ସିଆଇଏ ସିଟିଓ

ପ୍ରଥମ ଥର ପାଇଁ ଜଣେ ଭାରତୀୟ ବଂଶୋଦ୍ଭବ ନନ୍ଦ୍‌ ମୁଲଚନ୍ଦାନି ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (ସିଆଇଏ)ର ଚିଫ୍‌ ଟେକ୍ନୋଲୋଜି ଅଫିସର (ସିଟିଓ) ନିଯୁକ୍ତ ହୋଇଛନ୍ତି। ଆମେରିକୀୟ ଗୋଇନ୍ଦାର ଏକ ଉଚ୍ଚ ପଦବୀରେ ମୁଲଚନ୍ଦାନି ଅବସ୍ଥାପିତ ହେବା ସଂକ୍ରାନ୍ତରେ ଘୋଷଣା କରିବା ଅବସରରେ ସିଆଇଏର ନିର୍ଦ୍ଦେଶକ ଓ୍ବିଲିୟମ୍‌ ଯୋଶେଫ୍‌ ବର୍ନସ କହିଛନ୍ତି, ତାଙ୍କ ଅଭିଜ୍ଞତା ସଂସ୍ଥାକୁ ଆଗକୁ ନେବାରେ ଯଥେଷ୍ଟ ସହାୟକ ହେବ।
ମୁଲଚନ୍ଦାନିଙ୍କ ଶିକ୍ଷା ଓ ଅଭିଜ୍ଞତା ବିଷୟରେ ଆଲୋଚନା କରିବା ପୂର୍ବରୁ ସିଆଇଏର ସ୍ବରୂପ ବିଷୟରେ ଟିକେ ବର୍ଣ୍ଣନା କରିବା ଦରକାର ପଡ଼ୁଛି। ସିଆଇଏ ଓ୍ବେବ୍‌ସାଇଟ୍‌ ଅନୁଯାୟୀ, ଏହା ଆମେରିକାର ଏକ ସରକାରୀ ସଂସ୍ଥା। ନ୍ୟାଶନାଲ ସିକ୍ୟୁରିଟି ଆଇନ ୧୯୪୭ ଅନୁଯାୟୀ ଏହା ଗଠନ କରାଯାଇଥିଲା। ଏହା ବିଶ୍ୱ ସ୍ତରରୁ ନିରାପତ୍ତା ସମ୍ବନ୍ଧୀୟ ଗୋଇନ୍ଦା ସୂଚନା ସଂଗ୍ରହ କରିବା ପରେ ତାହାକୁ ବିଶ୍ଳେଷଣ କରିଥାଏ। ଆମେରିକାର ଗୋଇନ୍ଦା ଗୋଷ୍ଠୀ (ଆଇସି)ର ସିଆଇଏ ଏକ ସଦସ୍ୟ ହୋଇଥିବାରୁ ତାହା ଦ୍ୱାରା ପ୍ରସ୍ତୁତ ରିପୋର୍ଟକୁ ନ୍ୟାଶନାଲ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶକଙ୍କୁ ଦିଆଯାଇଥାଏ। ନିର୍ଦ୍ଦେଶକ ସମ୍ପୃକ୍ତ ରିପୋର୍ଟକୁ ରାଷ୍ଟ୍ରପତି ଓ କ୍ୟାବିନେଟ୍‌ ନିକଟରେ ଉପସ୍ଥାପନ କରିଥାଆନ୍ତି। ସିଆଇଏ କୌଣସି ନୀତି ପ୍ରଣୟନ କରେ ନାହିଁ। ସୂଚନା ଦେବାରେ ଏକ ସ୍ବାଧୀନ ସଂସ୍ଥା ଭାବେ କାର୍ଯ୍ୟ କରୁଥିବାରୁ ତାହା ସ୍ବଚ୍ଛତା ବଜାୟ ରଖିବାକୁ ସର୍ବଦା ଚେଷ୍ଟା କରିଥାଏ। ସାଧାରଣତଃ ସିଆଇଏ ଓ ଏଫ୍‌ବିଆଇ (ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ) ମଧ୍ୟରେ ଥିବା ତଫାତ୍‌କୁ ବୁଝିବାରେ କେତେକଙ୍କ ପାଇଁ ସହଜ ହୋଇ ନ ଥାଏ। ସେହି ସୂକ୍ଷ୍ମ ଫରକ୍‌କୁ ଦେଖିଲେ ସିଆଇଏ ପ୍ରତିରକ୍ଷା ବିଭାଗ ଅଧୀନରେ ଆସିଥାଏ। ଅନ୍ୟପକ୍ଷରେ ଏଫ୍‌ବିଆଇ ଆମେରିକାର ନ୍ୟାୟ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ବେଳେ ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ପରିଚାଳନା କରେ। ଏହାର ପ୍ରାରମ୍ଭିକ କାର୍ଯ୍ୟ ଦେଶ ଭିତରେ ଆତଙ୍କବାଦକୁ ପ୍ରତିହତ କରିବା ସହିତ ସଂଘୀୟ ଆଇନ କାର୍ଯ୍ୟକାରୀ କରିବା। ଦେଶ ମଧ୍ୟରେ ହତ୍ୟା, ଆନ୍ତଃରାଜ୍ୟ ଅପରାଧ ଓ ଅପହରଣ ଆଦି ମାମଲାର ତଦନ୍ତ କ୍ଷେତ୍ରରେ ସହାୟତା କରିବାରେ ଏଫ୍‌ବିଆଇ ପଦକ୍ଷେପ ନେଇଥାଏ। ଏସବୁ ଦୃଷ୍ଟିରୁ ଦେଖିଲେ ସିଆଇଏର ପରିସର ବ୍ୟାପକ ରହୁଛି। ଏଭଳି ଏକ ସଂସ୍ଥାରେ ମୁଲଚନ୍ଦାନି ମୁଖ୍ୟ ପ୍ରଯୁକ୍ତି ଅଧିକାରୀ ହୋଇଥିବାରୁ ତାଙ୍କ ଆଗରେ ଅନେକ ଆହ୍ବାନ ରହିବା ସ୍ବାଭାବିକ।
ନନ୍ଦ୍‌ ମୁଲଚନ୍ଦାନିଙ୍କ ପାଠପଢ଼ା ଦିଲ୍ଲୀରେ ଆରମ୍ଭ ହୋଇଥିଲା। ବ୍ଲୁବେଲ୍‌ସ ସ୍କୁଲ ଇଣ୍ଟରନ୍ୟାଶନାଲରୁ ଉତ୍ତୀର୍ଣ୍ଣ ହେବା ପରେ ନ୍ୟୁୟର୍କର କର୍ନେଲ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସ ଓ ଗଣିତରେ ଡିଗ୍ରୀ ଅର୍ଜନ କରିଥିଲେ। ପରେ ଷ୍ଟାନ୍‌ଫୋର୍ଡରୁ ମ୍ୟାନେଜମେଣ୍ଟରେ ମାଷ୍ଟର ଅଫ୍‌ ସାଇନ୍ସ ଏବଂ ହାର୍ଭାର୍ଡରୁ ମାଷ୍ଟର ଅଫ୍‌ ପବ୍ଲିକ୍‌ ଆଡ୍‌ମିନିଷ୍ଟ୍ରେଶନ ଡିଗ୍ରୀ ମଧ୍ୟ ସେ ହାସଲ କରିଥିଲେ। ସିଆଇଏରେ ଯୋଗଦେବା ପୂର୍ବରୁ ସେ ଆମେରିକାର ପ୍ରତିରକ୍ଷା ବିଭାଗର ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ସେଣ୍ଟରର ସିଟିଓ ତଥା କାର୍ଯ୍ୟକାରୀ ନିର୍ଦ୍ଦେଶକ ଥିଲେ। ସିଲିକନ୍‌ ଭ୍ୟାଲିରେ ମୁଲଚନ୍ଦାନିଙ୍କ ୨୫ ବର୍ଷର ବୈଷୟିକ ଅଭିଜ୍ଞତା ରହିଛି। ସେ ଅନେକ ସଫଳ ଷ୍ଟାର୍ଟଅପ୍‌ର ସହ-ପ୍ରତିଷ୍ଠାତା ମଧ୍ୟ ହୋଇପାରିଛନ୍ତି। ସେଗୁଡ଼ିକ ମଧ୍ୟରେ ରହିଛି ଓପନ୍‌ଡିଏନ୍‌ଏସ୍‌ (ସିସ୍‌କୋ ଦ୍ୱାରା ଅଧିକୃତ), ଓବ୍‌ଲିକ୍ସ (ଓରାକଲ୍‌ ଅଧିକୃତ), ଡିଟରମିନା (ଭିଏମ୍‌ଓ୍ବେର ଅଧୀନ) ଓ ସ୍କେଲ୍‌ଏକ୍ସଟ୍ରିମ୍‌ (ସିଟ୍ରିକ୍ସ ଅଧିକୃତ)।
ସିଆଇଏରେ ଯୋଗଦେବା ପରେ ମୁଲ୍‌ଚନ୍ଦାନି କହିଛନ୍ତି, ଏଭଳି ପଦବୀ ପାଇ ସେ ସମ୍ମାନିତ ହୋଇଛନ୍ତି। ସଂସ୍ଥାର ଅତୁଲ୍ୟ ପ୍ରଯୁକ୍ତିବିତ୍‌ ଓ ବିଶ୍ୱସ୍ତରୀୟ ଗୋଇନ୍ଦା କାର୍ଯ୍ୟରେ ଦକ୍ଷତା ରଖିଥିବା ବିଶେଷଜ୍ଞଙ୍କୁ ନେଇ ସେ କାର୍ଯ୍ୟ କରିବେ। ଦୀର୍ଘବର୍ଷର ଅଭିଜ୍ଞତାକୁ ନେଇ ହାସଲ କରିଥିବା ଜ୍ଞାନପୁଞ୍ଜ ସଂସ୍ଥାର ବିକାଶରେ ବ୍ୟୟ କରିବେ ବୋଲି ସେ କହିଛନ୍ତି।
ପାରିବାରିକ ଜୀବନ କହିଲେ ସର୍ବାଣି ବାନାର୍ଜୀ ଓ ଗୋଟିଏ ଝିଅକୁ ନେଇ ମୁଲ୍‌ଚନ୍ଦାନିଙ୍କ ସଂସାର। ଦିଲ୍ଲୀରେ ବଢ଼ିଥିବା ଛାତ୍ର ଏବେ ଆମେରିକାର ଏକ ପ୍ରମୁଖ ଗୋଇନ୍ଦା ସଂସ୍ଥାର ଅନ୍ୟତମ ସର୍ବୋଚ୍ଚ ପଦବୀରେ ଆସୀନ ହେବା ନିଶ୍ଚିତ ଭାବେ ପ୍ରଯୁକ୍ତିକୁ ନେଇ କ୍ୟାରିୟର କରୁଥିବା ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିବ। ଆନନ୍ଦର ବିଷୟ ଯେ, ଭାରତର ବହୁ ପ୍ରତିଭାସମ୍ପନ୍ନ ବ୍ୟକ୍ତି ଅମେରିକା ଓ ବ୍ରିଟେନ୍‌ର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହୋଇ ନିଜ କର୍ଯ୍ୟଦକ୍ଷତାର ପ୍ରମାଣ ଦେଇପାରିଛନ୍ତି। ବୃତ୍ତି ପ୍ରତି ସେମାନଙ୍କ ନିଷ୍ଠାପର ଯୋଗଦାନ ଯୋଗୁ ଏସବୁ ସମ୍ଭବ ହୋଇପାରୁଥିବାରୁ ନୂଆ ପିଢ଼ି ସେଥିରୁ ପ୍ରେରଣା ପାଇବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri