କ୍ଲାଇମେଟ ଚେଞ୍ଜ: ଦି ପାଓ୍ବାର ଅଫ୍‌ ୟୁଥ୍‌

ଧରିତ୍ରୀ ପକ୍ଷରୁ ଆସନ୍ତା ୨୪ ତାରିଖରେ ଭୁବନେଶ୍ୱରଠାରେ ଯୁବ ସମ୍ମିଳନୀ(ୟୁଥ୍‌ କନ୍‌କ୍ଲେଭ) ଅନୁଷ୍ଠିତ ହେବାକୁ ଯାଉଛି। ‘କ୍ଲାଇମେଟ୍‌ ଚେଞ୍ଜ: ଦି ପାଓ୍ବାର ଅଫ୍‌ ୟୁଥ୍‌’ ବିଷୟବସ୍ତୁ ଉପରେ ଆଧାରିତ ଏହି ସମ୍ମିଳନୀରେ ରାଜ୍ୟର ପ୍ରତିଷ୍ଠିତ ଉଚ୍ଚ ଶିକ୍ଷାନୁଷ୍ଠାନର ବହୁ ଯୁବ ବକ୍ତା ଯୋଗଦେଇ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ସମସ୍ୟାକୁ କିପରି ସେମାନେ ଦେଖୁଛନ୍ତି ସେନେଇ ବକ୍ତବ୍ୟ ରଖିବେ। ସେହି ଯୁବବକ୍ତାଙ୍କ ସମ୍ପର୍କରେ କିଛି…

ଭୁବନେଶ୍ୱର ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରୀ ଶ୍ୱେତାଲିନା ମହାନ୍ତି। ସେ ପ୍ରାଣୀ ବିଜ୍ଞାନରେ ସ୍ନାତକ କରୁଛନ୍ତି। ତାଙ୍କର ସାହିତ୍ୟ ଏବଂ କବିତା ପ୍ରତି ଆଗ୍ରହ ରହିଛି।
ଜାଭିଅର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବିଜିନେସ୍‌ ମ୍ୟାନେଜମେଣ୍ଟରେ ସନଥ କୁମାର ସ୍ବାଇଁ ଏମ୍‌ବିଏ କରୁଛନ୍ତି। ସେ ଭ୍ରମଣ ପ୍ରତି ଆଗ୍ରହ ରଖିଥିବାବେଳେ ସଙ୍ଗୀତ ଏବଂ ଅଣକାଳ୍ପନିକ(ନନ୍‌-ଫିକ୍ସନାଲ) ବହି ପଢ଼ିବାକୁ ମଧ୍ୟ ବେଶ୍‌ ପସନ୍ଦ କରନ୍ତି।
କିଟ୍‌ ବିଶ୍ୱବିଦ୍ୟାଳୟର ବିଟେକ୍‌ର ତୃତୀୟ ବର୍ଷ ଛାତ୍ର ଶୁୁଭ୍ରନିଲ ଚଟୋପାଧ୍ୟାୟ। ସାଧାରଣରେ ବକ୍ତବ୍ୟ ଦେବା ପାଇଁ ଆଗ୍ରହ ଥିବା ଶୁଭ୍ରନିଲ ନିଜ ପ୍ରତିଭାକୁ ଦେଖାଇବା ପାଇଁ ଉଚିତ୍‌ ସୁଯୋଗକୁ ଅପେକ୍ଷା କରିଛନ୍ତି।
କଟକ ଏସ୍‌ସିବି ମେଡିକାଲ କଲେଜରେ ଏମ୍‌ବିବିଏସ୍‌ କରୁଛନ୍ତି ଆଶୁତୋଷ ଅରୁଣ ମଲ୍ଲିକ। ସେ ତୃତୀୟ ବର୍ଷର ଛାତ୍ର। ସାମ୍ପ୍ରତିକ ବିଷୟବସ୍ତୁ ପଢ଼ିବା ଏବଂ କ୍ରୀଡ଼ା ଇତିହାସ ଜାଣିବା ପାଇଁ ତାଙ୍କର ବେଶ୍‌ ଆଗ୍ରହ ରହିଛି।
ଉତ୍କଳ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ଛାତ୍ର ଅଂଶୁମାନ ସାହୁ। କବିତା, କ୍ଷୁଦ୍ର କାହାଣୀ ଲେଖିବାକୁ ଭଲ ପାଆନ୍ତି। ଏଥିସହ ସେ ଜଣେ ପକୃତିପ୍ରେମୀ।
ରେଭେନ୍ସା ବିଶ୍ୱବିଦ୍ୟାଳୟର ତୃତୀୟ ବର୍ଷର ଛାତ୍ର ମହମ୍ମଦ ଫହିମ ଫୈଜଲ୍‌। ସେ ବକ୍ତୃତା ଦେବା ଏବଂ ବହୁ ସମ୍ମିଳନୀରେ ଯୋଗଦେଇ ନିଜ ଶିକ୍ଷାନୁଷ୍ଠାନରୁ ପ୍ରତିନିଧିତ୍ୱ କରିଛନ୍ତି।
ଭୁବନେଶ୍ୱର ଏମ୍ସର ଏମ୍‌ବିବିଏସ୍‌ର ପ୍ରଥମ ବର୍ଷ ଛାତ୍ର ଦେବାଞ୍ଜନ ରୁଜ୍‌। ବିତର୍କକୁ ଭଲ ପାଉଥିବା ଦେବାଞ୍ଜନ ବିଶ୍ୱ ରାଜନୀତି ବିଷୟରେ ପଢ଼ିବାକୁ ପସନ୍ଦ କରନ୍ତି।
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୟୁଜି(ଅର୍ଥନୀତି) ତୃତୀୟ ବର୍ଷ ଛାତ୍ରୀ ଅପରାଜିତା ଦାସ। ସେ ଖବରକାଗଜ, କାଳ୍ପନିକ ଗଳ୍ପ ପଢ଼ିବାକୁ ପସନ୍ଦ କରନ୍ତି। ରୋଷେଇ କରିବା ତାଙ୍କୁ ଭଲଲାଗେ।

Enter your email to get our daily news in your inbox.

All Right Reserved By Dharitri.Com

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri