Posted inଜାତୀୟ

ସରକାରୀ କର୍ମଚାରୀଙ୍କ ପ୍ରମୋଶନକୁ ନେଇ ବଡ ରାୟ ଦେଲେ ସିଜେଆଇ ଚନ୍ଦ୍ରଚୁଡଙ୍କ ବେଞ୍ଚ

ନୂଆଦିଲ୍ଲୀ,୩୧।୫: ଦେଶରେ ସରକାରୀ ଚାକିରି ପାଇଁ ବହୁତ ଆଗ୍ରହ ଅଛି ଲୋକଙ୍କ ମଧ୍ୟରେ। କେବଳ ସେତିକି ନୁହେଁ, ସରକାରୀ ଚାକିରିରେ ପଦୋନ୍ନତି ପାଇବାକୁ ମଧ୍ୟ ଅଧିକାର ଅଛି। ସରକାରୀ ଚାକିରିରେ ପଦୋନ୍ନତି ଅଧିକାର ସମ୍ପର୍କରେ ସୁପ୍ରିମକୋର୍ଟ ଏକ ବଡ଼ ଏବଂ ଐତିହାସିକ ନିଷ୍ପତ୍ତି ଦେଇଛନ୍ତି। ସରକାରୀ ଚାକିରିରେ ପଦୋନ୍ନତି ସହ ଜଡିତ ଏକ ମାମଲାର ଶୁଣାଣି ପରେ ସିଜେଆଇ ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ତିନିଜଣ ବିଚାରପତିଙ୍କ ଏକ ବେଞ୍ଚ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ଚାକିରିରେ ପଦୋନ୍ନତି ଏକ ସାମ୍ବିଧାନିକ ଅଧିକାର ନୁହେଁ। ସମ୍ବିଧାନରେ ଏଥିପାଇଁ କୌଣସି ମାନଦଣ୍ଡ ଉଲ୍ଲେଖ କରାଯାଇ ନାହିଁ, ତେଣୁ ସରକାରୀ କର୍ମଚାରୀମାନେ ଚାକିରିରେ ପଦୋନ୍ନତି ଦାବି କରିପାରିବେ ନାହିଁ। ଅଦାଲତ କହିଛନ୍ତି ଯେ କାର୍ଯ୍ୟନିର୍ବାହୀ (କେନ୍ଦ୍ର କ୍ଷେତ୍ରରେ ସଂସଦ ଏବଂ ରାଜ୍ୟ କ୍ଷେତ୍ରରେ ବିଧାନସଭା ) ପଦୋନ୍ନତି ସମ୍ବନ୍ଧରେ ନିୟମାବଳୀ ପ୍ରସ୍ତୁତ କରିପାରିବେ।
ଗୁଜୁରାଟରେ ଜିଲା ଜଜ ଚୟନ ସହ ଜଡିତ ଏକ ମାମଲା ସୁପ୍ରିମକୋର୍ଟ ସରକାରୀ ଚାକିରିରେ ପଦୋନ୍ନତି ଅଧିକାର ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ଏହାଦ୍ୱାରା ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ପ୍ରଭାବିତ ହୋଇପାରନ୍ତି। କୋର୍ଟ କହିଛନ୍ତି ଯେ କେଉଁ ଆଧାରରେ ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ଦିଆଯିବା ଉଚିତ ତାହା ଉପରେ ଆମର ସମ୍ବିଧାନ ନୀରବ ରହିଛି। ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ବିଧାନସଭା ଏବଂ କାର୍ଯ୍ୟନିର୍ବାହୀ ଏହାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପଦୋନ୍ନତି ପଦବୀ ସମ୍ବନ୍ଧରେ ନିୟମ ପ୍ରସ୍ତୁତ କରିବାକୁ ମୁକ୍ତ। ସିଜେଆଇ ଚନ୍ଦ୍ରଚୁଡଙ୍କ ବେଞ୍ଚ କହିଛନ୍ତି, ଦେଶରେ ଜଣେ ସରକାରୀ କର୍ମଚାରୀଙ୍କ ପଦୋନ୍ନତି ଦାବି କରିବାର ଅଧିକାର ନାହିଁ। ସମ୍ବିଧାନରେ ପଦୋନ୍ନତି ପଦବୀ ପୂରଣ ପାଇଁ ମାନଦଣ୍ଡ ଉଲ୍ଲେଖ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri