Posted inଫୁରସତ

‘କର୍ମ’ ସହିତ ‘ଯୋଗ’କୁ ଯୋଗ କଲେ….

ଭଗବତ ଗୀତାର ପ୍ରତିଟି ବିଷୟର ନାଁ ପରେ ‘ଯୋଗ’ ଶବ୍ଦ ରହିଛି । ଯେମିତି କି ‘ଅର୍ଜୁନ ବିଷାଦ ଯୋଗ’, ‘ଭକ୍ତି ଯୋଗ’, ‘ଜ୍ଞାନ ଯୋଗ’ ଇତ୍ୟାଦି । ଅନେକ ଜିଜ୍ଞାସୁ ପ୍ରଶ୍ନ କରନ୍ତି ଭାଗବତରେ ରହିଲା ‘ଅଧ୍ୟାୟ’, ଗୀତାରେ ରହିଲା ‘ଯୋଗ’, ରାମଚରିତ ମାନସରେ ରହିଲା ‘କାଣ୍ଡ’ । ଆଉ ବି କେହି କେହି ମହାପୁରୁଷ ତାଙ୍କ ଲିଖିତ ବିଷୟକୁ ‘ଖଣ୍ଡ’, ‘ପଟଳ’, ‘ବୋଲି’ ଆଦି ଶବ୍ଦ ଦ୍ୱାରା ନାମକରଣ କରିଥାନ୍ତି । ଏପରି କାହିଁକି? ବିଶେଷ କରି ଗୀତାରେ ବ୍ୟବହାର ହୋଇଥିବା ‘ଯୋଗ’ ଶବ୍ଦକୁ ନେଇ ଆଧ୍ୟାତ୍ମିକ ଅନୁସନ୍ଧିତ୍ସୁମାନଙ୍କ ମହଲରେ ବେଶ୍‌ ଚର୍ଚ୍ଚା ହୋଇଥାଏ । ଗୀତା ହେଉଛି ‘ପ୍ରସ୍ଥାନ ତ୍ରୟୀ’ର ଅଂଶବିଶେଷ l ତେଣୁ ଏଥିରେ ପ୍ରୟୋଗ ହୋଇଥିବା ‘ଯୋଗ’ ଶବ୍ଦଟି ଅତ୍ୟନ୍ତ ଗୁରୁତ୍ୱ ବହନ କରେ । ତେଣୁ ସରଳ ଭାବରେ ଏତିକି କୁହାଯାଇ ପାରେ ଯେ ଯୋଡ଼ିବା ଅର୍ଥକୁ ନେଇ ‘ଯୋଗ’ ଶବ୍ଦ ବ୍ୟବହୃତ ହୋଇଛି l ଏବେ ପ୍ରଶ୍ନ ଉଠିବ – କ’ଣ ଯୋଡ଼ିବ? କାହାକୁ କାହା ସହ ଯୋଡ଼ିବ? କେମିତି ଯୋଡ଼ିବ ଇତ୍ୟାଦି ଅନେକ କଥା ।

ଏହାର ବି ଉତ୍ତର ଅଛି । ମଣିଷକୁ ଭଗବାନଙ୍କ ସହ ମିଶାଇବା ହିଁ ‘ଯୋଗ’। ପ୍ରତ୍ୟେକ ମଣିଷର ପରମ ଲକ୍ଷ୍ୟ ହେଉଛି ଈଶ୍ୱରପ୍ରାପ୍ତି । ସେ ପରା ସେଇ ଈଶ୍ୱରଙ୍କ ନିକଟରୁ ଆସିଛି । ଶେଷରେ ସେ ଈଶ୍ୱରଙ୍କ ପାଖକୁ ହିଁ ଯିବ l କିନ୍ତୁ ମଝିରେ ମାୟା ସଂସାରରେ ବାୟା ହୋଇ ପଥ ହୁଡ଼ିଯାଏ । ବାଟ ପାଏନି । ବିଷୟା ରସକୁ ଆକଣ୍ଠ ପାନ କରି ସେ ଏତେ ମତ୍ତ ହୋଇଯାଇଥାଏ ଯେ, ସେ ଧ୍ୟାନ, ଧାରଣା, ସତ୍‌ସଙ୍ଗ, ସାଧନା, ଭଜନ ବା ପ୍ରାଣାୟାମ କରିବାକୁ ଚାହିଁଲେ ବି, ଇଚ୍ଛା ଥିଲେ ବି କରି ପାରେନା । ଠିକ୍‌ ଏଇ ସମୟରେ ଗୀତା, ଭାଗବତ ବାଣୀ କାନରେ ପଡ଼େ l ହେ ମଣିଷ ! ବାଟଭୁଲା ହୁଅନା l କର୍ମ ଯୋଗ, ଭକ୍ତିଯୋଗ ବା ଜ୍ଞାନ ଯୋଗକୁ ଆପଣାଅ l ନ ହେଲେ ନର୍କ କୁ ଯିବୁ – ଏ ଚେତନା ପାଇ ସାରିବା ପରେ ସେ ଟିକେ ପ୍ରକୃତିସ୍ଥ ହୁଏ । କେହି କେହି ପାପ ପଙ୍କରୁ ଧଡ଼ପଡ ହୋଇ ଉଠିପଡନ୍ତି l ନିଜ ମନ ପସନ୍ଦର ମାର୍ଗ ବା ଧର୍ମଗୁରୁଙ୍କୁ ଧରି ବାଟ ଚାଲନ୍ତି । ଆଉ କେହି କେହି ସେଇ ପାପ ପଙ୍କ ଭିତରେ ଘୁସୁରି ପରି ବୁଡି ରହି ଥାଆନ୍ତି ମରଣ ପର୍ଯ୍ୟନ୍ତ ।

ଅନେକେ ଭାବନ୍ତି ‘ଯୋଗ’ ଶବ୍ଦର ଅର୍ଥ ଯଦି ଯୋଡ଼ିବା ବା ଯୁକ୍ତ କରିବା :
ତେବେ ଭକ୍ତି ବା ଜ୍ଞାନ ଯୋଗରେ ଈଶ୍ୱର ବିଷୟକ ଭକ୍ତି ବା ଜ୍ଞାନ ଅର୍ଜନ କରିବା ଅର୍ଥଟି ସହଜରେ ବୁଝି ହେଉଥିବା ବେଳେ ‘କର୍ମ ଯୋଗ’ରେ କ’ଣ କେମିତି କର୍ମ କଲେ ମଣିଷ ଈଶ୍ୱରଙ୍କ ସହ ଯୋଗ ବା ଯୁକ୍ତ ହୋଇପାରିବ, ସେକଥାଟି ସହଜରେ ବୁଝି ହୁଏନାହିଁ । ଦୁନିଆରେ ତ ସମସ୍ତେ କର୍ମ କରୁଛନ୍ତି କିନ୍ତୁ ସମସ୍ତେ କର୍ମ ମାଧ୍ୟମ ଦେଇ ଈଶ୍ୱରଙ୍କୁ ପାଇ ପାରୁଛନ୍ତି କି? ଆଦୌ ନୁହେଁ । ତେବେ କି ପ୍ରକାର ବା କିଭଳି ଭାବରେ କର୍ମ କଲେ ତାହା ଈଶ୍ୱରଙ୍କୁ ପ୍ରୀତ କରିବ ବା ଈଶ୍ୱରଙ୍କୁ ମଣିଷ ପ୍ରାପ୍ତ ହେବ, ତାହା ହିଁ ଆଜିର ଆଲୋଚନାର ବିଷୟବସ୍ତୁ ।

ଜଣେ ମଣିଷ ଭକ୍ତି ବା ଐଶ୍ୱରିକ ଜ୍ଞାନ ହାସଲ ନ କଲେ ସେ ଯେ ବଞ୍ଚତ୍ରହି ପାରିବ ନାହିଁ ବା ତା’ର ଭାତ ହଜମ ହେବ ନାହିଁ, ସେକଥା ନୁହଁ, କିନ୍ତୁ ସେ ନିଶ୍ଚିତ ଭାବେ କର୍ମ ମାର୍ଗରେ ରହିବ l କାରଣ କର୍ମ ନ କଲେ ସେ ଖାଇବ କ’ଣ? ତା’ ପରିବାରକୁ ପୋଷିବ କେମିତି? ତେଣୁ ତା’ ଜୀବନରେ ସେ ଭକ୍ତଟିଏ ହେଉ ବା ନ ହେଉ, ପାଞ୍ଚ ଲୋକ ତାକୁ ଜ୍ଞାନୀ କୁହନ୍ତୁ ବା ନ କୁହନ୍ତୁ କିମ୍ବା ଭଗବତ ଜ୍ଞାନ ଲାଭ ପାଇଁ ତା’ର ରୁଚି ରହୁ ବା ନ ରହୁ କିନ୍ତୁ ନିଜ ପେଟ ଚାଖଣ୍ଡକ ପାଇଁ ସେ ନିଶ୍ଚେ ଖଟିବ ହିଁ ଖଟିବ l ‘କର୍ମ’ ଶବ୍ଦର ତ ବ୍ୟାପକ ଅର୍ଥ ରହିଛି l ଆମେ ସିଆଡ଼କୁ ଯିବାନି l ଗଲେ ମୁଣ୍ଡ ଖରାପ ହୋଇଯିବ l କର୍ମ ବାବଦରେ ଆଲୋଚନା କଲେ କେଡ଼େ କେଡ଼େ ବିଜ୍ଞ ଜନମାନଙ୍କର ବି ବୁଦ୍ଧି ଅକଲ ଗୁଡ଼ୁମ ହୋଇଯାଏ l ସେଥିପାଇଁ ଶାସ୍ତ୍ରରେ କୁହାଗଲା ‘ଗହନା କର୍ମଣ ଗତିଃ’ ଅର୍ଥାତ୍‌ କର୍ମର ଗତି ଜାଣିବା ଅତି କଠିନ l ଆମେ କେବଳ ଏତିକି ବୁଝିବା ଯେ ଦୈନନ୍ଦିନ ଜୀବନରେ ପେଟ ଆଉ ପରିବାର ଚଳାଇବା ପାଇଁ ଯେଉଁ ସାଂସାରିକ କାର୍ଯ୍ୟ ବା ପରିଶ୍ରମ କରୁ, ତାହା ହିଁ ଆମ ପାଇଁ ‘କର୍ମ’ l ଆମେ ଏଇ କର୍ମର ମାଧ୍ୟମ ଦେଇ କେମିତି ଈଶ୍ୱରଙ୍କୁ ପାଇବୁ ସେ ବାଟ ଟି ହିଁ ଆମକୁ ଲୋଡ଼ା l ସାଂସାରିକ କର୍ମକୁ କର୍ମ ହେବ ଏବଂ ଭଗବତ୍‌ ଦର୍ଶନ ବି ହେବ l ଦିଅଁ ଦେଖା ହେବ, କଦଳୀ ବି ବିକ୍ରି ହେବ l ହେଲେ ପାଠକେ, ଏ କିଛି ନୂଆ ପ୍ରଶ୍ନ କି କଥା ନୁହେଁ l ଏଭଳି ‘କର୍ମ ଯୋଗ’କୁ ଆଶ୍ରୟ କରି ଅତୀତରେ ଅନେକ ଭକ୍ତ ଈଶ୍ୱରଙ୍କୁ ପ୍ରାପ୍ତ ହୋଇସାରିଛନ୍ତି l ପ୍ରତ୍ୟେକ କାର୍ଯ୍ୟ ସହ ଈଶ୍ୱରଙ୍କ ଭାବନାକୁ ଯୋଡିବା ହିଁ ‘କର୍ମ ଯୋଗ’ l ଜୀବନରେ କିଭଳି ଭାବେ କର୍ମ କରିବ ଏବଂ ସେ କର୍ମ କିଭଳି ଭାବେ ଯୋଗଯୁକ୍ତ ହେବାର ଅଛି ସେ ବାବଦରେ ସେଦିନ ରମଣ ମହର୍ଷି ଉଦାହରଣ ମାଧ୍ୟମରେ ଜଣେ ବାଳକଙ୍କୁ ବୁଝାଇ ଦେଇଥିଲେ ।

ସାତ ଆଠ ବର୍ଷର ବାଳକଟିଏ ସେଦିନ ରମଣ ମହର୍ଷିଙ୍କୁ ପଚାରି ଥିଲା ଠିକ୍‌ ଏଇ ପ୍ରଶ୍ନ – ମହାରାଜ ! କର୍ମ ଯୋଗ କ’ଣ? ମୁଁ ମୋ ବାପା ମା’ଙ୍କୁ ଏ ପ୍ରଶ୍ନ ବହୁବାର ପଚାରିଲିଣି । ସବୁଥର ତାଙ୍କ ଉତ୍ତର ରହୁଛି – ଟିକେ ବଡ଼ ହେଇ ଯା । ବୁଝି ପାରିବୁ l ଏ ବୟସରେ ତୁ ଏ ଜଟିଳ କଥା ବୁଝି ପାରିବୁ ନାହିଁ ।

ଆଜ୍ଞା, ପିଲାଟି ଛୋଟ ସିନା କିନ୍ତୁ ପ୍ରଶ୍ନଟି ବଡ଼ । ‘କର୍ମ ଯୋଗ’ ବାବଦରେ ଗୋଟିଏ ଛୋଟିଆ ପିଲାକୁ କେମିତି ବୁଝା ଯାଇପାରେ? ସେଦିନ କିନ୍ତୁ ରମଣ ମହର୍ଷି ‘ତୁ ଛୋଟପିଲା । ଏ କଥା ତୁ ବୁଝି ପାରିବୁ ନାହିଁ ’ ବୋଲି ପାରମ୍ପରିକ ଉତ୍ତର ଦେଇ ପିଲାଟିର କଅଁଳିଆ ଜିଜ୍ଞାସା ମନକୁ ହତୋତ୍ସାହିତ କରିବା ପରିବର୍ତ୍ତେ ତାକୁ ପାଖରେ ବସାଇ ତା’ ହାତରେ କିଛି ବିସ୍କୁଟ ଧରାଇ ଦେଇ ସେଗୁଡିକୁ ଖାଇବା ପାଇଁ କହିଥିଲେ । ପିଲାଟି ଗୋଟିଏ ବିସ୍କୁଟ ପାଟିକୁ ନେବା ପାଇଁ ଯାଉଥିବା ବେଳେ ମହର୍ଷି କହିଲେ ବାବୁରେ ! ବିସ୍କୁଟ ଖାଇବ ଯେ କିନ୍ତୁ ସର୍ତ୍ତ ଗୋଟିଏ । ସର୍ତ୍ତଟି ହେଉଛି – ତୁମେ ବିସ୍କୁଟ ଖାଇ ଚାଲ । କିନ୍ତୁ ଯେତେବେଳେ ମୁଁ ମୋ ଡାହାଣ ହାତକୁ ଉପରକୁ ଉଠାଇବି ସେତେବେଳକୁ ଯେତେ ବିସ୍କୁଟ ତୁମ ପାଖରେ ବଳିଥିବ, ସବୁତକ ଏକାଥରକେ ପାଟିରେ ପୂରାଇ ଦେବ l କିଛି ବି ବଳକା ରହିବ ନାହିଁ ।

ପିଲାଟି ଏ ସର୍ତ୍ତରେ ମୁଣ୍ଡ ଟୁଙ୍ଗାରି ବିସ୍କୁଟ ଖାଇବା ଆରମ୍ଭ କଲା ।କିନ୍ତୁ ଲକ୍ଷ୍ୟ ଥାଏ ମହର୍ଷିଙ୍କ ଡାହାଣ ହାତ ଉପରେ l ମହର୍ଷି ଯଦି ସଙ୍ଗେ ସଙ୍ଗେ ହାତ ଉପରକୁ ଟେକି ଦିଅନ୍ତି ତେବେ ବଳକା ରହିଥିବା ବିସ୍କୁଟଗୁଡିକୁ ଏକାଥରକେ ପାଟିରେ ପୂରାଇବା ମୁସ୍କିଲ ହୋଇପଡ଼ିବ l ଏଇଆ ଭାବି ପିଲାଟି ବିସ୍କୁଟଗୁଡିକୁ ଜଲଦି ଜଲଦି ଗୋଟିଏ ପରେ ଗୋଟିଏ ପାଟିକୁ ପକାଇବାକୁ ଲାଗିଲା l ଭାଗ୍ୟ ଭଲ, ଯେତେବେଳେ ହାତରେ ମାତ୍ର ଗୋଟିଏ ବିସ୍କୁଟ ବଳକା ଥିଲା, ଠିକ୍‌ ସେଇ ସମୟରେ ମହର୍ଷି ଡାହାଣ ହାତ ଉପରକୁ ଉଠାଇ ଦେଲେ l ପିଲାଟି ଏବେ କାଳ ବିଳମ୍ବ ନ କରି ଚଟ୍‌କିନା ଶେଷ ବିସ୍କୁଟକୁ ଆରାମରେ ପାଟିକୁ ପକେଇ ଦେଲା l

ସାବାସ ବେଟା… ସାବାସ l ଏବେ ତୁମେ ପରୀକ୍ଷାରେ ପାସ୍‌ କରିଗଲ l ବିସ୍କୁଟ କେମିତି ଲାଗିଲା?
– ଭଲ… ସ୍ବାଦଯୁକ୍ତ ଥିଲା l
– ଖାଇବା ବେଳେ ତୁମ ଲକ୍ଷ୍ୟ କେଉଁଠି ଥିଲା?
– ଆପଣଙ୍କ ଡାହାଣ ହାତ ଉପରେ l ଦେଖୁଥିଲି ଏହା କେତେବେଳେ ଉପରକୁ ଉଠିବ l

ମହର୍ଷି ଏଥର ବୁଝାଇ ଦେଲେ – ଧନରେ ! ବିସ୍କୁଟ ଖାଇବା ବେଳେ ତୁମ ଦୃଷ୍ଟି ଯେଭଳି ଭାବେ ନିରନ୍ତର ମୋ ହାତ ଉପରେ ନିବଦ୍ଧ ଥିଲା ଠିକ୍‌ ସେମିତି ସଂସାରର ଅନ୍ୟ ସବୁ କାର୍ଯ୍ୟ କରୁଥିବା ବେଳେ ତୁମର ଦୃଷ୍ଟି ଯଦି ଈଶ୍ୱରଙ୍କ ଉପରେ ରୁହେ ତେବେ ତାହା ହିଁ ‘କର୍ମ ଯୋଗ’ । ବିସ୍କୁଟ ଖାଇବା ଏକ ‘କର୍ମ’ । ସଂସାରରେ ରହି ପାଠ ପଢିବା, କୃଷି କରିବା, ଚାକିରି କରିବା ଆଦି ହେଉଛି ‘କର୍ମ ’ । ଏହା ‘କର୍ମ ଯୋଗ’ ନୁହେଁ l କିନ୍ତୁ ଈଶ୍ୱରଙ୍କୁ ସମ୍ମୁଖରେ ବା ଚେତନାରେ ରଖି ଏଗୁଡ଼ିକୁ ଯେତେବେଳେ କରାଯିବ ସେତେବେଳେ ଏହା ‘ଯୋଗ’ ପାଲଟିଯିବ । ଧରାଯାଉ ଗୋଟିଏ ବ୍ୟକ୍ତି ଘରୁ କାର୍ଯ୍ୟାଳୟକୁ ଯିବା ପାଇଁ ଗାଡି ଷ୍ଟାର୍ଟ କଲା । ସେତେବେଳେ ସେ କଳ୍ପନାରେ ଈଶ୍ୱରଙ୍କୁ ଆବାହନ କରି କହିବ ‘ପ୍ରଭୁ ! ଆପଣ ମୋ ସିଟ୍‌ ପଛରେ ଆସୀନ ହୁଅନ୍ତୁ’ l ବାଟ ସାରା ସେଇ ଚେତନାରେ ଗାଡି ଚଲାଇବା ଉଚିତ । କାର୍ଯ୍ୟାଳୟରେ ପହଞ୍ଚତ୍ବା ପରେ ଭାବିବ ପ୍ରଭୁ ! ଆପଣ ଏଇଠି ମୋ ଟେବୁଲ ସାମନାରେ ବସନ୍ତୁ l ଏ ସବୁ କାମ ଆପଣଙ୍କର । ଯେମିତି ନିର୍ଦ୍ଦେଶ ଦେବେ ମୁଁ ସେମିତି କରିବି । ଏହିପରି ଭାବନା ଯଦି ପ୍ରାତଃରୁ ଉଠି ରାତ୍ରିରେ ଶଯ୍ୟାକୁ ଯିବା ପର୍ଯ୍ୟନ୍ତ ରୁହେ, ତେବେ ସମଗ୍ର ଦିନର କାର୍ଯ୍ୟ ଯୋଗମୟ ହୋଇଗଲା ବୋଲି ଜାଣ । ଏଇ ଧାରାରେ କର୍ମ କଲେ ପ୍ରଭୁ ପ୍ରୀତ ହେବେ । ପାପ ସ୍ପର୍ଶ କରିବ ନାହିଁ l ସକଳ କାର୍ଯ୍ୟର ଭୋକ୍ତା କେବଳ ସେ ହିଁ ହେବେ । ଆପଣଙ୍କୁ କେବଳ ନିତ୍ୟାନନ୍ଦ ହିଁ ପ୍ରାପ୍ତ ହେବ । ଏହା ହିଁ ହେଉଛି ଯଥାର୍ଥରେ କର୍ମ ଯୋଗ ।

– ଦିବ୍ୟାଲୋକ ସନ୍ଧାନେ, ରାମନଗର, ତେଲେଙ୍ଗାପେଣ୍ଠ, କଟକ
ମୋ: ୯୪୩୭୨୯୨୬୯୯


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?