ଅବ୍ୟବସ୍ଥାରେ ସିଟି ହସ୍ପିଟାଲ୍‌ ନିଦାନ ବିଭାଗ

ବ୍ରହ୍ମପୁର ଅଫିସ,୨।୪:  ଜିଲା ମୁଖ୍ୟ ଚିକିତ୍ସାଳୟ ତଥା ବ୍ରହ୍ମପୁର ନଗର ଚିକିତ୍ସାଳୟରେ ଥିବା ନିଦାନ କେନ୍ଦ୍ରରେ ଅବ୍ୟବସ୍ଥା ସାମ୍ନାକୁ ଆସିଛି। କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ନିମନ୍ତେ ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସମୟରେ ରୋଗୀଙ୍କ ଠାରୁ ସଂଗ୍ରହ ହୋଇଥିବା ରକ୍ତ ନମୁନା ପରୀକ୍ଷା କରାଯାଉ ନ ଥିବା ଅଭିଯୋଗ ହୋଇଛି ଏବଂ ଜଣକ ପରୀକ୍ଷା ରିପୋର୍ଟ ଅନ୍ୟ ଜଣଙ୍କୁ ଦିଆଯାଉଥିବା ଦେଖିବାକୁ ମିଳିଛି। କର୍ମଚାରୀଙ୍କ ଏଭଳି କାର୍ଯ୍ୟ ନିମନ୍ତେ ରୋଗୀମାନେ ସଠିକ ସମୟରେ ଡାକ୍ତରଙ୍କୁ ଉକ୍ତ ରିପୋର୍ଟ ଦେଖାଇ ପାରୁନାହାଁନ୍ତି। ବ୍ରହ୍ମପୁର ନଗର ଚିକିତ୍ସାଳୟ ଉପରେ ବ୍ରହ୍ମପୁର ସହର ସମେତ ସହର ଠାରୁ ପ୍ରାୟ ୧୫ରୁ ୨୦ କିଲୋମିଟର ଦୂର ପର୍ଯ୍ୟନ୍ତ ଥିବା ଅନେକ ରୋଗୀ ନିର୍ଭର କରିଥାନ୍ତି। ସେହିପରି ଉକ୍ତ ହସ୍ପିଟାଲରେ ପ୍ରତ୍ୟେକ ଦିନ ଶତାଧିକ ରୋଗୀ ଚିକିତ୍ସା ନିମନ୍ତେ ଆସିଥାନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ରୋଗୀମାନେ ହସ୍ପିଟାଲ ପରିସରରେ ଥିବା ନିଦାନ କେନ୍ଦ୍ରକୁ ରୋଗ ପରୀକ୍ଷା ନିମନ୍ତେ ଯାଇଥାନ୍ତି। ସେଠାରେ ନିଜର ରକ୍ତ ନମୁନା ପରୀକ୍ଷା ନିମନ୍ତେ ଦେଇଥିବା ବେଳେ ଏହାର କିଛି ଘଣ୍ଟା ମଧ୍ୟରେ ରିପୋର୍ଟ ସଂଗ୍ରହ କରିଥାନ୍ତି। କିନ୍ତୁ ବିଭାଗରେ କାର୍ଯ୍ୟରତ କିଛି କର୍ମଚାରୀଙ୍କ ମାନମାନି ଯୋଗୁଁ ସଠିକ୍‌ ସମୟରେ ରୋଗୀ ରିପୋର୍ଟ ପାଇ ପାରୁନଥିବା ଅଭିଯୋଗ ହୋଇଛି।
ଦୁର୍ବନ୍ଧ ଗ୍ରାମର ପ୍ରମିଳା ସାହୁଙ୍କ ୨ ଦିନର ନବଜାତ ପୁତ୍ରଟିର ସ୍ବାସ୍ଥ୍ୟ ଖରାପ ରହିଥିବାରୁ ତାଙ୍କୁ ବ୍ରହ୍ମପୁର ସିଟି ହସ୍ପିଟାଲର ଏସ୍‌ଏନ୍‌ସିୟୁରେ ଚିକିତ୍ସା ନିମନ୍ତେ ଗତ ଦୁଇ ଦିନ ପୂର୍ବେ ଭର୍ତ୍ତି କରିଥିଲେ। ଶିଶୁଟିର ୩ଟି ପରୀକ୍ଷା ନିମନ୍ତେ ଡାକ୍ତର ପରାମର୍ଶ ଦେଇଥିଲେ। ପରେ ମେଡ଼ିକାଲରେ ଥିବା ନିଦାନ ବିଭାଗରେ ଶିଶୁଟିର ରକ୍ତ ନମୁନା ଦିଆଯାଇଥିଲା। କିନ୍ତୁ ଉକ୍ତ ୩ଟି ପରୀକ୍ଷା ମଧ୍ୟରୁ ୨ଟି ପରୀକ୍ଷାର ରିପୋର୍ଟ କରାଯାଇଥିବା ବେଳେ ଆଉ ଗୋଟିଏର ପରୀକ୍ଷାର ରିପୋର୍ଟ ସେ ପାଇ ନଥିଲେ। ପରେ କର୍ମଚାରୀଙ୍କ କହିବା ଅନୁଯାୟୀ ଉକ୍ତ ନବଜାତ ଶିଶୁଟିର ପରୀକ୍ଷା ନିମନ୍ତେ ପୁଣି ଥରେ ରକ୍ତ ନମୁନା ଦେଇଥିଲେ। କିନ୍ତୁ ଦ୍ୱିତୀୟ ଦିନରେ ମଧ୍ୟ ଶିଶୁ ପୁତ୍ରଟିର ପରୀକ୍ଷା ରିପୋର୍ଟ ମିଳିଲା ନାହିଁ ଏବଂ କାହିଁକି ରିପୋର୍ଟ ପ୍ରସ୍ତୁତ ହୋଇପାରିଲା ନାହିଁ ସେ ସମ୍ପର୍କରେ ମେଡିକାଲ ପକ୍ଷରୁ ତାଙ୍କୁ ଜଣାଯାଇନଥିଲା। ଏହା ସହ ତାଙ୍କୁ ପୁଣି ଥରେ ଉକ୍ତ ଶିଶୁଟିର ରକ୍ତ ନମୁନା ସଂଗ୍ରହ କରିବାକୁ କୁହାଯାଇଥିଲା। ଏ ନେଇ ଶିଶୁ ପୁତ୍ରର ପରିବାର ଲୋକେ ଶୁକ୍ରବାର ହସ୍ପିଟାଲ ଅଧୀକ୍ଷକ ଡ଼ା. ବିଶ୍ୱମ୍ବର ବେହେରାଙ୍କ ନିକଟରେ ଅଭିଯୋଗ କରିଥିଲେ। କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା ଓ ତ୍ରୁଟି ନିମନ୍ତେ ଏଭଳି ଅନେକ ରୋଗୀ ସମସ୍ୟାର ସମ୍ମୁଖୀନ କରୁଥିବା ଦେଖିବାକୁ ମିଳିଥିଲା। ଗର୍ଭବତୀ ଅଛନ୍ତି କି ନାହିଁ ଏନେଇ ଜଣେ ମହିଳା ଡାକ୍ତରଙ୍କ ପରାମର୍ଶ କ୍ରମେ ନିଦାନ ବିଭାଗକୁ ଯାଇଥିଲେ। କର୍ମଚାରୀମାନେ ଉକ୍ତ ମହିଳାଙ୍କ ରିପୋର୍ଟ ବଦଳରେ ଅନ୍ୟ ଜଣେ ଯୁବତୀଙ୍କ ମୂତ୍ର ପରୀକ୍ଷା ରିପୋର୍ଟ ଦେଇଦେଇଥିଲେ। ସେହିପରି ମୂତ୍ର ପରୀକ୍ଷା ନିମନ୍ତେ ନମୁନା ଦେଇଥିବା ଯୁବତୀ ଜଣକ ତାଙ୍କ ରିପୋର୍ଟ ପାଇନଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଏକ ନୂଆ ରିପୋର୍ଟ ପ୍ରଦାନ କରାଯାଇଥିଲା। ଏ ନେଇ ମେଡିକାଲ ଅଧୀକ୍ଷକ ଡାକ୍ତର ବିଶ୍ୱମ୍ବର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ନିଦାନ ବିଭାଗରୁ ରୋଗୀଙ୍କ ପରୀକ୍ଷା ରିପୋର୍ଟରେ ସଂଗ୍ରହ କରିବାରେ ବିଲମ୍ଭ ହେଉଥିବା ଅଭିଯୋଗ ହୋଇଛି। ଆଗାମୀ ଦିନରେ ରୋଗୀମାନେ କିଭଳି ଠିକ୍‌ ସମୟରେ ରିପୋର୍ଟ ପାଇବେ ସେନେଇ ବିଭାଗର କର୍ମଚାରୀଙ୍କ ସହ ଆଲୋଚନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?