ତଳିଆ ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର

ଅନୁଗୋଳ ଅଫିସ, ୧୬ା୯: ଗତ ଲଘୁଚାପ ବର୍ଷା ଅନୁଗୋଳ ଜିଲାରେ ବହୁ କ୍ଷୟକ୍ଷତି ଘଟାଇଛି। ବୁଧବାରଠାରୁ ବର୍ଷା ଥମିଯାଇଥିଲେ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶାର ଶେଷ ହେଉନାହିଁ। ଏବେ ମଧ୍ୟ ଜିଲାର ୧୫ଟି ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି। ତେବେ ହୀରାକୁଦରୁ ଛଡ଼ାଯାଉଥିବା ବନ୍ୟା ପାଣି ପାଇଁ ମହାନଦୀ ଫୁଲୁଥିବାରୁ ଜିଲାର ଆଠମଲ୍ଲିକ, ଟିକରପଡ଼ା ଓ ସାତକୋଶିଆର ଅନେକ ତଳିଆ ଅଞ୍ଚଳବାସୀ ଏବେ ଆଶଙ୍କାରେ ରହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ପ୍ରତି ୨ ଘଣ୍ଟାରେ ମହାନଦୀର ଜଳସ୍ତର ନିରୀକ୍ଷଣ କରାଯାଉଛି। ସାତକୋଶିଆ ସହ ଆଠମଲ୍ଲିକ ଏନ୍‌ଏସିର ୩ଟି ୱାର୍ଡ ଓ ଅଇଡ଼ା ପଞ୍ଚାୟତର କୁଦଗାଁ ପରି ତଳିଆ ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଆବଶ୍ୟକସ୍ଥଳେ ଅସ୍ଥାୟୀ ଆଶ୍ରୟସ୍ଥଳକୁ ଲୋକଙ୍କୁ ସ୍ଥାନାନ୍ତର କରାଯିବାର ଯୋଜନା ହେଉଥିବା ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।
ଲଗାଣ ବର୍ଷା ଯୋଗୁ ଅନୁଗୋଳ ଜିଲାରେ ବହୁ ଚାଳ ଘର ଭାଙ୍ଗି ମାଟିରେ ମିଶିଯାଇଛି। ଅନେକ ଘରର କାନ୍ଥ ଭାଙ୍ଗିଯାଇଥିବାରୁ ଛପର ନଇଁଯାଇଛି। ଏପରି ଅଞ୍ଚଳରେ ବହୁ ଲୋକ ଏବେ ଜଳବନ୍ଦୀରେ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରଶାସନିକ ଅଧିକାରୀଙ୍କ ସହ ଅଗ୍ନିଶମ ବିଭାଗ ଲାଗିଥିବାବେଳେ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି। ଜିଲାର ୮ଟି ବ୍ଲକରେ ଥିବା ୧୧୦ଟି ପଞ୍ଚାୟତର ୨ଶହ ଗ୍ରାମ ପ୍ରଭାବିତ ହୋଇଛି। ଫଳରେ ପ୍ରାୟ ୫ ହଜାର ଲୋକ ଏହି ବିପତ୍ତିର ସମ୍ମୁଖୀନ ହୋଇଛନ୍ତି। ପାଣି ଘେରରେ ୧୫ଟି ଗାଁ ରହିଥିବାବେଳେ ୧୫ ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ହୋଇଛି। ୭୫ଟି ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି। ୧୨ ଘର ଅଧା ଓ ୫୫୦ ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ବ୍ଲକର ବିଡିଓ ଓ ତହସିଲଦାର ଜିଲା ପ୍ରଶାସନକୁ ରିପୋର୍ଟ ପ୍ରଦାନ କରିଛନ୍ତି। ଅଦ୍ୟାବଧି ୮୬ ଜଣ କ୍ଷତିଗ୍ରସ୍ତଙ୍କୁ ପଲିଥିନ ଯୋଗାଇ ଦିଆଯାଇଛି। ଅବଶିଷ୍ଟଙ୍କୁ ମଧ୍ୟ ପଲିଥିନ ଯୋଗାଇବା ପାଇଁ ଉଦ୍ୟମ ଜାରି ରହିଛି। ୧୫ଟି ସ୍ଥାନରେ ଛୋଟବଡ଼ ଘାଇ ସୃଷ୍ଟି ହୋଇଥିବାରୁ ଗମନାଗମନରେ ସମସ୍ୟା ଉପୁଜିଛି। ଇତିମଧ୍ୟରେ ଛୋଟ ଘାଇ ଗୁଡ଼ିକ ମରାମତି କରାଯାଇଛି। ବଅଁରପାଳ-ତାଳଚେର ରାସ୍ତା ଉପରେ ପାଣି ଚାଲିଥିବାରୁ ଭାରିଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି। ଜିଲାରେ ୩ଶହ ହେକ୍ଟର ଚାଷ ଜମି ପାଣିରେ ବୁଡ଼ି ରହିଛି। ମାଛ ଚାଷୀମାନେ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି। ତେବେ ହୀରାକୁଦର ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ମହାନଦୀର ଜଳସ୍ତର ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି। ତେଣୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲା ଯୋଗାଣ ବିଭାଗକୁ ପର୍ଯ୍ୟାପ୍ତ ପରିମାଣରେ ଚୁଡ଼ା, ଗୁଡ଼, କିରୋସିନ୍‌ ଓ ଚାଉଳ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଗ୍ନିଶମ, ଓଡ୍ରାଫ୍ଟ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ସତର୍କ କରାଯାଇଛି। ଓଆର୍‌ଏସ୍‌ ପାଉଡର, ସାପକାମୁଡ଼ା ଇଞ୍ଜେକଶନ୍‌, ଔଷଧ ଆଦି ବିଭିନ୍ନ ଡାକ୍ତରଖାନାରେ ମହଜୁଦ୍‌ ରଖିବାକୁ କୁହାଯାଇଛି। ଜିଲା କାର୍ଯ୍ୟାଳୟ ସହ ବ୍ଲକ କାର୍ଯ୍ୟାଳୟ, ମେଡ଼ିକାଲ, ପୋଲିସ, ଅଗ୍ନିଶମ ବିଭାଗରେ ୨୪ ଘଣ୍ଟିଆ ସହାୟତା କେନ୍ଦ୍ର ଖୋଲାଯାଇଛି। ଜିଲା ପ୍ରଶାସନକୁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ଓ ପରିଚାଳନା କର୍ତ୍ତୃପକ୍ଷଙ୍କ ଜିଲା ପରିଚାଳକ ପ୍ରଦ୍ୟୁଷ କୁମାର ଶତପଥୀ ସହଯୋଗ କରୁଛନ୍ତି।


ସତର୍କ ଦୃଷ୍ଟି ରଖାଯାଇଛି
ପ୍ରବଳ ବର୍ଷା କାରଣରୁ ଅନୁଗୋଳ ଜିଲାରେ ବନ୍ୟା ଭଳି ପରିସ୍ଥିତି ଉପୁଜିଛି। କେତେକ ସ୍ଥାନରେ ଲୋକେ ଜଳବନ୍ଦୀ ଥିବା ଦେଖାଯାଇଛି। ରାଜ୍ୟ ସରକାର ଏହାକୁ ରାଜ୍ୟ ବିପତ୍ତି ଘୋଷଣା କରିଥିବାରୁ ନିୟମ ଅନୁଯାୟୀ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। ତେବେ ମହାନଦୀ ଫୁଲୁଥିବାରୁ ଏହା ଜିଲାର ତଳିଆ ଅଞ୍ଚଳବାସୀଙ୍କ ପାଇଁ ଅଧିକ ସମସ୍ୟା ଆଣିପାରେ। ତେଣୁ ଏହା ଉପରେ ସତର୍କ ଦୃଷ୍ଟି ରଖାଯାଇଛି।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ

କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଯାଉଛି
ଲଘୁଚାପ ବର୍ଷା ବଡ଼ ବିପର୍ଯ୍ୟୟ ଘଟାଇଛି। ଜିଲାପାଳଙ୍କ ତତ୍ତ୍ୱାବଧାନରେ ଜିଲାରେ ବିଭିନ୍ନ ଟିମ୍‌ କାର୍ଯ୍ୟ କରୁଛି। କିଭଳି ଅଧିକ କ୍ଷୟକ୍ଷତି ନ ଘଟିବ ସେଥିପାଇଁ ଜୋରଦାର ଉଦ୍ୟମ ହେଉଛି। ଲୋକଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି। ଯେଉଁଠି ଲୋକଙ୍କୁ ସମସ୍ୟା ହେଉଛି, ସେଠାରେ ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
-ବଇତୁରା ଦୀପ, ବିପର୍ଯ୍ୟୟ ଓ ପରିଚାଳନା ଅଧିକାରୀ

ପ୍ରଶାସନର ଦୂରଦୃଷ୍ଟିର ଅଭାବ
ପ୍ରାକୃତିକ ବିପର୍ଯ୍ୟୟକୁ ରୋକାଯାଇ ପାରିବ ନାହିଁ। କିନ୍ତୁ ମଣିଷକୃତ ବିପର୍ଯ୍ୟୟକୁ ରୋକାଯାଇପାରିବ। ଜିଲା ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଅନୁଗୋଳ ସହରାଞ୍ଚଳରେ ଆଣ୍ଠୁଏ ପାଣି ଛିଡ଼ା ହୋଇଛି। ଠିକଣା ପ୍ଲାନିଂ କରାଯାଉ ନ ଥିବାରୁ ଲୋକମାନେ ଦୁର୍ଦ୍ଦଶା ଭୋଗୁଛନ୍ତି। ଏ ନେଇ ପ୍ରଶାସନ ଏବେଠାରୁ ସତର୍କ ହେବା ଆବଶ୍ୟକ।
-ଅଶୋକ ଶତପଥୀ, ପରିବେଶବିତ

ଜଳାଶୟ ପୋତାଯାଇ ଅଟ୍ଟାଳିକା ନିର୍ମାଣ
ସହରରେ ଥିବା ବହୁ ଜଳାଶୟ ପୋତାଯାଇ ସେଠାରେ ଅଟ୍ଟାଳିକା ନିର୍ମାଣ କରାଯାଇଛି। ଫଳରେ ସହରରୁ ବର୍ଷା ଜଳ ନିଷ୍କାସନ ହେବାରେ ସମସ୍ୟା ଉପୁଜୁଛି। ଏ ନେଇ ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ। ସେହିପରି ଦୁର୍ଦ୍ଦଶାରେ ଥିବା ପ୍ରକୃତ କ୍ଷତିଗ୍ରସ୍ତଙ୍କୁ ସହାୟତା ମିଳୁନାହିଁ। ଏ ଦିଗରେ ପ୍ରଶାସନ ତତ୍ପରତା ପ୍ରକାଶ କଲେ ଲୋକେ ଉପକୃତ ହେବେ।
-ଜିତେନ୍ଦ୍ର ସାହୁ, ପୂର୍ବତନ ସଭାପତି, ଅନୁଗୋଳ ଓକିଲ ସଂଘ


Enter your email to get our daily news in your inbox.

All Right Reserved By Dharitri.Com

ଭାଲେଣ୍ଟାଇନ ସପ୍ତାହ, ୪ ରାଶିର ବ୍ୟକ୍ତିଙ୍କ ଜୀବନରେ ପ୍ରେମ…

ଭାଲେଣ୍ଟାଇନ୍ସ ସପ୍ତାହ ଫେବୃଆରୀ ୭ ତାରିଖରୁ ଆରମ୍ଭ ହୋଇଛି ଏବଂ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାଲେଣ୍ଟାଇନ୍ସ ସପ୍ତାହ ପ୍ରେମୀ, ବିବାହିତ ଦମ୍ପତି ଏବଂ ଅବିବାହିତମାନଙ୍କ…

ଭୀମ ଭୋଇ ସାମର୍ଥ୍ୟ ଶିବିରରେ ଅଧିକାରୀଙ୍କ ଦାଦାଗିରି: ସେବା ଅପେକ୍ଷା ‘ଫଟୋ ସୋ’ ଅଧିକ 

ଥୁଆମୂଳରାମପୁର,୭ା୨(ଦୁର୍ଗା କୀର୍ତ୍ତି): କଳାହାଣଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକ ଗୋପୀନାଥପୁର ପଞ୍ଚାୟତର ଫଟକି ମହୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ…

USA ବିପକ୍ଷରେ ବିଜୟ ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ଖୁଲାସା, ୱାଶିଂଟନ୍ ସୁନ୍ଦର…..

ଟିମ୍ ଇଣ୍ଡିଆ ICC ଟି୨୦ ବିଶ୍ୱକପରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି। ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚରେ ଆମେରିକା ଦଳକୁ ପରାସ୍ତ କରିଥିଲା। ଟିମ୍ ଇଣ୍ଡିଆର…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

ସରିଲା ଗୋଲାପ ଦିଆନିଆ, ଆଜି ପ୍ରପୋଜ୍‌

ଭୁବନେଶ୍ୱର,୮।୨(ସୌମ୍ୟରଞ୍ଜନ ରାଉତ): ଭାଲାଣ୍ଟାଇନ୍‌ ଡେ’ର ପ୍ରଥମ ପାହାଚ ରୋଜ୍‌ ଡେ’ ପାଇଁ ଶନିବାର ଚଳଚଞ୍ଚଳ ହୋଇଉଠିଥିଲା ରାଜଧାନୀ। ପରସ୍ପରକୁ ଗୋଲାପ ଦେଇ ଶୁଭେଚ୍ଛା ଜଣାଇଥିଲେ ପ୍ରେମୀଯୁଗଳ। ହଷ୍ଟେଲ୍‌ଗୁଡିକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri