କ୍ଲିନ୍‌ ଆଣ୍ଡ କ୍ଲିୟରର ନୂତନ ଅଭିଯାନ

ନୂଆଦିଲ୍ଲୀ,୨୪ା୫: ଦେଶର ପ୍ରମୁଖ ସ୍କିନ୍‌କେୟାର ବ୍ରାଣ୍ଡ୍‌ ‘କ୍ଲିନ୍‌ ଆଣ୍ଡ କ୍ଲିୟର’ର ନୂତନ ଅଭିଯାନ ‘ପିମ୍ପଲ ହି ତୋ ହୈ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହାର ନୂଆ ଡିଜିଟାଲ ଫିଲ୍ମ ମଧ୍ୟ ନିକଟରେ ଉନ୍ମୋଚିତ ହୋଇଯାଇଛି। ବ୍ରାଣ୍ଡ୍‌ର ପ୍ରତିଶ୍ରୁତିକୁ ସୁଦୃଢ଼କରି ଏହି ନୂଆ ଡିଜିଟାଲ ଫିଲ୍ମ କିଶୋରମାନଙ୍କ ବ୍ରଣ ଉପରେ ଏକ ସତେଜ ଦୃଷ୍ଟିକୋଣ ଉପସ୍ଥାପନା କରିଛି, ଯାହା କିଶୋରୀ ଝିଅମାନଙ୍କୁ ଅପ୍ରତ୍ୟାଶିତ ଘଟଣାଗୁଡ଼ିକୁ ଗ୍ରହଣ କରିବା ପାଇଁ ସଶକ୍ତ କରିବା ସହ ସେମାନଙ୍କୁ ଜୀବନରେ ଗୁରୁତ୍ୱ ବହନ କରୁଥିବା ବିଷୟଗୁଡିକ ଉପରେ ଧ୍ୟାନଦେବା ପାଇଁ ପ୍ରୋତ୍ସାହିତ କରୁଛି।

ଏହି ନୂଆ ଡିଜିଟାଲ କ୍ୟାମ୍ପେନ ବିଶେଷକରି କିଶୋରୀଙ୍କ ଜୀବନରେ ବ୍ରଣ ସହ ଜଡ଼ିତ ଥିବା ଡ୍ରାମାକୁ ବିସ୍ତୃତ ଭାବେ ଆଲୋକପାତ କରିଛି। ସେହିଭଳି ନୂଆ କ୍ୟାମ୍ପେନ ନୂଆ ଓ ଉନ୍ନତ କ୍ଲିନ୍‌ ଆଣ୍ଡ କ୍ଲିୟର ଫୋମିଂ ଫେସ୍‌ୱାଶକୁ ଆଲୋକିତ କରିଛି, ଯାହା କେବଳ ଏକ ସପ୍ତାହ ମଧ୍ୟରେ ବ୍ରଣ ହ୍ରାସ କରିବା ପାଇଁ ଡାକ୍ତରୀ ରୂପେ ପ୍ରମାଣିତ ଏବଂ ଏହା କିଶୋର-କିଶୋରୀମାନଙ୍କୁ ନିଜର ବ୍ରଣ ଚିନ୍ତାକୁ ଉତ୍ତମ ଭାବେ ନିୟନ୍ତ୍ରଣ କରିବା ପାଇଁ ସକ୍ଷମ କରୁଛି।

ଏ ସମ୍ପର୍କରେ ଏସେନ୍ସିଆଲ ହେଲ୍‌ଥ ଆଣ୍ଡ ସ୍କିନ୍‌ ହେଲ୍‌ଥ, କେନଭ୍ୟୁର ମାର୍କେଟିଂ ବିଭାଗର ଉପାଧ୍ୟକ୍ଷ ଓ ବିଜ୍‌ନେସ ୟୁନିଟ୍‌ ମୁଖ୍ୟ ମନୋଜ ଗଡ୍‌ଗିଲ କହିଛନ୍ତି, ଲକ୍ଷ ଲକ୍ଷ ଝିଅଙ୍କ ଦ୍ୱାରା ବିଶ୍ୱାସ କରାଯାଉଥିବା ଏକ ଅଗ୍ରଣୀ ଟିନ୍‌ ସ୍କିନ୍‌କେୟାର ବ୍ରାଣ୍ଡ୍‌ ଭାବେ କ୍ଲିନ୍‌ ଆଣ୍ଡ କ୍ଲିୟର କିଶୋରୀଙ୍କ ଜୀବନ ଓ ସେମାନଙ୍କ ତ୍ୱଚାରୁ ଏଭଳି ଛୋଟ ଛୋଟ ବ୍ୟାଘାତଗୁଡିକୁ ଦୂର କରିବାରେ ବିଶ୍ୱାସ ରଖିଥାଏ। ଫଳରେ ସେମାନେ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡିକ ଉପରେ ଧ୍ୟାନ ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ବୀମା ଯୋଜନାର ପରିବର୍ତ୍ତନକୁ ନେଇ ତେଜିଲା ବିରୋଧ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଛତ୍ରପୁର,୧୧।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ପରିବର୍ତ୍ତନ କରିବା ପ୍ରକ୍ରିୟାକୁ ବିରୋଧ କରିଛି ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ)…

ଧର୍ମେନ୍ଦ୍ର ପ୍ରଧାନଙ୍କ ବିସ୍ଫୋରକ ବୟାନ, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସେ….କାହାକୁ କହିଲେ ଏମିତି

ନୂଆଦିଲ୍ଲୀ, ୧୧।୮: ସଂସଦରେ ମୌସୁମୀ ଅଧିବେଶନ ଚାଲିଛି। ସଂସଦ ମାର୍ଚ୍ଚ ସମୟରେ ଛାତ୍ରୀଛାତ୍ରଙ୍କ ଉପରେ ଦିଲ୍ଲୀ ପୋଲିସର ଲାଠିଚାର୍ଜକୁ ନେଇ ବିରୋଧୀ ଦଳଗୁଡ଼ିକ କ୍ରମାଗତ ଭାବେ କେନ୍ଦ୍ର…

ବାଙ୍କୀ-ଡମପଡ଼ା ବ୍ଲକରେ ଲାଗିଲା ୧୬୩ ଧାରା

ବାଙ୍କୀ,୧୧।୮: ବାଙ୍କୀ-ଡମପଡ଼ା ବ୍ଲକ ପରିସରରେ ମଙ୍ଗଳବାର BNSS ୧୬୩ ଧାରା ଲାଗୁ କରାଯାଇଛି। ବିଧାୟକ ଏବଂ ଭାଜପା ବିଧାୟକ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତ ହେବା…

ରୋହିତ ଶର୍ମାଙ୍କ ସନ୍ନ୍ୟାସ ନେବା ପକ୍କା? ଏହି ଖୁସି ଖବର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମନ ଭାଙ୍ଗିଦେବ!

ନୂଆଦିଲ୍ଲୀ, ୧୧।୮: ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ତୃତୀୟ ଦିନିକିଆ ମ୍ୟାଚରେ ଏହି ଭାରତୀୟ ଖେଳାଳି ଏକ ଚମତ୍କାର ଶତକ…

ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର, ବଡ଼ ଦୁର୍ଘଟଣାରୁ….

କୋଲକାତା,୧୧।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ପୂର୍ବ ମେଦିନୀପୁରର କୋଲାଘାଟରେ ଜରୁରୀ ଅବତରଣ କରୁଛି । ସେ ଖୁଦିରାମ ବୋଷଙ୍କ ଶ୍ରାଦ୍ଧ…

‘ଜନ୍ତର ମନ୍ତର ଭଳି ଝାଡ଼ଖଣ୍ଡରେ ମଧ୍ୟ…’, ଛାତ୍ର ଆନ୍ଦୋଳନକୁ ନେଇ ଅଭିଜିତଙ୍କ ବଡ଼ ବୟାନ, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୧।୮: ଝାଡ଼ଖଣ୍ଡରେ ନିଯୁକ୍ତି ପରୀକ୍ଷାରେ କଥିତ ଅନିୟମିତତା ବିରୋଧରେ ଆନ୍ଦୋଳନ କରୁଥିବା ଛାତ୍ରୀଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା…

ଟ୍ରାଞ୍ଜିଷ୍ଟ ହାଉସ ଭାଙ୍ଗିବା ବେଳେ ଉତ୍ତେଜନା

ଭୁବନେଶ୍ୱର,୧୧।୮: ଭୁବନେଶ୍ୱର ନିଳାଦ୍ରୀ ବିହାର ଅଞ୍ଚଳରେ ମଙ୍ଗଳବାର ଏକ ବଡ଼ଧରଣର ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ବିଏମ୍‌ସି ଏବଂ ବିଡିଏ ପକ୍ଷରୁ ନିଳାଦ୍ରୀ ବିହାର ଅଞ୍ଚଳରେ ଥିବା…

କିଏ ସେହି ଯୁବତୀ, ଯାହାଙ୍କ ପ୍ରେମରେ ଉବୁଟୁବୁ ଗୋବିନ୍ଦା

ଅଭିନେତା ଗୋବିନ୍ଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସ୍ତ୍ରୀ ସୁନିତା ଆହୁଜା ତାଙ୍କ ନାଁରେ ଅନୈତିକ ସମ୍ପର୍କ ରଖିଥିବାର ଅଭିଯୋଗ ଆଣିଛନ୍ତି। ନିକଟରେ ଗୋବିନ୍ଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri