Posted inଖେଳ

ଆଇପିଏଲ୍‌ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ପାଲଟିଲେ ମୋରିସ୍‌, ଭାଙ୍ଗିଲେ ଯୁବରାଜଙ୍କ ରେକର୍ଡ

ଚେନ୍ନାଇ,୧୮।୨: ଆଇପିଏଲ୍‌ ୨୦୨୧ ପାଇଁ ଗୁରୁବାର ଅନୁଷ୍ଠିତ ଖେଳାଳି ନିଲାମ ପ୍ରକ୍ରିୟାରେ ନୂଆ ଇତିହାସ ଲେଖାଯାଇଛି। ଏହା ଛୋଟ ନିଲାମ ବୋଲି କୁହାଯାଉଥିଲେ ହେଁ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର କ୍ରିସ୍‌ ମୋରିସଙ୍କୁ କିଣିବାରେ ରେକର୍ଡ ହୋଇଛି। ୨୦୧୫ରେ ଦିଲ୍ଲୀ ଟିମ୍‌ ଯୁବରାଜ ସିଂହଙ୍କୁ ୧୬ କୋଟିରେ କିଣିଥିଲା। ହେଲେ ମୋରିସ୍‌ ଯୁବରାଜଙ୍କ ରେକର୍ଡ ଭାଙ୍ଗି ୧୬ କୋଟି ୨୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଛନ୍ତି। ରାଜସ୍ଥାନ ରୟାଲ୍ସ ଟିମ୍‌ ତାଙ୍କୁ ଦଳରେ ସାମିଲ କରିବାରେ ସଫଳ ହୋଇଛି।

ଆର୍‌ସିବିରୁ ଅଲଗା ହୋଇଥିବା ମୋରିସ୍‌ଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜ୍‌ଗୁଡ଼ିକ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ହେଲେ ଶେଷକୁ ବାଜି ମାରିଥିଲା ଆର୍‌ଆର୍‌। ଗତ ଥର ସେ ୧୦ କୋଟି ଟଙ୍କାରେ ବିକ୍ରି ହୋଇଥିଲେ। ହେଲେ ଚଳିତ ଥର ସେ ସବୁର ରେକର୍ଡ ଭାଙ୍ଗି ସବୁଠାରୁ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ବ୍ୟାଟ୍‌ରେ ଭିନ୍ନ ଲୋଗୋ

ନୂଆଦିଲ୍ଲୀ,୫।୭- ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କଦାପି ନିଜ ପ୍ରଶଂସକଙ୍କୁ ଚକିତ କରିବାକୁ ଭୁଲନ୍ତି ନାହିଁ। ୨୦୦୭ ଟି୨୦ ବିଶ୍ୱକପ୍‌ ଫାଇନାଲରେ ଅନ୍ତିମ...

ଇଂଲଣ୍ଡ ଟୁର୍‌ରେ ଯିବା ଲାଗି ରୋଚ୍‌ ଆଗ୍ରହୀ

ଲଣ୍ଡନ, ୨୯ା୫ (ଏଏଫ୍‌ପି)-କରୋନାଭାଇରସ୍‌ ଆଶଙ୍କା ସତ୍ତ୍ୱେ ଓ୍ବେଷ୍ଟଇଣ୍ଡିଜ ଦଳ ସହ ଇଂଲଣ୍ଡ ଟୁର୍‌ରେ ଯିବା ଲାଗି ମୋର ଆଗ୍ରହ ରହିଛି ବୋଲି କହିଛନ୍ତି ଫାଷ୍ଟ ବୋଲର...

ଆଇପିଏଲ୍‌ର ଟିଭି ଦର୍ଶକ ସଂଖ୍ୟା ୨୩ ପ୍ରତିଶତ ବୃଦ୍ଧି

ମୁମ୍ବାଇ, ୨୧ା୧୧ (ପି.ଟି.)-ଏଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଟେଲିଭିଜନ ଦର୍ଶକ ସଂଖ୍ୟା ୨୩ ପ୍ରତିଶତ ବୃଦ୍ଧି ପାଇଥିବା ଟି୨୦ ଇଭେଣ୍ଟର ଅଫିସିଆଲ ବ୍ରଡକାଷ୍ଟର ଷ୍ଟାର...

ଅନ୍ୟ ରାଜ୍ୟରୁ ଖେଳିବେ ଦିଣ୍ଡା

କୋଲକାତା, ୨୨ା୬ (ପି.ଟି.): ଭେଟେରାନ ପେସ୍‌ ବୋଲର ଅଶୋକ ଦିଣ୍ଡା କହିଛନ୍ତି, ସେ ରାଜନୀତିର ଶିକାର ହୋଇଛନ୍ତି। ଏହି କାରଣରୁ ଗତବର୍ଷ ରଣଜୀ ଟ୍ରଫିର ମଧ୍ୟଭାଗରେ...

ମେସିଙ୍କୁ ଫିଫା ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର, ରାପିନୋ ଶ୍ରେଷ୍ଠ ମହିଳା ଫୁଟବଲର

ମିଲାନ,୨୪।୯(ଏଏଫ୍‌ପି)-ଆର୍ଜେଣ୍ଟିନା ଫୁଟବଲ ସୁପରଷ୍ଟାର ତଥା ବାର୍ସିଲୋନା ଷ୍ଟ୍ରାଇକର ଲିଓନେଲ ମେସି ପୁଣି ଥରେ ଫିଫା ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର ହାସଲ କରିଛନ୍ତି। ସେହିପରି...

୨ରୁ ୩ ମ୍ୟାଚ୍‌ ବାଦ୍‌ ପଡ଼ିବେ ଭୁବି- କୋହଲି

ମାଞ୍ଚେଷ୍ଟର,୧୭।୬(ପି.ଟି.)- ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ପେସର ଭୁବନେଶ୍ୱର କୁମାରଙ୍କ ମାଂସପେଶୀ ଟାଣି ହୋଇଯାଇଛି। ଏଥିଯୋଗୁ ସେ ଅତିକମ୍‌ରେ ୨ରୁ ୩ ବିଶ୍ୱକପ୍‌ ମ୍ୟାଚ୍‌ରୁ ବାଦ୍‌...

ଆଇପିଏଲ୍‌-୧୪: ପ୍ରଥମ ବିଜୟ ଲକ୍ଷ୍ୟରେ ହାଇଦ୍ରାବାଦ

ଚେନ୍ନାଇ,୧୪।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଷଷ୍ଠ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଡେଭିଡ ଓ୍ବାର୍ନରଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ...

ଆଇଟିଏଫ ସିନିୟର ଗ୍ରେଡ୍‌-୩: ଟେନିସ ଦିଲୀପଙ୍କୁ ଡବଲ ଟାଇଟଲ

ଭୁବନେଶ୍ୱର, ୩୦।୧୨(କ୍ରୀଡ଼ା ପ୍ରତିନିଧି)- ଛତିଶଗଡ଼ର ଭିଲାଇଠାରେ ଅନୁଷ୍ଠିତ ସେଲ୍‌ ଆଇଟଇଏଫ ସିନିୟର ଗ୍ରେଡ୍‌-୩ ଟେନିସ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଦିଲୀପ ମହାନ୍ତି ଡବଲ ଟାଇଟଲ ହାସଲ କରିଛନ୍ତି।...

Advertisement


Archives

Model This Week

Why Dharitri