ବନ୍ଦ ହେଲା ଖଣ୍ଡୋଲାଇଟ୍‌ ଖଣି

ଚଣ୍ଡିଖୋଲ,୨ା୩(ଡି.ଏନ୍‌.ଏ.): ଖ୍ରୀ.ପୂ. ୨ୟ ଶତାବ୍ଦୀର ପାରାଭାଡ଼ି ବୌଦ୍ଧସ୍ତୁପ ଅଞ୍ଚଳରେ ଓଡ଼ିଶା ମାଇନିଂ କର୍ପୋରେଶନ୍‌(ଓଏମ୍‌ସି) ଖଣ୍ଡୋଲାଇଟ୍‌ ଖଣି ଖନନ କରିବା ଦ୍ୱାରା ଐତିହାସିକ ପାରାଭାଡ଼ି ପାହାଡ଼ ନଷ୍ଟ ହୋଇଗଲା। ଏ ସମ୍ପର୍କରେ ‘ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ରେ ଖବର ପ୍ରକାଶ ପରେ ଭାରତୀୟ ପ୍ରନତ୍ତାତ୍ତ୍ୱିକ ବିଭାଗ (ଏଏସ୍‌ଆଇ) ତରଫରୁ ଖଣ୍ଡୋଲାଇଟ୍‌ ଖଣି ବନ୍ଦ କରିବାକୁ ଓଏମ୍‌ସିକୁ ଚିଠି ଲେଖିଥିଲା। ପରେ ଖଣି ଖନନ ବନ୍ଦ ହୋଇଯାଇଛି। ଏପରି କି ଗୋବିନ୍ଦପୁର ପାହାଡ଼ରୁ ଖଣ୍ଡୋଲାଇଟ୍‌ ପଥର ଖନନ କରାଯାଇ କେଶରାଇପୁରଠାରେ କଟାଯାଉଥିବାବେଳେ ତାହା ମଧ୍ୟ ବନ୍ଦ କରାଯାଇଛି। ହେଲେ ଖଣି ଖନନରେ ଲାଗିଥିବା ଯନ୍ତ୍ରାଂଶ ଏଠାରୁ ନିଆଯାଇନାହିଁ।
ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ପାରାଭାଡ଼ି ପାହାଡ଼ଟି କେଶରାଇପୁର ରାଜସ୍ବ ମୌଜାରେ ଅବସ୍ଥିତ। ଏହି ପାହାଡ଼ ବନ୍ଦରେଶ୍ୱରଠାରୁ ଆରମ୍ଭ କରି ଲଳିତଗିରି ପର୍ଯ୍ୟନ୍ତ ପରିବ୍ୟାପ୍ତ। ଯାଜପୁର ଓ କଟକ ଜିଲାର ସଂଗମସ୍ଥଳରେ ରହିଥିବା ଏହି ପାହାଡ଼ରୁ ପୂର୍ବରୁ ୩୬ଟି ବୌଦ୍ଧ କୀର୍ତ୍ତିରାଜି ଆବିଷ୍କୃତ ହୋଇ ଲଳିତଗିରି ମ୍ୟୁଜିୟମ୍‌ ଓ ଭୁବନେଶ୍ୱର ଷ୍ଟେଟ୍‌ ମ୍ୟୁଜିୟମ୍‌ରେ ରହିଛି। ରାଜ୍ୟ ସରକାରଙ୍କ ତରଫରୁ ଏହି ପାହାଡ଼ରୁ ଖଣ୍ଡୋଲାଇଟ୍‌ ଖଣି ଖନନ କରି ପୁରୀର ସୌନ୍ଦର୍ଯ୍ୟକରଣ ପାଇଁ ପଥର ନେବାକୁ ୨୦୨୧ରେ ଯୋଜନା କରାଯାଇଥିଲା। ୨୦୨୨ରେ ପଥର ଖଣି ଖନନ ଆରମ୍ଭ ହୋଇଥିଲା। ସେ ସମୟରେ ବୁଦ୍ଧାୟନ ତରଫରୁ ଏହାକୁ ବିରୋଧ କରାଯାଇଥିଲେ ମଧ୍ୟ ଓଏମ୍‌ସି ଖନନ ଜାରି ରଖିଥିଲା। ଏନେଇ ଗତ ଡିସେମ୍ବର ୨୫ରେ ‘ବିପଦରେ ବୌଦ୍ଧସ୍ତୁପ ପାରାଭାଡ଼ି’ ଶୀର୍ଷକ ଖବର ‘ଧରିତ୍ରୀ’ରେ ପ୍ରକାଶ ପାଇଥିଲା। ଉକ୍ତ ଖବର ପ୍ରକାଶ ପରେ ଏଏସ୍‌ଆଇ କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ଆସି ତଦାରଖ କରିଥିଲେ। ଏ ସମ୍ପର୍କରେ ଭାରତୀୟ ପ୍ରନତ୍ତାତ୍ତ୍ୱିକ ବିଭାଗର ପୁରୀ ସର୍କଲ ଅଧ୍ୟକ୍ଷ ବ୍ରଜସୁନ୍ଦର ଗଡ଼ନାୟକ କହିଛନ୍ତି, ଆମେ ପ୍ରଥମେ କ୍ଷେତ୍ର ପରିଦର୍ଶନ କରିବା ପରେ ଜାନୁୟାରୀରେ ଓଏମ୍‌ସିକୁ ଖଣି ଖନନ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲୁ। ଏହାପରେ ଏବେ ପାରାଭାଡ଼ି ବୌଦ୍ଧସ୍ତୁପ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ଯେଉଁଠୁ ୪ରୁ ୫ମିଟର ଉଚ୍ଚତାର ବୌଦ୍ଧସ୍ତୁପ ମିଳିଥିବାବେଳେ ବହୁ ପ୍ରାଚୀନ କୀର୍ତ୍ତିରାଜି ମଧ୍ୟ ଆବିଷ୍କୃତ ହୋଇଛି, ଯାହାକି ୧୩ଶହ ବର୍ଷ ତଳର। ସମୁଦ୍ର ପତନଠାରୁ ଏହି ସ୍ତୁପର ଉଚ୍ଚତା ସର୍ବାଧିକ ରହିଛି। ଖଣି ଖନନ ସମୟରେ ବହୁ କୀର୍ତ୍ତିରାଜିକୁ ନଷ୍ଟ କରି ଦିଆଯାଇଛି। ଏଠାରୁ ଆବିଷ୍କୃତ କୀର୍ତ୍ତିରାଜିଗୁଡ଼ିକ ସପ୍ତମ ଓ ଅଷ୍ଟମ ଶତାବ୍ଦୀର। ଏଏସ୍‌ଆଇ ତରଫରୁ ଏହାକୁ ବୁଦ୍ଧିଷ୍ଟ ସର୍କିଟ କରାଯିବା ପାଇଁ ଯୋଜନା ରହିଥିବା ସେ ପ୍ରକାଶ କରିଛନ୍ତି। ୨୦୧୨ରୁ ଲଗାତର ଭାବେ ‘ଧରିତ୍ରୀ’ରେ ପାରାଭାଡ଼ି ବୌଦ୍ଧସ୍ତୁପ ସମ୍ପର୍କରେ ଖବର ପ୍ରକାଶ ହୋଇଆସୁଛି। ଏଠାରେ ୭ଟି ଗୁମ୍ଫା ରହିଛି, ଯାହାକି ହାତିଖାଲ ନାମରେ ପରିଚିତ। ପାରାଭାଡ଼ି ସ୍ତୁପର ୫୦ମିଟର ତଳେ ବୌଦ୍ଧଯୁଗୀୟ ତାରାମୂର୍ତ୍ତି ରହିଛି। ସ୍ଥାନୀୟ ଲୋକେ ଘଣ୍ଟିଆଶୁଣି ଭାବରେ ଏହାକୁ ପୂଜାର୍ଚ୍ଚନା କରୁଛନ୍ତି। ଏହି ସ୍ତୁପର ଚତୁଃପାର୍ଶ୍ୱ ୪୬ ଏକର ସ୍ଥାନକୁ ଏଏସ୍‌ଆଇ ଚିହ୍ନଟ କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?