ମହାପ୍ରଭୁଙ୍କ ଜମିରେ ଥିବା ୧୪୭ କ୍ରଶର ବନ୍ଦ ନିର୍ଦ୍ଦେଶ

ପୁରୀ ଅଫିସ,୧୨ା୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତିର ପରିଚାଳନା ଓ ସୁରକ୍ଷା ସମ୍ପର୍କରେ ଏକ ସମୀକ୍ଷା ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଖୋର୍ଦ୍ଧା ଓ ବେଗୁନିଆ ଅଞ୍ଚଳରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିରେ ସମୁଦାୟ ୨୩୨ଟି କ୍ରଶର ୟୁନିଟ ରେକର୍ଡଭୁକ୍ତ ହୋଇଥିବା ବିଷୟରେ ଅବଗତ ହୋଇଥିଲେ। ସେଥିମଧ୍ୟରୁ ୨୦୨୨-୨୩ ମସିହା ପାଇଁ ୮୫ଟି କ୍ରସର ୟୁନିଟ ଶ୍ରୀମନ୍ଦିର ପ୍ରଶାସନ ସହ ବିଧିବଦ୍ଧ ଭାବେ ବୁଝାମଣା ସ୍ବାକ୍ଷର କରିଥିଲେ। ତନ୍ମଧ୍ୟରୁ ଚଳିତ ବର୍ଷ ୨୦୨୩-୨୪ ପାଇଁ ୫୨ଟି କ୍ରଶର ୟୁନିଟ ପକ୍ଷରୁ ନବୀକରଣ ଆବେଦନ ଦାଖଲ ହୋଇଛି। ତେଣୁ ଏହି ୟୁନିଟଗୁଡ଼ିକର ଆବେଦନ ତଥା ପ୍ରଣାମୀ ଦାଖଲକୁ ବିଚାରକୁ ନେଇ ବୁଝାମଣା ନବୀକରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଖିଲାପକାରୀ ୧୪୭ଟି କ୍ରଶର ୟୁନିଟ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ବିଦ୍ୟୁତ ବିଭାଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିବା ମୁଖ୍ୟ ପ୍ରଶାସକ ଦାସ ଗୁରୁବାର ସୂଚନା ଦେଇଛନ୍ତି। ସେହିପରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମି ଉପରେ ଖୋର୍ଦ୍ଧା ଓ ବେଗୁନିଆ ଅଞ୍ଚଳରେ ଥିବା ୧୪୭ଟି କ୍ରଶର ୟୁନିଟ ତୁରନ୍ତ ବନ୍ଦ କରିବାକୁ ଖୋର୍ଦ୍ଧା ଜିଲାପାଳଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଅବଗତ କରିଛି। ଏସବୁ କ୍ରସରର ବିଦ୍ୟୁତ କାଟ୍‌ ପାଇଁ ଟିପିସିଓଡିଏଲକୁ କୁହାଯାଇଥିବାବେଳେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଦିଆଯାଇଥିବା ଅନୁମତି ପ୍ରତ୍ୟାହାର ଲାଗି ଅବଗତ କରାଯାଇଛି। ବକେୟା ଅର୍ଥ ଆଦାୟ ନିମନ୍ତେ ଓପିଡିଆର୍‌ ଆକ୍ଟରେ ମାମଲା ରୁଜୁ ପାଇଁ ଜିଲାପାଳ ଏବଂ ଉପଜିଲାପାଳଙ୍କୁ ଅବଗତ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମୀକ୍ଷା ଅବସରରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌: ଆଜିଠୁ କ୍ୱାର୍ଟର ଫାଇନାଲ

ନ୍ୟୁୟର୍କ, ୯ା୭(ଏପି):ଚଳିତ ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି। ଏଥର ପ୍ରଥମଥର ପାଇଁ ପ୍ରତିଯୋଗିତାରେ ୪୮ଟି ଦଳ ଅଂଶଗ୍ରହଣ କରିଥିବାବେଳେ ସେଥିରୁ ୮ଟି ଦଳ…

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ବରଗଡ଼ ଗସ୍ତରେ କମିଶନର ରାମଚନ୍ଦ୍ର ଯାଦବ: କୁରୁଆଁ ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟ କଲେ ପରିଦର୍ଶନ

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ସଚିବ ସଚିନ ରାମଚନ୍ଦ୍ର ଯାଦବ ବୁଧବାର ବରଗଡ଼ ଜିଲା ଗସ୍ତରେ ଆସିଥିଲେ ।…

ବରଗଡ଼ର ଗୌରବ: ଆନ୍ତର୍ଜାତୀୟ ଚେସ୍ ‘ଫିଡେ ରେଟିଂ’ ହାସଲ କଲେ ରୋନକ୍ କୁମାର

ବରଗଡ,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି ଜଣେ କୁନି ଚେସ୍ ଖେଳାଳି। ବରଗଡ଼ ଚେସ୍ ଆସୋସିଏସନ ତରଫରୁ ପରିଚାଳିତ ପ୍ରଶିକ୍ଷଣ କେନ୍ଦ୍ର…

ଭଞ୍ଜନଗର ଏଏସପିଙ୍କ ମହାନତା: ରାସ୍ତା କଡ଼ରେ ପଡ଼ିଥିବା ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଲେ

ଭଞ୍ଜନଗର,୮।୭(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ଜଣେ ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି। ଏଏସପିଙ୍କ ଏହିଭଳି…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ପାଠ ପଢ଼ିବା ପାଇଁ ଜିଦ୍: ପରିବାରଲୋକେ ବିବାହ ପାଇଁ ବାଧ୍ୟ କରିବାରୁ ଘର ଛାଡ଼ିଥିଲେ ଯୁକ୍ତ ଦୁଇ ଛାତ୍ରୀ, ୨ ବର୍ଷ ପରେ…

 ଦିଗପହଣ୍ଡି,୮।୭( ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରୁ ଦୀର୍ଘ ୨ ବର୍ଷ ହେଲା ନିଖୋଜ ଥିବା ଜଣେ ୨୨ ବର୍ଷୀୟା ଛାତ୍ରୀଙ୍କୁ ପାଟପୁର…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri