ଶିନଜିଆଙ୍ଗରେ ମୁସଲମାନ ମହିଳାଙ୍କୁ ବଳାତ୍କାର କରୁଛନ୍ତି ଚାଇନା ସୈନ୍ୟ: ଜାତିସଂଘ ରିପୋର୍ଟ…

ଜେନେଭା, ୧।୯ : ମିଳିତ ଜାତିସଂଘର ମାନବିକ ଅଧିକାର ରିପୋର୍ଟ ଅନୁଯାୟୀ, ଚାଇନା ଏହାର ଶିନଜିଆଙ୍ଗ ପ୍ରଦେଶରେ ମୁସଲମାନମାନଙ୍କ ଉପରେ ନିର୍ମମ ଭାବେ ଅତ୍ୟାଚାର ଜାରି ରଖିଛି। ସେ ନିଜ ଦେଶରେ ଆତଙ୍କବାଦ ନାମରେ ମୁସଲମାନମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିବାବେଳେ ଅନ୍ତର୍ଜାତୀୟସ୍ତରରେ ଆତଙ୍କବାଦର ପରୋକ୍ଷ ସମର୍ଥକ ଥିବା ଜଣାପଡିଛି। ଚାଇନା ଉପରେ ପ୍ରକାଶିତ ଜାତିସଂଘ ମାନବିକ ଅଧିକାର ରିପୋର୍ଟରେ କୁହାଯାଇଛି ଯେ ଆତଙ୍କବାଦ ଏବଂ ଉଗ୍ରବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନାମରେ ଚାଇନା ନିଜ ଦେଶରେ ଅତ୍ୟାଚାର କରୁଛି। ଶିନଜିଆଙ୍ଗରେ ମୁସଲମାନ ମହିଳାଙ୍କୁ ବଳାତ୍କାର ଏବଂ ପୁରୁଷମାନଙ୍କୁ ବାଧ୍ୟତାମୂଳକ ପରିବାର ନିୟନ୍ତ୍ରଣ ଅପରେଶନ କରୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଜାତିସଂଘର ମାନବାଧିକାର କମିଶନର ମିସେଲ ବାଚଲେଟ ତାଙ୍କ କାର୍ଯ୍ୟକାଳର ଶେଷ ଦିନ ଅଗଷ୍ଟ ୩୧ରେ ଚାଇନାରେ ମାନବ ଅଧିକାର ଉପରେ ବହୁ ପ୍ରତୀକ୍ଷିତ ରିପୋର୍ଟ ପ୍ରକାଶ କରିଥିଲେ। ତେବେ ଚାଇନା ଏଥିରେ ଦିଆଯାଇଥିବା ଦାବିକୁ ପ୍ରତ୍ୟାଖ୍ୟାନ କରିଛି।

ମିଳିତ ଜାତିସଂଘ ମାନବ ଅଧିକାର ରିପୋର୍ଟ ଚାଇନା ଉପରେ ମାନବିକ ଅଧିକାରର ଗୁରୁତର ଉଲ୍ଲଂଘନ ବୋଲି ଦାବି କରିଛି। ଏଗୁଡ଼ିକ ମାନବିକତା ବିରୁଦ୍ଧରେ ଅପରାଧ। ଚାଇନା ସୁଦୂର ଜିନଜିଆଙ୍ଗ ପ୍ରଦେଶରେ ମୁସଲମାନ ସଂଖ୍ୟାଲଘୁଙ୍କ ବିଷୟରେ ୪୮ ପୃଷ୍ଠାର ରିପୋର୍ଟରେ ମଧ୍ୟ ବହୁ ସଂଖ୍ୟାରେ ଉଇଗୁରୁ ମୁସଲମାନ ନିଖୋଜ ଥିବା ଦାବି କରାଯାଇଛି।

ଚାଇନା ଏହି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ ଏହା ଚାଇନା ବିରୋଧୀ ବାହିନୀ ଦ୍ୱାରା ମିଥ୍ୟା ତଥ୍ୟ ଉପରେ ଆଧାରିତ। ଏହା ଚାଇନାକୁ ବଦନାମ କରିବାକୁ ଏବଂ ଦେଶର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କରିବାକୁ କରାଯାଉଛି ବୋଲି ଚାଇନା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?