ଶିକ୍ଷାରେ ସୃଜନଶୀଳତାକୁ ଗୁରୁତ୍ୱ

ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ଏକ ଗରିବ ଓ୍ବାର୍କର୍ସ କଲୋନିରୁ ଆମେରିକା ପର୍ଯ୍ୟନ୍ତ ଯାତ୍ରା ବେଶ୍‌ ସ୍ମରଣୀୟ। ଦୁର୍ଗାପୁରରୁ ପାଠପଢ଼ି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଅନେକ ବହୁରାଷ୍ଟ୍ରୀୟ କମ୍ପାନୀରେ ଅଧିକାରୀ ଭାବେ କାର୍ଯ୍ୟକରି ସେ ଅନେକ ସଫଳତା ହାସଲ କରିଛନ୍ତି। ଏପରିକି କର୍ମମୟ ଜୀବନରେ ମଧ୍ୟ ସେ ବହୁ ସଫଳ ହୋଇଛନ୍ତି। ଜଣେ ମେଧାବୀ ଓ ଦକ୍ଷ ଇଞ୍ଜିନିୟରଙ୍କର ମନ କିନ୍ତୁ ଥିଲା ଜନ୍ମଭୂମିରେ କିଛି ଭିନ୍ନ କରିବା ପାଇଁ ଏବଂ ଆମେରିକାରେ ଥାଇ ମଧ୍ୟ ସେ ଆରମ୍ଭ କରିଥିଲେ ତାଙ୍କ ଯାତ୍ରାର ଅୟମାରମ୍ଭ। ବିଶେଷକରି ଦୀର୍ଘ ବର୍ଷର ଅଭିଜ୍ଞତା ଓ ଦେଖିଥିବା ସ୍ବପ୍ନକୁ ସାକାର କରିବା ପାଇଁ ଭୁବନେଶ୍ୱର ନିକଟ ଖୋର୍ଦ୍ଧାଠାରେ ଏକ ବିଶ୍ୱସ୍ତରୀୟ ବିଦ୍ୟାଳୟ କେ.ଟି. ଗ୍ଲୋବାଲ ସ୍କୁଲ ଜରିଆରେ ଆରମ୍ଭ ହେଲା ତାଙ୍କ ଭାବନାର ପ୍ରୟୋଗଶାଳା। ଭିନ୍ନ ଏକ ଚିନ୍ତାଧାରାରେ ସୃଷ୍ଟି ହୋଇଥିବା ବିଶ୍ୱସ୍ତରୀୟ ବିଦ୍ୟାଳୟ ଚେୟାରମ୍ୟାନ ସୋମଦତ୍ତ ବେହୁରାଙ୍କ ସହ ଧରିତ୍ରୀର ବିଶେଷ ଆଲୋଚନା….

ପ୍ର-୧: ରାଜ୍ୟର ଅନ୍ୟ ପ୍ରମୁଖ ଇଂରାଜୀ ମାଧ୍ୟମ ବିଦ୍ୟାଳୟଠାରୁ କେ.ଟି. ଗ୍ଲୋବାଲ ସ୍କୁଲ ଭିନ୍ନ କାହିଁକି?
ଉ- ରାଜ୍ୟରେ ଯେଉଁ କେତେକ ପ୍ରମୁଖ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ରହିଛି, ସେ ସମସ୍ତଙ୍କଠାରୁ ଆମେ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଏକ ପ୍ରଥମ ଧରଣର ବିଦ୍ୟାଳୟ ଭାବେ କମ୍‌ ଦିନ ମଧ୍ୟରେ ବେଶ୍‌ ପରିଚିତ ହୋଇପାରିଛୁ। ବିଶେଷକରି ଅନ୍ୟ ସ୍କୁଲ ଭଳି ପାଠପଢ଼ା ଓ ଅନ୍ୟ କେତେକ କ୍ଷେତ୍ରରେ ଶିକ୍ଷା ଦିଆଯାଉଛି। ହେଲେ ଆମ ବିଦ୍ୟାଳୟରେ ପାଠପଢ଼ାଠାରୁ ଆରମ୍ଭକରି ସବୁ ପ୍ରକାର କ୍ଷେତ୍ରରେ ଭିନ୍ନତା ରହିଛି। ଏଠାରେ ଆମେ ପିଲାଙ୍କୁ ପରିପକ୍ୱ ଓ ସୃଜନଶୀଳତାର ଶିକ୍ଷା ଦେଇଥାଉ।

ପ୍ର-୨: ବର୍ତ୍ତମାନର ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ କିଭଳି ଦେଖୁଛନ୍ତି?
ଉ- ବର୍ତ୍ତମାନ ସମୟରେ ପିଲାଙ୍କଠାରୁ ଅଭିଭାବକ ବେଶି ବ୍ୟସ୍ତ ଓ ନମ୍ବର ପଛରେ ପଡ଼ିଛନ୍ତି। ଫଳରେ ଦେଶର ଶିକ୍ଷା ବ୍ୟବସ୍ଥା ମଧ୍ୟ ସେହି ଅନୁଯାୟୀ ଅଗ୍ରସର ହେଉଛି। କାରଣ ଶିକ୍ଷକ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଭଲ ନମ୍ବର ଓ ବିଦ୍ୟାଳୟ ନାମକୁ ଆଗକୁ ନେବା ପାଇଁ ଦିନ ତମାମ ପରିଶ୍ରମ କରୁଛନ୍ତି। ଏପରିକି ପିଲା କିପରି ଅଧିକ ନମ୍ବର ପାଇବେ ସେ ବିଷୟରେ ଅଧିକ ଗୁରୁତ୍ୱାରୋପ କରାଯାଉଛି। ଶିକ୍ଷାର ମାନ ପରିବର୍ତ୍ତନ ହେବା ଆବଶ୍ୟକତା ରହିଛି ନ ହେଲେ ନମ୍ବର ଓ ନଁା ପଛରେ ଶିକ୍ଷାର ଗଭୀର ଭଣ୍ଡାର ଶେଷ ହୋଇଯିବ।

ପ୍ର-୩: ଜାତୀୟ ଶିକ୍ଷାନୀତିକୁ କିଭଳି ଦେଖୁଛନ୍ତି। ସେ ସମ୍ପର୍କରେ କ’ଣ କହିବେ?
ଉ- ଭାରତୀୟ ଶିକ୍ଷା ବ୍ୟବସ୍ଥାର ଆବଶ୍ୟକ ଦିଗଗୁଡ଼ିକ ପରିବର୍ତ୍ତନ କରାଯିବା ସହ ପିଲାଙ୍କୁ ପ୍ରାଥମିକ ସ୍ତରରୁ ସୃଜନଶୀଳତାର ଶିକ୍ଷା ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏପରିକି ଦକ୍ଷତା ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଶିକ୍ଷାକୁ ସରଳୀକରଣ କରାଯାଇ ଛାତ୍ରୀଛାତ୍ରଙ୍କର ବିକାଶ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରାଯାଉଛି। ଯେପର୍ଯ୍ୟନ୍ତ ଯାଏ ତା’ର ପ୍ରଣୟନ କରାଯାଇ ନାହିଁ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନ କରିବା ମଧ୍ୟ ମନଗଢ଼ା ଭଳି ଲାଗିବ। ଏପରିକି ଶିକ୍ଷାକୁ ବହି ଖାତାରେ ସୀମିତ ନ ରଖି ପରିମଣ୍ଡଳ ପରି ବ୍ୟାପକ କରିଦେଲେ ପିଲାର ବିକାଶ ହୋଇପାରିବ।

ପ୍ର-୪: ଛାତ୍ରର ଦକ୍ଷତା ବିକାଶ ପାଇଁ କିଭଳି ପରିବେଶ ଆବଶ୍ୟକ?
ଉ- ମାଆ ପରେ ମାଉସୀ ପରି ଘର ପରେ ବିଦ୍ୟାଳୟ ହେଉଛି ପିଲାର (ଛାତ୍ରୀଛାତ୍ରଙ୍କର) ପ୍ରାଥମିକ ଶିକ୍ଷା ବୃଦ୍ଧିର ପ୍ରୟୋଗଶାଳା ଭାବେ ପରିଗଣିତ ହୋଇଥାଏ। ହେଲେ ପିଲାର ଆବଶ୍ୟକତାକୁ ଠିକ୍‌ ଭାବେ ଚିହ୍ନଟକରି ତା’ର ଦକ୍ଷତା ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇଥାଏ, ଯାହା ଘରଠାରୁ ବିଦ୍ୟାଳୟରେ ଅଧିକ ମିଳିଥାଏ। କାରଣ ଘର ଅପେକ୍ଷା ବିଦ୍ୟାଳୟରେ ପିଲାର ସୃଜନଶୀଳତା ଅଧିକ ବୃଦ୍ଧି ଘଟିଥାଏ। ବିଶେଷକରି ସେ ଏକ ବୃହତ୍‌ ପରିବେଶ ଓ ବାତାବରଣରେ ସମୟ ଅତିବାହିତ କରିଥାଏ। ଫଳରେ ବିଦ୍ୟାଳୟ ପରିବେଶ ସେହି ଅନୁଯାୟୀ ପ୍ରସ୍ତୁତ ହେବା ଆବଶ୍ୟକ।

ପ୍ର-୫: ପ୍ରତିଯୋଗିତାମୂଳକ ବ୍ୟବସ୍ଥାରେ ଆଗକୁ ବଢ଼ିବା ପାଇଁ କ’ଣ କରିବେ?
ଉ- ପ୍ରତିଯୋଗିତା ମଇଦାନରେ ହୋଇଥାଏ। ହେଲେ ବିଦ୍ୟାଳୟରେ ପ୍ରତିଯୋଗୀ ଚୟନ କରାଯାଇଥାଏ। ପ୍ରତିଯୋଗିତାମୂଳକ ବ୍ୟବସ୍ଥାରେ ଖାଲି ଯେ ଭଲ ନମ୍ବର ଓ ବଡ଼ ବଡ଼ କ୍ୟାମ୍ପସ କରିଦେଲେ ହେବ ନାହିଁ, ସେଥିପାଇଁ ସ୍ବତନ୍ତ୍ର ପଥ ନିର୍ଣ୍ଣୟ କରିବାକୁ ପଡ଼ିବ। ସଫଳତା ପାଇବା ଓ ଆଗକୁ ବଢ଼ିବା ପାଇଁ ହେଲେ ପିଲାର ବିକାଶ ଓ ସୃଜନଶୀଳତାର ଅଭିବୃଦ୍ଧି ପାଇଁ ସେହି ଅନୁସାରେ ପରିବେଶ ସହ ପ୍ରତିଷ୍ଠାନର ବ୍ୟବସ୍ଥାକୁ ମଧ୍ୟ ଆଦରିନେବାକୁ ହେବ।

ପ୍ର-୬: ଆଗାମୀ ଯୋଜନା କ’ଣ ରହିଛି?
ଉ- କାଲିକୁ କେହି ଦେଖିନାହାନ୍ତି, ହେଲେ କାଲି ପାଇଁ ସ୍ବପ୍ନ ଦେଖିବା ମନା ନାହିଁ। ଏଭଳି ଏକ ଯୋଜନା ପଥରେ ଅଗ୍ରସର ହେଉଛି। ପିଲାଙ୍କ ଜରିଆରେ ପରିବର୍ତ୍ତନ ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଶିକ୍ଷା ସାଙ୍ଗକୁ ଆବଶ୍ୟକ କଳାକୌଶଳକୁ କିଭଳି ପିଲା ଠିକ୍‌ ବାଟରେ ପ୍ରୟୋଗ କରିବେ, ସେ ନେଇ ମଧ୍ୟ ସମସ୍ତ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଆଗାମୀ ଦିନରେ ତାହା ଏକ ବୃହତ୍‌ ଫଳାଫଳ ଦେବ ବୋଲି ଆଶା ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?