ଜଳବାୟୁ ନ୍ୟାୟ ଓ ସବୁଜ ପ୍ରତିବଦ୍ଧତା

ଡ. ଚିତ୍ତରଞ୍ଜନ ମିଶ୍ର

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜଳବାୟୁ ପରିବର୍ତ୍ତନକୁ ସର୍ବୋଚ୍ଚ ଗ୍ଲୋବାଲ ଏଜେଣ୍ଡା ଭାବେ ବିଶ୍ୱ ପୃଷ୍ଠଭୂମିରେ ଉପସ୍ଥାପନ କରିପାରିଛନ୍ତି। ଏହା ମଧ୍ୟ ଟ୍ରାନ୍ସ-ଆଟଲାଣ୍ଟିକ୍‌ ସମ୍ପର୍କର ପୁନଃ ପ୍ରତିଷ୍ଠା କ୍ଷେତ୍ରରେ ଏକ ଅମୋଘ ଅସ୍ତ୍ର ଭାବେ ସାବ୍ୟସ୍ତ ହୋଇଛି। ଆମେରିକାର ପୂର୍ବତନ ସେକ୍ରେଟାରୀ ଅଫ୍‌ ଷ୍ଟେଟ ଓ ସଂପ୍ରତି ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଆମେରିକା ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର କୂଟନୈତିକ ଦୂତ ଭାବେ ଅବସ୍ଥାପିତ ଜନ୍‌ କେରୀଙ୍କ ନେତୃତ୍ୱରେ ଏହା ପରିଚାଳିତ ହେଉଅଛି। ଏହି ଟିମ୍‌ର ଅଧିକାଂଶ ସଦସ୍ୟ ପୁରୁଣା ଜଳବାୟୁ ଯୋଦ୍ଧା ଭାବେ ପରିଗଣିତ ହୋଇଥାନ୍ତି ଏବଂ ତନ୍ମଧ୍ୟରୁ ଅଧିକାଂଶ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନଙ୍କ ସମୟରୁ ମଧ୍ୟ କାର୍ଯ୍ୟକରି ଆସୁଛନ୍ତି।
ଆମେରିକା ନିଜର ପ୍ରତିବଦ୍ଧତା ସହ କେବଳ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ପ୍ୟାରିସ ରାଜିନାମାରେ ତତ୍‌କାଳୀନ ଆମେରିକା ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ଦସ୍ତଖତର ସଫଳତା ପଛରେ ଲମ୍ବା ପାହୁଣ୍ଡ ପକାଇ ଚାଲୁନାହିଁ ବରଂ ଏହା ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍‌ଲ୍ୟୁ ବୁଶ୍‌ଙ୍କ ସମୟର ଅଙ୍ଗୀକାରବଦ୍ଧତାକୁ ମଧ୍ୟ ଅତ୍ୟନ୍ତ ସମ୍ମାନର ସହ ପାଳନ କରୁଅଛି। ମେଜର ଇକୋନୋମିକ ଫୋରମ ବା ପ୍ରମୁଖ ଅର୍ଥନୈତିକ ମଞ୍ଚର ପୁନଃ ଆବାହନ କରିବା ସହ ଜଳବାୟୁ କାର୍ଯ୍ୟକ୍ରମରେ ଏପ୍ରିଲ ୨୨-୨୩, ୨୦୨୧ରେ ବିଶ୍ୱର ୪୦ଟି ଅଗ୍ରଣୀ ରାଷ୍ଟ୍ରମାନଙ୍କର ନେତୃବୃନ୍ଦଙ୍କୁ ନେଇ ଜଳବାୟୁ ଶିଖର ସମ୍ମିଳନୀ ଭର୍ଚୁଆଲ ପ୍ଲାଟଫର୍ମରେ ଆୟୋଜନ କରିବା ଆମେରିକା ରାଷ୍ଟ୍ରପତିଙ୍କ ଜଳବାୟୁ ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି।
‘ପ୍ରମୁଖ ଅର୍ଥନୈତିକ ମଞ୍ଚ’ ମାର୍ଚ୍ଚ-୨୦୦୯ରେ ଆରମ୍ଭ ହୋଇଥିଲା। ଏହାର ଆଭିମୁଖ୍ୟ ଥିଲା ଜଳବାୟୁକୁ ପ୍ରଦୂଷିତ କରୁଥିବା ମୁଖ୍ୟ ନିର୍ଗମନକାରୀ ରାଷ୍ଟ୍ରମାନଙ୍କୁ ଆଣି ଗୋଟିଏ ମଞ୍ଚରେ ଠିଆ କରାଇବା। ଜଳବାୟୁ ପରିବର୍ତ୍ତନଜନିତ ସମସ୍ୟାର ସମାଧାନ ପାଇଁ ଏହା ଆଗକୁ ପାଦଟିଏ ପକାଇଛି। ଏଥିତ୍ରେ ଜଳବାୟୁ ପରିବର୍ତ୍ତନଜନିତ ସମସ୍ୟାର ସମାଧାନର ସୂତ୍ର ଖୋଜି ବାହାର କରିବାକୁ ପଡ଼ିବ। ବିଶ୍ୱରେ ଦୃଶ୍ୟମାନ ଅର୍ଥନୀତିସମ୍ପନ୍ନ ରାଷ୍ଟ୍ରମାନେ ନିଜକୁ ସବୁଜ ଗୃହ ବାଷ୍ପର ମୁଖ୍ୟ ଉତ୍ସର୍ଜନକାରୀ ଭାବେ ନାମିତ କରିବାକୁ ଅନିଚ୍ଛା ପ୍ରକାଶ କରିବା କାରଣରୁ ଏପ୍ରିଲ-୨୦୨୧ର ଶିଖର ବୈଠକକୁ ‘ମେଜର ଇକୋନୋମିକ ଫୋରମ’ ପରିବର୍ତ୍ତେ ‘ମେଜର ଇକୋନୋମିକ ମିଟିଂ’ ବୋଲି ପୁନଃ ନାମିତ କରାଗଲା। ଏହା ପଛର ପ୍ରମୁଖ କାରଣଟି ଥିଲା ମୋଟ ଆଭ୍ୟନ୍ତରୀଣ ଉପତ୍ାଦ ସହ ସବୁଜ ଗୃହ ବାଷ୍ପର ସ୍ପଷ୍ଟ ସଂଯୋଗୀକରଣ। ଯଦିଓ ଏହି ମିିଟିଂର ଉଦ୍ଦେଶ୍ୟ କାହାକୁ ଅଛପା ନ ଥିଲା ତେବେ ଏହାର ଶିରୋନାମାର ପୁନଃ ନାମକରଣ ବିଶ୍ୱରେ ଅର୍ଥନୀତିସମ୍ପନ୍ନ ରାଷ୍ଟ୍ରମାନଙ୍କୁ ଆଉ ପଛକୁ ଫେରିଆସିବାର କାୈଣସି ସମ୍ଭାବନା ନ ଥିଲା।
ଏଥରକ ବିଶ୍ୱର ବିଭିନ୍ନ ରାଷ୍ଟ୍ରଙ୍କୁ ସବୁଜ ଗୃହ ବାଷ୍ପର ନିର୍ଗମନକୁ ହ୍ରାସ କରିବା କ୍ଷେତ୍ରରେ ଉତ୍ସାହିତ କରାଯାଇଛି। ସେମାନଙ୍କୁ କୁହାଯାଇଛି ଯେ ୨୦୫୦ ସୁଦ୍ଧା ସବୁଜ ଗୃହ ବାଷ୍ପର ନିର୍ଗମନକୁ ‘ନେଟ ଜିରୋ’ ସ୍ତରକୁ ଆଣିବାକୁ ପଡ଼ିବ। ତତ୍‌ସହ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସେମାନଙ୍କୁ ବିଶ୍ୱସନୀୟ ଯୋଜନା ମଧ୍ୟ ପ୍ରସ୍ତୁତ କରିବାକୁ ହେବ। ବାସ୍ତବରେ ଚାଇନା ୨୦୬୦ ସୁଦ୍ଧା ‘ନେଟ ଜିରୋ’ ସ୍ତରରେ ପହଞ୍ଚତ୍ବା ପାଇଁ ସ୍ବତଃସିଦ୍ଧ ବୋଲି ଗ୍ରହଣ କରିନେଇଛି। ତେବେ ତାକୁ ତାଗିଦ କରି କୁହାଯାଇଛି ଯେ, ୨୦୬୦ସୁଦ୍ଧା ନୁହେଁ ବରଂ ୨୦୫୦ ସୁଦ୍ଧା ‘ନେଟ ଜିରୋ’ ସ୍ତରରେ ନିଶ୍ଚିତ ରୂପେ ପହଞ୍ଚତ୍ବାକୁ ପଡ଼ିବ।
ଆମେରିକାର ନୂଆ ପ୍ରଶାସନର ଇଙ୍ଗିତରେ ମିଳିତ ଜାତିସଂଘର ମହାସଚିବ ବିଭିନ୍ନ ରାଷ୍ଟ୍ରଙ୍କ ସହ କଥା ହୋଇ ସେମାନେ ତୁରନ୍ତ ନିଜ ନିଜ ରାଷ୍ଟ୍ରରେ ‘ଜାତୀୟ ଜଳବାୟୁ ଜରୁରୀ ଅବସ୍ଥା’ ଘୋଷଣା କରିବାକୁ ଆହ୍ବାନ ଦେଇଛନ୍ତି। ସମ୍ମିଳିତ ଭାବେ ସେମାନେ କିଭଳି ୨୦୫୦ ସୁଦ୍ଧା ‘କାର୍ବନ- ନ୍ୟୁଟ୍ରାଲ ୱାଲର୍‌ଡ’ ବା ଅଙ୍ଗାରକ ନିରପେକ୍ଷ ବିଶ୍ୱ ପ୍ରତିଷ୍ଠା କରିବେ ସେ ନେଇ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ଦିନରେ ବିଶ୍ୱ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନର ପ୍ରାୟ ୬୫ ପ୍ରତିଶତକୁ ପ୍ରତିନିଧିତ୍ୱ କରୁଥିବା ରାଷ୍ଟ୍ରଗୁଡ଼ିକ ଏହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି।
ଏ ସମସ୍ତ ଯୋଜନା ଏବଂ ତାହାର ସଂପାଦନ ଆନ୍ତର୍ଜାତିକ ସମୀକ୍ଷା, ପରୀକ୍ଷା, ସତ୍ୟତାର ନିର୍ଣ୍ଣୟ ଓ ପ୍ରତିପାଦନ ଉପରେ ନିର୍ଭର କରିଥାଏ। କାୈଣସି ରାଷ୍ଟ୍ର ପକ୍ଷରେ ଏହାକୁ ଅସ୍ବୀକାର କରିବା ଏକ ଲଜ୍ଜାଜନକ ବିଷୟ ହେବ । ଏଥିରେ ବିଭେଦୀକରଣର କାୈଣସି ସ୍ଥାନ ନାହିଁ ଏବଂ ବିକାଶର ଧାରା ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୁଏ ନାହିଁ। ବୃହତ୍ତମ ଅର୍ଥନୀତି ସମୃଦ୍ଧ ରାଷ୍ଟ୍ରର ମାନ୍ୟତା ଲାଭ କରିଥିବା ଭାରତ ଏଭଳି କଥୋପକଥନର ଛକ ରାସ୍ତାରେ ଦଣ୍ଡାୟମାନ ହୋଇଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବନି ଯଦିଓ ଏହାର ମୁଣ୍ଡପିଛା ‘କାର୍ବନ ଫୁଟ ପ୍ରିଣ୍ଟ’ ବହୁତ କମ୍‌ ।
ଏହି ପ୍ରସ୍ତାବିତ ଗ୍ଲୋବାଲ ଲକ୍ଷ୍ୟସ୍ଥଳର ଆହ୍ବାନ ସହିତ ୟୁରୋପୀୟ ୟୁନିୟର ଅଙ୍ଗାରକ ସୀମା କର ବା ଟିକସ ଲାଗୁ କରିବାର ସ୍ବତନ୍ତ୍ର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ଯେଉଁ ସବୁ ରାଷ୍ଟ୍ର ମାତ୍ରାଧିକ ଅଙ୍ଗାରକ ନିର୍ଗମନ ପରିମାଣର ଟାର୍ଗେଟକୁ ହ୍ରାସ ନ କରିବେ ଅବା ଏ ନେଇ ବିଶ୍ୱ ରାଜିନାମା ପାଳନ ନ କରିବେ ସେହି ସବୁ ରାଷ୍ଟ୍ର ଉପରେ ଏହି ଅଙ୍ଗାରକ ସୀମା କର ଲାଗୁ କରାଯିବ।
ଆଜିର ସ୍ଥିତି ଅନୁଯାୟୀ ଆମେରିକା ପ୍ରଶାସନ ଏହି ଅଙ୍ଗାରକ ସୀମା କରକୁ ନେଇ କାୈଣସି ନିର୍ଦ୍ଦିଷ୍ଟ ମତ ପୋଷଣ କରୁନାହିଁ। ଏଭଳି ଏକ ଦୃଶ୍ୟପଟରେ ବିଶ୍ୱବାଣିଜ୍ୟ ପ୍ରତିଷ୍ଠାନର ସାଂପ୍ରତିକ ନିୟମ ଅନୁଯାୟୀ ପରିବେଶ ଦୃଷ୍ଟିକୋଣରୁ ଟିକସ ଆଦାୟର କାୈଣସି ବ୍ୟବସ୍ଥା ନ ଥିଲେ ମଧ୍ୟ ତହିଁରେ ପରିବର୍ତ୍ତନ କରିବା ମଧ୍ୟ କିଛି ବଡ଼ କଥା ନୁହେଁ।
ଜଳବାୟୁ ଆଲୋଚନାରେ ପୁଞ୍ଜିର ପ୍ରସଙ୍ଗ ବିଶେଷ କରି ପୁଞ୍ଜିର ଅଭାବ ଏକ ଚିରସ୍ଥାୟୀ କଥା। ଏ ପରିପ୍ରେକ୍ଷୀରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତର ଗଭର୍ନର ରଘୁରାମ ରାଜନ ନିକଟ ଅତୀତରେ ଭାରତବର୍ଷ ପାଇଁ ଏକ ପ୍ରସ୍ତାବ ଉପସ୍ଥାପନା କରିଛନ୍ତି। ତାଙ୍କ ପ୍ରସ୍ତାବ ଅନୁଯାୟୀ ବିଶ୍ୱର ପ୍ରତ୍ୟେକ ରାଷ୍ଟ୍ର ମୁଣ୍ଡ ପିଛା ହାରାହାରି ୫ଟନ ଅଙ୍ଗାରକ ଉତ୍ସର୍ଜନ ବ୍ୟତିରେକ ଅଧିକ ଅଙ୍ଗାରକ ଉତ୍ସର୍ଜନ କଲେ ସେମାନଙ୍କୁ ଏକ ‘ଗ୍ଲୋବାଲ ଫଣ୍ଡ’କୁ ଅର୍ଥ ଦେବାକୁ ପଡ଼ିବ। ଏହା ନିଶ୍ଚିତରୂପେ କୋଇଲାର ବ୍ୟବହାରକୁ ହତୋତ୍ସାହ କରୁଥିଲାବେଳେ ଅଣପାରମ୍ପରିକ ଶକ୍ତି ଉତ୍ସକୁ ପ୍ରୋତ୍ସାହିତ କରିଥାଏ। ଯେଉଁସବୁ ରାଷ୍ଟ୍ରମାନେ ଅଙ୍ଗାରକ ଉତ୍ସର୍ଜନର ବୈଶ୍ୱିକ ହାରାହାରି ପରିମାଣଠାରୁ ଅଧିକ ଉତ୍ସର୍ଜନ କରିବେ ସେମାନଙ୍କୁ ଏହି ‘ଗ୍ଲୋବାଲ ଫଣ୍ଡ’ରେ ଅର୍ଥ ଦେବାକୁ ପଡ଼ିବ ଆଉ ଯେଉଁ ରାଷ୍ଟ୍ରମାନେ ବୈଶ୍ୱିକ ହାରାହାରି ପରିମାଣଠାରୁ କମ୍‌ ପରିମାଣର ଅଙ୍ଗାରକ ଉତ୍ସର୍ଜନ କରିବେ ସେମାନେ ଏହି ଫଣ୍ଡରୁ ଅର୍ଥ ପାଇବେ। ଯଦିଓ ଏହା କିଛି ପରିମାଣରେ ଯଥାର୍ଥତା ଓ ନିରପେକ୍ଷତା ରଖୁଛି ହେଲେ ଏଭଳି ଚିନ୍ତାଧାରା ବିକଶିତ ରାଷ୍ଟ୍ରଗୁଡ଼ିକ ପକ୍ଷରେ ଗ୍ରହଣୀୟ ହୋଇ ନ ପାରେ। ଭାରତର ପୃଷ୍ଠଭୂମିକୁ ଅନୁଧ୍ୟାନ କଲେ ଜାଣିପାରିବା ଯେ ଏଭଳି ଏକ ପ୍ରସ୍ତାବ ଆକର୍ଷଣୀୟ ହୋଇପାରେ କାରଣ ଆଜିର ଦିନରେ ଭାରତରେ ମୁଣ୍ଡପିଛା ଅଙ୍ଗାରକାମ୍ଳ ବାଷ୍ପର ଉତ୍ସର୍ଜନ ପରିମାଣ ମାତ୍ର ୨ଟନ୍‌ ଏବଂ ଅଣପାରମ୍ପରିକ ଶକ୍ତି ଉତ୍ସକୁ ପ୍ରୋତ୍ସାହନ ଦେବାରେ ଏହା ବିଶ୍ୱରେ ରେକର୍ଡ ସୃଷ୍ଟି କରିଛି। ତେବେ ଭାରତ ଏଭଳି ‘ଗ୍ଲୋବାଲ ଫଣ୍ଡ’ରୁ ଲାଭବାନ ହେବା ଅବା କାୈଣସି ରିହାତି ପାଇବା କ୍ଷେତ୍ରରେ ରାଜନୀତି ପ୍ରତିବନ୍ଧକ ସାଜିବନି ତ? ହେଲେ ଏଭଳି ସମ୍ଭାବନା କ୍ଷୀଣ ଲାଗୁଛି।
ଜଳବାୟୁକୁ ନେଇ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ସମାଧାନମୂଳକ ଆଲୋଚନା କେବଳ ପରିବେଶ, ମାନବ ସୁରକ୍ଷା ଏବଂ ଏପରି କି ଶକ୍ତି ଉତ୍ସକୁ ନେଇ ନୁହେଁ ପରନ୍ତୁ ଏହା ‘ଗ୍ଲୋବାଲ ଗଭର୍ନାନ୍ସ’ ଉପରେ ପର୍ଯ୍ୟବସିତ; ଯାହା କି ଏବେଠାରୁ ଅତ୍ୟନ୍ତ ବଳିଷ୍ଠ ଭାବରେ ଅଗ୍ରସର ହେବ ଯାହା ଫଳରେ ଭାରତ ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ର ସହ ନିଜର ଯାତ୍ରାପଥକୁ ମଧ୍ୟ ଅତ୍ୟନ୍ତ ଯନତ୍ର ସହ କ୍ରମାଙ୍କନ କରିପାରିବ। ଜଳବାୟୁ ନ୍ୟାୟ ଭାରତ ପାଇଁ ଅତ୍ୟାବଶ୍ୟକ ଓ ବାଧ୍ୟତାମୂଳକ। ଏହା ମାଧ୍ୟମରେ ଭାରତ ନିଜର ସବୁଜ ଓ ପ୍ରକୃତିଧର୍ମୀ ଅଙ୍ଗୀକାରବଦ୍ଧତାକୁ ସ୍ବତଃସିଦ୍ଧ କରିପାରିବା ସଂଗେ ସଂଗେ ନିଜର ବିକାଶ ଓ ବୈଶ୍ୱିକ ଉଚ୍ଚାଭିଳାଷକୁ ମଧ୍ୟ ଚରିତାର୍ଥ କରିପାରିବ।
ମୋ-୯୩୩୮୨୦୪୯୯୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri