ଚାଇନା ବିଶେଷଜ୍ଞଙ୍କ ଦାବି: କରୋନା ଭାଇରସ ମାନବ ନିର୍ମିତ

ୱାଶିଂଟନ,୧୨ ।୯: କରୋନା ଭାଇରସକୁ ନେଇ ଲଗାତାର ଭାବେ ଚାଇନା ଉପରେ ପ୍ରଶ୍ନ ଉଠୁଛି । ଆମେରିକାଠାରୁ ଆରମ୍ଭ କରି ୟୁରୋପ ପର୍ଯ୍ୟନ୍ତ କରୋନା ମହାମାରୀ ପାଇଁ ଚାଇନାକୁ ଦାୟି କରୁଛନ୍ତି । ଇତିମଧ୍ୟରେ ଚାଇନାର ଜଣେ ମହିଳା ଭାଇରୋଲୋଜିଷ୍ଟ କରୋନା ଭାଇରସ ଚାଇନା ଦ୍ୱାରା ମାନବ ନିର୍ମିତ ବୋଲି ଦାବି କରିଛନ୍ତି । ତେବେ ଉକ୍ତ ମହିଳା ଭାଇରୋଲୋଜିଷ୍ଟ ଜଣକ ଚାଇନା ସରକାରଙ୍କଠାରୁ ଧମକ ପାଇବା ପରେ ଏବେ ଆମେରିକାରେ ରହୁଛନ୍ତି । ଭାଇରୋଲୋଜିଷ୍ଟ ଲି ମେଙ୍ଗ ୟାନ କହିଛନ୍ତି କରୋନା ଭାଇରସକୁ ମାନବ ନିର୍ମିତ ବୋଲି ପ୍ରମାଣ କରିବାକୁ ତାଙ୍କ ନିକଟରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି ଯାହାକୁ ସେ ଖୁବ୍‌ଶୀଘ୍ର ଲୋକଲୋଚନକୁ ଆଣିବେ । ସେ ଆହୁରି ମଧ୍ୟ କରିଛନ୍ତି ଚାଇନା କରୋନା ଭାଇରସକୁ ନେଇ ବହୁତ କଥା ଲୁଚାଉଛି ହେଲେ ଏହା ମାନବ ନିର୍ମିତ ବୋଲି ସେ ପ୍ରମାଣ କରିବେ । ସେ କହିଛନ୍ତି ଏହା ମାଂସ ମାର୍କେଟରୁ ଆସିନାହିଁ ବରଂ ଉହାନ ଲ୍ୟାବରେ ଏହାକୁ ବିକଶିତ କରାଯାଇଛି । ଏହି କରୋନା ଭାଇରସର ଜିନୋମ ଅନୁକ୍ରମ ମାନବ ଫିଙ୍ଗର ପ୍ରିଣ୍ଟ ଭଳି । ଏଣୁ ଏହି ଆଧାରରେ ସେ ପ୍ରମାଣ କରିବେ ଯେ କରୋନା ଭାଇରସ ମାନବ ନିର୍ମିତ । ଜଣେ ବ୍ୟକ୍ତିଙ୍କ ପାଖରେ ଜୀବ ବିଜ୍ଞାନ ସମ୍ପର୍କିତ ଜ୍ଞାନ ନ ଥିଲେ ମଧ୍ୟ ସେ କରୋନା ଭାଇରସର ଆକାର ଓ ଉତ୍ପତିକୁ ଦେଖି ସହଜରେ ଚିହ୍ନି ପାରିବେ । ପ୍ରଥମେ ଏହି ଭାଇରସ ପ୍ରସ୍ତୁତିରେ ନିୟୋଜିତ ଥିବା ବିଶେଷଜ୍ଞଙ୍କ ମଧ୍ୟରେ ଲି ଜଣେ ବୋଲି କହିଛନ୍ତି । ତେବେ ଚାଇନା ସରକାରଙ୍କ ପକ୍ଷରୁ ତାଙ୍କୁ ଧମକ ମିଳିବା ପରେ ସେ ଚାଇନା ଛାଡି ଆମେରିକାରେ ରହୁଛନ୍ତି । ଆଉ ଚାଇନାରେ ଥିବା ତାଙ୍କର ସମସ୍ତ ଗବେଷଣାର ତଥ୍ୟକୁ ନଷ୍ଟ କରି ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ଏବେ ଚାଇନା ତାଙ୍କ ସାଥିଙ୍କ ଦ୍ୱାରା ଲିଙ୍କ ନାଁରେ ଭୁଲ କଥା ପ୍ରଚାର କରିବାକୁ ଚେଷ୍ଟା କରୁଛି । ଏମିତିକି ଚାଇନା ସରକାର ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି । ହେଲେ କରୋନା ଭାଇରସ ଯେ ମାନବ ନିର୍ମିତ ଏହା ସେ ପ୍ରମାଣ କରି ଦେଖାଇବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri