ବନ୍ଦ ହେଲା ଖଣ୍ଡୋଲାଇଟ୍‌ ଖଣି

ଚଣ୍ଡିଖୋଲ,୨ା୩(ଡି.ଏନ୍‌.ଏ.): ଖ୍ରୀ.ପୂ. ୨ୟ ଶତାବ୍ଦୀର ପାରାଭାଡ଼ି ବୌଦ୍ଧସ୍ତୁପ ଅଞ୍ଚଳରେ ଓଡ଼ିଶା ମାଇନିଂ କର୍ପୋରେଶନ୍‌(ଓଏମ୍‌ସି) ଖଣ୍ଡୋଲାଇଟ୍‌ ଖଣି ଖନନ କରିବା ଦ୍ୱାରା ଐତିହାସିକ ପାରାଭାଡ଼ି ପାହାଡ଼ ନଷ୍ଟ ହୋଇଗଲା। ଏ ସମ୍ପର୍କରେ ‘ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ରେ ଖବର ପ୍ରକାଶ ପରେ ଭାରତୀୟ ପ୍ରନତ୍ତାତ୍ତ୍ୱିକ ବିଭାଗ (ଏଏସ୍‌ଆଇ) ତରଫରୁ ଖଣ୍ଡୋଲାଇଟ୍‌ ଖଣି ବନ୍ଦ କରିବାକୁ ଓଏମ୍‌ସିକୁ ଚିଠି ଲେଖିଥିଲା। ପରେ ଖଣି ଖନନ ବନ୍ଦ ହୋଇଯାଇଛି। ଏପରି କି ଗୋବିନ୍ଦପୁର ପାହାଡ଼ରୁ ଖଣ୍ଡୋଲାଇଟ୍‌ ପଥର ଖନନ କରାଯାଇ କେଶରାଇପୁରଠାରେ କଟାଯାଉଥିବାବେଳେ ତାହା ମଧ୍ୟ ବନ୍ଦ କରାଯାଇଛି। ହେଲେ ଖଣି ଖନନରେ ଲାଗିଥିବା ଯନ୍ତ୍ରାଂଶ ଏଠାରୁ ନିଆଯାଇନାହିଁ।
ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ପାରାଭାଡ଼ି ପାହାଡ଼ଟି କେଶରାଇପୁର ରାଜସ୍ବ ମୌଜାରେ ଅବସ୍ଥିତ। ଏହି ପାହାଡ଼ ବନ୍ଦରେଶ୍ୱରଠାରୁ ଆରମ୍ଭ କରି ଲଳିତଗିରି ପର୍ଯ୍ୟନ୍ତ ପରିବ୍ୟାପ୍ତ। ଯାଜପୁର ଓ କଟକ ଜିଲାର ସଂଗମସ୍ଥଳରେ ରହିଥିବା ଏହି ପାହାଡ଼ରୁ ପୂର୍ବରୁ ୩୬ଟି ବୌଦ୍ଧ କୀର୍ତ୍ତିରାଜି ଆବିଷ୍କୃତ ହୋଇ ଲଳିତଗିରି ମ୍ୟୁଜିୟମ୍‌ ଓ ଭୁବନେଶ୍ୱର ଷ୍ଟେଟ୍‌ ମ୍ୟୁଜିୟମ୍‌ରେ ରହିଛି। ରାଜ୍ୟ ସରକାରଙ୍କ ତରଫରୁ ଏହି ପାହାଡ଼ରୁ ଖଣ୍ଡୋଲାଇଟ୍‌ ଖଣି ଖନନ କରି ପୁରୀର ସୌନ୍ଦର୍ଯ୍ୟକରଣ ପାଇଁ ପଥର ନେବାକୁ ୨୦୨୧ରେ ଯୋଜନା କରାଯାଇଥିଲା। ୨୦୨୨ରେ ପଥର ଖଣି ଖନନ ଆରମ୍ଭ ହୋଇଥିଲା। ସେ ସମୟରେ ବୁଦ୍ଧାୟନ ତରଫରୁ ଏହାକୁ ବିରୋଧ କରାଯାଇଥିଲେ ମଧ୍ୟ ଓଏମ୍‌ସି ଖନନ ଜାରି ରଖିଥିଲା। ଏନେଇ ଗତ ଡିସେମ୍ବର ୨୫ରେ ‘ବିପଦରେ ବୌଦ୍ଧସ୍ତୁପ ପାରାଭାଡ଼ି’ ଶୀର୍ଷକ ଖବର ‘ଧରିତ୍ରୀ’ରେ ପ୍ରକାଶ ପାଇଥିଲା। ଉକ୍ତ ଖବର ପ୍ରକାଶ ପରେ ଏଏସ୍‌ଆଇ କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ଆସି ତଦାରଖ କରିଥିଲେ। ଏ ସମ୍ପର୍କରେ ଭାରତୀୟ ପ୍ରନତ୍ତାତ୍ତ୍ୱିକ ବିଭାଗର ପୁରୀ ସର୍କଲ ଅଧ୍ୟକ୍ଷ ବ୍ରଜସୁନ୍ଦର ଗଡ଼ନାୟକ କହିଛନ୍ତି, ଆମେ ପ୍ରଥମେ କ୍ଷେତ୍ର ପରିଦର୍ଶନ କରିବା ପରେ ଜାନୁୟାରୀରେ ଓଏମ୍‌ସିକୁ ଖଣି ଖନନ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲୁ। ଏହାପରେ ଏବେ ପାରାଭାଡ଼ି ବୌଦ୍ଧସ୍ତୁପ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ଯେଉଁଠୁ ୪ରୁ ୫ମିଟର ଉଚ୍ଚତାର ବୌଦ୍ଧସ୍ତୁପ ମିଳିଥିବାବେଳେ ବହୁ ପ୍ରାଚୀନ କୀର୍ତ୍ତିରାଜି ମଧ୍ୟ ଆବିଷ୍କୃତ ହୋଇଛି, ଯାହାକି ୧୩ଶହ ବର୍ଷ ତଳର। ସମୁଦ୍ର ପତନଠାରୁ ଏହି ସ୍ତୁପର ଉଚ୍ଚତା ସର୍ବାଧିକ ରହିଛି। ଖଣି ଖନନ ସମୟରେ ବହୁ କୀର୍ତ୍ତିରାଜିକୁ ନଷ୍ଟ କରି ଦିଆଯାଇଛି। ଏଠାରୁ ଆବିଷ୍କୃତ କୀର୍ତ୍ତିରାଜିଗୁଡ଼ିକ ସପ୍ତମ ଓ ଅଷ୍ଟମ ଶତାବ୍ଦୀର। ଏଏସ୍‌ଆଇ ତରଫରୁ ଏହାକୁ ବୁଦ୍ଧିଷ୍ଟ ସର୍କିଟ କରାଯିବା ପାଇଁ ଯୋଜନା ରହିଥିବା ସେ ପ୍ରକାଶ କରିଛନ୍ତି। ୨୦୧୨ରୁ ଲଗାତର ଭାବେ ‘ଧରିତ୍ରୀ’ରେ ପାରାଭାଡ଼ି ବୌଦ୍ଧସ୍ତୁପ ସମ୍ପର୍କରେ ଖବର ପ୍ରକାଶ ହୋଇଆସୁଛି। ଏଠାରେ ୭ଟି ଗୁମ୍ଫା ରହିଛି, ଯାହାକି ହାତିଖାଲ ନାମରେ ପରିଚିତ। ପାରାଭାଡ଼ି ସ୍ତୁପର ୫୦ମିଟର ତଳେ ବୌଦ୍ଧଯୁଗୀୟ ତାରାମୂର୍ତ୍ତି ରହିଛି। ସ୍ଥାନୀୟ ଲୋକେ ଘଣ୍ଟିଆଶୁଣି ଭାବରେ ଏହାକୁ ପୂଜାର୍ଚ୍ଚନା କରୁଛନ୍ତି। ଏହି ସ୍ତୁପର ଚତୁଃପାର୍ଶ୍ୱ ୪୬ ଏକର ସ୍ଥାନକୁ ଏଏସ୍‌ଆଇ ଚିହ୍ନଟ କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri