ନାଗରିକତ୍ୱ ବିବାଦ

ଜନ୍ମ ଏବଂ ମୃତ୍ୟୁ ପାଇଁ ଆଧାରକୁ ବାଧ୍ୟତାମୂଳକ କରିବା ସକାଶେ କେନ୍ଦ୍ର ସରକାର ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ଯଦି ଏହି ବିଲ୍‌ ଆଇନରେ ପରିଣତ ହୁଏ ତେବେ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) ଉପରେ ଏହାର ପ୍ରଭାବ ରହିବ। ଅପରପକ୍ଷେ ଏହା ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ପୁନର୍ଜୀବିତ କରିବ। ପୂର୍ବରୁ ସରକାର ଏହା କରିବାକୁ ବି ଉଦ୍ୟମ କରିଥିଲେ, କିନ୍ତୁ ୨୦୧୯-୨୦ରେ ସିଏଏକୁ ବିରୋଧ ଫଳରେ ଏହା ପଛରେ ରହିଗଲା। ଏପ୍ରିଲ ୨୦୨୦ରେ, ସରକାର ଏନ୍‌ପିଆର୍‌ ଲାଗୁ କରିବା ଆରମ୍ଭ କରିଥିଲେ। ହେଲେ ଲଗାତର ବିରୋଧ ପରେ ଏହି ପ୍ରଚେଷ୍ଟା ବନ୍ଦ କରିଦିଆଯାଇଥିଲା। ଲୋକେ ଆନ୍ଦୋଳନକୁ ବନ୍ଦ ନ କରିବାର କାରଣ ହେଲା, ଏନ୍‌ଆର୍‌ସି ଲାଗୁ ହେବ କି ନାହିଁ ପ୍ରଧାନମନ୍ତ୍ରୀ କୌଣସି ଆଶ୍ୱାସନା ଦେଇ ନ ଥିଲେ। ସେ କେବଳ କହିଥିଲେ, ଏହା ଉପରେ ଏପର୍ଯ୍ୟନ୍ତ ଆଲୋଚନା ହୋଇନାହିଁ। ଆସାମରେ ଯାହା ଘଟିଲା ତାହା ଦେଶବ୍ୟାପୀ ଘଟିବ ବୋଲି ବିଶ୍ୱାସ କରୁଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପୂରା ସନ୍ତୁଷ୍ଟ କରିବାରେ ଯଥେଷ୍ଟ ନ ଥିଲା।
ଲୋକଙ୍କ ପ୍ରତିବାଦ ବ୍ୟତୀତ ଅଣଭାଜପା ଦଳର ବିରୋଧ ବି ଏନ୍‌ପିଆର୍‌/ ଏନ୍‌ଆର୍‌ସି ବନ୍ଦ କରିବାରେ ଭୂମିକା ଥିଲା। କେତେକ ରାଜ୍ୟ କହିଛନ୍ତି ଯେ, ସେମାନେ ଏନ୍‌ପିଆର କାର୍ଯ୍ୟକାରୀ କରିବେ ନାହିଁ। ଆଇନ ଶୃଙ୍ଖଳା ପରିସ୍ଥିତିର ଭୟ ରହିଛି ବୋଲି ସୂଚନା ଦେଇ କେରଳ ସୁପ୍ରିମକୋର୍ଟରେ ଏନ୍‌ଆର୍‌ସିକୁ ଚ୍ୟାଲେଞ୍ଜ କରିଛି। ମଧ୍ୟପ୍ରଦେଶ କଂଗ୍ରେସ ଅଧୀନରେ ଥିବାବେଳେ ଏହାକୁ କାର୍ଯ୍ୟକାରୀ କରିବ ନାହିଁ ବୋଲି କହିଥିଲା। ପଶ୍ଚିମବଙ୍ଗ ପରି ଅନ୍ୟ ରାଜ୍ୟଗୁଡ଼ିକ ସେମାନଙ୍କର ନାଗରିକମାନଙ୍କୁ ଗଣନାକାରୀଙ୍କ ବିରୋଧ କରିବାକୁ ଏବଂ ସେମାନଙ୍କୁ କୌଣସି ଦଲିଲ ନ ଦେଖାଇବାକୁ ଉତ୍ସାହିତ କରିଥିଲେ। ତଥାପି ଅନ୍ୟ ରାଜ୍ୟମାନେ (ଓଡ଼ିଶା ଏବଂ ବିହାର) କୌଣସି ପ୍ରଶ୍ନ ନ ଉଠାଇ ଏନ୍‌ପିଆର୍‌କୁ କେବଳ ଆଂଶିକ କାର୍ଯ୍ୟକାରୀ କରିବେ ବୋଲି କହିଲେ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଥିଲେ, ସେ ଏହି ପ୍ରସଙ୍ଗରେ ରାଜସ୍ଥାନୀଙ୍କୁ ଜେଲରେ ରହିବାକୁ ଦେବେ ନାହିଁ ଏବଂ ଏହା ବଦଳରେ ପ୍ରଥମେ ନିଜେ ଜେଲ ଯିବେ। ସଂଘୀୟସ୍ତରରେ ଏହା ସ୍ପଷ୍ଟ ହେଲା ଯେ ସଂଗୃହୀତ ହେବାକୁ ଥିବା ତଥ୍ୟ ଅସମ୍ପୂର୍ଣ୍ଣ ଏବଂ ଖଣ୍ଡବିଖଣ୍ଡିତ ହେବ। ତେବେ ୨୦୨୦ରେ ଏନ୍‌ପିଆର୍‌ / ଏନ୍‌ଆର୍‌ସି ପ୍ରକ୍ରିୟାକୁ ଅଟକାଇବାରେ ମୋଦି ସରକାରଙ୍କ ଏହା ତୃତୀୟ କାରଣ। ନାଗରିକତ୍ୱ ଆଇନ ଦ୍ୱାରା ସୃଷ୍ଟି ଧ୍ରୁବୀକରଣ ଦେଶ ଦ୍ୱାରା ଗ୍ରହଣ କରାଯାଇଥିବା କିଛି ଚରମ ପଦକ୍ଷେପରେ ପ୍ରତିଫଳିତ ହେଲା ଏବଂ ଏଗୁଡ଼ିକ ପ୍ରଚାର କରାଯାଇଥିଲା। ଫେବୃୟାରୀ ୨୦୨୦ରେ ହାଇଦ୍ରାବାଦରେ ଆଧାରର ତଦାରଖ କରୁଥିବା ଅଧିକାରୀମାନେ ସେମାନଙ୍କ ଅଧିକାର ବାହାରେ ୧୦୦ରୁ ଅଧିକ ଲୋକଙ୍କୁ ନାଗରିକତ୍ୱ ପ୍ରମାଣ କରିବାକୁ କାର୍ଯ୍ୟାଳୟକୁ ଡକାଇଥିଲେ। ସମ୍ଭବତଃ ଏମାନେ ସମସ୍ତେ ଥିଲେ ମୁସଲମାନ। ଏହି ଖବର ପ୍ରକାଶ ପାଇବା ପରେ ଆଧାର କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ଦେଲେ ଓ ପଛକୁ ହଟିଲେ। ଆସାମର କୌଣସି ଏକ କୋର୍ଟ ଭାରତୀୟ ବୋଲି ଜଣେ ମୁସଲମାନ ମହିଳାଙ୍କ ଦାବିକୁ ରଦ୍ଦ କରିବା ପାଇଁ ୧୯୬୦ ଦଶକରୁ ଥିବା ତାଙ୍କ ଭୋଟର ପରିଚୟ ପତ୍ର ଏବଂ ଜମି ରାଜସ୍ବ ରେକର୍ଡ ସମେତ ୧୫ଟିି ବିଭିନ୍ନ ଦଲିଲକୁ ଗ୍ରହଣ କରି ନ ଥିଲେ, ଯାହାକୁ ବହୁଳ ଭାବେ ପ୍ରଚାର କରାଯାଇଥିଲା। କର୍ନାଟକର ବିଦାରରେ ନାଗରିକତ୍ୱ ଆଇନ ଉପରେ ଏକ ସ୍କୁଲରେ କରାଯାଇଥିବା ନାଟକକୁ ନେଇ ସ୍କୁଲ ପିଲାମାନଙ୍କୁ ପଚରା ଯାଇଥିଲା। ଏପରି କି ଅଭିଭାବକମାନଙ୍କ ଉପରେ ଦେଶଦ୍ରୋହ ଅଭିଯୋଗ ଅଣାଯିବା ସହ ମହିଳାମାନଙ୍କୁ ଜେଲରେ ରଖାଯାଇଥିଲା। ଏ ସବୁର ପରିଣାମ ସ୍ବରୂପ, ଭାରତର ଅଧିକ ଅଞ୍ଚଳରେ ଏନ୍‌ପିଆର୍‌ ଏବଂ ଏନ୍‌ଆର୍‌ସି ବିରୋଧରେ ତାମିଲନାଡୁର ଚେନ୍ନାଇ, ତିରୁନେଲଭେଲି, ଭେଲୋର, କୋଇମ୍ବାଟୁର, ଥୋଥୁକୁଡ଼ି, ତିରୁଚି, ମଦୁରାଇ, ସାଲେମ ଏବଂ କୃଷ୍ଣଗିରିରେ ଜନବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଜନଗଣନା ଏବଂ ବ୍ୟୟ ଉପରେ ତଥ୍ୟ ସଂଗ୍ରହ କରୁଥିବା ଜାତୀୟ ନମୁନା ସର୍ଭେ (ଏନ୍‌ଏସ୍‌ଏସ୍‌) ମଧ୍ୟ ସିଏଏ ବିରୋଧ ଦ୍ୱାରା ପ୍ରଭାବିତ ହେଲା। ଏହି କାରଣରୁ ଜନଗଣନା ଏବଂ ପାଞ୍ଚବର୍ଷିଆ ସର୍ଭେଗୁଡ଼ିକ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି।
ଭାରତର ପୂର୍ବତନ ମୁଖ୍ୟ ପରିସଂଖ୍ୟାନ ବିଶେଷଜ୍ଞ ପ୍ରଣବ ସେନ୍‌ ସେତେବେଳେ ଏହାକୁ ଏକ ନୂଆ ପ୍ରକାରର ସମସ୍ୟା ବୋଲି କହିଥିଲେ। ସେ କହିଥିଲେ, ଏନ୍‌ଏସ୍‌ଏସ୍‌ର କ୍ଷେତ୍ର ଅନୁସନ୍ଧାନକାରୀଙ୍କ ଉପରେ ଆକ୍ରମଣ ନୂଆ ନୁହେଁ। ଏହା ପୂର୍ବରୁ ମୁଖ୍ୟତଃ ଯେତେବେଳେ ସେମାନେ ଘରର ଆୟ କିମ୍ବା ସମ୍ପତ୍ତି ଏବଂ ଏମିତିକା କିଛି ବିଷୟ ଉପରେ ପ୍ରଶ୍ନ ପଚାରିଥିଲେ ଏଭଳି ଘଟଣା ଘଟିଥିଲା। ନିକଟରେ ବି ଏହା ଘଟିଛି, କିନ୍ତୁ ଅଧିକ ନୁହେଁ। ସେ କହିଥିଲେ, ଯଦି ଜନଗଣନା ଠିକ୍‌ଭାବେ କରା ନ ଯାଏ, ତେବେ ଆସନ୍ତା ୧୦ ବର୍ଷ ପାଇଁ କୌଣସି ଘରୋଇ ସର୍ବେକ୍ଷଣ ନିର୍ଭରଯୋଗ୍ୟ ହେବନାହିଁ, କାରଣ ସମସ୍ତ ଘରୋଇ ସର୍ବେକ୍ଷଣ ଜନଗଣନା ଉପରେ ନିର୍ଭର କରେ। ଯଦି ଜନଗଣନା ସମସ୍ୟାର ସମ୍ମୁଖୀନ ହୁଏ ଏବଂ ଏଥିରେ କିଛି ବିପଦ ରହେ, ତେବେ ପରବର୍ତ୍ତୀ ୧୧ ବର୍ଷ ପାଇଁ ଆପଣ ଅସୁବିଧାରେ ରହିବେ । ଜନ୍ମ ଏବଂ ମୃତ୍ୟୁ ସହିତ ଆଧାରର ସଂଯୋଗ ନାଗରିକତ୍ୱ ଉପରେ ବିତର୍କକୁ ପୁନର୍ଜୀବିତ କରିବ, ଏହା ଦୁର୍ଭାଗ୍ୟଜନକ। ଏହାକୁ ଆମେ ବିଚାର କରିନାହୁଁ ଯେ ମିଳିତ ଜାତିସଂଘର ସେକ୍ରେଟାରି ଜେନେରାଲ, ୟୁରୋପୀୟ ୟୁନିୟନ ଏବଂ ଆମେରିକା କଂଗ୍ରେସର ସଦସ୍ୟମାନେ ୨୦୨୦ରେ ଭାରତରେ ଘଟିଥିବା ଘଟଣାଗୁଡ଼ିକୁ ନେଇ ଚିନ୍ତିତ ହୋଇଥିଲେ ଓ ସ୍ବର ମଧ୍ୟ ଉଠାଇଥିଲେ। ଏହି ପରିସ୍ଥିତିରେ ଯେକୌଣସି ପଦ୍ଧତିରେ ଏନ୍‌ପିଆର୍‌ କାର୍ଯ୍ୟକାରୀ କରିବାକୁ ଆଗକୁ ବଢୁଥିବା ସରକାରଙ୍କ ପାଇଁ ଏହାର କିଛି ମାନେ ନାହିଁ। ଆଶା, ଆମେ ପୁଣିଥରେ ନାଗରିକତ୍ୱକୁ ନେଇ ଏକ ବିବାଦ ଆଡ଼କୁ ଅଗ୍ରସର ହେବାବେଳେ ଏସବୁକୁ ବିଚାର କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri