Posted inଖେଳ

ବିରାଟ ବ୍ରିଗେଡ୍‌ର ପ୍ରଶଂସାରେ ଶତମୁଖ ହେଲେ ଏହି ମହାନ ଖେଳାଳି: କହିଲେ ଏବେର ଟିମ୍‌…

ନୂଆଦିଲ୍ଲୀ,୨୫।୩: ଅଷ୍ଟ୍ରେଲିଆକୁ ଟି୨୦ ଏବଂ ଟେଷ୍ଟ ସିରିଜ୍‌ରେ ପରାସ୍ତ କରିବା ପରେ ଏବେ ଇଂଲଣ୍ଡ ବିପକ୍ଷରେ ବିଜୟ ଅଭିଯାନ ଜାରି ରଖିଛି ଭାରତୀୟ କ୍ରିକେଟ ଟିମ୍‌। ନିକଟରେ ଏହାର ଟେଷ୍ଟ ଏବଂ ଟି୨୦ ମୁକାବିଲା ଶେଷ ହୋଇଥିବା ବେଳେ ପ୍ରତିଟିରେ ବିରାଟ ବାହିନୀ ଜିତିଛନ୍ତି। ବର୍ତ୍ତମାନ ସମୟରେ ଭାରତ-ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଏକଦିବସୀୟ ସିରିଜ ଚାଲୁ ରହିଛି। ମ୍ୟାଚ୍‌ରୁ ଗୋଟିଏ ମୁକାବିଲା ଭାରତ ଜିତିବା ପରେ ସ୍ଥିତି ୧-୦ ରହିଛି। ଏସବୁ ମଧ୍ୟରେ ଭାରତୀୟ ଦଳର ପ୍ରଦର୍ଶନର ପ୍ରଶଂସା କରିଛନ୍ତି ଓ୍ବେଷ୍ଟଇଣ୍ଡିଜ୍‌ର ମହାନ ଖେଳାଳି କ୍ଳାଇଭ ଲୟର୍ଡ। ଏବେର ଟିମ୍‌ ଶ୍ରେଷ୍ଠ ଭାରତୀୟ ଟିମ୍‌ ବୋଲି ସେ କହିଛନ୍ତି।

ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ କ୍ଳାଇଭ‌ କହିଛନ୍ତି, ଭାରତ ବହୁତ ଭଲ ଟିମ୍‌। କାରଣ ତାଙ୍କ ପାଖରେ ଭେରାଇଟି ରହିଛି, ତାଙ୍କ ଖେଳାଳି ବେଶ ଫିଟ୍‌ ଅଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ସମସ୍ତେ ପ୍ରଫେଶନାଲ। ମୋତେ ଏହା ଲାଗୁଛି। ଦଳ ଅଷ୍ଟ୍ରେଲିଆରେ ସବୁଠାରୁ ପଛରୁ ଆଗକୁ ଆସିଥିଲା। ତାହା ଦେଖିବା ବେଶ ଉତ୍ସାହଜନକ ଥିଲା। ସିରିଜରେ ତାଙ୍କ ପ୍ରଦର୍ଶନକୁ ଦେଖି ଏହା ଏଯାବତ ସର୍ବଶ୍ରେଷ୍ଠ ଟିମ୍‌  କହିପାରିବେ ବୋଲି ସେ କହିଛନ୍ତି।

ଏହାଛଡ଼ା ସେ ଦ୍ରୁତ ବୋଲର୍‌ ଜସପ୍ରିତ ବୁମ୍‌ରା ଭାରତୀୟ ଦଳରେ କି ମହତ୍ୱ ରଖିଛନ୍ତି ସେ ବିଷୟରେ କହିଥିଲେ। ଦଳର କଠିନ ସମୟରେ ଜଣେ ଦ୍ରୁତ ବୋଲର ତାଙ୍କୁ ରକ୍ଷା କରିପାରେ। ବୁମ୍‌ରା ସବୁବେଳେ ଚିନ୍ତା କରୁଥାନ୍ତି। ଏଣୁ ସେ ହଠାତ୍‌ ଚମକାଇଦେଇଥାନ୍ତି। ବୋଲିଂରେ ଭ୍ୟାରିଏଶନ ଆଣୁଥିବା ଯୋଗୁ ସେ ବ୍ୟାଟ୍ସମ୍ୟାନଙ୍କୁ ଅଡ଼ୁଆରେ ପକାଇଥାନ୍ତି। କେବଳ ଏହି କାରଣରୁ ଭାରତ ସର୍ବୋଚ୍ଚ ସ୍ଥାନରେ ରହିଛି ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଭିତରକନିକାରେ ୯୨ ବଉଳା କୁମ୍ଭୀର ବସା ଚିହ୍ନଟ

ରାଜନଗର,୧୧ା୭(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୯୨ ବସା ଚିହ୍ନଟ ହୋଇଥିବା ଶୁକ୍ରବାର ବନବିଭାଗ ସୂତ୍ରରୁ…

୨ବର୍ଷିଆ ବି.ଏଡ୍‌, ଏମ୍‌.ଏଡ୍‌. ପ୍ରବେଶିକା ପରୀକ୍ଷାଫଳ ପ୍ରକାଶ

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ): ଚଳିତ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଦୁଇ ବର୍ଷିଆ ବି.ଏଡ୍‌., ଏମ୍‌.ଏଡ୍‌. ଏବଂ ବି.ଏଚ୍‌.ଏଡ୍‌. ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଫଳ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri