ଟଙ୍କା ଅପେକ୍ଷାରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ: ଆଗେଇପାରୁନି ଫେରସ୍ତ ପ୍ରକ୍ରିୟା

ଭୁବନେଶ୍ୱର,୨ା୪(ସୁନିତ୍‌ ମିଶ୍ର):ରାଜ୍ୟରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ଭବିଷ୍ୟତ ଏକପ୍ରକାର ଅନ୍ଧାର ଭିତରେ ରହିଛି। ଅନେକ ଲକ୍ଷ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ, ଯେଉଁମାନେ ନିଜ କଷ୍ଟ ଉପାର୍ଜିତ ଅର୍ଥକୁ ଚିଟ୍‌ଫଣ୍ଡ ସଂସ୍ଥାରେ ଲଗାଇଥିଲେ, ସେମାନେ ତାଙ୍କର ଟଙ୍କା ପାଇପାରି ନାହାନ୍ତି। ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଅନୁଯାୟୀ ଓଡ଼ିଶାରେ ୨୪,୭୫, ୭୮୨ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ରହିଛନ୍ତି। ହେଲେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପ୍ରକୃତ ସଂଖ୍ୟା କେତେ, ତା’ର ନିର୍ଦ୍ଦିଷ୍ଟ ଆକଳନ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର କରିପାରିନାହାନ୍ତି। ବିଜେଡି ସରକାର ଅମଳରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତମାନେ ବାରମ୍ବାର ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ସତ୍ତ୍ୱେ ତା’ର ସମାଧାନ ହୋଇପାରି ନ ଥିଲା। ବିଜେଡି ୨୪ ବର୍ଷ ପରେ ଶାସନ ଗାଦିରୁ ହଟିବା ଉତ୍ତାରୁ ରାଜ୍ୟରେ ନୂଆକରି ସରକାରକୁ ଆସିଥିବା ଭାଜପା ଏ ପର୍ଯ୍ୟନ୍ତ ଚିଟ୍‌ଫଣ୍ଡ ଜମାକାରୀ ଚିହ୍ନଟ କରି ଟଙ୍କା ଫେରାଇବା ଦିଗରେ ସେପରି କିଛି ଆଖିଦୃଶିଆ ପଦକ୍ଷେପ ନେଇପାରିନାହାନ୍ତି। ସରକାରକୁ ଆସିବା ପୂର୍ବରୁ ନିର୍ବାଚନ ପ୍ରଚାର ସମୟରେ ଭାଜପା ଦେଇଥିବା ପ୍ରତିଶ୍ରୁତି କେବେ ପୂରଣ ହେବ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ବିଜେଡିର ଅନେକ ନେତା ଚିଟ୍‌ଫଣ୍ଡ ଲିଙ୍କ୍‌ରେ ଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିବାବେଳେ ସେମାନେ ମଧ୍ୟ ଭାଜପା ସରକାରକୁ ଏହି ପ୍ରଶ୍ନ ପଚାରିବାକୁ ଚାହୁଁନାହାନ୍ତି। କାଳେ ଏହି ପ୍ରସଙ୍ଗ ଉଠାଇଲେ ନିଜେ ଅକଳରେ ପଡ଼ିଯିବେ ସେଥିଲାଗି ବିଜେଡି ନେତା ଏହି ପ୍ରସଙ୍ଗକୁ ସମ୍ପୂର୍ଣ୍ଣ ଭୁଲିଗଲା ଭଳି ଅଭିନୟ କରୁଥିବା ମନେହେଉଛି।
ରାଜ୍ୟ ଗୃହ ବିଭାଗର ସୂଚନା ଅନୁଯାୟୀ, ଚିଟ୍‌ପଣ୍ଡ କ୍ଷତିଗ୍ରସ୍ତଙ୍କ ସଂଖ୍ୟା କେତେ ଏବଂ ସେମାନେ କେତେ ଟଙ୍କା ବିଭିନ୍ନ ସଂସ୍ଥାରେ ଜମା କରିଛନ୍ତି ତା’ର ତଦନ୍ତ ସକାଶେ ୨୦୧୩ରେ ତତ୍କାଳୀନ ବିଜେଡି ସରକାର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଆର୍‌.କେ. ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଶନ ଗଠନ କରିଥିଲେ। ତାଙ୍କୁ ମୁଖ୍ୟତଃ ରାଜ୍ୟର ଚିଟ୍‌ଫଣ୍ଡ ଜମାକାରୀ ଚିହ୍ନଟ ଲାଗି ଦାୟିତ୍ୱ ଦିଆଯାଇଥିଲା। ହେଲେ ଜାନୁଆରୀ ୨୦୧୫ରେ ଜଷ୍ଟିସ୍‌ ପାତ୍ରଙ୍କ ପରଲୋକ ହୋଇଥିଲା। ସେ ଏ ସମ୍ବନ୍ଧୀୟ ରିପୋର୍ଟ ଦାଖଲ କରିପାରି ନ ଥିଲେ। ଏହାପରେ ୨୦୧୫ରେ ଜଷ୍ଟିସ୍‌ ଏମ୍‌.ଏମ୍‌. ଦାସଙ୍କୁ ଏହି କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ୨୦୨୦ ଫେବୃଆରୀ ୫ ତାରିଖ ପରେ କମିଶନଙ୍କ କାର୍ଯ୍ୟକାଳ ଆଉ ବୃଦ୍ଧି କରାଗଲା ନାହିଁ। ଏହା ପରଠାରୁ ଏଯାବତ୍‌ କମିଶନ ଗଠନ ଦିଗରେ ରାଜ୍ୟ ସରକାରଙ୍କ ପାଖରେ କୌଣସି ପ୍ରସ୍ତାବ ନ ଥିବା ଗତ ୧୦ ତାରିଖରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଲିଖିତ ଉତ୍ତରରେ ଉଲ୍ଲେଖ କରିଥିଲେ। ସେ ତାଙ୍କ ଉତ୍ତରରେ ଆହୁରି କହିଥିଲେ, ତଦନ୍ତ କମିଶନ ୭ଟି ଅନ୍ତରୀଣ ରିପୋର୍ଟ ସରକାରଙ୍କ ନିକଟରେ ଉପସ୍ଥାପନ କରିଥିଲେ। କମିଶନଙ୍କ ସୁପାରିସ ମୁତାବକ କ୍ଷେତ୍ରୀୟ ତଦନ୍ତ ପରେ ଚିହ୍ନଟ ହୋଇଥିବା ପ୍ରକୃତ କ୍ଷୁଦ୍ର ଜମାକାରୀଙ୍କୁ ସେମାନଙ୍କ ବାସ୍ତବ ଜମାରାଶି କର୍ପସ ପାଣ୍ଠିରୁ କ୍ଷତିପୂରଣ ଆକାରରେ ଜମାକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ ପ୍ରକ୍ରିୟା ଚାଲିଛି। ଜମାକାରୀଙ୍କୁ କ୍ଷତିପୂରଣ ରାଶି ଫେରାଇବା ନିମନ୍ତେ ରାଜ୍ୟ ସରକାର ୩୦୦ କୋଟି ଟଙ୍କାର କର୍ପସ ପାଣ୍ଠି ସୃଷ୍ଟି କରିଛନ୍ତି।
ସରକାରଙ୍କ ଆନୁମାନିକ ଆକଳନ ଅନୁଯାୟୀ ୨୪, ୭୫, ୭୮୨ କ୍ଷତିଗ୍ରସ୍ତ ଜମାକାରୀ ପ୍ରାୟ ୬୮୬୦ ହଜାର କୋଟି ୧୪ ଲକ୍ଷ ୪୨ ହଜାର ୨୬୩ ଟଙ୍କା ବିଭିନ୍ନ ବେଆଇନ ଆର୍ଥିକ ପ୍ରତିଷ୍ଠାନରେ ନିବେଶ କରିଛନ୍ତି। ସରକାରଙ୍କ ତଥ୍ୟକୁ ଦେଖିଲେ, କ୍ଷତିଗ୍ରସ୍ତ ଜମାକାରୀ ଆହୁରି ୬୫୬୦,୧୪,୪୨୨୬୩ କୋଟି ଟଙ୍କା ପାଇବା ଅପେକ୍ଷାରେ ଅଛନ୍ତି। ଏବେ ସୁଦ୍ଧା ୬୭ଟି ବେଆଇନ ଆର୍ଥିକ ପ୍ରତିଷ୍ଠାନର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସରକାର ଅନ୍ତରୀଣ ଆଦେଶ ଦେଇଛନ୍ତି। ସେଥିରୁ ୩୧ କମ୍ପାନୀର ସମ୍ପତ୍ତି ଉପରେ ୫୦ଟି ମାମଲା ନ୍ୟାୟାଳୟରେ ଚାଲିଛି। ସରକାରଙ୍କ ଦ୍ୱାରା ଧାର୍ଯ୍ୟ ନିୟମାବଳୀ ଅନୁଯାୟୀ ଏବେ ସୁଦ୍ଧା ସେମାନଙ୍କ ୫୬.୫୩ ଏକର ସମ୍ପତ୍ତି ନିଲାମ କରାଯାଇଛି। ସେଥିରୁ ୨ଟି ବେଆଇନ ଆର୍ଥିକ ପ୍ରତିଷ୍ଠାନ ରୋଜ୍‌ ଭ୍ୟାଲି ଗ୍ରୁପ୍‌ ଅଫ୍‌ କମ୍ପାନୀ ଏବଂ ଗୋଲ୍‌ଡେନ ଲ୍ୟାଣ୍ଡ ଡେଭଲପର୍ସ ଗ୍ରୁପ୍‌ ଅଫ୍‌ କମ୍ପାନୀର ବାଜ୍ୟାପ୍ତ ସ୍ଥାବର ସମ୍ପତ୍ତିକୁ ନିଲାମ କରାଯାଇ ୨ ଲକ୍ଷ ୫ ହଜାର ୭୩୦ ଜଣ କ୍ଷୁଦ୍ର ଜମାକାରୀଙ୍କୁ ସେମାନଙ୍କ ଜମାରାଶି ଫେରାଯାଇଛି। ୬୭ ବେଆଇନ ଆର୍ଥିକ ପ୍ରତିଷ୍ଠାନର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ନିମିତ୍ତ ୯୦ଟି ପ୍ରସ୍ତାବକୁ ଅନୁଧ୍ୟାନ କରିବା ପରେ ସରକାର ଅନ୍ତରୀଣ କୋରଖ ଆଦେଶ ପ୍ରଦାନ କରିଛନ୍ତି। ସେଥିରୁ ନିର୍ଦ୍ଧାରିତ ନ୍ୟାୟାଳୟ ୪୦ଟି ମାମଲାରେ ସରକାରଙ୍କ ଅନ୍ତରୀଣ କୋରଖ ଆଦେଶକୁ କାଏମ କରିଛନ୍ତି। ରୋଜ୍‌ ଭ୍ୟାଲି, ଗୋଲ୍‌ଡେନ ଲ୍ୟାଣ୍ଡ ଏବଂ ହାଇଟେକ୍‌ ଇଷ୍ଟେଟସ୍‌ ଗ୍ରୁପ୍‌ ଅଫ୍‌ କମ୍ପାନୀଗୁଡିକର ସମ୍ପତ୍ତି ନିଲାମ ଏବଂ ବ୍ୟାଙ୍କ ଜମା ଜବତ ଅର୍ଥରୁ ପ୍ରକୃତ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଫେରସ୍ତ ଚାଲିଛି ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ଭାଜପା ନିର୍ବାଚନକୁ ଆସିବା ପୂର୍ବରୁ ଯେଉଁ କେତୋଟି ମୂଳ ପ୍ରତିଶ୍ରୁତି ରଖିଥିଲା, ତାହା ଭିତରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରସ୍ତ ବିଷୟକୁ ଗୁରୁତ୍ୱ ଦେଇଥିଲା। ପ୍ରଥମେ ଦଳର ରାଜ୍ୟ ସଭାପତି ସରକାରକୁ ଆସିବାର ୨୪ ଘଣ୍ଟା ଭିତରେ ଅର୍ଡିନାନ୍ସ କରି ଟଙ୍କା ଫେରାଇବେ ବୋଲି କହିଥିଲେ। ସରକାରକୁ ଆସିବାର ୨ ଦିନ ପରେ ୧୮ ମାସ ଭିତରେ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଯିବ ବୋଲି ଗଣମାଧ୍ୟମ ଆଗରେ କହିଥିଲେ। ୨୦୨୪ ଏପ୍ରିଲ ୨୮ରେ ସରକାରକୁ ଆସିବାର ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଜମାକାରୀଙ୍କୁ ଟଙ୍କା ଫେରାଯିବ ବୋଲି ମଧ୍ୟ କହିଥିଲେ। ହେଲେ ସରକାରୀ ସ୍ତରରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଯିବା ନେଇ ଏ ପର୍ଯ୍ୟନ୍ତ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇ ନାହିଁ। ଜମାକାରୀ ମିଳିତ ମଞ୍ଚ ଆବାହକ ଜୟନ୍ତ ଦାସ କହିଛନ୍ତି, ରାଜ୍ୟରେ ପ୍ରାୟ ୬୦ ଲକ୍ଷ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ରହିଛନ୍ତି। ଭାଜପା ସରକାରକୁ ଆସିବା ପୂର୍ବରୁ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବ ବୋଲି ଦେଇଥିବା ପ୍ରତିଶ୍ରୁତି ପୂରଣ ଦିଗରେ କିଛି କାର୍ଯ୍ୟ ଆରମ୍ଭ ହୋଇ ନ ଥିବା ଜଣାପଡ଼ିଛି। ସେତେବେଳେ ଗଠିତ ତଦନ୍ତ କମିଶନ ଜମାକାରୀ ଚିହ୍ନଟ ପ୍ରକ୍ରିୟା ଶେଷ କରିବେ ବୋଲି ଦାୟିତ୍ୱ ନେଇଥିଲେ। ତହସିଲଦାରମାନଙ୍କ ଜରିଆରେ ହିଁ ଜମାକାରୀ ଚିହ୍ନଟ ପ୍ରକ୍ରିୟା କରାଯିବା ଉପରେ ସେମାନେ ମତ ରଖିଥିଲେ। ହେଲେ ଏ ଯାଏ ସେହି ପ୍ରକ୍ରିୟା କରାଯାଇପାରିଲା ନାହିଁ ବୋଲି ସେ କହିଛନ୍ତି।
ଅନ୍ୟପଟେ ବିଜେଡି ବିଧାନସଭାରେ ଅନେକ ପ୍ରସଙ୍ଗ ଉଠାଉଥିଲେ ମଧ୍ୟ ଚିଟ୍‌ଫଣ୍ଡ କଥା ନେଇ ମୁହଁ ଖୋଲିବାକୁ ଅନାଗ୍ରହ ପ୍ରକାଶ କରୁଛନ୍ତି। କାଳେ ଚିଟ୍‌ଫଣ୍ଡ ବିଷୟ ଆସିଲେ ବିଜେଡିକୁ ସମସ୍ୟା ହେବ ସେଥିଲାଗି ଏ ବିଷୟ ଯେତେ ନ ଉଠିବ ସେତେ ଭଲ ବୋଲି ଜଣେ ବରିଷ୍ଠ ନେତା ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଅନ୍ୟପକ୍ଷେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ସେମାନଙ୍କ ଜମା ଟଙ୍କା ଫେରସ୍ତ ଦିଗରେ କଂଗ୍ରେସର ଆଭିମୁଖ୍ୟ ଅସ୍ପଷ୍ଟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଆରମ୍ଭ ୬ ହଜାରରୁ ହେଲେ ଏବେ ୧୩ ପ୍ଲଟ୍‌, ଲକ୍‌ରରେ କୋଟି କୋଟି ଟଙ୍କା ; ଆଇଟିଡିଏ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି…

ଭୁବନେଶ୍ୱର/ବାଲିଗୁଡ଼ା,୬।୬(ତ୍ରିନାଥ ମହାନ୍ତି/ ସଞ୍ଜୟ କୁମାର ପାଣିଗ୍ରାହୀ): ଚାକିିରି ଆରମ୍ଭ କରିଥିଲେ ୬ ହଜାର ଟଙ୍କାରେ। ହେଲେ ସେ କିଛି ଦିନ ପରେ ଆୟଠାରୁ ଢେର ପରିମାଣର ଅଧିକ…

ହିଟ୍‌ ଓ୍ବେଭ୍‌ ସହ କାଳବୈଶାଖୀ, ୧୦ ଯାଏ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୬ା୬ (ବନ୍ଦନା ସେଠୀ) – ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଜାରି ରହିଥିବାବେଳେ ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚୁଛି। ଆସନ୍ତା ୧୦ ତାରିଖ…

RI ଚାକିରି ଆଶା ଦେଖାଇ ଲୁଟିଥିଲେ ୫.୫ ଲକ୍ଷ ଟଙ୍କା; ହୀରାକୁଦରୁ ଅଭିଯୁକ୍ତଙ୍କୁ ବାନ୍ଧିଲା କେନ୍ଦୁଝର ପୋଲିସ

କେନ୍ଦୁଝର,୬।୬(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାରୀ ଚାକିରି ଯୋଗାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିବା ମାମଲାରେ କେନ୍ଦୁଝର ଟାଉନ ପୋଲିସକୁ ଏକ ବଡ଼…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରକୃତ ଚିତ୍ର : ଭିତ୍ତିଭୂମି ଥାଇ ମଧ୍ୟ ଟ୍ରମା ସେଣ୍ଟର ନିର୍ମାଣରେ ବିଳମ୍ବ

କେସିଙ୍ଗା, ୬।୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ସହରରେ ଅବସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ପ୍ରକାର ମୌଳିକ ଭିତ୍ତିଭୂମି ଥିବା ସତ୍ତ୍ୱେ ବିଭିନ୍ନ ସମସ୍ୟା ଦେଖାଦେଉଛି।…

୧୯ଟିକିଆ ହାତୀପଲର ହାବୁଡ଼ରେ ମଣିଷ ଜୀବନ

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗ ପିଢ଼ ଅନ୍ତର୍ଗତ ନିଲାମୁଣ୍ଡି ସାହି ନିକଟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଶୁକ୍ରରର ସନ୍ଧ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri