Posted inUncategorized

ଧରାପଡ଼ିଲେ ଚତୁର ଲୁଟେରା

ଭୁବନେଶ୍ୱର,୨।୩(ବ୍ୟୁରୋ):ଓଏଲ୍‌ଏକ୍ସରେ ଗାଡି ବିକ୍ରି ପାଇଁ ବିଜ୍ଞାପନ ଦେଉଥିବା ଗାଡ଼ି ମାଲିକଙ୍କୁ ଯୋଗାଯୋଗ କରୁଥିଲେ। ଗାଡି ରେଟ୍‌ ଛିଡିବା ପରେ ଅଳ୍ପ କିଛି ଟଙ୍କା ଅଗ୍ରିମ ଦେଇ ବିଶ୍ୱାସ ଜନ୍ମାଉଥିଲେ। ପରେ ଟେଷ୍ଟ୍‌ ଡ୍ରାଇଭ୍‌ ଆଳରେ ଗାଡ଼ି ନେଇ ଚମ୍ପଟ ମାରୁଥିଲେ। ଉକ୍ତ ଗାଡ଼ିକୁ ଜିଲା ବାହାରକୁ ନେଇ ଅଧା ଦାମ୍‌ରେ ବିକ୍ରି କରୁଥିଲେ। ନିଜ ନାମ ବଦଳାଇ ରାଜଧାନୀର ବିଭିନ୍ନ ଅଞ୍ଚଳର ଲୋକଙ୍କୁ ଏମିତି ଚୂନ ଲଗାଉଥିଲେ। ଏଭଳି ଅଭିନବ ଉପାୟରେ ଗାଡ଼ି ଲୁଟ୍‌ କରୁଥିବା ଏହି ଚତୁର ଲୁଟେରାଙ୍କୁ ଶେଷରେ କମିଶନରେଟ୍‌ ପୋଲିସ ଗିରଫ କରିଛି। ସେ ହେଲେ ଗଞ୍ଜାମ ଜିଲା ଭଞ୍ଜନଗରର ଜଗା ଓରଫ ଅମିତ ପାତ୍ର। ପୋଲିସ ତାଙ୍କ ନିକଟରୁ ୧୧ ବାଇକ ଜବତ କରିଛି। ଜଗା ପୂର୍ବରୁ ମଧ୍ୟ ଗାଡି ଚୋରି କରି ଜେଲ ଯାଇଥିଲେ। ୨୦୧୯ରେ ପୋଲିସ ତାଙ୍କୁ ଗିରଫ କରିବା ସହ ୧୭ଟି ଗାଡି ଜବତ କରିଥିଲା। ତେବେ ଜେଲରୁ ଫେରିବା ପରେ ପୁଣି ଏହି କଳା ଧନ୍ଦା ଆରମ୍ଭ କରିଦେଇଥିଲେ ଜଗା।
ସୂଚନା ଅନୁଯାୟୀ, ଓଏଲ୍‌ଏକ୍ସ ମାଧ୍ୟମରେ ଟେଷ୍ଟ ଡ୍ରାଇଭ୍‌ ଆଳରେ ଗାଡ଼ି ଲୁଟ୍‌ ହେଉଥିବା ନେଇ ମାସେ ତଳେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିଥିଲା। ଏହାପରେ କମିଶନରେଟ୍‌ ପୋଲିସ ପକ୍ଷରୁ ତଦନ୍ତ ପାଇଁ ସ୍ପେଶାଲ ସ୍କ୍ବାଡ୍‌କୁ ନିର୍ଦ୍ଦେଶ ଦିଆଯାଇଥିଲା। ସବୁ ଲୁଟ୍‌ ସମାନ ଢଙ୍ଗରେ ହୋଇଥିବାରୁ ଏଥିରେ ଜଣେ ବ୍ୟକ୍ତି କିମ୍ବା ଗୋଟିଏ ଗ୍ୟାଙ୍ଗ୍‌ର ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରିଥିଲା। ଏହାପରେ ପୋଲିସ ସିସିଟିଭି ଫୁଟେଜ ଓ ଫୋନ ନମ୍ବରକୁ ଟ୍ରାକିଂ କରି ଜଗାଙ୍କୁ ଚିହ୍ନଟ କରିଥିଲା। ଗଞ୍ଜାମସ୍ଥିତ ତାଙ୍କ ଘରେ ଥିବାବେଳେ ସ୍ପେଶାଲ ସ୍କ୍ବାଡ୍‌ ଚଢ଼ାଉ କରି ତାଙ୍କୁ ଧରି ଭୁବନେଶ୍ୱର ଆଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୀନେଶ କୁମାରଙ୍କୁ ଡବଲ ସ୍ବର୍ଣ୍ଣ

ଭୁବନେଶ୍ୱର,୪।୧୦ (କ୍ରୀଡ଼ା ପ୍ରତିନିଧି): ଗୁଜରାଟର ୬ ସହର ଅହମଦାବାଦ, ଗାନ୍ଧୀନଗର, ସୁରଟ, ଭଦୋଦରା, ରାଜକୋଟ ଓ ଭବନଗରରେ ଚାଲିଥିବା ଜାତୀୟ କ୍ରୀଡ଼ାର ୪ର୍ଥ ଦିବସରେ ସୋମବାର...

ବକ୍ସିଂ: ପୂଜାରାଣୀ କ୍ୱାର୍ଟରଫାଇନାଲରେ

ଟୋକିଓ, ୨୯ା୭ (ପି.ଟି.)-ଦୁଇଥର ଏସିଆନ ଚାମ୍ପିୟନ ମହିଳା ବକ୍ସର ପୂଜା ରାଣୀ (୭୫ କେଜି) ତାଙ୍କ ଓପନିଂ ବାଉଟ୍‌ରେ ଆଲଜେରିଆର ଇଚ୍ରାକ୍‌ ଚାଇବାଙ୍କୁ ପରାସ୍ତ କରି...

ଶାନ୍ତି ଓ ଆଧ୍ୟାତ୍ମିକ ଗୁରୁ

ଅଷ୍ଟମ ଶତାବ୍ଦୀର ପ୍ରସିଦ୍ଧ ଇରାକୀ ସୁଫି ସନ୍ଥ ରାବ୍ୟାଙ୍କ ସମ୍ପର୍କରେ ଶୁଣିଥିବା ଏକ ସୁନ୍ଦର କାହାଣୀରୁ ଆରମ୍ଭ କରିବା। ଥରେ ରାବ୍ୟା ଏକାମ୍ର ଚିତ୍ତରେ ଗୋଟେ...

୫୦ ବର୍ଷ ଡେଇଁବା ମାତ୍ରେ ମଣିଷଙ୍କଠାରେ ଦେଖାଯାଏ ଏସବୁ ରୋଗ

ମଣିଷଙ୍କୁ ୫୦ ବର୍ଷ ଡେଇଁବା ମାତ୍ରେ କିଛି ବିଶେଷ ସମସ୍ୟା ସେମାନଙ୍କୁ ଆକ୍ରାନ୍ତ କରିଥାଏ। ଯାହା ବୟସ୍କ ଲୋକଙ୍କ ଲାଗି ଚିନ୍ତାର କାରଣ ହୋଇପଡେ। କାରଣ...

ସମ୍ବଲପୁର ଆଇଆଇଏମ୍‌ ସ୍ଥାୟୀ କ୍ୟାମ୍ପସ୍‌ର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ସମ୍ବଲପୁର,୩୧।୧୨(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆସନ୍ତା ଜାନୁୟାରୀ ୨ ତାରିଖରେ ସମ୍ବଲପୁରସ୍ଥିତ ଆଇଆଇଏମ୍‌ (ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ ମ୍ୟାନେଜମ୍ୟାଣ୍ଟ) ସ୍ଥାୟୀ କ୍ୟାମ୍ପସର...

ଅରୁଣାଞ୍ଚଳରେ ୧୫ଟି ସ୍ଥାନର ନାମ ବଦଳି ଦେଲା ଚାଇନା

ନୂଆଦିଲ୍ଲୀ,୩୦।୧୨: ଉତ୍ତରପୂର୍ବ ରାଜ୍ୟ ଅରୁଣାଞ୍ଚଳ ପ୍ରଦେଶର ୧୫ଟି ସ୍ଥାନର ନାମ ପରିବର୍ତ୍ତନ କରିବାକୁ ପ୍ରୟାସ କରୁଛି ଚାଇନା। ପଡ଼ୋଶୀ ଦେଶର ଏଭଳି ପଦକ୍ଷେପକୁ କଡ଼ା ଶବ୍ଦରେ...

ମୁମ୍ବାଇରେ ପାଣି ଉପରେ ଚାଲିବ ଟାକ୍ସି

ମୁମ୍ବାଇ,୨୪।୧୨: ଆସନ୍ତା ବର୍ଷ ଜାନୁୟାରୀରୁ ମୁମ୍ବାଇରେ ଆରମ୍ଭ ହେବାକୁ ଯାଉଛି ନୂଆ ଟ୍ରାନ୍ସପୋର୍ଟ ବ୍ୟବସ୍ଥା। ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ, ଦକ୍ଷିଣ ମୁମ୍ବାଇ...

ମହିଳା ସଶକ୍ତୀକରଣକୁ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୦।୧:ରାଜ୍ୟର ପ୍ରମୁଖ ବନ୍ଦର ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ (ଏସ୍‌ପିପିଏଲ୍‌) ପକ୍ଷରୁ ନିକଟରେ ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସ୍ଥାନୀୟ ବାଲିଆପାଳଠାରେ ଆୟୋଜନ କରାଯାଇଥିଲା। ଏହି...

Advertisement
Archives

Model This Week