Odisha Elections 2024
Posted inଜାତୀୟ

ଏହି ରାଜ୍ୟର ଲୋକଙ୍କ ପାଖରେ ଭାରତ ସହିତ ନେପାଳର ନାଗରିକତ୍ୱ ପ୍ରମାଣ ପତ୍ର…

ଡେରାଡୁନ,୨୪।୧୦ : ଭାରତ ସହିତ ନେପାଳର ନାଗରିକତ୍ୱ ପ୍ରମାଣ ପତ୍ର ଥିବା ଲୋକଙ୍କୁ ନେଇ କେନ୍ଦ୍ର ସରକାର ଚିନ୍ତାରେ ପଡ଼ିଛନ୍ତି। ଅନ୍ତର୍ଜାତୀୟ ସୀମାରେ ରହୁଥିବା ଉତ୍ତରାଖଣ୍ଡର ପିଥୋରାଗଡ ଏବଂ ଚମ୍ପୱାତ ଜିଲାର ବହୁ ଲୋକଙ୍କର ନେପାଳ ଏବଂ ଭାରତର ଦ୍ୱୈତ ନାଗରିକତା ରହିଛି ଏବଂ ଏହିପରି ଲୋକଙ୍କୁ ଚିହ୍ନଟ କରାଯାଉଛି। ସଶସ୍ତ୍ର ସୀମା ବଳ (ଏସଏସବି)ର ଆଲମୋରା ଅଞ୍ଚଳର ଡେପୁଟି ଇନ୍ସପେକ୍ଟର ଡି ଏନ ବୋମ୍ବେ କହିଛନ୍ତି ଆମେ ପିଥୋରାଗଡ ଜିଲାର ଜୁଲାଘାଟ ଏବଂ ଚମ୍ପାୱାତ ଜିଲାର କିଛି ଅଞ୍ଚଳରେ ଭାରତ-ନେପାଳ ସୀମାରେ ଏପରି ମାମଲା ପାଇଛୁ। ଏ ସମ୍ପର୍କରେ ସମ୍ପୃକ୍ତ ଜିଲା ପ୍ରଶାସନକୁ ସୂଚନା ଦିଆଯାଇଛି।

ଏସଏସବି ଅଧିକାରୀ କହିଛନ୍ତି ଉତ୍ତରାଖଣ୍ଡରେ ଉପସ୍ଥିତ ଥିବା ଫୋର୍ସର ସମସ୍ତ ୫୪ ସୀମା ଆଉଟପୋଷ୍ଟରେ ନିୟୋଜିତ ଫୋର୍ସ କର୍ମଚାରୀମାନେ ଭାରତ ଏବଂ ନେପାଳର ଦ୍ୱୈତ ନାଗରିକତା ଥିବା ଭାରତୀୟ ଅଞ୍ଚଳରେ ରହୁଥିବା ଏପରି ବ୍ୟକ୍ତିଙ୍କୁ ଚିହ୍ନଟ କରୁଛନ୍ତି। ସେ କହିଛନ୍ତି ଏସଏସବି ମଧ୍ୟ ଏହି କାର୍ଯ୍ୟରେ ସମ୍ପୃକ୍ତ ଜିଲା ପ୍ରଶାସନର ସହାୟତା ନେଉଛି।

ପିଥୋରାଗଡ ଡେପୁଟି ଜିଲା ମାଜିଷ୍ଟ୍ରେଟ ଅନିଲ କୁମାର ଶୁକ୍ଲା କହିଛନ୍ତି ଭାରତରେ ଦୁଇ ପ୍ରକାର ନେପାଳୀ ଲୋକ ବାସ କରୁଛନ୍ତି। ସେ କହିଛନ୍ତି ପ୍ରଥମ ଶ୍ରେଣୀରେ ସେହି ଝିଅମାନେ ଅଛନ୍ତି ଯେଉଁମାନେ ବିବାହ ପରେ ଭାରତ ଆସିଥିଲେ, କିନ୍ତୁ ସେମାନଙ୍କର ନେପାଳର ନାଗରିକତ୍ୱ ଛାଡି ନାହାଁନ୍ତି କିମ୍ବା ଭାରତୀୟ ନାଗରିକତା ହାସଲ କରିନାହାଁନ୍ତି।

ଶୁକ୍ଲା କହିଛନ୍ତି ଦ୍ୱିତୀୟ ଶ୍ରେଣୀରେ ସେହି ବ୍ୟକ୍ତି ଅନ୍ତର୍ଭୁକ୍ତ, ଯାହାର ସମସ୍ତ ପରିବାର ଭାରତୀୟ ନାଗରିକତ୍ୱ ନ ନେଇ ନେପାଳରୁ ଭାରତୀୟ ଅଞ୍ଚଳରେ ବସବାସ କରିଥିଲେ। ସବ-କଲେକ୍ଟର କହିଛନ୍ତି, ଆମେ ଅନେକ ମାମଲା ପାଇଲୁ ଯେଉଁଥିରେ ନେପାଳୀ ଠକେଇ କରି ଭାରତରେ ଆଧାର କାର୍ଡ ଏବଂ ଭୋଟର ପରିଚୟ ପତ୍ର ପାଇଥିଲେ। ଆମେ ତାଙ୍କ ନକଲି ଦଲିଲକୁ ତୁରନ୍ତ ବାତିଲ କରିଛୁ।

ଏସଏସବିର ଡେପୁଟି ଇନ୍ସପେକ୍ଟର ଜେନେରାଲ କହିଛନ୍ତି ବନ୍ୟପ୍ରାଣୀଙ୍କ ଅଂଶ ତଥା ଡ୍ରଗ୍ସ ଚୋରା ଚାଲାଣ ବ୍ୟତୀତ ଆମେ ମାନବ ଚାଲାଣକୁ ରୋକିବାକୁ ମଧ୍ୟ ଅଗ୍ରାଧିକାର ଦେଉଛୁ ଯେଉଁଥି ପାଇଁ ଆମେ ଏକ ଦ୍ୱତନ୍ତ୍ର ଦଳ ଗଠନ କରିଛୁ।

ଭାରତ-ନେପାଳ ସୀମା ୧୭୪୦ କିଲୋମିଟର ଲମ୍ବ। ସେଥିମଧ୍ୟରୁ ୨୫୪ କିଲୋମିଟର ଲମ୍ବା ସୀମା ଉତ୍ତରାଖଣ୍ଡରେ ଅଛି ।

ସେ କହିଛନ୍ତି ସେମାନଙ୍କ କର୍ମଚାରୀମାନେ ସୀମାନ୍ତ ଅଞ୍ଚଳରେ ରହୁଥିବା ଗ୍ରାମବାସୀଙ୍କ ସହ ଘନିଷ୍ଠ ସମ୍ପର୍କ ରଖୁଛନ୍ତି ଯାହା ଦ୍ୱାରା ସେମାନେ ସେଠାରେ କୌଣସି ବାହାର ଲୋକଙ୍କର ଆଗମନ ବିଷୟରେ ଜାଣିପାରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

୨୦ ଫୁଟ୍‌ ଖାଲକୁ ଖସିଲା ପିକ୍‌ଅପ୍‌:୧୭ ମୃତ

ରାୟପୁର,୨୦।୫: ଛତିଶଗଡର କାୱାର୍ଡା ଜିଲାର କୁକଦୁରରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଏକ ପିକଅପ ଗାଡି ୨୦ ଫୁଟ୍‌ ଖାଇକୁ ଓଲଟି ପଡ଼ିବାରୁ...

ଅହମଦାବାଦ ବିମାନ ବନ୍ଦରରେ ବଡ ଆକ୍ସନ, ଧରାହେଲେ ଇସଲାମିକ ଷ୍ଟେଟର ୪ ଆତଙ୍କବାଦୀ

ଅହମଦାବାଦ,୨୦।୫: ଗୁଜୁରାଟର ଅହମଦାବାଦରେ ଇସଲାମିକ ଷ୍ଟେଟର ୪ ଆତଙ୍କବାଦୀ ଧରାପଡିଛନ୍ତି। ଗୁଜୁରାଟ ଏଟିଏସ ଅହମଦାବାଦ ବିମାନବନ୍ଦରରୁ ସମସ୍ତ ୪ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହି ଆତଙ୍କବାଦୀଙ୍କ...

ଯଦି ଆପଣ କୋଭାକ୍ସିନ ନେଇଛନ୍ତି, ତେବେ ଭୟ କରିବାର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ,୨୦।୫: ନିକଟରେ କରୋନା ଟିକା ସମ୍ବନ୍ଧରେ ଅନେକ ଭୟାନକ ଦାବି ସାମ୍ନାକୁ ଆସିଛି। ବର୍ତ୍ତମାନ ଆଇସିଏମଆର ଏହି ଦାବିକୁ ଭୁଲ ବୋଲି କହିଛି। କୋଭାକ୍ସିନର ପାର୍ଶ୍ୱ...

ଏଥର ଭବିଷ୍ୟବାଣୀ ପୂରଣ ନ ହେଲେ ମୁହଁରେ ଗୋବର ବୋଳିବାକୁ ପ୍ରସ୍ତୁତ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନ ୨୦୨୪ ଏବଂ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ରାଜନୈତିକ ରଣନୀତିଜ୍ଞ ବା ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର...

ମୋଦି କେବେ ଓ କାହିଁକି ଚୁପ ହୋଇ ଯାଆନ୍ତି, ନିଜେ କହିଲେ ଏହାର କାରଣ

ନୂଆଦିଲ୍ଲୀ,୨୦।୫:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଭାଜପାକୁ ସୁଯୋଗ ଦିଅନ୍ତୁ। ଏହି ସମୟ ମଧ୍ୟରେ ସେ ଲୋକମାନଙ୍କୁ...

ଯେ କୌଣସି ସ୍ତରକୁ ଯାଇ ପାରନ୍ତି ମୋଦି: ସଞ୍ଜୟ ସିଂଙ୍କ ଗମ୍ଭୀର ଅଭିଯୋଗ

ନୂଆଦିଲ୍ଲୀ,୨୦।୫: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସଞ୍ଜୟ ସିଂ ଭାରତୀୟ ଜନତା ପାର୍ଟି ଏବଂ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଅନେକ ଗମ୍ଭୀର...

ଏ ଦୁଃଖଦ ସମୟରେ ଇରାନ ସହ ଅଛି ଭାରତ: ଶୋକପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୨୦।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ଇବ୍ରାହିମଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ଏଥିରେ ମୃତ୍ୟୁବରଣ...

ଦେଶବାସୀଙ୍କୁ ଏମିତି ଅପିଲ୍‌ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନରେ ପଞ୍ଚମ ପର୍ଯ୍ୟାୟରେ ମତଦାନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟରଙ୍କୁ ନିବେଦନ କରିଛନ୍ତି। ସେ ଲୋକମାନଙ୍କୁ ନିବେଦନ କରି କହିଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri