ମୌଳିକ ସୁବିଧାରୁ ବଞ୍ଚିତ ପୌରବାସୀ

ଜଟଣୀ,୩୧।୮(ରବୀନ୍ଦ୍ରନାଥ ମହାକୁଡ଼)ଖୋର୍ଦ୍ଧା ଜିଲା ଜଟଣୀ ପୌର ପରିଷଦ ତା’ର ୫୧ ବର୍ଷ ପୂର୍ତ୍ତି ପାଳନ ଏବଂ ନିଖିଳ ଭରତ ସ୍ବାୟତ୍ତ ଶାସନ ଦିବସ -୨୦୨୩ ପାଳନ କରିବାକୁ ଯାଉଛି। ଉକ୍ତ ଦିବସ ପାଳନ ପାଇଁ ସହରରେ ଥିବା ପୌରପରିଷଦର ବିଭିନ୍ନ ଅନୁଷ୍ଠାନକୁ ରଙ୍ଗବେରଙ୍ଗ ଆଲୋକ ଏବଂ ଫୁଲରେ ସଜାଯାଉଛି। ସହରର ସୌନ୍ଦ୍ୟକରଣ ପାଇଁ ଗତ କିଛି ବର୍ଷ ଧରି ସରକାରଙ୍କ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ପୌର ପରିଷଦ ପକ୍ଷରୁ ଖର୍ଚ୍ଚ କରାଯାଉଛି। କିନ୍ତୁ ଅନେକ ସମୟରେ ନିମ୍ନମାନର କାର୍ଯ୍ୟ, ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ପାଇଁ ଅନେକ ଯୋଜନାର ସଫଳତାରେ ବ୍ୟତିକ୍ରମ ପରିଲକ୍ଷିତ ହେଉଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି। ଜଟଣୀ ପୌରାଞ୍ଚଳର ରାସ୍ତା, ଡ୍ରେନ ପାଇଁ ଖର୍ଚ୍ଚ ହେଉଥିବା ଅର୍ଥ ଠିକ୍‌ ଭାବେ କାର୍ଯ୍ୟରେ ଲାଗୁ ନଥିବା ଏବଂ ନିମ୍ନମାନର କାର୍ଯ୍ୟ ହେତୁ କିଛି ମାସ ମଧ୍ୟରେ ନଷ୍ଟ ହୋଇଯାଉଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ପ୍ରଶାସନ ମୌଳିକ ସୁବିଧା ଯୋଗାଇପାରୁନି ବୋଲି ଚର୍ଚ୍ଚା ହେଉଛି। ସେହିଭଳି ପୌର ପରିଷଦ ଅଧୀନରେ ୨୩ଟି ୱାର୍ଡ ମଧ୍ୟରୁ ୬ଟି ରେଲୱେ ଅଞ୍ଚଳର ୱାର୍ଡକୁ ବାଦ ଦେଲେ ଅନ୍ୟ ସବୁ ସ୍ଥାନରେ ସାହି ବସ୍ତି ଏବଂ ସହରର ବିଭିନ୍ନ ମୁଖ୍ୟରାସ୍ତାର ଅବସ୍ଥା ଶୋଚନୀୟ। ୱାର୍ଡ ନମ୍ବର ୧୫ ଅନ୍ତର୍ଗତ ହାଟବଜ଼ାରରେ ଲୋକେ ଡ୍ରେନ ଉପରେ ଘର, ବ୍ୟବସାୟ ପ୍ରତିଷ୍ଠାନ ନିର୍ମାଣ କରିଥିବା ସଫେଇ ହୋଇପାରୁନି। ଫଳରେ ରାସ୍ତାକଡ଼ରେ ଆବର୍ଜନା ପଡ଼ିରହୁଥିବାବେଳେ ଲୋକେ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ରହି ନାନା ହଇରାଣ ହେଉଥିବା ସ୍ଥାନୀୟ ବାସିନ୍ଦା ନୟନୀ ଦାସ ଅଭିଯୋଗ କରିଛନ୍ତି।
ସେହିପରି ଜଟଣୀ ବଜାରର ବ୍ୟସ୍ତବହୁଳ ମାର୍କେଟ ନୀଳଚକ୍ର ମାର୍କେଟକୁ ପ୍ରତିଦିନ ଜିଲା ଏବଂ ଜିଲା ବାହାରରୁ ହଜାର ହାଜର ଲୋକେ ଆସୁଥିବାବେଳେ ୩ମାସ ଧରି ମାର୍କେଟର ମୁଖ୍ୟ ରାସ୍ତାରେ ଅଳିଆ ଆବର୍ଜନା ପଡି ରହି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟିକରିବା ସହିତ ପଚା ଦୁର୍ଗନ୍ଧ ହେଉଛି। ଫଳରେ ଉକ୍ତ ମାର୍କେଟରେ ବ୍ୟବସାୟୀ ଏବଂ ଜନସାଧାରଣଙ୍କ ବ୍ୟାପକ କ୍ଷତି ହେଉଥିବା ସହିତ ଡେଙ୍ଗୁ ବ୍ୟାପିବା ନେଇ ଭୟରେ ରହିଥିବା ସ୍ଥାନୀୟ ବ୍ୟବସାୟୀ ବସନ୍ତ ସାହୁ କହିବା ସହିତ ଉକ୍ତ ସ୍ଥାନରୁ ଅଳିଆ ଉଠାଇବା ପାଇଁ ପୌର କର୍ମଚାରୀଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣୁ ନ ଥିବା କହିଛନ୍ତି। ସେହିପରି ଏକାଧିକ ୱାର୍ଡର ଗଳି କନ୍ଦି ରାସ୍ତାରେ କୁଢ଼ କୁଢ଼ ଅଳିଆ ପଡିରହିଥିବା ଦେଖିବାକୁ ମିଳିଛି। ପୌର ପ୍ରଶାସନ ୫୧ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ସହର ବାସୀଙ୍କୁ ମୌଳିକ ସୁବିଧା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏପରିକି ଅଭିଯୋଗ କରିଲେ ସାଧରଣ ଲୋକଙ୍କୁ ବିଭିନ୍ନ ଧମକ ମିଳୁଥିଲା ବେଳେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମଧ୍ୟ୍ୟ ଠିକ୍‌ ପ୍ରଦାନ କରାଯାଉନାହିଁ ବୋଲି ସାମାଜିକ କର୍ମୀ ପ୍ରଶାନ୍ତ କୁମାର ମହାପାତ୍ର କହିଛନ୍ତି। ଏ ନେଇ ପୌର ପରିଷଦ ଚେୟାରମ୍ୟାନ ଅନନ୍ତ ବେହେରାଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri