ଶିକ୍ଷାରେ ସୃଜନଶୀଳତାକୁ ଗୁରୁତ୍ୱ

ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ଏକ ଗରିବ ଓ୍ବାର୍କର୍ସ କଲୋନିରୁ ଆମେରିକା ପର୍ଯ୍ୟନ୍ତ ଯାତ୍ରା ବେଶ୍‌ ସ୍ମରଣୀୟ। ଦୁର୍ଗାପୁରରୁ ପାଠପଢ଼ି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଅନେକ ବହୁରାଷ୍ଟ୍ରୀୟ କମ୍ପାନୀରେ ଅଧିକାରୀ ଭାବେ କାର୍ଯ୍ୟକରି ସେ ଅନେକ ସଫଳତା ହାସଲ କରିଛନ୍ତି। ଏପରିକି କର୍ମମୟ ଜୀବନରେ ମଧ୍ୟ ସେ ବହୁ ସଫଳ ହୋଇଛନ୍ତି। ଜଣେ ମେଧାବୀ ଓ ଦକ୍ଷ ଇଞ୍ଜିନିୟରଙ୍କର ମନ କିନ୍ତୁ ଥିଲା ଜନ୍ମଭୂମିରେ କିଛି ଭିନ୍ନ କରିବା ପାଇଁ ଏବଂ ଆମେରିକାରେ ଥାଇ ମଧ୍ୟ ସେ ଆରମ୍ଭ କରିଥିଲେ ତାଙ୍କ ଯାତ୍ରାର ଅୟମାରମ୍ଭ। ବିଶେଷକରି ଦୀର୍ଘ ବର୍ଷର ଅଭିଜ୍ଞତା ଓ ଦେଖିଥିବା ସ୍ବପ୍ନକୁ ସାକାର କରିବା ପାଇଁ ଭୁବନେଶ୍ୱର ନିକଟ ଖୋର୍ଦ୍ଧାଠାରେ ଏକ ବିଶ୍ୱସ୍ତରୀୟ ବିଦ୍ୟାଳୟ କେ.ଟି. ଗ୍ଲୋବାଲ ସ୍କୁଲ ଜରିଆରେ ଆରମ୍ଭ ହେଲା ତାଙ୍କ ଭାବନାର ପ୍ରୟୋଗଶାଳା। ଭିନ୍ନ ଏକ ଚିନ୍ତାଧାରାରେ ସୃଷ୍ଟି ହୋଇଥିବା ବିଶ୍ୱସ୍ତରୀୟ ବିଦ୍ୟାଳୟ ଚେୟାରମ୍ୟାନ ସୋମଦତ୍ତ ବେହୁରାଙ୍କ ସହ ଧରିତ୍ରୀର ବିଶେଷ ଆଲୋଚନା….

ପ୍ର-୧: ରାଜ୍ୟର ଅନ୍ୟ ପ୍ରମୁଖ ଇଂରାଜୀ ମାଧ୍ୟମ ବିଦ୍ୟାଳୟଠାରୁ କେ.ଟି. ଗ୍ଲୋବାଲ ସ୍କୁଲ ଭିନ୍ନ କାହିଁକି?
ଉ- ରାଜ୍ୟରେ ଯେଉଁ କେତେକ ପ୍ରମୁଖ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ରହିଛି, ସେ ସମସ୍ତଙ୍କଠାରୁ ଆମେ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଏକ ପ୍ରଥମ ଧରଣର ବିଦ୍ୟାଳୟ ଭାବେ କମ୍‌ ଦିନ ମଧ୍ୟରେ ବେଶ୍‌ ପରିଚିତ ହୋଇପାରିଛୁ। ବିଶେଷକରି ଅନ୍ୟ ସ୍କୁଲ ଭଳି ପାଠପଢ଼ା ଓ ଅନ୍ୟ କେତେକ କ୍ଷେତ୍ରରେ ଶିକ୍ଷା ଦିଆଯାଉଛି। ହେଲେ ଆମ ବିଦ୍ୟାଳୟରେ ପାଠପଢ଼ାଠାରୁ ଆରମ୍ଭକରି ସବୁ ପ୍ରକାର କ୍ଷେତ୍ରରେ ଭିନ୍ନତା ରହିଛି। ଏଠାରେ ଆମେ ପିଲାଙ୍କୁ ପରିପକ୍ୱ ଓ ସୃଜନଶୀଳତାର ଶିକ୍ଷା ଦେଇଥାଉ।

ପ୍ର-୨: ବର୍ତ୍ତମାନର ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ କିଭଳି ଦେଖୁଛନ୍ତି?
ଉ- ବର୍ତ୍ତମାନ ସମୟରେ ପିଲାଙ୍କଠାରୁ ଅଭିଭାବକ ବେଶି ବ୍ୟସ୍ତ ଓ ନମ୍ବର ପଛରେ ପଡ଼ିଛନ୍ତି। ଫଳରେ ଦେଶର ଶିକ୍ଷା ବ୍ୟବସ୍ଥା ମଧ୍ୟ ସେହି ଅନୁଯାୟୀ ଅଗ୍ରସର ହେଉଛି। କାରଣ ଶିକ୍ଷକ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଭଲ ନମ୍ବର ଓ ବିଦ୍ୟାଳୟ ନାମକୁ ଆଗକୁ ନେବା ପାଇଁ ଦିନ ତମାମ ପରିଶ୍ରମ କରୁଛନ୍ତି। ଏପରିକି ପିଲା କିପରି ଅଧିକ ନମ୍ବର ପାଇବେ ସେ ବିଷୟରେ ଅଧିକ ଗୁରୁତ୍ୱାରୋପ କରାଯାଉଛି। ଶିକ୍ଷାର ମାନ ପରିବର୍ତ୍ତନ ହେବା ଆବଶ୍ୟକତା ରହିଛି ନ ହେଲେ ନମ୍ବର ଓ ନଁା ପଛରେ ଶିକ୍ଷାର ଗଭୀର ଭଣ୍ଡାର ଶେଷ ହୋଇଯିବ।

ପ୍ର-୩: ଜାତୀୟ ଶିକ୍ଷାନୀତିକୁ କିଭଳି ଦେଖୁଛନ୍ତି। ସେ ସମ୍ପର୍କରେ କ’ଣ କହିବେ?
ଉ- ଭାରତୀୟ ଶିକ୍ଷା ବ୍ୟବସ୍ଥାର ଆବଶ୍ୟକ ଦିଗଗୁଡ଼ିକ ପରିବର୍ତ୍ତନ କରାଯିବା ସହ ପିଲାଙ୍କୁ ପ୍ରାଥମିକ ସ୍ତରରୁ ସୃଜନଶୀଳତାର ଶିକ୍ଷା ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏପରିକି ଦକ୍ଷତା ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଶିକ୍ଷାକୁ ସରଳୀକରଣ କରାଯାଇ ଛାତ୍ରୀଛାତ୍ରଙ୍କର ବିକାଶ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରାଯାଉଛି। ଯେପର୍ଯ୍ୟନ୍ତ ଯାଏ ତା’ର ପ୍ରଣୟନ କରାଯାଇ ନାହିଁ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନ କରିବା ମଧ୍ୟ ମନଗଢ଼ା ଭଳି ଲାଗିବ। ଏପରିକି ଶିକ୍ଷାକୁ ବହି ଖାତାରେ ସୀମିତ ନ ରଖି ପରିମଣ୍ଡଳ ପରି ବ୍ୟାପକ କରିଦେଲେ ପିଲାର ବିକାଶ ହୋଇପାରିବ।

ପ୍ର-୪: ଛାତ୍ରର ଦକ୍ଷତା ବିକାଶ ପାଇଁ କିଭଳି ପରିବେଶ ଆବଶ୍ୟକ?
ଉ- ମାଆ ପରେ ମାଉସୀ ପରି ଘର ପରେ ବିଦ୍ୟାଳୟ ହେଉଛି ପିଲାର (ଛାତ୍ରୀଛାତ୍ରଙ୍କର) ପ୍ରାଥମିକ ଶିକ୍ଷା ବୃଦ୍ଧିର ପ୍ରୟୋଗଶାଳା ଭାବେ ପରିଗଣିତ ହୋଇଥାଏ। ହେଲେ ପିଲାର ଆବଶ୍ୟକତାକୁ ଠିକ୍‌ ଭାବେ ଚିହ୍ନଟକରି ତା’ର ଦକ୍ଷତା ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇଥାଏ, ଯାହା ଘରଠାରୁ ବିଦ୍ୟାଳୟରେ ଅଧିକ ମିଳିଥାଏ। କାରଣ ଘର ଅପେକ୍ଷା ବିଦ୍ୟାଳୟରେ ପିଲାର ସୃଜନଶୀଳତା ଅଧିକ ବୃଦ୍ଧି ଘଟିଥାଏ। ବିଶେଷକରି ସେ ଏକ ବୃହତ୍‌ ପରିବେଶ ଓ ବାତାବରଣରେ ସମୟ ଅତିବାହିତ କରିଥାଏ। ଫଳରେ ବିଦ୍ୟାଳୟ ପରିବେଶ ସେହି ଅନୁଯାୟୀ ପ୍ରସ୍ତୁତ ହେବା ଆବଶ୍ୟକ।

ପ୍ର-୫: ପ୍ରତିଯୋଗିତାମୂଳକ ବ୍ୟବସ୍ଥାରେ ଆଗକୁ ବଢ଼ିବା ପାଇଁ କ’ଣ କରିବେ?
ଉ- ପ୍ରତିଯୋଗିତା ମଇଦାନରେ ହୋଇଥାଏ। ହେଲେ ବିଦ୍ୟାଳୟରେ ପ୍ରତିଯୋଗୀ ଚୟନ କରାଯାଇଥାଏ। ପ୍ରତିଯୋଗିତାମୂଳକ ବ୍ୟବସ୍ଥାରେ ଖାଲି ଯେ ଭଲ ନମ୍ବର ଓ ବଡ଼ ବଡ଼ କ୍ୟାମ୍ପସ କରିଦେଲେ ହେବ ନାହିଁ, ସେଥିପାଇଁ ସ୍ବତନ୍ତ୍ର ପଥ ନିର୍ଣ୍ଣୟ କରିବାକୁ ପଡ଼ିବ। ସଫଳତା ପାଇବା ଓ ଆଗକୁ ବଢ଼ିବା ପାଇଁ ହେଲେ ପିଲାର ବିକାଶ ଓ ସୃଜନଶୀଳତାର ଅଭିବୃଦ୍ଧି ପାଇଁ ସେହି ଅନୁସାରେ ପରିବେଶ ସହ ପ୍ରତିଷ୍ଠାନର ବ୍ୟବସ୍ଥାକୁ ମଧ୍ୟ ଆଦରିନେବାକୁ ହେବ।

ପ୍ର-୬: ଆଗାମୀ ଯୋଜନା କ’ଣ ରହିଛି?
ଉ- କାଲିକୁ କେହି ଦେଖିନାହାନ୍ତି, ହେଲେ କାଲି ପାଇଁ ସ୍ବପ୍ନ ଦେଖିବା ମନା ନାହିଁ। ଏଭଳି ଏକ ଯୋଜନା ପଥରେ ଅଗ୍ରସର ହେଉଛି। ପିଲାଙ୍କ ଜରିଆରେ ପରିବର୍ତ୍ତନ ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଶିକ୍ଷା ସାଙ୍ଗକୁ ଆବଶ୍ୟକ କଳାକୌଶଳକୁ କିଭଳି ପିଲା ଠିକ୍‌ ବାଟରେ ପ୍ରୟୋଗ କରିବେ, ସେ ନେଇ ମଧ୍ୟ ସମସ୍ତ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଆଗାମୀ ଦିନରେ ତାହା ଏକ ବୃହତ୍‌ ଫଳାଫଳ ଦେବ ବୋଲି ଆଶା ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସୋମବାରରୁ ପୁଣି ଖୋଲିବ ଏମ୍ସ ଓପିଡି

ଭୁବନେଶ୍ୱର,୪।୨(ବ୍ୟୁରୋ): ଆସନ୍ତା ୭ ତାରିଖରୁ ପୁଣି ଖୋଲିବ ଏମ୍ସ ଓପିଡି। କରୋନା ସଂକ୍ରମଣ ଯୋଗୁ ଜାନୁଆରୀ ୧୭ ତାରିଖରୁ ଭୁବନେଶ୍ୱର ଏମ୍ସର ଓପିଡି ସେବା ବନ୍ଦ...

ସୋନପୁର ୪୪.୪ ଡିଗ୍ରୀ ସେଲସିୟସ

ଭୁବନେଶ୍ୱର,୨୦।୪(ବ୍ୟୁରୋ):  ରାଜ୍ୟରେ ବେଳକୁ ବେଳ ତାତିର ପ୍ରକୋପ ବଢିବାରେ ଚାଲିଛି । ଅସହ୍ୟ ଗରମ ସାଙ୍ଗକୁ ଟାଣ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ପ୍ରତିଦିନ ତାତି...

ଶନିବାରଠାରୁ ୨୫ ଯାଏ ବନ୍ଦ ରହିବ ହାଇକୋର୍ଟ

କଟକ ଅଫିସ,୮।୧୦: ଓଡ଼ିଶା ହାଇକୋର୍ଟ ଶନିବାରଠାରୁ ୨୫ ଯାଏ ବନ୍ଦ ରହିବ। ଦୁର୍ଗାପୂଜା ଅବକାଶ ସମୟରେ ଅକ୍ଟୋବର ୧୧,୧୬,୧୮,୨୧ ଓ ୨୨ ତାରିଖରେ ଅବକାଶକାଳୀନ ଖଣ୍ଡପୀଠ...

ପିପିଲି ଉପନିର୍ବାଚନ ସ୍ଥଗିତ

ଭୁବନେଶ୍ୱର,୩।୫: ପିପିଲି ଉପନିର୍ବାଚନକୁ ସୋମବାର ସ୍ଥଗିତ ରଖାଯାଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାରରେ ରାଜ୍ୟରେ କୋଭିଡ୍‌ ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ଭାରତୀୟ ନିର୍ବାଚନ କମିଶନ...

ସ୍କୁଲ ବସ୍‌କୁ ୪ ଲକ୍ଷ ଫାଇନ୍‌

କୋରାପୁଟ,୨୦ା୪(ସ୍ବ.ପ୍ର.): ଫିଟ୍‌ନେସ୍‌ ଯାଞ୍ଚ ବେଳେ ବୁଧବାର ଏକ ସ୍କୁଲ ବସ୍‌କୁ ଜରିମାନା ହୋଇଛି। ଏହି ବସ୍‌ ଉପରେ ପରିବହନ ବିଭାଗ ୪ ଲକ୍ଷ ଫାଇନ୍‌ କାଟିଛି।...

ଜନ୍‌ମୁ ଦିବ୍ୟାଙ୍ଗ ତିନ୍‌ ଭାଇ: ଉଚ ଚିକିଛା ଲାଗି ଟଁକା ଅଭାବ

  କୋକସରା,୧୪।୧(ଡି.ଏନ୍‌.ଏ.)- ପୁଓ ହେଉ କି ଝି’ ଜନମ୍‌ ହେଲେ ଘରେ ଖୁସିର ଲହର ଖେଲିଯାଏସି। ମା’ବାପ୍‌ର ସପନ୍‌ ବି ତାକର ସଂଗେ ଯୁଡ଼ି ହେଇଯାଏସି।...

ଅନୁଭବ ଇସ୍ତଫା ନ ଦେଲେ ଭୁଲ୍‌ ବାର୍ତ୍ତା ଯିବ: ଭାଜପା

ଭୁବନେଶ୍ୱର,୮।୯(ବ୍ୟୁରୋ): କାହାର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ ଆଦୌ ଉଚିତ୍‌ ନୁହେଁ। ମାତ୍ର ଯେତେବେଳେ ସମାଜର ପ୍ରତିଷ୍ଠିତ ବ୍ୟକ୍ତି କିମ୍ବା ରୋଲ୍‌ ମଡେଲ ମହିଳା ହିଂସାରେ ଲିପ୍ତ...

ୟେସ୍‌ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଡିପୋଜିଟ୍‌ ପ୍ରସଙ୍ଗ: ଗଠନ ହେଲା ଗୃହ କମିଟି

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଘରୋଇ ୟେସ୍‌ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଜମା ହୋଇଥିବା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ଏହାକୁ...

Advertisement
Archives

Model This Week