ମଧ୍ୟାହ୍ନଭୋଜନ ନ ଦେଇ ବନ୍ଦକଲେ ବିଦ୍ୟାଳୟ

ଦାରିଙ୍ଗବାଡ଼ି,୧୪ା୩(ଡି.ଏନ.ଏ.): ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ଅଞ୍ଚଳରେ ରହିଥିବା ପର୍ତ୍ତମାହା ପଞ୍ଚାୟତ ଯୁଗାବାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସୋମବାର ଗୋଟିଏ ଓଳି ଖୋଳା ରହିଥିବା ବେଳେ ମାଧ୍ୟାହ୍ନରେ ଛୁଟି କରିଦିଆଯାଇଛି। ମଧ୍ୟାହ୍ନଭୋଜନ ନ ରାନ୍ଧି ବିଦ୍ୟାଳୟରେ ତାଲା ପକାଇ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ବରା ଚାଲିଯାଇଥିବା ଗ୍ରାମବାସୀ ଓ ଛାତ୍ରୀଛାତ୍ରମାନେ କହିଛନ୍ତି । ଉକ୍ତ ବିଦ୍ୟାଳୟରେ ମୋଟ ୪ ଜଣ ଶିକ୍ଷକ ରହିଥିବା ବେଳେ ଜଣେ ଦୀର୍ଘ ଦିନ ହେଲା ଅନୁପସ୍ଥିତ ରହିଛନ୍ତି । ଏ ନେଇ ବିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଅନୁପସ୍ଥିତ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରାଯାଇଥିବା ବିଇଓ ରସାନନ୍ଦ କରଙ୍କ ସୂତ୍ରରୁ ଜଣାପଡିଛି। ଅନ୍ୟ ୩ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ ଶିକ୍ଷକ ପ୍ରଫୁଲ୍ଲ ମଣ୍ଡାଇ ବିଭାଗ ପକ୍ଷରୁ ଦାରିଙ୍ଗବାଡ଼ିଠାରେ ତାଲିମ ନେଉଛନ୍ତି ଆଉ ଜଣେ ଶିକ୍ଷକ ଦୁଷ୍ମନ୍ତ ଦଳବେହେରାଙ୍କ ରବିବାର ତାଲିମ ନେବା ଶେଷ ହୋଇଛି। ସୋମବାର ବିଦ୍ୟାଳୟକୁ କେବଳ ପ୍ରଧାନ ଶିକ୍ଷକ ଆସି ମାଧ୍ୟାହ୍ନରେ ବିଦ୍ୟାଳୟରେ ମାଧ୍ୟାହ୍ନ ଭୋଜନ ରୋଷେଇ କରାଯାଇ ନ ଥିବାରୁ ଛାତ୍ରୀଛାତ୍ରଙ୍କୁ ଖାଇବାକୁ ଘରକୁ ପଠାଇଦେବା ସହ ବିଦ୍ୟାଳୟ ଚାବି ପକାଇ ଘରକୁ ଚାଲିଯାଇଥିଲେ। ଯୁଗାବାଡି ଘାଟି ପାହାଡ଼ ତଥା ଦୁର୍ଗମ ଅଞ୍ଚଳରେ ରହିଥିବାରୁ ସେଠାକୁ ଶିକ୍ଷକମାନେ ନିୟମିତ ଯାଉ ନ ଥିବା ବେଳେ ବିଦ୍ୟାଳୟ ସକାଳ ୧୦ରେ ଖୋଲିବା ବଦଳରେ ବହୁ ସମୟରେ ୧୧ଟା ହେଉଥିବା ଓ ଶୀଘ୍ର ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ କରି ଶିକ୍ଷକମାନେ ଚାଲିଯାଉଥିବା କେତେଜଣ ଗ୍ରାମବାସୀ କହିଛନ୍ତି। ଏ ନେଇ ସିଆର୍‌ସିସି ହରିଶଙ୍କର ପ୍ରଧାନ କହିଛନ୍ତି, ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ରୋଷେଇ କରୁଥିବା ପାଚିକାମାନେ ସେମାନଙ୍କ ବିଭିନ୍ନ ଦାବିରେ ଆନ୍ଦୋଳନରେ ରହିଥିବାରୁ ମାଧ୍ୟାହ୍ନଭୋଜନ ରୋଷେଇ ହୋଇପାରିନାହିଁ। ତେଣୁ ଛାତ୍ରୀଛାତ୍ର ଖାଇବାକୁ ଘରକୁ ଚାଲି ଯାଇଥିବା କହିଛନ୍ତି। ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ବରାଙ୍କୁ ପଚାରିବାରୁ ଛାତ୍ରୀଛାତ୍ରଙ୍କୁ ପ୍ରବଳ ଭୋକ ହେବାରୁ ସେମାନଙ୍କୁ ତାଙ୍କ ନିଜ ଘରକୁ ପଠାଯାଇଥିଲା, ହେଲେ ଖାଇବାକୁ ଯାଇ ଆଉ କେହି ବିଦ୍ୟାଳୟକୁ ଆସିଲେ ନାହିଁ । ତେଣୁ ସେ ବାଧ୍ୟହୋଇ ଚାବି ପକାଇ ଚାଲିଯାଇଥିବା କହିଛନ୍ତି। ତେବେ ନିୟମିତ ଉକ୍ତ ବିଦ୍ୟାଳୟରେ ଅବ୍ୟବସ୍ଥା ଲାଗିରହିବା ସହ ବିଦ୍ୟାଳୟର ରୋଷେଇଶାଳରେ ଗୋରୁ ବସାବାନ୍ଧିବା ସହ ସେଠି ଗୋବର ପଡି ରୋଷେଇଶାଳ ପରିବେଶ ଦୂଷିତ ହୋଇ ରହିଛି । ଏନେଇ ଆମେ ଦାରିଙ୍ଗଓ୍ବାଡି ବିଇଓ ରସାନନ୍ଦ କରଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖରାପ ପାଗ ଯୋଗୁ ଉପରାଷ୍ଟ୍ରପତିଙ୍କ ବଲାଙ୍ଗୀର ଗସ୍ତ ବାତିଲ

ବଲାଙ୍ଗୀର ଅଫିସ, ୨୭।୧୨: ଖରାପ ପାଗ ଯୋଗୁ ଉପରାଷ୍ଟ୍ରପତି ଏମ.ଭେଙ୍କିୟା ନାଇଡୁଙ୍କ ବଲାଙ୍ଗୀର ଗସ୍ତ ବାତିଲ ହୋଇଛି। ବଲାଙ୍ଗୀରଠାରେ ନବନିର୍ମିତ ବିପିସିଏଲର ବଟ୍‌ଲିଂ ପ୍ଳାଣ୍ଟ ଏବଂ...

ଧରାପଡ଼ିଲା ଗଞ୍ଜେଇ ଭର୍ତ୍ତି ଟ୍ରକ

ବ୍ରହ୍ମପୁର ଅଫିସ,୫ା୨: ଗଜପତି, କନ୍ଧମାଳ ଅଞ୍ଚଳରୁ ବେଆଇନ ଭାବେ ଗଞ୍ଜେଇ ବ୍ରହ୍ମପୁର ସହର ଦେଇ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଛି। ବ୍ରହ୍ମପୁର ଅବକାରୀ ଗୋଇନ୍ଦା...

ଜନ୍ମବେଦିରେ ସରିଲା ଲୀଳାଖେଳା; ରତ୍ନବେଦିକୁ ଫେରିଲେ ତିନି ଠାକୁର

ବାରିପଦା ଅଫିସ,୧୫।୭- ଜନ୍ମବେଦିରେ ଲୀଲାଖେଳା ସାରି ତିନି ଠାକୁର ରବିବାର ବଡ ଦେଉଳକୁ ଫେରିଛନ୍ତିି। ରବିବାର ବିଳମ୍ବିତ ରାତିରେ ବଡ଼ ଦେଉଳକୁ ପହଣ୍ଡି ବିଜେ ହୋଇଛନ୍ତି...

ଟାଟା ଷ୍ଟିଲ୍‌ କବ୍‌ଜାରେ ପ୍ରାକୃତିକ ଝରଣା

ଯାଜପୁର ଅଫିସ/ କଳିଙ୍ଗନଗର (ଡି.ଏନ.ଏ.),୨୯ା୬: କଳିଙ୍ଗନଗର ଟାଟା ଷ୍ଟିଲ୍‌ କାରଖାନା ଭିତରେ ଏକ ଚିରସ୍ରୋତା ଝରଣା ବୋହୁଛି। ଏହି ଝରଣା ପାଣି ଓ କାରଖାନାର ବର୍ଜ୍ୟପାଣି...

ରାଜସ୍ବ ସମୀକ୍ଷା ବୈଠକ: ୨୩ରୁ ଚୋରା ବାଲି ଚାଲାଣ ରୋକିବାକୁ ଭିଡିଓଗ୍ରାଫି

ଛତ୍ରପୁର,୨୨ା୯(ଡି.ଏନ.ଏ.)- ଗଞ୍ଜାମ ଜିଲା ରାଜସ୍ବ ସମୀକ୍ଷା ବୈଠକ ଶନିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା...

ବୈତରଣୀ ନଦୀଶଯ୍ୟାରୁ ବାଲି ଲୁଟ୍‌

ଯାଜପୁର ରୋଡ,୩୦ା୮(ଡି.ଏନ.ଏ.):ନଦୀଶଯ୍ୟାରୁ ବାଲି ଖନନ ପାଇଁ କୌଣସି ମେଶିନ ବ୍ୟବହାର ଅନୁମତି ଦିଆଯିବ ନାହିଁ। ଏହାସହ ବାଲିଖାଦାନଗୁଡ଼ିକରେ ସିସିଟିଭି ଏବଂ ପରିବହନ ଗାଡ଼ିରେ ଜିପିଏସ୍‌ ସ୍ଥାପନ...

କୋଭିଡ୍‌ ନିୟମ ଉଲ୍ଲଂଘନ: ୨ ଚା’ ଦୋକାନ ସିଲ୍‌, ପରିବାରବର୍ଗଙ୍କୁ ୨୮ ଦିନ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ

ଦାରିଙ୍ଗବାଡ଼ି,୧୫ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଠାରେ ୨ଟି ଚା’ଦୋକାନ ଖୋଲାଯିବା ଏବଂ ପ୍ରଶାସନର ନିର୍ଦ୍ଦେଶକୁ ଅବମାନନା କରାଯିବା ଅଭିଯୋଗରେ ଦାରିଙ୍ଗବାଡ଼ି ତହସିଲଦାର ତଥା...

ୟୁରିଆ ପାଇଁ ଲ୍ୟାମ୍ପସ୍‌ ଏମ୍‌ଡିଙ୍କୁ ମାଡ଼

ଝରିଗାଁ, ୨୦।୮(ସ୍ବ.ପ୍ର.): ନବରଙ୍ଗପୁର ଜିଲାରେ ସାର ଅଭାବ ଲାଗି ରହିଛି। ଝରିଗାଁ ବ୍ଲକ ଲ୍ୟାମ୍ପସ୍‌ରେ ଶୁକ୍ରବାର ସାର ବଣ୍ଟନବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। କେତେଜଣ...

Advertisement
Archives

Model This Week