Posted inଖେଳ

କଳିଙ୍ଗରେ କ୍ଲବ ଫୁଟ୍‌ବଲ ମହାମୁକାବିଲା: ଘରୋଇ ମାଟିରେ ଶକ୍ତି ଦେଖାଇବ ଡିଫେଣ୍ଡିଂ ଚାମ୍ପିୟନ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୮।୧ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାରଠାରୁ ଆରମ୍ଭ ହେବ ଆଉ ଏକ ମେଗା ଫୁଟବଲ ପ୍ରତିଯୋଗିତା କଳିଙ୍ଗ ସୁପର କପ୍‌। ସୁପର କପ୍‌ର ଏହା ୪ର୍ଥ ସଂସ୍କରଣ। ଏଥର ଓଡ଼ିଶାରେ ପ୍ରତିଯୋଗିତା ହେଉଥିବାରୁ ପ୍ରାୟୋଜକ ଦୃଷ୍ଟିରୁ ଏହାର ନାମ କଳିଙ୍ଗ ସୁପର କପ୍‌ ରଖା ଯାଇଛି। ଓଡ଼ିଶା ଏଫ୍‌ସି ହେଉଛି ଡିଫେଣ୍ଡିଂ ଚାମ୍ପିୟନ। ଗତବର୍ଷ କୋଝିକୋଡ୍‌ରେ ଅନୁଷ୍ଠିତ ପ୍ରତିଯୋଗିତାର ଫାଇନାଲରେ ଓଡ଼ିଶା ଏଫ୍‌ସି ପ୍ରତିପକ୍ଷ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଥିଲା। ପ୍ରତିଯୋଗିତାରେ ମୋଟ ୧୨ଟି ଦଳ ଅଂଶଗ୍ରହଣ କରିବେ।

ଏମାନଙ୍କ ମଧ୍ୟରୁ ଇଣ୍ଡିଆନ ସୁପର ଲିଗ୍‌ର ୧୨ ଦଳ ଏବଂ ଆଇ-ଲିଗ୍‌ର ଶ୍ରେଷ୍ଠ ୪ ଦଳ ସାମିଲ। ଆଇ-ଲିଗ୍‌ରୁ ଗୋକୁଳମ୍‌ କେରଳ ଏଫ୍‌ସି, ଶ୍ରୀନିଡି ଡେକାନ ଏଫ୍‌ସି ଓ ଶିଲଂ ଲାଜଂ ଏଫ୍‌ସି ସିଧାସଳଖ ଯୋଗ୍ୟତା ପାଇଥିବାବେଳେ ଇଣ୍ଟର କାଶୀ ଦଳ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ରାଜସ୍ଥାନ ୟୁନାଇଟେଡ୍‌ ଏଫ୍‌ସିକୁ ୫-୦ ଗୋଲରେ ହରାଇ ମୁଖ୍ୟ ଟୁର୍ନାମେଣ୍ଟରେ ସାମିଲ ହୋଇଛି। ଓଡ଼ିଶା ଏଫ୍‌ସି ଗ୍ରୁପ୍‌ ‘ଡି’ରେ ସ୍ଥାନ ପାଇଛି। ଏହି ଗ୍ରୁପ୍‌ର ଅନ୍ୟ ଦଳଗୁଡ଼ିକ ହେଲେ ଏଫ୍‌ସି ଗୋଆ, ବେଙ୍ଗାଲୁରୁ ଏଫ୍‌ସି ଓ ଇଣ୍ଟର କାଶୀ।

ପୂର୍ବ ଫର୍ମାଟ ଅନୁସାରେ ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ଦଳ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିବ। ପ୍ରଥମ ସେମିଫାଇନାଲ ଚଳିତ ମାସ ୨୪ ଓ ଦ୍ୱିତୀୟ ସେମିଫାଇନାଲ ୨୫ରେ ଖେଳାଯିବ। ଫାଇନାଲ ୨୮ ତାରିଖରେ ଅନୁଷ୍ଠିତ ହେବ। ଚଳିତବର୍ଷ ପ୍ରତି ଦଳରେ ଅତି ବେଶିରେ ୬ ବିଦେଶୀ ଖେଳାଳି ସାମିଲ ହୋଇପାରିବେ। ସେମାନଙ୍କ ମଧ୍ୟରୁ ଜଣେ ଏଏଫ୍‌ସି (ଏସିଆନ ଫୁଟବଲ କନ୍‌ଫେଡେରେଶନ)ର ହେବା ବାଧ୍ୟତାମୂଳକ।

କଳିଙ୍ଗ ସୁପର କପ୍‌ର ମୁଖ୍ୟ ଟୁର୍ନାମେଣ୍ଟ ପୂର୍ବରୁ ସୋମବାର ଅନୁଷ୍ଠିତ ଏକମାତ୍ର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଇଣ୍ଟର କାଶୀ ୫-୦ ଗୋଲରେ ରାଜସ୍ଥାନ ୟୁନାଇଟେଡ୍‌କୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ମାରିଓ ବାର୍କୋ ୧୦ ଓ ୭୫ତମ ମିନିଟରେ ୨ଟି ଏବଂ ଏଡ୍‌ମୁଣ୍ଡ ଲାଲରିଣ୍ଡିକା ୫୮, ହାଓବାମ୍‌ ତୋମ୍ବା ସିଂ ୮୭ ଓ ଆଜସାଲ ୮୮ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ବାର୍କୋ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?