Posted inଜାତୀୟ

ବିହାରର ଆଗାମୀ ‘ନୀତୀଶ କୁମାର’ ହେବାକୁ ଚାହୁଁଛନ୍ତି ଚିରାଗ ପାସଓ୍ବାନ? ଭାଜପା ଶିବିରରେ ଛନକା!

ପାଟନା,୭।୬: ଗତ କିଛି ଦିନ ଧରି କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଚିରାଗ ପାସଓ୍ବାନ ବିଧାନସଭା ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଆସୁଛନ୍ତି। ଏଣୁ ସେ ରାଜ୍ୟ ରାଜନୀତିରେ କିଙ୍ଗ୍‌ ନ ହେଲେ ବି ‘କିଙ୍ଗ ମେକର୍‌’ ସାବ୍ୟସ୍ତ ହେବେ ବୋଲି କୁହାଯାଉଛି। ଭାଜପା ନେତୃବୃନ୍ଦ ଚିରାଗଙ୍କ ରଣନୀତି ଏବଂ କାର୍ଯ୍ୟ ଉପରେ ନଜର ରଖିଛନ୍ତି।

ଚିରାଗ କହିଛନ୍ତି ଯେ ସେ ବିହାର ରାଜନୀତିକୁ ଫେରିବାକୁ ଚାହୁଁଛନ୍ତି। ରିପୋର୍ଟ ମୁତାବକ ସେ ସଂରକ୍ଷିତ ଆସନ ନୁହେଁ ବରଂ ସାଧାରଣ ଆସନରୁ ନିର୍ବାଚନ ଲଢ଼ିବେ। ଭାଜପା କହୁଛି ଯେ ପାସଓ୍ବାନ ଏନ୍‌ଡିଏର ଆସନ ବଣ୍ଟା ପରେ ତାଙ୍କୁ ମିଳିଥିବା ଯେକୌଣସି ଆସନରୁ ନିର୍ବାଚନ ଲଢ଼ିପାରନ୍ତି।

ବିହାର ରାଜନୀତିରେ ଚିରାଗଙ୍କ ଦବ୍‌ଦବା ଏଭଳି ସମୟରେ ବଢୁଛି, ଯେତେବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ରାଜନୈତିକ ବିରୋଧୀ ଦାବି କରୁଛନ୍ତି ଯେ ରାଜନୀତିରେ ତାଙ୍କ ସମୟ ଶେଷ ହେବାକୁ ଯାଉଛି। ଚିରାଗ ରାଜ୍ୟରେ ବଡ଼ ବଡ଼ ରାଜନୈତିକ ଦଳଗୁଡ଼ିକୁ ଏକଜୁଟ କରୁଥିବା ନେତା ପାଲଟି ପାରନ୍ତି। ଗତ ନିର୍ବାଚନରେ ଚିରାଗଙ୍କ ଦଳକୁ ୬.୪୭% ଭୋଟ ମିଳିଥିଲା। ସେ ୫ ଆସନ ଜିତିଥିଲେ। ହେଲେ ଏହା ନୀତୀଶଙ୍କ ଜେଡିୟୁରୁ ବହୁତ ପଛରେ ଥିଲା। ଜେଡିୟୁକୁ ନିର୍ବାଚନରେ ୧୮.୫୨% ଭୋଟ ମିଳିଥିଲା।

ଭାଜପାର କିଛି ନେତା କହିଛନ୍ତି ଯେ, ଦଳ ବିହାରରେ ନିଜର ନେତା ବାଛିବାରେ ବିଫଳ ହୋଇଛି। ପାସଓ୍ବାନ ଏହାର ଫାଇଦା ଉଠାଉଛନ୍ତି। ଚିରାଗ ସାଧାରଣ ଆସନରୁ ନିର୍ବାଚନ ଲଢ଼ିବାର ସଙ୍କେତ କହୁଛି ଯେ ବିହାର ରାଜନୀତିରେ ସେ ଆଗାମୀ ନୀତୀଶ କୁମାର ହେବାକୁ ଚାହୁଁଛନ୍ତି। ନୀତୀଶ ଦୁଇ ଦଶକ ଯାଏ ବିହାର ରାଜନୀତିରେ ସ୍ପଷ୍ଟ ବହୁମତ ବିନା ଶାସନ କରିଛନ୍ତି। ୨୦% ଅଧିକ ଭୋଟ ହାସଲ କରିଛନ୍ତି। ଭାଜପା ଏବେ ନେତା ନୁହେଁ ବରଂ କର୍ମୀ ପ୍ରସ୍ତୁତ କରୁଛି।

ବର୍ତ୍ତମାନର ରାଜନୈତିକ ପରିସ୍ଥିତିରେ ଭାଜପାର ବଡ଼ ନେତା ଭାବନ୍ତି ଯେ ନୀତୀଶଙ୍କୁ ଶୀର୍ଷ ନେତା ବାଛିବା ଛଡ଼ା ଅନ୍ୟ ବିକଳ୍ପ ନାହିଁ। ରାଷ୍ଟ୍ରୀୟ ରାଜନୀତିରେ ନିଜକୁ ମଜଭୂତ କରିବା ଲାଗି ଭାଜପା ଲାଗି ବିହାର ବେଶ ଗୁରୁତ୍ୱ ବହନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri