ଜଳବାୟୁ ପରିବର୍ତ୍ତନ କଫି ଅମଳରେ ବାଧକ

କୋରାପୁଟ,୧୫ା୩(ଅମିତାଭ ବେହେରା): ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଯୋଗୁ ପାଣିପାଗ ଓ ଋତୁଚକ୍ରରେ ସନ୍ତୁଳନ ନଷ୍ଟହେବାରେ ଲାଗିଛି। ଏହାର ଫଳ ସ୍ବରୂପ ଅସ୍ବାଭାବିକ ବର୍ଷା, ଖରା, ଶୀତ ଆଦି ଅନୁଭୂତ ହେଉଛି। ତେବେ ଏହି ଜଳବାୟୁ ପରିବର୍ତ୍ତନ କଫିଚାଷ ଉପରେ ମଧ୍ୟ ପ୍ରଭାବ ପକାଇଛି। ସାରା ବିଶ୍ବରେ କଫି ଚାଷ ଉପରେ ଜଳବାୟୁ ପରିବର୍ତ୍ତନ ପ୍ରଭାବ ପଡ଼ିଥିବା ବେଳେ କୋରାପୁଟରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କୋରାପୁଟ କଫି ଚାଷୀ। କୋରାପୁଟ କଫିର ଚାହିଦା ବୃଦ୍ଧି ପାଇଥିବା ଯୋଗୁ ଜିଲାରେ ବର୍ତ୍ତମାନ ୧୭୦୦ହେକ୍ଟର ଜମିରେ କଫି ଚାଷ କରାଯାଉଛି। ଆସନ୍ତା ୩ରୁ ୫ ବର୍ଷ ମଧ୍ୟରେ ୫୦୦୦ ହେକ୍ଟର ଜମିରେ କଫି ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। କୋରାପୁଟରେ ଜଳବାୟୁ, ମୃତ୍ତିକା ଓ ଭୂଭାଗ କଫି ଚାଷ ପାଇଁ ସର୍ବଦା ଅନୁକୂଳ ରହିଛି। ପ୍ରତିବର୍ଷ ଅକ୍ଟୋବର ଶେଷ ସପ୍ତାହ ଆଡ଼କୁ ବର୍ଷା ଛାଡ଼ିଯାଇ ଶୀତ ଆସିବା ପୂର୍ବରୁ ଖରା ପଡ଼ିବାରୁ ଏହା କଫି ଫଳ ପାଚିବାରେ ସହାୟକ ହୋଇଥାଏ। ମାତ୍ର ଗତ ବର୍ଷ କୋରାପୁଟ ଅଞ୍ଚଳରେ ହୋଇଥିବା ଅନିୟମିତ ବୃଷ୍ଟିପାତ ହେତୁ ଚଳିତ ବର୍ଷ କଫି ଚାଷ ବିଶେଷ ପ୍ରଭାବିତ ହୋଇଥିବା ଦଶମନ୍ତପୁର ବ୍ଲକ ଛୋଟାଗୁଡ଼ାସ୍ଥିତ ବ୍ରାଉନ ଭେଲି କଫି ବଗିଚାର କଫି ଉଦ୍ୟୋଗୀ ସୁଜୟ ପ୍ରଧାନ କହିଛନ୍ତି। ଏହି କାରଣରୁ ଶତକଡ଼ା ୩୦ରୁ ୪୦ ଭାଗ କଫି ଉତ୍ପାଦ ହ୍ରାସ ପାଇଥିବା ରାଜୁଗୁଡ଼ାସ୍ଥିତ ସପ୍ତଗିରି କଫି ବଗିଚାର ଉଦ୍ୟୋଗୀ ସୁଶାନ୍ତ ପଣ୍ଡା କହିଛନ୍ତି। କଫିଚାଷୀ ବଦଳୁଥିବା ଜଳବାୟୁ ସହ ଖାପଖୁଆଇ କିପରି ଫଳ ତୋଳିବାରେ ସକ୍ଷମ ହୋଇପାରିବେ ସେଥିପ୍ରତି ଦୃଷ୍ଟିଦେବା ଆବଶ୍ୟକ ବୋଲି ଅନ୍ତର୍ଜାତୀୟ ସଂସ୍ଥା ଟାଟା କଫିର ସ୍ବତନ୍ତ୍ର ଅଧିକାରୀ ଆୟାପ୍ପା କହିଛନ୍ତି। ଜଳବାୟୁର ପରିବର୍ତ୍ତିତ ସ୍ଥିତିକୁ ଦୃଷ୍ଟିରେ ରଖି କଫି ବଗିଚାର କିପରି ସୁପରିଚାଳନା କରି କଫି ଉତ୍ପାଦନକୁ ବୃଦ୍ଧି କରିହେବ ସେ ନେଇ ଆୟାପ୍ପା ସଚେତନ କରାଯାଇଥିବା କେଲାରସ୍ଥିତ ମଧୁ ଏଗ୍ରୋ କଫି ବଗିଚାର ମହିଳା ଉଦ୍ୟୋଗୀ ରାଜେଶ୍ୱରୀ ରେଡ୍ଡି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri