Posted inUncategorized

ଶରୀର ପାଇଁ ବହୁତ ଉପକାରୀ ଲବଙ୍ଗ, ଜାଣନ୍ତୁ ଉପକାରିତା…

ର ଉପକାରିତା
ଲବଙ୍ଗର ବ୍ୟବହାର ମଧ୍ୟ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ। କାରଣ ଏଥିରେ ରହିଥାଏ ପ୍ରୋଟିନ୍‌, କାର୍ବୋହାଇଡ୍ରେଟ୍ସ, ଫାଇବର୍‌, ପୋଟାସିୟମ୍‌, ବେଟା କାରୋଟିନ୍‌ ଭଳି ବହୁ ଗୁଣକାରୀ ଉପାଦାନ। ତା’ଛଡ଼ା ଏଥିରେ ଥିବା ଆଣ୍ଟିସେପ୍ଟିକ୍‌ ଗୁଣ ପାଇଁ ଆମକୁ ଦାନ୍ତ ଜନିତ ବିଭିନ୍ନ ସମସ୍ୟାରୁ ବି ଅନେକାଂଶରେ ମୁକ୍ତି ମିଳିଥାଏ। ଯେମିତିକି: ଯଦି ପ୍ରତିଦିନ ସକାଳେ ଗୋଟିଏ ଲେଖାଏଁ ଲବଙ୍ଗ ଖିଆଯାଏ, ତା’ହେଲେ ପାଟି ଦୁର୍ଗନ୍ଧ ସମସ୍ୟା ଧୀରେ ଧୀରେ ଦୂରେଇଯାଏ। ଦାନ୍ତ ଦରଜ ହେଉଥିଲେ ଦାନ୍ତ ମୂଳରେ ଲବଙ୍ଗ ତେଲ ଲଗାଇଲେ କିମ୍ବା ଗୋଟା ଲବଙ୍ଗକୁ ଦାନ୍ତରେ ଧୀରେ ଧୀରେ ଚୋବାଇଲେ ଦରଜ ପ୍ରାୟ କମିଯାଇଥାଏ ବୋଲି ବିଶ୍ୱାସ କରାଯାଏ। ଲବଙ୍ଗ ଖାଇଲେ କେବଳ ଯେ ଦାନ୍ତ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ ତାହା ନୁହେଁ ଥଣ୍ଡା ଏବଂ ତଣ୍ଟି ଦରଜ କମାଇବାରେ ବି ଏହା ବେଶ୍‌ ସହାୟକ ହୋଇଥାଏ। ସେହିପରି କୁହାଯାଏ, ସକାଳେ ଖାଲି ପେଟରେ ଅଧ ଗ୍ଲାସ୍‌ ପାଣିରେ ଗୋଟିଏ ବୁନ୍ଦା ଲବଙ୍ଗ ତେଲ ମିଶାଇ ପିଇଲେ ଗ୍ୟାସ୍‌ ଜନିତ ସମସ୍ୟାରୁ ମଧ୍ୟ ଅନେକ ସୁଫଳ ମିଳିଥାଏ। ଅନ୍ୟପକ୍ଷେ ଆଣ୍ଠୁଗଣ୍ଠି ଦରଜ ହେଉଥିଲେ, ସେହି ସ୍ଥାନରେ ଲବଙ୍ଗ ତେଲ ଘସିଲେ ମଧ୍ୟ ବହୁ ଆରାମ ଲାଗେ। ଏସବୁ ବ୍ୟତିତ ମଶା କାମୁଡ଼ାରୁ ମୁକ୍ତି ପାଇବା ପାଇଁ ବି ଅନେକେ ଲବଙ୍ଗ ତେଲକୁ ବ୍ୟବହାର କରୁଥିବା ଦେଖିବାକୁ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ବର୍ଷା କଲେ କୋହଲି-ଗିଲ୍‌: ଗୋଟିଏ ମ୍ୟାଚ୍‌ରେ ଭାଙ୍ଗିଦେଲେ ୭ ବଡ଼ ରେକର୍ଡ

ତିରୁଭାନନ୍ତପୁରମ,୨୮।୯: ପ୍ରଥମ ଦିନିକିଆ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି ଭାରତ। ପ୍ରଥମ ୨୦ ଓଭର ମଧ୍ୟରେ ୱେଷ୍ଟଇଣ୍ଡିଜ୍‌ର ଓପନିଂ ଯୋଡ଼ି ୧୩୫ ରନ୍‌ର ଭାଗିଦାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?