ଅଟୋମୋବାଇଲ କ୍ଷେତ୍ରକୁ ୨୬ ହଜାର କୋଟି

ନୂଆଦିଲ୍ଲୀ,୧୬ା୯:  ଦେଶର ଅଟୋମୋବାଇଲ କ୍ଷେତ୍ରକୁ ଉତ୍ପାଦନ ସଂଯୋଗୀ ନିବେଶ (ପିଏଲ୍‌ଆଇ) ଯୋଜନା ପରିସରଭୁକ୍ତ କରାଯାଇଛି। ଏହି କ୍ଷେତ୍ରକୁ ଉତ୍ସାହିତ କରିବା ଲାଗି କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ବୁଧବାର ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାର ଅଟୋ, ଅଟୋମୋବାଇଲ ଯନ୍ତ୍ରାଂଶ ଏବଂ ଡ୍ରୋନ୍‌ ଶିଳ୍ପକୁ ପ୍ରାୟ ୨୬ ହଜାର କୋଟି ଟଙ୍କାର ପ୍ରୋତ୍ସାହନ ପ୍ୟାକେଜ ପ୍ରଦାନ କରିବେ। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଅନୁରାଗ ଠାକୁର ଏ ସମ୍ପର୍କରେ ଏକ ଖବରଦାତା କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି। ଅଟୋ କ୍ଷେତ୍ର ଲାଗି ୨୫,୯୩୮ କୋଟି ଏବଂ ଡ୍ରୋନ ଶିଳ୍ପ ଲାଗି ୧୨୦ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ।
ଅନୁରାଗ ଠାକୁର କହିଛନ୍ତି, କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପ ଦ୍ୱାରା ୭.୬ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରାଯାଇପାରିବ। ଏହାଦ୍ୱାରା ଘରୋଇ ବଜାରରେ ଇ-ଯାନ ଉତ୍ପାଦନକୁ ମଧ୍ୟ ଉତ୍ସାହିତ କରାଯିବ। ଏହି ଶିଳ୍ପକୁ ଆଗାମୀ ୫ ବର୍ଷରେ ୪୭,୫୦୦ କୋଟି ଟଙ୍କାର ନୂଆ ନିବେଶ ଆଣିବାରେ ସରକାରଙ୍କ ଘୋଷଣା ଯୋଗଦାନ ରଖିବ। ଭାରତର ମାନୁଫାକ୍‌ଚରିଂ ଦକ୍ଷତା ବଢାଇବାରେ ଏହା ସହାୟକ। ପିଏଲ୍‌ଆଇ ସ୍କିମ୍‌ରେ ଇ-ଯାନ ଏବଂ ହାଇଡ୍ରୋଜେନ ଫୁଏଲ ସେଲ୍‌ ଭେଇକିଲକୁ ଉତ୍ସାହିତ କରାଯିବ। ୫ ବର୍ଷ ଅଧି ଲାଗି ଏଭଳି ପଦକ୍ଷେପ କାର୍ଯ୍ୟକାରୀ କରାଯିବ। ଏହି ଅବଧିରେ ଅଟୋଶିଳ୍ପରେ ୨.୩ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଉତ୍ପାଦନ ମଧ୍ୟ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି।
ବର୍ତ୍ତମାନ କାର୍ଯ୍ୟ କରୁଥିବା ଅଟୋ କମ୍ପାନୀ ଏବଂ ନୂଆ ନିବେଶ କରୁଥିବା କମ୍ପାନୀଗୁଡ଼ିକ ସ୍କିମ୍‌ର ପରିସରଭୁକ୍ତ ହୋଇପାରିବେ। ୨ ବର୍ଗ ଲାଗି ଯୋଜନା ବିଶେଷ ଭାବେ କାର୍ଯ୍ୟକାରୀ ହେବ। ପ୍ରଥମରେ ବ୍ୟାଟେରି ଇଲେକ୍ଟ୍ରିକ ଭେଇକିଲ, ହାଇଡ୍ରୋଜେନ ଫୁଏଲ ସେଲ୍‌ ଭେଇକିଲ ରହିଛି। ଦ୍ୱିତୀୟରେ ଆଡଭାନ୍ସ ଅଟୋମୋଟିଭ ଟେକ୍ନୋଲୋଜି କମ୍ପୋନେଣ୍ଟ ଭେଇକିଲ, କମ୍ପ୍ଲିଟଲି ନକ୍‌ଡାଉନ, ସେମିନକ୍‌ଡାଉନ କିଟ୍‌, ୨ ଚକିଆ, ୩ ଚକିଆ ଏବଂ ପାସେଞ୍ଜର ଯାନ, ବାଣିଜି୍ୟକ ଯାନ ଏବଂ ଟ୍ରାକ୍ଟର ରହିଥିବା ଜଣାପଡିଛି।
ପିଏଲ୍‌ଆଇ ସ୍କିମ କଣ
ପ୍ରଡକ୍ଟଶନ ଲିଙ୍କଡ ଇନଭେଷ୍ଟମେଣ୍ଟ (ପିଏଲ୍‌ଆଇ) ଅନ୍ତର୍ଗତ ସରକାର କମ୍ପାନୀଙ୍କ ଅତିରିକ୍ତ ଉତ୍ପାଦନ ଉପରେ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ରପ୍ତାନି ବୃଦ୍ଧି ଲକ୍ଷ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶରେ ଶିଳ୍ପ କ୍ଷେତ୍ରକୁ ପ୍ରତିଦ୍ୱନ୍ଦ୍ୱୀ କରିବା ଏବଂ ନିବେଶକୁ ପ୍ରୋତ୍ସାହିତ କରିବାକୁ ମଧ୍ୟ ଏଭଳି ଯୋଜନା କରାଯାଇଛି। ରାଜସ୍ବ ଏବଂ ନିବେଶ ସର୍ତ୍ତ ପାଳନ କରୁଥିବା କମ୍ପାନୀଗୁଡିକୁ ପିଏଲ୍‌ଆଇ ସ୍କିମର ଫାଇଦା ମିଳିବ। ୪ ଚକିଆ ଯାନ ନିର୍ମାଣ କରୁଥିବା କମ୍ପାନୀଗୁଡିକୁ ଆଗାମୀ ୫ ବର୍ଷରେ ଅତିକମ୍‌ରେ ୨ ହଜାର କୋଟି ଟଙ୍କା ନିବେଶ କରିବାକୁ ପଡିବ। ସେହିଭଳି ୨ ଏବଂ ୩ ଚକିଆ ଯାନ ନିର୍ମାଣ କରୁଥିବା କମ୍ପାନୀ ମଧ୍ୟ ଏହି ଅବଧିରେ ୨ ହଜାର କୋଟି ଟଙ୍କା ନିବେଶ କରିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri