Posted inଫୁରସତ

୪୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ହାଡ, କଙ୍କାଳରେ ନିର୍ମିତ ଚର୍ଚ୍ଚ, ଫଟୋ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଦୁନିଆରେ ଏମିତି ଏକ ଚର୍ଚ୍ଚ ରହିଛି, ଯାହା ୪୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ହାଡରେ ତିଆରି ହୋଇଛି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏହା ‘ଚର୍ଚ୍ଚ ଅଫ୍‌ ବୋନ୍‌ସ’ ନାମରେ ପରିଚିତ। ଏହାର ପ୍ରତିଷ୍ଠା ପଛର ରହିଥିବା କାହାଣୀ ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ। ‘ସେଡଲେକ ଓସୁଆରି’ ନାମକ ଏହି ଚର୍ଚ୍ଚକୁ ଦେଖିବା ପାଇଁ ସମଗ୍ର ବିଶ୍ୱରୁ ଲୋକେ ଆସିଥାନ୍ତି।

ୟୁରୋପର ଦେଶ ଚେକ ଗଣରାଜ୍ୟର ରାଜଧାନୀ ପ୍ରାଗରେ ୧୮୭୦ ମସିହାରେ ନିର୍ମିିତ ହୋଇଥିଲା ଏହି ଚର୍ଚ୍ଚ। ଏହାକୁ ମାନବ ଅସ୍ଥିରେ ଅତି କଳାତ୍ମକ ଭାବରେ ସଜାଯାଇଛି । ୪୦, ୦୦୦ରୁ ଅଧିକ ମାନବ କଙ୍କାଳକୁ ଏଠାରେ ଏତେ ସୁନ୍ଦର ଭାବେ ସଜାଯାଇଛି ଯେ, ଯେ କେହି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।

୧୪ ଏବଂ ୧୫ତମ ଶତାବ୍ଦୀରେ ମହାମାରୀ ପ୍ଲେଗ୍‌ ଏବଂ ଯୁଦ୍ଧ ଯୋଗୁ ବହୁ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କୁ ସମାଧି ଦେବା ପାଇଁ ସ୍ଥାନ ନ ଥିଲା। ତେଣୁ ସେଠାକାର ଲୋକଙ୍କ ମନରେ ଏମିତି ଏକ ଚିନ୍ତାଧାରା ଆସିଥିଲା। ପରେ ଏହି କାର୍ଯ୍ୟକୁ ସାଧୁ ତଥା ଧର୍ମଯାଜକମାନଙ୍କୁ ହସ୍ତାନ୍ତର କରାଗଲା। ଏହି ଚର୍ଚ୍ଚର ମୁଖ୍ୟ ଫାଟକରେ ତିନୋଟି ବିଶେଷ ପ୍ରକାରର କଙ୍କାଳ ରହିଛି। ଯାହା ଲୋକଙ୍କୁ ସ୍ବାଗତ କରୁଛି। ହାଡ ଦ୍ୱାରା ସଜ୍ଜିତ ଏହାର କାନ୍ଥଗୁଡିକ ବିଶେଷ କରି ଲୋକଙ୍କୁ ଆକର୍ଷିତ କରିଥାଏ। ସେହିପରି ଏହାର ଛାତ କ୍ରସବୋନ ପାର୍ଟନ ଦ୍ୱାରା ପ୍ରଭାବିତ।

ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି। ଏହି ଚର୍ଚ୍ଚରେ ମନୁଷ୍ୟର କଙ୍କାଳରୁ ପ୍ରତ୍ୟେକ ଅଙ୍ଗର ହାଡ ବ୍ୟବହୃତ ହୋଇଛି। ଲୋକଙ୍କ ମୃତ୍ୟୁ ପରେ ସେମାନଙ୍କ ମୃତଦେହକୁ ଏଠାରେ ସମାଧି ଦିଆଯାଇଛି। ସେହି ସମୟରେ ଏହି ସ୍ଥାନର ମାଟିକୁ ଲୋକମାନେ ଅତ୍ୟନ୍ତ ପବିତ୍ର ବୋଲି ମାନୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri