ଆଜି ଖୋଲିବ ପ୍ରଥମରୁ ସପ୍ତମ ଶ୍ରେଣୀ: ୨୮ରୁ ସ୍କୁଲ ଯିବେ ପିଲା

ଭୁବନେଶ୍ୱର, ୧୪।୨(ବ୍ୟୁରୋ): ସାରା ରାଜ୍ୟରେ ସୋମବାରଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ହେଲେ ଏବେ ଛାତ୍ରୀଛାତ୍ରମାନେ ସ୍କୁଲ ଯିବେ ନାହିଁ। କେବଳ ଶିକ୍ଷକ ଓ କର୍ମଚାରୀ ସ୍କୁଲକୁ ଯାଇ ଶ୍ରେଣୀକକ୍ଷ, ପରିସର ସଫେଇ ସହ ଅନ୍ୟାନ୍ୟ କାର୍ଯ୍ୟ ତଦାରଖ କରିବେ। ତେବେ ଆସନ୍ତା ୨୮ ତାରିଖରୁ ପିଲାମାନେ ସ୍କୁଲ୍‌ ଯାଇ ଶ୍ରେଣୀ ଗୃହରେ ବସି ପାଠପଢ଼ିବେ।
କରୋନା ଯୋଗୁ ଦୀର୍ଘ ଦୁଇବର୍ଷ ହେବ ପ୍ରାଥମିକ ପିଲାମାନେ ସ୍କୁଲ ମାଟି ମାଡ଼ି ନାହାନ୍ତି। ଜାନୁୟାରୀ ୩ରୁ ସେମାନଙ୍କ ପାଇଁ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିଲେ। କିନ୍ତୁ କରୋନାର ତୃତୀୟ ଲହର ପ୍ରଭାବ ଯୋଗୁ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିଲା। ଏଥିସହ ଏହା ପୂର୍ବରୁ ଚାଲିଥିବା ବାକି ସବୁ ଶ୍ରେଣୀ ପାଠପଢ଼ାକୁ ବି ବନ୍ଦ କରି ଦିଆଯାଇଥିଲା। ତେବେ ତୃତୀୟ ଲହର ପ୍ରଭାବ କମିବା ପରେ ସରକାର ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି କ୍ରମରେ ଗତ ୭ ତାରିଖରୁ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ସହିତ କଲେଜ ଓ ବିଶ୍ୱବିଦ୍ୟାଳୟ ମଧ୍ୟ ଖୋଲିସାରିଛି। ସେହିଭଳି ୧୪ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବ ବୋଲି ମଧ୍ୟ ଘୋଷଣା ହୋଇଥିଲା। କିନ୍ତୁ ଦୀର୍ଘଦିନ ଧରି ସ୍କୁଲଗୁଡ଼ିକ ବନ୍ଦ ଥିବାରୁ ଏହାକୁ ସଫାସୁତୁରା କରିବା ପାଇଁ ସମୟ ଦରକାର। ସ୍କୁଲ ପରିସର ସ୍ବଚ୍ଛ ଓ ମରାମତି ପାଇଁ ଜିଲାପାଳମାନେ ସମୟ ମାଗିଛନ୍ତି। ଏଥିସହିତ ଭୋଟ୍‌ ପାଇଁ ଶିକ୍ଷକ ଓ ସ୍କୁଲ କର୍ମଚାରୀଙ୍କ ନିର୍ବାଚନ ଡ୍ୟୁଟି ପଡ଼ିଛି। ସେମାନେ ପ୍ରଶିକ୍ଷଣ ନେବା ପାଇଁ ଯିବେ। ଅଧିକାଂଶ ସ୍କୁଲ୍‌ରେ ମଧ୍ୟ ବୁଥ୍‌ ହେବାକୁ ଯାଉଛି। ତେଣୁ ପିଲାଙ୍କ ଅଫ୍‌ଲାଇନ୍‌ କ୍ଲାସ୍‌ ଘୁଞ୍ଚାଇବାକୁ ଜିଲାପାଳମାନେ ଅନୁରୋଧ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀଗୃହ ପାଠପଢ଼ା ୨୮ରୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଅନ୍‌ଲାଇନ୍‌ କ୍ଲାସ୍‌ ଜାରି ରହିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ୍‌

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଜେଇଇ ଆଡଭାନ୍ସଡ୍‌ ୨୦୨୧ ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ୩୪୮ ନମ୍ବର ରଖି ଦିଲ୍ଲୀର ମ୍ରିଦୁଲ ଅଗ୍ରଓ୍ବାଲ ଟପ୍‌ ରାଙ୍କରେ ଅଛନ୍ତି। ମହିଳା...

ଏନ୍‌ଇଟି ସ୍ଥଗିତ

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ୨୦୨୦ ଡିସେମ୍ବର ପର୍ଯ୍ୟାୟ ୟୁଜିସି ଦ୍ୱାରା ପରିଚାଳିତ ନ୍ୟାଶନାଲ...

‘ପିପିଲି ବିକାଶ କଥା ନିଜେ ବୁଝିବି’

ଭୁବନେଶ୍ୱର,୧୩।୪(ବ୍ୟୁରୋ): ମୁଁ ପିପିଲି-ଡେଲାଙ୍ଗ ଯାଇଥାଆନ୍ତି। ଆପଣମାନେ ମୋତେ ଆଶୀର୍ବାଦ କରିବାକୁ ବହୁସଂଖ୍ୟାରେ ଏକାଠି ହୋଇଥାନ୍ତେ। କୋଭିଡ୍‌ ସମୟରେ ଏହା ଠିକ୍‌ ହେବ ନାହିଁ। ମୋ ପାଇଁ...

ଓଡ଼ିଆରେ ଇଞ୍ଜିନିୟରିଂ ପଢ଼ା କେତେ ସହଜ

ଭୁବନେଶ୍ୱର, ୨୧ା୯(ବ୍ୟୁରୋ):ଆସନ୍ତା ଶିକ୍ଷାବର୍ଷଠାରୁ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପଢ଼ାଯିବ ବୋଲି ଅଲ୍‌ ଇଣ୍ଡିଆ କାଉନ୍‌ସିଲ ଫର୍‌ ଟେକ୍ନିକାଲ ଏଜୁକେଶନ୍‌ (ଏଆଇସିଟିଇ) ସବୁଜ ସଙ୍କେତ ଦେଇଛି। ଫଳରେ...

ଇଣ୍ଡିପେଣ୍ଡେଣ୍ଟ କପ୍‌ ଫୁଟବଲ ଟୁର୍ନାମେଣ୍ଟ : କୋମନା, ନୂଆପଡା ମଧ୍ୟରେ ଫାଇନାଲ ମ୍ୟାଚ୍‌

କୋମନା,୨୫।୮(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ତରବୋଡସ୍ଥିତ ରାଜିବ ଗାନ୍ଧୀ ମିନି ଷ୍ଟାଡିୟମରେ ଚାଲିଥିବା ଦ୍ୱାଦଶ ଇଣ୍ଡିପେଣ୍ଡେଣ୍ଟ କପ ଫୁଟବଲ ଟୁର୍ନାମେଣ୍ଟର ଦୁଇଟି ସେମି ଫାଇନାଲ...

ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ନିର୍ଦ୍ଦେଶକଙ୍କ ଦରମା ପ୍ରସଙ୍ଗ : ପଦକ୍ଷେପ କ’ଣ ନେଇଛ ଜଣାଅ: ହାଇକୋର୍ଟ

କଟକ ଅଫିସ,୪ା୧୦: ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରର ନିର୍ଦ୍ଦେଶକ ଡା. ଲଲାଟେନ୍ଦୁ ଷଡଙ୍ଗୀ ଚଞ୍ଚକତା କରି ନିଜ ବେତନ ବାବଦରେ ପ୍ରାପ୍ୟଠାରୁ ୩୦ ଲକ୍ଷରୁ...

୨୩ ଜିଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର,୧୯।୮(ବ୍ୟୁରୋ): ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓଡ଼ିଶା ଅତିକ୍ରମ କରିଛି। ଯେତିକି ବର୍ଷା ହେବା କଥା ହେଲା ନାହିଁ। ଦକ୍ଷିଣ ଓଡ଼ିଶାର କେତେକ ଜିଲାରେ କିଛି...

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାରଠାରୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଶନିବାର ସା ୭ଟା ୩୦ରେ ସେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ...

Advertisement
Archives

Model This Week