Posted inଖେଳ

ଭାରତର କ୍ଲିନ ସୁଇପ୍‌, ୩ରୁ ୩ ଜିତିଲା, କୋନଓ୍ବେଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ୱେ ପୁଣି ହାରିଲା ନ୍ୟୁଜିଲାଣ୍ଡ…

ଇନ୍ଦୋର,୨୪।୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଅର୍ନ୍ତଜାତୀୟ ଏକଦିବସୀୟ ସିରିଜରେ ଇନ୍ଦୋରର ହୋଲକାର କ୍ରିକେଟ ଷ୍ଟାଡିୟମରେ ଖେଳା ଯାଇଥିବା ତୃତୀୟ ମ୍ୟାଚକୁ ଜିତିଛି। ନ୍ୟୁଜିଲାଣ୍ଡ ଅଧିନାୟକ ଟମ୍‌ ଲାନ୍ଥାମ ଟସ ଜିତିବା ପରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ବ୍ୟାଟିଂ କରି ଟିମ୍‌ ଇଣ୍ଡିଆ ବିଶାଳ ସ୍କୋର କରି କ୍ଲିନ ସୁଇପ୍‌ କରି ୩ ଟିକିଆ ଏକଦିବସୀୟ ସିରିଜରୁ ୩ରୁ ୩ ମ୍ୟାଚ ସହଜରେ ଜିତିଛି।

୫୦ ଓଭରରେ ଭାରତ ୯ ଓ୍ବିକେଟ ହରାଇ ୩୮୫ ରନ କରିଥିଲା। ଫଳରେ ନ୍ୟୁଜିଲାଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୩୮୬ ରନ ରହିଥିଲା।

ଭାରତ ପକ୍ଷରୁ ରୋହିତ ଶର୍ମା ୮୫ ବଲରେ ୧୦୧, ଶୂଭମାନ ଗିଲ୍‌ ୭୮ ବଲରେ ୧୧୨, ହାର୍ଦ୍ଦିକ ପାଣ୍ଡ୍ୟା ୩୮ ବଲରେ ୫୪ ରନ୍‌ କରିଥିଲେ।

ତେବେ ନ୍ୟୁଜିଲାଣ୍ଡ ଦଳ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ନ୍ୟୁଜିଲାଣ୍ଡ ଦଳ ୪୧.୨ ଓଭରରେ ୧୦ ଓ୍ବିକେଟ ହରାଇ ୨୯୫ରନ୍‌ କରିଥିଲା। ନ୍ୟୁଜିଲାଣ୍ଡ ଅଧିନାୟକ ଟମ ଲାଥାମଙ୍କ ଦଳ ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇ ପାରି ନ ଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଡେଭୋନ କୋନଓ୍ବେ ଲଢୁଆ ବ୍ୟାଟିଂ ସତ୍ତ୍ୱେ ଦଳ ପୁଣି ହାରିଛି। କୋନଓ୍ବେ ୧୦୦ ବଲରୁ ୧୩୮ ରନ୍‌ ସଂଗ୍ରହ କରିଥିଲେ। ସେହିପରି ୪୦ ହେନେରୀ ନିକୋଲ୍ସ ବଲରୁ ୪୨ ରନ୍‌, ମିଚେଲ ସାନ୍ଥେର ୨୯ ବଲରୁ ୩୭ ରନ୍‌, ଡାରିୟଲ ମିଚେଲ ୩୧ ବଲରୁ ୨୪ ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ରୋହିତ ଯୋଗୁ ଏହି ଧୁରନ୍ଧରଙ୍କ କଟିବ ପତ୍ତା! ୨୭ରେ ପ୍ରଥମ ODI ପାଇଁ ଜାଣନ୍ତୁ ସମ୍ଭାବ୍ୟ ପ୍ଲେଇଂ-୧୧

ନୂଆଦିଲ୍ଲୀ,୨୫।୯: ଶ୍ରେୟସ ଅୟର ବର୍ତ୍ତମାନ ଜାପାନରେ ଏସିଆନ ଗେମ୍ସ ଦଳ ସହ ରହିଛନ୍ତି। ତେଣୁ ଭାରତୀୟ ଦଳରେ ନମ୍ବର-୪ ସ୍ଥାନ ଖାଲି ରହିଛି। ଏହି ସ୍ଥାନରେ ମ୍ୟାନେଜମେଣ୍ଟ…

ସକାଳୁ ସକାଳୁ ପୂର୍ବତନ ବିଧାୟକଙ୍କୁ ଉଠାଇନେଲା ପୋଲିସ, ମମତାଙ୍କ ଘନିଷ୍ଠ ଥିଲେ..

କୋଲକାତା,୨୫।୯: ତୃଣମୂଳ କଂଗ୍ରେସର ସମସ୍ୟା କମିବାର ନାଁ ନେଉନାହିଁ । ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପୂର୍ବତନ ବିଧାୟକ ଅଜିତ ମାଇତିଙ୍କୁ ଠକେଇ ମାମଲାରେ ପୋଲିସ ଗିରଫ କରିଛି…

ଏସିଆନ ଗେମ୍ସରେ ଭାରତୀୟ ଖେଳାଳିଙ୍କ ସହ ଧୋକା! ଦେଶକୁ ଫେରି କହିଲେ- ମୋଠାରୁ ଛଡ଼ାଇ ନିଆଗଲା…

ନୂଆଦିଲ୍ଲୀ,୨୫।୯: ୨୦୨୬ ଏସିଆନ ଗେମ୍ସରେ ଭାରତୀୟ ମିକ୍ସଡ ମାର୍ଶାଲ ଆଟର୍‌ସ (MMA) ଖେଳାଳି ସୁଚିକା ତାରିୟାଲ ଇତିହାସ ରଚିଛନ୍ତି। ମହିଳା ଟ୍ରାଡିସନାଲ ୬୦ କେଜି ବର୍ଗରେ ବ୍ରୋଞ୍ଜ…

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ଦିନ ମିଳିବ ବକେୟା ଭତ୍ତା

ଭୁବନେଶ୍ୱର, ୨୫।୯: ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ଥିବା ଭତ୍ତା। ଏନେଇ ବିଧାନସଭାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ରାଜ୍ୟରେ ସମୁଦାୟ ୨୦…

୨ ଅଧିକାରୀ ଚାକିରିରୁ ନିଲମ୍ବିତ: କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୫।୯: ରାଜ୍ୟର ଦୁଇ ବରିଷ୍ଠ ଅଧିକାରୀ ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳଙ୍କୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?