Posted inଜାତୀୟ

ନିର୍ଦ୍ଦୋଷରେ ଖଲାସ ହେଲେ ଛୋଟା ରାଜନ୍‌

ନୂଆଦିଲ୍ଲୀ,୨୯।୧୦: ୩୮ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ ହେଲେ ଛୋଟା ରାଜନ୍‌। ତାଙ୍କୁ ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ଶୁକ୍ରବାର ନିର୍ଦ୍ଦୋଷ ସାବ୍ୟସ୍ତ କରିଛି। ଗ୍ୟାଙ୍ଗଷ୍ଟାର ବିରୋଧରେ ଏହା ହେଉଛି ସର୍ବ ପୁରାତମ ମାମଲା। ଯାହାର ଶୁଣାଣି ଦୀର୍ଘ ସମୟ ଧରି ହୋଇଚାଲିଥିଲା। ତାଙ୍କ ପୁରା ନାମ ହେଉଛି, ରାଜେନ୍ଦ୍ର ସଦାଶିଭ ନିକଲେଜ। ୧୯୮୩ମସିହାରେ ପୋଲିସ ଉପରେ ହୋଇଥିବା ଆକ୍ରମଣରେ ତାଙ୍କୁ ଗିରଫ କରାଯାଇଥିଲା। ଘଟଣା ଅନୁସାରେ, ତିଲକ ନଗର ପୋଲିସ ଷ୍ଟେଶନରେ ଏକ ଟିମ୍‌ ଟ୍ୟାକ୍ସିରେ ମଦ ବେପାର କରୁଥିବା ସମୟରେ ରାଜନ୍‌ଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଛୋଟା ରାଜନ୍‌ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ତାଙ୍କୁ ସାହାଯ୍ୟ କରିଥିବା ସହଯୋଗୀଙ୍କ ମଧ୍ୟରୁ ଜଣେ ଗିରଫ ହୋଇଥିଲେ। ଅନ୍ୟଜଣେ ଖସି ପଳାଇଥିଲେ। ସେ ଜାମିନରେ କୋର୍ଟରୁ ବାହାରକୁ ଯାଇଥିଲେ ମଧ୍ୟ ତାଙ୍କ ନାମରେ ଶୁଣାଣି ଚାଲିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲୋଙ୍ଗେଓ୍ବାଲା ସୀମାରେ ମୋଦି

ଜୈସେଲମର,୧୪।୧୧: ଭାରତୀୟ ଯବାନଙ୍କ ମନୋବଳ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାଜସ୍ଥାନର ଜୈସେଲମରର ଲୋଙ୍ଗେଓ୍ବାଲାଠାରେ ପହଞ୍ଚିଛନ୍ତି। ଦୀପାବଳି ଅବସରରେ ସେ ଯବାନମାନଙ୍କୁ ଅଭିନନ୍ଦନ...

ରାହୁଲ ଗାନ୍ଧୀ କହିଲେ, ଜୁଲାଇ ମାସ ଆସିଲା..ଟିକା ନାହିଁ: ଜବାବରେ ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ କଡ଼ା ପ୍ରତିକ୍ରିୟା

ନୂଆଦିଲ୍ଲୀ,୨।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ କରୋନା ଟିକାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପୁଣି ବର୍ଷିଛନ୍ତି। ଶୁକ୍ରବାର ଟୁଇଟ୍‌ କରି ସେ...

କୁମ୍ଭୀର ବେଙ୍ଗକୁ ଗିଳି ଦେଲା, ଏହା କିଭଳି ଭାଗ୍ୟୋଦୟ: ସାମନାରେ ମୋଦିଙ୍କୁ ପ୍ରଶ୍ନ…

ମୁମ୍ବାଇ,୧୯।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ମୁମ୍ବାଇ ଗସ୍ତରେ ଯିବା ପୂର୍ବରୁ ଶିବସେନା ମୁଖପତ୍ର ସାମନାର ସମ୍ପାଦକୀୟରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚରା ଯାଇଛି। ସାମନା...

ଦିଲ୍ଲୀ ପାଇଁ ଘୋଷଣାପତ୍ର ଜାରି କଲା ଏଏପି

ନୂଆଦିଲ୍ଲୀ,୨୫।୪: ରାଜଧାନୀ ଦିଲ୍ଲୀ ପାଇଁ ଗୁରୁବାର ଆମ ଆଦ୍‌ମୀ ପାର୍ଟି(ଏଏପି) ତା’ର ଘୋଷଣାପତ୍ର ଜାରି କରିଛି। ଦଳ ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ଏକ ଖବରଦାତା ସମ୍ମିଳନୀ...

୫ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ…

ନୂଆଦିଲ୍ଲୀ, ୮।୧: ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁର ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଫେବୃୟାରୀ ୧୦ରୁ ହେବ। ଏନେଇ ମୁଖ୍ୟ ନିର୍ବାଚନ କମିଶନର...

ହାରିଗଲେ ଦଳବଦଳ ନେତା

ଲକ୍ଷ୍ନୌ,୧୧ା୩: ୟୁପିର ଫାଜିଲନଗର ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ ହାରିଯାଇଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ଯୋଗୀ କ୍ୟାବିନେଟରେ ଶ୍ରମମନ୍ତ୍ରୀ ଥିବା ପ୍ରମୁଖ...

‘ବିଦ୍ରୋହୀ ବିଧାୟକ ପଶ୍ଚିମବଙ୍ଗ ଆସନ୍ତୁ, ଭଲ ଅତିଥି ସତ୍କାର କରିବୁ’

କୋଲକାତା,୨୩।୬: ବିରୋଧୀଙ୍କୁ ସବୁବେଳେ ସମାଲୋଚନା କରି ଚର୍ଚ୍ଚାରେ ରହୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟକୁ...

ସମାଜ ସୁଧାରକଙ୍କ ମଧ୍ୟରେ ମୋଦିଙ୍କ ନାଁ ଲିପିବଦ୍ଧ ହେବ: ଅମିତ୍‌ ଶାହ

ନୂଆଦିଲ୍ଲୀ,୧୮ା୮: ତିନି ତଲାକ୍‌କୁ ବିରୋଧ କରୁଥିବା ନେତାଙ୍କୁ କଡ଼ା ଜବାବ ଦେଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ। ସେ କହିଛନ୍ତି,...

Advertisement
Archives

Model This Week