ଗଣେଶ ପୂଜା-ନୂଆଁଖାଇ, ପୌରକେଲାରେ ସ୍ୱଚ୍ଛତା ଅଭିଯାନ

କର୍ଲାମୁଣ୍ଡା,୧୩।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଳା ନୂଆଁଖାଇ ପର୍ବ ଅବସରରେ ପୌରକେଲା ଗ୍ରାମର ମା ସୁନାମୁଖୀ ଯୁବ ସଂଗଠନ ପକ୍ଷରୁ ରବିବାର ଏକ ସ୍ୱଚ୍ଛତା ଓ ପରିମଳ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଗ୍ରାମର ପରିବେଶକୁ ସ୍ୱଚ୍ଛ, ସୁନ୍ଦର ଓ ପରିଷ୍କାର ରଖିବା ସହ ଗ୍ରାମବାସୀଙ୍କ ମଧ୍ୟରେ ସ୍ୱଚ୍ଛତା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବ ସଂଗଠନର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ଗ୍ରାମ ପରିଭ୍ରମଣ କରିଥିଲେ।

ଗ୍ରାମର ପରିବେଶକୁ ସ୍ୱଚ୍ଛ ଓ ପରିଷ୍କାର-ପରିଚ୍ଛନ୍ନ ରଖିବା ପାଇଁ ସେମାନେ ବିଭିନ୍ନ ଜନସଚେତନତାମୂଳକ ନାରା ଦେଇ ଗ୍ରାମବାସୀଙ୍କୁ ସଚେତନ କରିଥିଲେ । ଏଥିସହ ରାସ୍ତାକଡ଼ରେ ଆବଶ୍ୟକ ସ୍ଥାନରେ ବ୍ଲିଚିଙ୍ଗ ପାଉଡର ପକାଇ ପରିବେଶକୁ ପରିଷ୍କାର ଓ ସ୍ୱଚ୍ଛ କରିଥଲେ।
ଯୁବ ସଂଗଠନର କାର୍ଯ୍ୟକର୍ତ୍ତାମାନେ ପୌରକେଲା ପଞ୍ଚାୟତ ଛକଠାରୁ ଶିବ ମନ୍ଦିର ଓ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ସଫେଇ କରିବା ସହ ରାସ୍ତାପାର୍ଶ୍ୱରେ ଜମିଥିବା ଅଳିଆ ଆବର୍ଜନା ସଫା କରିଥିଲେ। ଏହାଦ୍ୱାରା ଗ୍ରାମର ମୁଖ୍ୟ ରାସ୍ତାଗୁଡ଼ିକ ସ୍ୱଚ୍ଛ ଓ ପରିଷ୍କାର ହୋଇଥିଲା।
ଯୁବ ସଂଗଠନର ଏଭଳି ସାମାଜିକ ଓ ଜନକଲ୍ୟାଣମୂଳକ କାର୍ଯ୍ୟକୁ ଦେଖି ପଞ୍ଚାୟତର ସରପଞ୍ଚ ଯଶୋସ୍ୱିନୀ ଧରୁଆ, ଆଶାକର୍ମୀ ସନ୍ତରା ରଣା ଏବଂ ଗ୍ରାମର ବିଶିଷ୍ଟ ଭଦ୍ରବ୍ୟକ୍ତି ବବୃବାହନ ଭୋଇ, ଟିକେମନ ଭୋଇ ଓ ବୈବସୂତ ସୁନା ସଂଗଠନର ସଦସ୍ୟମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଏଥିସହ ଏଭଳି ସାମାଜିକ ଓ ସ୍ୱଚ୍ଛତାମୂଳକ କାର୍ଯ୍ୟକ୍ରମ ପାଇଁ ସେମାନେ ନିଜର ସହଯୋଗର ହାତ ବଢ଼ାଇଥିଲେ ।

ଏହି ସ୍ୱଚ୍ଛତା ଅଭିଯାନରେ ଯୁବ ସଂଗଠନର ଅଧ୍ୟକ୍ଷ ଲକ୍ଷପତି ରଣା, ଉପାଧ୍ୟକ୍ଷ ଲୋକନାଥ ଦଣ୍ଡସେନା, ସଚିବ ତରୁଣସେନ ସାହୁ, ଯୁଗ୍ମ ସଚିବ ପ୍ରଭଞ୍ଜନ ଦାସ, କୋଷାଧ୍ୟକ୍ଷ ଯୁଗସନ ରଣା, ଉପକୋଷାଧ୍ୟକ୍ଷ ଜଗମୋହନ ଭୋଇ, ଗଣମାଧ୍ୟମ ସଂଯୋଜକ ସୁବ୍ରତ କୁମାର ରଣା ଓ ଜନସମ୍ପର୍କ ସଂଯୋଜକ ଭୋଳା ରଣାଙ୍କ ସମେତ କୋର କମିଟି ସଦସ୍ୟ ଧନେଶ୍ୱର ଭୋଇ, ପ୍ରଦୀପ କୁମାର ବେହେରା, ହଂଶଧ୍ୱଜ ଦଣ୍ଡସେନା, ଲୋଚନ ପାତ୍ର, ଲମ୍ବୋଦର ନାଏକ ଓ ଯୁବ ସଂଗଠନର ଅନ୍ୟାନ୍ୟ ସଦସ୍ୟମାନେ ଯୋଗଦେଇ ଶ୍ରମଦାନ କରିଥିଲେ।

ପର୍ବପର୍ବାଣୀ ସମୟରେ ନିଜ ଗ୍ରାମ ଓ ପରିବେଶକୁ ସ୍ୱଚ୍ଛ ରଖିବା ସହ ସ୍ୱଚ୍ଛତା ପ୍ରତି ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଯୁବ ସଂଗଠନର ଏଭଳି ପ୍ରୟାସ ଗ୍ରାମର ସ୍ୱଚ୍ଛତା, ସାମାଜିକ ଏକତା ଓ ଜନସଚେତନତା ବୃଦ୍ଧିରେ ଏକ ଉତ୍ସାହଜନକ ପଦକ୍ଷେପ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହା ଛକ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବେକକୁ ଏକ…

ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍‌ଘାଟନ କରି ବିଧାୟକ କହିଲେ…

ଭଞ୍ଜନଗର,୧୩ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଜିଲୁଣ୍ଡିପଲ୍ଲୀସ୍ଥିତ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?