୍ୟତା ନାହିଁ । ସେ କହିଛନ୍ତି ମିଡିଆରେ ଏମିତି ଚର୍ଚ୍ଚା ଚାଲିଛି ଯେ ମୁଖ୍ୟମନ୍ତ୍ରୀ ବଦଳୁଛନ୍ତି, ସରକାର ବଦଳୁଛି । ହେଲେ ଏମିତି କଥା ଶୁଣନ୍ତୁ ନାହିଁ କାରଣ ଏହାଦ୍ୱାରା ଗଭର୍ନାନ୍ସ ଉପରେ ପ୍ରଭାବ ପଡିଥାଏ ।
ଗେହଲଟ ଆହୁରି ମଧ୍ୟ କହିଛନ୍ତି ମୋର ଇସ୍ତଫା ପରମାନେଣ୍ଟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଖରେ ପଡିରହିଛି । ଯେବେ ସେ ଚାହିଁ ସେତେବେଳେ କାର୍ଯ୍ୟକାରୀ କରିବେ । ଏହି କାମ ରାତାରାତି ହୋଇଯିବ କାହା କାନରେ ଖବର ବି ପଡିବ ନାହିଁ । ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବରୁ ଦିଲ୍ଲୀରେ ସଚ୍ଚିନ ପାଇଲଟ ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଅଚାନକ ଅନୁମାନ କରାଯାଇଥିଲା କି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବଦଳିବେ । ଏହାକୁ ନେଇ ଚର୍ଚ୍ଚା ବି ଜୋର ଧରିଥିଲା । ଏହି ଖବରକୁ ଦେଖି ଏବେ ଗେହଲଟ ମୁହଁ ଖୋଲିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଡିସ୍‌କାଉଣ୍ଟ ଦେବାରୁ ଚଢ଼ାଉ, ଔଷଧର ମାନ ନେଇ ପ୍ରଶ୍ନ କଲା ସଂଘ, ଲାଇସେନ୍ସ ଅଛି କହି…

ବଲାଙ୍ଗୀର,୧୧ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ବୁଧବାର ଏକ ଅଜବ ଘଟଣା ଘଟିଛି। ଜଣେ ଔଷଧ ଦୋକାନୀ କ୍ରେତାଙ୍କୁ ଅଧିକ ଡିସ୍‌କାଉଣ୍ଟ ଦେବାରୁ ତାଙ୍କ ଔଷଧର ମାନ…

ଟ୍ରେନରେ ବିନା ବୁକିଙ୍ଗରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ବରକୋଳି ଚାଲାଣ, ରେଳ କର୍ତ୍ତୃପକ୍ଷ ନିରବ

କେସିଙ୍ଗା,୧୧।୨(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା, ନର୍ଲା, ରୁପ୍ରା, ଲାଞ୍ଜିଗଡ଼, ଟିଟିଲାଗଡ଼ ଆଦି ରେଲୱେ ଷ୍ଟେସନରୁ ଆନ୍ଧ୍ରପ୍ରଦେଶର ବରକୋଳି ବ୍ୟବସାୟିମାନେ ବିନା ଟିକେଟରେ ଜିନିଷ…

ତ୍ରିକୋଣୀୟ ପ୍ରେମରୁ ସତ୍ୟବ୍ରତଙ୍କୁ ହତ୍ୟା, ଲିଜାଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌…

ଭୁବନେଶ୍ୱର,୧୧ା୨: ଭୁବନେଶ୍ୱର ନୀଳାଦ୍ରିବିହାର ସତ୍ୟବ୍ରତ ପ୍ରଧାନଙ୍କ ହତ୍ୟା ଉପରୁ ପର୍ଦ୍ଦା ହଟାଇଛି ପୋଲିସ। ତ୍ରିକୋଣୀୟ ପ୍ରେମରୁ ହତ୍ୟା ବୋଲି ସ୍ପଷ୍ଟ କରିଛନ୍ତି ଏସିପି ସୋନାଲ ସିଂ ପରମାର।…

‘ଶ୍ରମିକଙ୍କୁ ମିଳିବ ରୋଜଗାରର ନୂଆ ଗ୍ୟାରେଣ୍ଟି’

କର୍ଲାମୁଣ୍ଡା,୧୧।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ପଞ୍ଚାୟତ ସମିତି ରାଜୀବ ଗାନ୍ଧୀ ସେବା ଭବନଠାରେ ବିକଶିତ ଭାରତ-ଜୀ ରାମ ଜୀ ଆକ୍ଟ ସମ୍ପର୍କୀୟ ବ୍ଲକସ୍ତରୀୟ ପ୍ରସ୍ତୁତି…

ରାମାୟଣ ନିର୍ଦ୍ଦେଶକଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, ୫୦ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇ…

ଦିଗପହଣ୍ଡି,୧୧ା୨(ଅଶେଷ ନାଥ ମିଶ୍ର): ଅବିଭକ୍ତ ଗଞ୍ଜାମ ଜିଲାର ପୌରାଣିକ ରାମାୟଣ ଥିଏଟର ନିର୍ଦ୍ଦେଶକ ଦାମୋଦର ବାଡ଼ତ୍ୟା (ଦାମ ମାଷ୍ଟ୍ର)ଙ୍କ ୮୫ ବର୍ଷ ବୟସରେ ତାଙ୍କ ପୈତୃକ ଗ୍ରାମ…

ଦ୍ୱିତୀୟ ମହଲାରେ ହଠାତ୍‌ ଲାଗିଲା ନିଆଁ, ଆଉ ତା’ ପରେ…

ଗୁଣପୁର,୧୧ା୨(ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ସହରର ବଳରାମ ନଗର ଅଞ୍ଚଳର ଶ୍ରୀରାମନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ନିବାସୀ ପ୍ରଫୁଲ୍ଲ ସେନାପତିଙ୍କ ଦ୍ୱିତୀୟ ମହଲାରେ…

ୟୁ ଟର୍ନ ପାର୍ଟ ୨! ବିଶ୍ୱକପରୁ ବାହାରି ଯିବାକୁ ନେଇ ବାଂଲାଦେଶ ଦେଲା ବଡ଼ ବୟାନ, ଖେଳାଳିଙ୍କ ଉପରେ ଲଗାଇଲା ‘ଅଭିଯୋଗ’

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି୨୦ ବିଶ୍ୱକପରୁ ବାଂଲାଦେଶର ଓହରିଯିବା ପ୍ରସଙ୍ଗ ଏବେ କେବଳ କ୍ରୀଡା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ରାଜନୈତିକ ବୟାନବାଜିର ରୂପ ନେଇଛି। ସଦ୍ୟତମ ଘଟଣାକ୍ରମରେ,…

ବାଂଲାଦେଶ ନିର୍ବାଚନରେ ପୁରୁଣା ହୋଇଗଲା ‘ବ୍ୟାଟେଲ ଅଫ ବେଗମ୍ସ’, ଏବେ ରହମାନଙ୍କ ମଧ୍ୟରେ ସିଧା ଟକ୍କର

ଢାକା,୧୧।୨: ବାଂଲାଦେଶରେ ଫେବୃଆରୀ ୧୨, ୨୦୨୬ ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥର, ପାରମ୍ପରିକ ‘ଦୋ ବେଗମ’ ରାଜନୀତି ପରିବର୍ତ୍ତେ, ଦୁଇ ରହମାନଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri