Posted inଜାତୀୟ

ସିଆଇଡି-ସିବିଆଇ ମୁହାଁମୁହିଁ: ଲଲନ ଶେଖ ହାଜତ ମୃତ୍ୟୁ ମାମଲାରେ ୭ ସିବିଆଇ ଅଧିକାରୀଙ୍କ ବିରୋଧରେ ସିଆଇଡିର ଏଫଆଇଆର…

କୋଲକାତା,୧୪।୧୨ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ସିବିଆଇ ହେପାଜତରେ ବାଗତୁଇ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଲଲନ ଶେଖଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିବା ସହ ସିବିଆଇ ଉପରେ ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟ ସରକାର ସିଆଇଡି ଦ୍ୱାରା ଏହାର ଅନୁସନ୍ଧାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ବୁଧବାର ସିଆଇଡି ସିବିଆଇ ମୁହାଁମୁହିଁ ହୋଇଛନ୍ତି। ସିଆଇଡି ପକ୍ଷରୁ ୭ଜଣ ସିବିଆଇ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ମମତା କହିଛନ୍ତି, ସିବିଆଇ ହେପାଜତରେ କେହି କିପରି ମରିବେ? ମଙ୍ଗଳବାର ମେଘାଳୟ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଲଲନଙ୍କ ଅସାଧାରଣ ମୃତ୍ୟୁ ବିଷୟରେ କହିଥିଲେ ଯେ, ମୁଁ ଏହି ଘଟଣାକୁ ନିନ୍ଦା କରୁଛି। ଯଦି ସିବିଆଇ ଏତେ ସ୍ମାର୍ଟ ତେବେ ଜେଲରେ କେହି କିପରି ମରିବେ? ତାଙ୍କ ସ୍ତ୍ରୀ ଏଫଆଇଆର ଦାଖଲ କରିଛନ୍ତି ଆମେ ମଧ୍ୟ ଏହି ପ୍ରସଙ୍ଗ ଉଠାଇବୁ।

ଅନ୍ୟପକ୍ଷରେ ଲଲନଙ୍କ ସ୍ତ୍ରୀ ଏହାକୁ ହତ୍ୟା ବୋଲି କହିଥିବା ବେଳେ ସିବିଆଇ ଏହାକୁ ଆତ୍ମହତ୍ୟା ବୋଲି କହିଛି। ସୂଚନାଯୋଗ୍ୟ ଯେ ସୋମବାର ବାଗତୁଇ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଲଲନଙ୍କ ମୃତଦେହ ରାମପୁରହାଟରେ ଥିବା ଅସ୍ଥାୟୀ ସିବିଆଇ କ୍ୟାମ୍ପର ଶୌଚାଳୟରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ପୋଲିସ ଏହାର ତଦନ୍ତ କରୁଛି।

ସିବିଆଇ ଅଧିକାରୀ କହିଛନ୍ତି ଯେ ଲଲନ ଶେଖ ଆତ୍ମହତ୍ୟା କରିଛନ୍ତି। ତାଙ୍କ ସ୍ତ୍ରୀ ରେଶମା ବିବି ରାମପୁରହାଟ ଥାନାରେ ଅଭିଯୋଗ କରି କହିଛନ୍ତି ଯେ ସିବିଆଇ ଅଧିକାରୀମାନେ ତାଙ୍କ ସ୍ବାମୀଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ସିବିଆଇ ଦ୍ୱାରା ରେଶମା ବିବିଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କୁହାଯାଇଛି। ବୀରଭୂମ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିସାରିଛି। ବର୍ତ୍ତମାନ ତଦନ୍ତକୁ ସିଆଇଡିକୁ ହସ୍ତାନ୍ତର କରାଯାଇଛି।

ସିଆଇଡି ତଦନ୍ତ ଦାୟିତ୍ୱ ନେବା ମାତ୍ରେ ସିବିଆଇ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏଥିରେ ଡିଜି ଏବଂ ଏସପି ସ୍ତରୀୟ ଅଧିକାରୀ ଅନ୍ତର୍ଭୁକ୍ତ। ହତ୍ୟା ଏବଂ ଆଇପିସିର ଅନ୍ୟ ଧାରା ଅନ୍ତର୍ଗତ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri