ଚିତ୍ରକୋଣ୍ଡା: ବନ୍ଦ ରହିଛି ବିଇଓ କାର୍ଯ୍ୟାଳୟ

ଚିତ୍ରକୋଣ୍ଡା,୨୬ା୧୨(ଡି.ଏନ.ଏ.): ଚଳିତବର୍ଷ କୋଭିଡ଼-୧୯ କଟକଣା ପାଇଁ ପିଲାଙ୍କ ପାଠପଢା ବନ୍ଦ ରହିଛି। ଦୀର୍ଘଦିନ ହେଲା ବିଦ୍ୟାଳୟ ବନ୍ଦ ଥିବାରୁ ପିଲାମନେ ଘରେ ବସିଛନ୍ତି। ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ ନୂତନ ଭବେ ନିର୍ମିତ ବ୍ଲକ କାର୍ଯ୍ୟାଳୟ ତିନି ବର୍ଷ ହେଲା କାର୍ଯ୍ୟକ୍ଷମ ହୋଇ କାର୍ଯ୍ୟ କରୁଛି। ତେବେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ୨ ବର୍ଷ ହେଲା ନିର୍ମାଣ ସରିଥିଲେ ମଧ୍ୟ ଏଯାଏ ସେଠାରେ ତାଲା ଝୁଲୁଛି। କାର୍ଯ୍ୟାଳୟ ଖୋଲିବାକୁ ପ୍ରଶାସନିକ ଅଧିକାରୀମାନେ ତତ୍ପରତା ପ୍ରକାଶ କରୁନହାନ୍ତି। ଏନେଇ ଅବହେଳା କରାଯାଉଥିବା ଖବର ପ୍ରକାଶିତ ହେବା ପରେ ପ୍ରଶାସନ ତତ୍ପର ହୋଇ ପଡିଥିଲା। କିଛି ଦିନ ଉକ୍ତ କାର୍ଯ୍ୟାଳୟ ଖୋଲିଥିଲା, ମାତ୍ର ଏବେ ଏକ ବର୍ଷ ହେଲା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତାଲା ପଡିରହିଛି। ଚିତ୍ରକୋଣ୍ଡା ବ୍ଲକର ୧୮ଟି ପଞ୍ଚାୟତ ମଧ୍ୟରୁ ୧୪ଟି ପଞ୍ଚାୟତ ବିଇଓଙ୍କ କାର୍ଯ୍ୟାଳୟ ଉପରେ ନିର୍ଭର କରନ୍ତି। ତେବେ ୨ ବର୍ଷ ହେଲା ବିଇଓଙ୍କ କାର୍ଯ୍ୟାଳୟ ଖୋଲିପାରୁନ ଥିବାରୁ ଅଞ୍ଚଳର ଶିକ୍ଷା ବ୍ୟବସ୍ଥାର କିପରି ଉନ୍ନତି ହେଉଥିବ ତାହା ସହଜରେ ଅନୁମେୟ। ଉକ୍ତ ଅଞ୍ଚଳର ପ୍ରଶାସନିକ ଅଧିକାରୀମାନଙ୍କ ପାଇଁ ସ୍ବାଭିମାନ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ି ପଡଥିବା ଅଭିଯୋଗ ହେଉଛି। ତୁରନ୍ତ ଚିତ୍ରକୋଣ୍ଡାରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନିୟମିତ ଖୋଲିବାକୁ ସାଧରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିକାଣ୍ଡରେ ଜଳିଗଲା କ୍ୟାବିନ: ସାମଗ୍ରୀ ପୋଡ଼ି ପାଉଁଶ

ପାଟଣା,୫ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ଛକରେ ଥିବା ଏକ ପାନ ଦୋକାନ କ୍ୟାବିନରେ ଶନିବାର ସକାଳୁ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ଅନେକ...

ଜଙ୍ଗଲରେ ଗୁଳିମାଡ ଘଟଣା: ଭାଇ ସମେତ ୨ ଗିରଫ

ଶଙ୍କରାଖୋଲ,୨୧ା୬(ଡି.ଏନ୍‌.ଏ.): ଚକାପାଦ ବ୍ଲକ ଟିକାବାଲି ଥାନା ମିଣିଆଖଡି ଜଙ୍ଗଲରେ ଶନିବାର ଗୁଳି ମାଡରେ ଆରାବାକା ପଞ୍ଚାୟତ କାମ୍ବିରିକିଆ ଗ୍ରାମର ଜନକ ମଲ୍ଲିକ ଗୁରୁତର ହୋଇଥିଲେ। ଏହି...

ଗୁଣିଗାରେଡ଼ି ସନ୍ଦେହରେ ତୀର ମାରି ଜଣଙ୍କୁ ହତ୍ୟା: ଅଭିଯୁକ୍ତ ଗିରଫ

କୋରୁକୋଣ୍ଡା,୯ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଓରକେଲ ଥାନା ଅନ୍ତର୍ଗତ ତାରଲାକୋଟା ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା କରାଯାଇଥିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ଗ୍ରାମର...

ଗରିବ ଛାତ୍ରଙ୍କୁ ବହି ବାଣ୍ଟିଲେ ଜିଲାପାଳ

ପୁରୁଷୋତ୍ତମପୁର,୨୮।୨(ଡିଏନଏ): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ଜଉଗଡ଼ ମହୋତ୍ସବର ତଦାରଖ ଲାଗି ଯାଇଛନ୍ତି। ଏହି ସମୟରେ ଅଞ୍ଚଳର ଗରିବ ଶ୍ରେଣୀର ଛାତ୍ରଙ୍କୁ ବିଭିନ୍ନ...

କ.ନୂଆଗାଁ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ସୁଲୋଚନା

କ.ନୂଆଗାଁ,୨୧।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ଅଧ୍ୟକ୍ଷ ଭାବେ ବଣ୍ଡଗୁଡ଼ା ସମିତିସଭ୍ୟା ସୁଲୋଚନା ଦଳବେହେରା ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ବୁଧବାର ହୋଇଥିବା ଉପନିର୍ବାଚନରେ ସୁଲୋଚନା ନିର୍ବାଚିତ...

ଢେଙ୍କିକୋଟରେ ସଚେତନତାର ବାର୍ତ୍ତା ଦେଲେ ଅରବିନ୍ଦ

ଢେଙ୍କିକୋଟ, ୨୩।୧୧(ଡି.ଏନ୍‌.ଏ.)-ଦିବ୍ୟାଙ୍ଗହେଲେ ବି ମନରେ ଅଦମ୍ୟ ସାହସ। ‘ଝିଅ ବଞ୍ଚାଅ- ଦେଶ ବଞ୍ଚାଅ’, ‘ରକ୍ତଦାନ – ମହାପୁଣ୍ୟ’ ଏବଂ ‘ଯେକୌଣସି ଗାଡ଼ି ଚଳାଇବାବେଳେ ମୋବାଇଲ୍‌ ଫୋନ୍‌ରେ...

ଫାଙ୍କା ଗୁଳିଚାଳଣା ଘଟଣା: ନାରାୟଣ ସମେତ ୪ ଗିରଫ: ୨ ବନ୍ଧୁକ, ଗୁଳି ଜବତ

ପୁରୀ ଅଫିସ,୨୯ା୯: ବହୁ ଚର୍ଚ୍ଚିତ ତେଲି ପଡ଼ିଆଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଫାଙ୍କା ଗୁଳିଚାଳଣା ଘଟଣାରେ ରବିବାର ଟାଉନ ଥାନା ପୋଲିସ ୪ ଜଣଙ୍କୁ ଗିରଫ...

ଝଡ଼ାଫୁଙ୍କାରୁ ଝଡୁଛି ଜୀବନ

ଅନୁଗୋଳ ଅଫିସ, ୮ା୭:  ଗୁଣିଆ ନୁହେଁ, ଡାକ୍ତରଙ୍କୁ ଜଣା ସର୍ପ ବିଷ ଖସାଇବାର ବିଦ୍ୟା। ହେଲେ ସଚେତନତା ଅଭାବରୁ ଆଜି ବି ଅନେକ ଲୋକ ଝଡ଼ାଫୁଙ୍କା...

Advertisement


Archives

Model This Week