ରାସ୍ତାରେ ଶହ ଶହ ଖାଲ ଢିପ ଯୋଗୁ ଯାତାୟାତରେ ସମସ୍ୟା, ଚେତାବନୀ ଦେଲେ ସହରବାସୀ, ମରାମତି ନ ହେଲେ ଆଗାମୀ ଦିନରେ…

କେସିଙ୍ଗା,୨୭।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଓ ବଲାଙ୍ଗୀର ଜିଲାର ଟିଟଲାଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ତ୍ରିମୂର୍ତ୍ତି ଛକରୁ ତେଲନଦୀ ବ୍ରିଜ ପ୍ରାୟ ୮୦୦ମିଟର ରାସ୍ତାରେ ଶହ ଶହ ଖାଲ ଢିପ ହୋଇଥିବାରୁ ବର୍ଷା ଦିନରେ ଲୋକମାନେ ଯାତାୟାତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେସିଙ୍ଗା ବ୍ଲକର ସୀମାନ୍ତ ଅଞ୍ଚଳରେ ତେଲ ନଦୀ ବ୍ରିଜ ସଂଯୋଗ ହୋଇଥିବାରୁ ସୀମାନ୍ତ ଅଞ୍ଚଳରେ ଥିବା,ଲୁଥୁର ବନ୍ଧ, ମହଦା, ଆଦି ଗ୍ରାମର ଚାଷୀମାନେ ସକାଳୁ କେସିଙ୍ଗା ସହରକୁ ପନିପରିବା ନେଇ ବିକ୍ରୟ କରିବାକୁ ନେଇ ଥାଆନ୍ତି। ଲୁଥୁର ବନ୍ଧ, ମହଦା,ଓ ଟିଟିଲାଗଡରୁ ଦିନ ରାତ୍ରି ଯାନବାହନ ଏହି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି। ରାତିରେ ଦୁଇ ଚକିଆରେ ଯିବା ଆସିବା ବେଳେ ଲୋକମାନେ ପଡି ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ଏହି ରାସ୍ତା ଦେଇ ଦୈନିକ ଶହ ଶହ ହାଇୱା,ଦଶଚକିଆ ଓ ବାରଚକିଆ ଯାନବାହାନଗୁଡ଼ିକ ଅବିରତ ଭାବେ ଚାଲିବା ଫଳରେ ଅଳ୍ପ କେଇଦିନ ମଧ୍ୟରେ ରାସ୍ତାର ପିଚୁ ଉଠି ଯାଇ ଖାଲ ଢିପ ହୋଇଛି। ପୋଲ ଉପରେ ଏବଂ ଏହାର ଆଖପାଖ ରାସ୍ତାରେ ସୃଷ୍ଟି ହୋଇଥିବା ବଡ଼ ବଡ଼ ଖାଲ ଗୁଡ଼ିକ ମରାମତି କରାଯାଉନାହିଁ। ଟିଟିଲାଗଡ ଓ କେସିଙ୍ଗା ବ୍ଲକର ପିଡବ୍ଲୁ ଡ଼ିର ବିଭାଗୀୟ ଏସଡିଓ ଯାତ୍ରୀଙ୍କ ଅବହେଳାରୁ ଏହିପରି ରାସ୍ତା ଶୋଚନୀୟ ହେବାକୁ ବସିଲାଣି। ବ୍ରିଜ ପୋଲ ଉପରୁ କଂକ୍ରିଟ ଓ ପିଚୁ ଛାଡ଼ିଯାଇ ରାସ୍ତା ମଝିରେ ଗଭୀର ଗାତ ସୃଷ୍ଟି ହୋଇଛି ।ରାସ୍ତାରେ ଥିବା ଲୁହା ଜାଲି ଓ ରଡ଼ଗୁଡ଼ିକ ବାହାରକୁ ବାହାରି ପଡ଼ିଛି। ଏହି ଲୁହା ରଡଗୁଡ଼ିକ ବିଶେଷ କରି ରାତି ଅନ୍ଧାରରେ ଦୁଇଚକିଆ ଓ ଚାରିଚକିଆ ଗାଡ଼ି ଚାଳକଙ୍କ ବିପଦ ରହିଛି।ରାସ୍ତାରେ ସୁରକ୍ଷା ଚେତାବନୀ ବୋର୍ଡ ଲଗାଇବା କଥା, କିନ୍ତୁ ରାସ୍ତାରେ ଦୁର୍ଘଟଣାରୁ ବଞ୍ଚିବା ପାଇଁ ସ୍ଥାନୀୟ ଲୋକେ ନିଜ ଉଦ୍ୟମରେ ଗୋଟିଏ ଗାତ ମଝିରେ ବାଉଁଶ ପୋତି ସବୁଜ କପଡ଼ା ବାନ୍ଧି ବିପଦର ସଙ୍କେତ ଦେବାକୁ ବାଧ୍ୟ ହୋଇଛନ୍ତି। ଅନ୍ୟପଟେ ପୋଲକୁ ଯାଉଥିବା ସମ୍ପୂର୍ଣ୍ଣ ରାସ୍ତାରେ କାଦୁଅ ସହ ବଡ଼ ବଡ଼ ଗାତରେ ବର୍ଷା ପାଣି ଜମି ରହି କୃତ୍ରିମ ପୋଖରୀର ସୃଷ୍ଟି କରୁଛି। ଟିଟିଲାଗଡ ଓ ଭବାନୀପାଟଣାରେ ଥିବା ପିଡବ୍ଲୁଡି ବିଭାଗର ତୁରନ୍ତ ଏହି ବିପଜ୍ଜନକ ଲୁହା ରଡଗୁଡ଼ିକୁ ହଟାଇ, ପୋଲର କଂକ୍ରିଟ ସହ ଆଖପାଖ ରାସ୍ତାର ସ୍ଥାୟୀ ମରାମତି ନକଲେ ଆଗାମୀ ଦିନରେ ସହରବାସୀ ଓ ଜନସାଧାରଣ ବ୍ୟାପକ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।ଏ ସଂକ୍ରାନ୍ତରେ ଭବାନୀପାଟଣା ପିଡବ୍ଲୁଡି ବିଭାଗର ଏସଡ଼ିଓ ବିଷ୍ଣୁପ୍ରସାଦ କରଙ୍କୁ ପଚାରିବାରୁ ଦୁଇ ଜିଲାର ଜିଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କଲା ପରେ ମରାମତି କରାଯିବ ବୋଲି ପ୍ରକାଶ କରିଥିଲେ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୮ ଫୌଜଦାରୀ ମାମଲାର ଫଇସଲା: ଋଣ ବାବଦରେ ୧ ଲକ୍ଷ ଟଙ୍କା ଆଦାୟ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ଆନୁକୂଲ୍ୟରେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଶନିବାର ସ୍ଥାନୀୟ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ…

୨ ଦିନ ପରେ ନବପଞ୍ଚମ ଯୋଗ: ମିଥୁନ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ! ବୃହସ୍ପତିଙ୍କ କୃପାରୁ ବର୍ଷିିବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ଓ ସେମାନଙ୍କର ପରସ୍ପର ସ୍ଥିତିକୁ ବେଶ ଗୁରୁତ୍ୱ ଦିଆଯାଏ। ଦୁଇଟି ଗ୍ରହ ନିର୍ଦ୍ଦିଷ୍ଟ ସ୍ଥିତିରେ ଆସିଲେ ବିଭିନ୍ନ ଯୋଗ ସୃଷ୍ଟି…

ବିଲରୁ ଫେରୁଥିଲେ: ରାସ୍ତାରେ ଚାଲିଗଲା ଜୀବନ

ଛତ୍ରପୁର, ୧୨।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅନ୍ତର୍ଗତ ରେଗିଡ଼ି ଛକ ନିକଟରେ ଶୁକ୍ରବାର ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ…

ବଡ଼ଭାଇଙ୍କୁ ଲୁହା ପାଇପରେ ହତ୍ୟା: ସାନ ଭାଇ ଗିରଫ

ଭେଡେନ, ୧୨/୯ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଲୁଇସିରା-ଖଲିଆପାଲି କୁଚିଆ ମଦଭାଟି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ଭାଇଙ୍କୁ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ନନ୍ଦନକାନନରେ ଦେଖାଦେଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ

ବାରଙ୍ଗ, ୧୨/୧୦ (ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ଦାନ…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ମୋବାଇଲ ନମ୍ବର ଭଳି ‘ପୋର୍ଟ’ ହୋଇପାରିବ ଫାସ୍‌ଟ୍ୟାଗ୍‌

ମୁମ୍ବାଇ,୧୨ା୯: ମୋବାଇଲ ଫୋନ୍‌ ଭଳି ଫାସ୍‌ଟାଗ୍‌ ମଧ୍ୟ ପୋର୍ଟ କରିହେବ। ଉପଭୋକ୍ତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓ୍ବାନ୍‌ଟ୍ୟାଗ୍‌ ମାଧ୍ୟମରେ ସେମାନଙ୍କର ଫାସ୍‌ଟାଗ୍‌ ବ୍ୟାଙ୍କ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?