Posted inଜାତୀୟ

ମନନ ମିଶ୍ରାଙ୍କ ଇସ୍ତଫା ଦାବି କରି ଆନ୍ଦୋଳନ କରିବ CJP! ଜାଣନ୍ତୁ ସେ କିଏ, ଆଉ କାହିଁକି ତାଙ୍କୁ ଘେରିବେ ଅଭିଜିତ

ନୂଆଦିଲ୍ଲୀ,୧୪।୮: ଭାରତର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କୁ NALSAR ୟୁନିଭର୍ସିଟି ଅଫ ଲ’ର ଦୀକ୍ଷାନ୍ତ ସମାରୋହକୁ ଆମନ୍ତ୍ରଣ କରିବାକୁ ବିରୋଧ କରିବା ଘଟଣା ନୂଆ ମୋଡ଼ ନେଇଛି। ବିରୋଧ କରିଥିବା ଛାତ୍ରମାନଙ୍କ ବିରୋଧରେ ତଦନ୍ତ କରିବା ଏବଂ ସେମାନଙ୍କୁ ଓକିଲ ଭାବେ ନାମାଙ୍କନ ନକରିବା ପାଇଁ ବାର୍‌ କାଉନସିଲ ଅଫ ଇଣ୍ଡିଆ (BCI) ଦେଇଥିବା ନିର୍ଦ୍ଦେଶକୁ ଏବେ ପ୍ରତ୍ୟାହାର କରିନେଇଛି। କକ୍ରୋଚ ଜନତା ପାର୍ଟି (CJP)ର ବିରୋଧ ପରେ BCI ଏହି ନିଷ୍ପତ୍ତି ନେଇଛି। ଏହା ସହିତ CJP ଏବେ BCI ଅଧ୍ୟକ୍ଷ ତଥା ଭାଜପାର ରାଜ୍ୟ ସଭା ସାଂସଦ ମନନ କୁମାର ମିଶ୍ରାଙ୍କ ଇସ୍ତଫା ଦାବି କରିବାର ମଧ୍ୟ ସଙ୍କେତ ଦେଇଛି।

ଅନ୍ୟପକ୍ଷରେ, ମନନ ମିଶ୍ରା ଏକ୍ସରେ ନିଷ୍ପତ୍ତି ପ୍ରତ୍ୟାହାର କରାଯାଇଥିବା ନେଇ ସୂଚନା ଦେବା ପରେ CJP ପ୍ରବକ୍ତା ସୌରଭ ଦାସ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ହୋଇଗଲା, ଭାଇ। ଯୁବପିଢ଼ିର ଆଉ ଏକ ବଡ଼ ବିଜୟ! କିନ୍ତୁ ଜବାବ ଦେବାର ପାଇଁ ଲଢ଼େଇ ଜାରି ରହିବ।

CJPର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏକ୍ସରେ ଲେଖିଛନ୍ତି, କ’ଣ ମନନ କୁମାର ମିଶ୍ରାଙ୍କ ଇସ୍ତଫା ଦାବି କରିବାର ସମୟ ଆସିଗଲା ।
ସେହିପରି CJP ପ୍ରବକ୍ତା ସୌରଭ ଦାସ ମଧ୍ୟ ଏକ୍ସରେ ଲେଖିଛନ୍ତି, ମନନ କୁମାର ମିଶ୍ରାଙ୍କ ବିଷୟରେ ଯେଉଁଭଳି ଭୟଙ୍କର କଥା ସାମ୍ନାକୁ ଆସୁଛି, ତା’ପରେ ତାଙ୍କୁ ତୁରନ୍ତ ଇସ୍ତଫା ଦେଇଦେବା ଉଚିତ୍‌। ଏକ ସୁସ୍ଥ ଗଣତନ୍ତ୍ରରେ ଏହା ହିଁ ହୋଇଥାଏ। ଏକ ସୁସ୍ଥ ଗଣତନ୍ତ୍ର ଗଢ଼ିବା ପାଇଁ କକ୍ରୋଚମାାନେ ଆସିଯାଇଛନ୍ତି। ମିଷ୍ଟର ମିଶ୍ରା, ଏବେ ସମୟ ସରିଗଲା!

CJPର ବିରୋଧ ପରେ ବାର୍‌ କାଉନସିଲ ଏବେ ନିଷ୍ପତ୍ତି ନେଇଛି ଯେ, ରାଜ୍ୟ ବାର୍‌ କାଉନସିଲ ସମସ୍ତ ଛାତ୍ରଙ୍କୁ ଓକିଲ ଭାବେ ନାମାଙ୍କନ କରିପାରିବ। ଏହି ମାମଲାରେ ବିଶ୍ୱବିଦ୍ୟାଳୟର ତଦନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନେଇ ନିଷ୍ପତ୍ତି ହେବ।

କାଉନସିଲ ନିଜର ପରିବର୍ତ୍ତିତ ଆଦେଶରେ କହିଛି ଯେ, ଏହି ଘଟଣାରେ ଅଧିକାଂଶ ଛାତ୍ର ନିର୍ଦ୍ଦୋଷ। ତେବେ କାଉନସିଲ ଏହା ମଧ୍ୟ କହିଛି ଯେ, କିଛି ଶିକ୍ଷକ ଏବଂ ବାହାର ଲୋକ ବିଶ୍ୱବିଦ୍ୟାଳୟରେ CJI ସୂର୍ଯ୍ୟକାନ୍ତଙ୍କୁ ଆମନ୍ତ୍ରଣ କରାଯିବାକୁ ନେଇ ହୋଇଥିବା ବିରୋଧ ପ୍ରଦର୍ଶନକୁ ଉସୁକାଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?