ବନ୍ଦ କାରଖାନା ଖୋଲାଯାଉ

ଭୁବନେଶ୍ୱର,୨୩ା୬, (ଅନିଲ ଦାସ): ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ ଭାଜପା ସରକାର ଗଠନ ହୋଇଛି । ହେଲେ ସରକାର ଶ୍ରମିକମାନଙ୍କ ପ୍ରତି କୌଣସି ସକାରାତ୍ମକ ମନୋଭାବ ପୋଷଣ କରିନାହାନ୍ତି। ରାଜ୍ୟରେ ଅନେକ ଶହ ଛୋଟ ବଡ କାରଖାନା ବନ୍ଦହୋଇ ରହିଛି। ସରକାର ଆସିବା ପରେ ସେସବୁ କାରଖାନା ଖୋଲିବା ପାଇଁ କୌଣସି ନିଷ୍ପତ୍ତି ନେଇନାହାନ୍ତି। ସରକାର ଶ୍ରୀଜଗନ୍ନାଥ ମନ୍ଦିର ଦ୍ୱାର ଖୋଲିବା ନେଇ ଅଧିକ ତତ୍ପରତା ଦେଖାଇଛନ୍ତି । ଗତ ଦୁଇଦିନ ଧରି ଖାରବେଳ ନଗରସ୍ଥିତ ଶ୍ରମିକ ଭବନଠାରେ ସିଆଇଟିୟୁ ପକ୍ଷରୁ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏହି ମତ ପ୍ରକାଶ ପାଇଛି।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସିଆଇଟିୟୁ ସର୍ବଭାରତୀୟ ସଭା ନେତ୍ରୀ କେ. ହେମଲତା କେନ୍ଦ୍ରରେ ମୋଦିଙ୍କ ନେତୃତ୍ୱରେ ଗଠିତ ନୂତନ ଏନ୍‌ଡିଏ ସରକାର ଶ୍ରମିକମାନଙ୍କ ବିରୋଧରେ ହୋଇଥିବା ନିଷ୍ପତ୍ତିଗୁଡିକ ଉପରେ ବିଶଦ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାର ଗ୍ରହଣ କରିଥିବା ନବ ଉଦାରବାଦୀ ଅର୍ଥନୀତି ଫଳରେ ଦେଶର ସମସ୍ତ ଲାଭଜନକ ସରକାରୀ ସଂସ୍ଥାକୁ ଘରୋଇ କର୍ପୋରେଟରମାନଙ୍କ ହାତକୁ ଟେକିଦେବାର ଚକ୍ରାନ୍ତ ହୋଇଛି। ଠିକ୍‌ ସମୟରେ ନିଯୁକ୍ତିଦାତା ଶ୍ରମିକଙ୍କ ଇପିଏଫ୍‌ ପାଉଣା ଜମା ନ କଲେ ଯେଉଁ ହାରରେ ଜରିମାନା ଦେବାକୁ ଆଇନରେ ବ୍ୟବସ୍ଥା ଥିଲା, ତାହାକୁ ମୋଦିଙ୍କ ୩ୟ ପାଳି ସରକାର ଏକ ପଞ୍ଚମାଂଶ ହ୍ରାସ କରି ମାଲିକଙ୍କୁ ରକ୍ଷାକବଚ ଯୋଗାଇ ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସରକାର ଶପଥ ନେବାର କିଛିଦିନ ନ ଯାଉଣୁ ବାଲେଶ୍ୱରରେ ସାମ୍ପ୍ରଦାୟିକ ତିକ୍ତତା ସୃଷ୍ଟି ହୋଇଛି। ସିଆଇଟିୟୁ ରାଜ୍ୟ କମିଟି ଏଥିରେ ଘୋର ଉଦ୍‌ବେଗ ପ୍ରକାଶ କରିଛି। ରାଜ୍ୟରେ ସାମ୍ପ୍ରଦାୟିକ ସଦ୍‌ଭାବ ବଜାୟ ରଖିବାକୁ ନିବେଦନ କରିଛି।
ଏହି ପରିପ୍ରେକ୍ଷୀରେ ରାଜ୍ୟରେ ବନ୍ଦ ଥିବା କାରଖାନା ଚଲାଇବା, ଘରୋଇକରଣ ବନ୍ଦ କରିବା, ଶ୍ରମିକଙ୍କ ମଜୁରି ୨୬ ହଜାର କରିବା, ସ୍ଥାୟୀ କାର୍ଯ୍ୟରେ ଠିକା ନିଯୁକ୍ତି ବନ୍ଦ କରିବା, ସମାନ କାମକୁ ସମାନ ମଜୁରି, ଶ୍ରମ ବୋର୍ଡ ବାତିଲ କରିବା, ସ୍ବାସ୍ଥ୍ୟ ବୀମା ଉପରେ ଜିଏସ୍‌ଟି ଲାଗୁ ନ କରିବା, ଅବସର କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନ ଦେବା ଆଦି ୧୫ ଦଫା ଦାବି କରାଯାଇଛି। ଏହି ଦାବିପତ୍ର ଆସନ୍ତା ଜୁଲାଇ ୧୧ରେ ସମସ୍ତ ଜିଲାର ଜିଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି ସିଆଇଟିୟୁ ରାଜ୍ୟ ସଭାପତି ଜନାର୍ଦ୍ଦନ ପତି ଓ ସାଧାରଣ ସମ୍ପାଦକ ବିଷ୍ଣୁ ଚରଣ ମହାନ୍ତି ସୂଚନା ଦେଇଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ପଥରରେ ଛେଚି ଯୁବକଙ୍କୁ ହତ୍ୟା !: ନିର୍ମାଣାଧୀନ ଆବାସ ଘରୁ ରକ୍ତାକ୍ତ ମୃତଦେହ

ରାଇରଙ୍ଗପୁର,୧୧।୮: ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଞ୍ଚଳର ବାଢୁଣିଆ ଗାଁରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗାଁର ଏକ…

Blinkit ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ସସ୍‌ପେଣ୍ଡ ହେଲା ଲାଇସେନ୍ସ; ସାମ୍ନାକୁ ଆସିଲା ଗୁରୁତର ତ୍ରୁଟି

ନୂଆଦିଲ୍ଲୀ, ୧୧।୮: ମହାରାଷ୍ଟ୍ରରେ IAS ଅଧିକାରୀ ତୁକାରାମ ମୁଣ୍ଡେଙ୍କ ଖରାପ ଓ ଅସୁରକ୍ଷିତ ଖାଦ୍ୟ ପଦାର୍ଥ ବିରୋଧୀ ଅଭିଯାନ ଜାରି ରହିଛି। ଦେଶର ପ୍ରସିଦ୍ଧ କମ୍ପାନୀ Blinkit…

ଚିଲିକା ମଝିରେ ଆକ୍ରମଣ, ଜଣେ ମୃତ, ଜଣେ ଗୁରୁତର

କୃଷ୍ଣପ୍ରସାଦ,୧୨।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ରାମଲଙ୍କା ପଞ୍ଚାୟତ କୁମାରପୁର ଚିଲିକାରେ ମାଛ ଧରିବା ବେଳେ ଏକ ଅଘଟଣ ଘଟିଛି। କୁମାରପୁର ଗ୍ରାମର ଚିନ୍ମୟ…

ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ: ଆସିଥିଲା ସାଂଘାତିକ ଅଭିଯୋଗ

ଡାମସକସ୍‌,୧୧।୮: ସିରିଆର ଏକ କୋର୍ଟ ମଙ୍ଗଳବାର ଦେଶର ପୂର୍ବତନ ରାଷ୍ଟ୍ରପତି ବଶର ଅଲ-ଆସାଦ ଏବଂ ତାଙ୍କ ସାନ ଭାଇ ମାହେର ଅଲ-ଆସାଦଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।…

ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଜୋରଦାର

ରାଇକିଆ,୧୧।୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆରେ ଜାତୀୟ ଦିବସ ଆୟୋଜକ କମିଟି ପକ୍ଷରୁ ପାଳନ ହେବାକୁ ଥିବା ବ୍ଲକସ୍ତରୀୟ ସ୍ବାଧୀନତା ଦିବସକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…

ପାଖରେ ଶୋଇଥିଲା ମୃତ୍ୟୁ: କେଇ ମିନିଟରେ…

ନୀଳଗିରି, ୧୧।୮ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତ କୁଳିଗଡ଼ି ଗ୍ରାମରେ ଏକ ଘର ଭିତରୁ ପ୍ରାୟ ୧୦ ଫୁଟ…

ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଏହି କ୍ରିକେଟର୍‌ଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୧।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବଙ୍ଗଳା କ୍ରିକେଟର ଅଭିଷେକ ପୋରେଲଙ୍କୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆପରାଧିକ…

୧୯୪୭ରେ ଟଙ୍କାକର ମୂଲ୍ୟ କେତେ ଥିଲା? ଜାଣି ତାଜୁବ ହେବେ ୧ଟଙ୍କାରେ ୮ଲିଟର କ୍ଷୀର ଆଉ ସପ୍ତାହକର ଆସୁଥିଲା ରାଶନ…

ନୂଆଦିଲ୍ଲୀ, ୧୧।୮: ୧୫ ଅଗଷ୍ଟ ୧୯୪୭ରେ ଭାରତ ଯେତେବେଳେ ସ୍ୱାଧୀନ ହୋଇଥିଲା, ସେତେବେଳେ ଏହାର ଟଙ୍କା ଆମେରିକାର ଡଲାର ତୁଳନାରେ ବହୁତ ପଛରେ ନ ଥିଲା। ସେତେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri