ନିଖୋଜ ବୃଦ୍ଧଙ୍କୁ ଅଜଗର ଗିଳିଥିବା ଚର୍ଚ୍ଚା

ଭୁବନେଶ୍ୱର, ୧।୯(ବ୍ୟୁରୋ):କଟକ ଜିଲା ବାଙ୍କୀ ସବ୍‌ଡିଭିଜନ ଅନ୍ତର୍ଗତ ଡମପଡ଼ା ଅଭୟାରଣ୍ୟ ଭିତରେ ଜଣେ ବୃଦ୍ଧଙ୍କୁ ଏକ ଅଜଗର ଗିଳିଦେଇଥିବା ଖବର ମଙ୍ଗଳବାରଠାରୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଦିଓ ସାପଟି ମଣିଷକୁ ଗିଳିବା ବା ଧରିବା କେହି ଦେଖିନାହାନ୍ତି, କିନ୍ତୁ ଭାଇରାଲ ଭିଡିଓରେ ଥିବା ଉକ୍ତ ଅଜଗର ମଣିଷ ମୋଟାର କିଛି ଗୋଟେ ଗିଳିଥିବା ଦେଖିବାକୁ ମିଳୁଛି। ପୁଣି ଠିକ୍‌ ଏହି ସମୟରେ ଜଣେ ବ୍ୟକ୍ତିଙ୍କ ପତ୍ତା ନ ମିଳିବା ଓ ତାଙ୍କ ବାଇକ୍‌ ଜଙ୍ଗଲରୁ ଠାବ ହେବା ଘଟଣା ଏଭଳି ସନ୍ଦେହକୁ ଦୃଢ଼ୀଭୂତ କରୁଛି।
ଗତ ୨୯ ତାରିଖ ସକାଳ ପ୍ରାୟ ୮ଟାରେ ଡମପଡ଼ା ଅଭୟାରଣ୍ୟର ପ୍ରବେଶ ପଥ ଜାରିଆ ନିକଟସ୍ଥ ଚେକ୍‌ ଗେଟ୍‌ରେ କେତେଜଣ ଶ୍ରମିକ ପହଞ୍ଚତ୍ ଏକ ମୋପେଡ ଗାଡ଼ି ବେଙ୍ଗପାଣି ଘାଟି ନିକଟରେ ମୁଖ୍ୟ ରାସ୍ତାରୁ ଖସି ପଡ଼ିଥିବା ନେଇ ସୂଚନା ଦେଇଥିଲେ। ଏପରିକି ଉକ୍ତ ଗାଡ଼ି ନିକଟରେ କେହି ଲୋକ ନାହାନ୍ତି, ପାଖର କିଛି ପିନ୍ଧା ଲୁଗା ଓ ଜରି ପଡ଼ିଥିବା କହିଥିଲେ। ସଙ୍ଗେସଙ୍ଗେ ଡମପଡ଼ା ରେଞ୍ଜ୍‌ ଅଧିକାରୀ ବିରାଜ ଦାସଙ୍କ ନିର୍ଦ୍ଦେଶରେ ଫରେଷ୍ଟର ଓ ଗାର୍ଡ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ। ଏଥିସହ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲା। ଗାଡ଼ିଟି ମୁଖ୍ୟ ରାସ୍ତାର ପ୍ରାୟ ୧୫ ଫୁଟ ତଳକୁ ଖସି ପଡ଼ିଥିଲା। ପୋଲିସ ଓ ବନ କର୍ମଚାରୀ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ବ୍ୟକ୍ତିଙ୍କୁ ନ ପାଇବାରୁ ମଙ୍ଗଳବାର ପୋଲିସ ସନ୍ଧାନୀ କୁକୁରର ସହାୟତା ନେଇଥିଲେ। ସନ୍ଧାନୀ କୁକୁର ବେଙ୍ଗପାଣି ଘାଟିରୁ ନିଖୋଜ ବ୍ୟକ୍ତିଙ୍କ ପିନ୍ଧା ଲୁଗା ଶୁଙ୍ଘିବା ପରେ ଜାରିଆ ଶବର ସାହି ଅଞ୍ଚଳକୁ ଯାଇଥିଲା। ତେବେ ସନ୍ଧାନୀ କୁକୁର ସହ ଡଗ୍‌ ସ୍କ୍ବାଡ୍‌ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ଖୋଜାଖୋଜି କରି ଫେରି ଆସିଥିଲେ। ସେହି ସମୟରେ ନିକଟସ୍ଥ ଗ୍ରାମର ନିଖୋଜ ବୃଦ୍ଧ ନନ୍ଦ କିଶୋର ବେହେରାଙ୍କ ପରିବାର ଲୋକ ଖବର ପାଇବା ପରେ ମଙ୍ଗଳବାର ପ୍ରାୟ ୫୦ଜଣ ଲୋକଙ୍କୁ ପାରିଶ୍ରମିକ ଦେଇ ଜଙ୍ଗଲ ଭିତରେ ଖୋଜିଥିଲେ। ଦେଉଳିଆ ମୁଣ୍ଡିଆ ପାହାଡ଼ରେ ଦିନ ପ୍ରାୟ ୨ଟାବେଳେ ଏକ ଅଜଗର କିଛି ଗୋଟେ ଗିଳିଥିବା ଦେଖିଥିଲେ। ଖବର ପାଇ ବନ କର୍ମଚାରୀମାନେ ସେଠାରେ ପହଞ୍ଚତ୍ଥିଲେ। ସାପଟିର ଲମ୍ବ ପ୍ରାୟ ୧୦ରୁ ୧୨ଫୁଟ ଓ ତା’ର ପେଟ ପ୍ରାୟ ୩ ଫୁଟ ପର୍ଯ୍ୟନ୍ତ ଫୁଲିଥିବା ଦେଖାଯାଇଥିଲା। ଏ ନେଇ ରେଞ୍ଜ୍‌ ଅଧିକାରୀ ଦାସ କହିଛନ୍ତି, ନିଖୋଜ ବ୍ୟକ୍ତିଙ୍କ ଗାଡ଼ି ମିଳିଥିବା ସ୍ଥାନ ବେଙ୍ଗପାଣି ଘାଟି ଓ ଅଜଗର ଦେଖାଯାଇଥିବା ସ୍ଥାନ ଭିତରେ ଅତି କମ୍‌ରେ ୨ କି.ମି. ଦୂରତା ହେବ। ତାହା ବି ଗୋଟିଏ ପାହାଡ଼ରୁ ଓହ୍ଲାଇ ଆଉଏକ ପାହାଡ଼ ଚଢ଼ିବାକୁ ପଡ଼ିବ। କିନ୍ତୁ ଅଜଗର ମଣିଷ ଭଳି ଏତେବଡ଼ ଜୀବ ଖାଇଲେ ସାଧାରଣତଃ ପଥର ଖୋଲରେ ଲୁଚିକି ରହିବ। ଏତେ ଓଜନ ଶରୀରକୁ ନେଇ ଚଳପ୍ରଚଳ କରିବା ସମ୍ଭବ ହେବ ନାହିଁ। ତଥାପି ନିଖୋଜ ବ୍ୟକ୍ତିଙ୍କ ପାଇଁ ଆମର ସମବେଦନା ରହିଛି। ଆମ କର୍ମଚାରୀମାନେ ତାଙ୍କୁ ଦିନ ତମାମ ଖୋଜୁଛନ୍ତି।
ସେପଟେ ଏ ଘଟଣାକୁ ଅନ଼ୁଧ୍ୟାନ କରିବା ପାଇଁ ବୁଧବାର ସ୍ନେକ୍‌ ହେଲ୍ପଲାଇନର ୫ଜଣିଆ ଟିମ୍‌ ଘଟଣାସ୍ଥଳକୁ ଯାଇଥିଲେ। ତାଙ୍କ ସହିତ ଦୁଇଜଣ ବନ କର୍ମଚାରୀ ମଧ୍ୟ ଯାଇଥିଲେ। କିନ୍ତୁ ସେଠାରେ ଅଜଗର ସାପ ଦେଖାଯାଇ ନ ଥିଲା। ସାପର ଘୋଷରା ଦାଗ ସହିତ ମଳତ୍ୟାଗ କରିଥିବା ଦେଖିବାକୁ ମିଳିଥିଲା। ଏ ନେଇ ହେଲ୍ପଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ୧୦-୧୨ଫୁଟ ଅଜଗର ହୁଏତ ଏକ ସାଢ଼େ ୫ ଫୁଟରୁ ଅଧିକ ଲମ୍ବର ପ୍ରାପ୍ତବୟସ୍କ ବ୍ୟକ୍ତିଙ୍କୁ ମାରିବାକୁ ସକ୍ଷମ ହୋଇପାରିବ। କିନ୍ତୁ ଗିଳିବା ସମ୍ଭବ ନୁହେଁ। ଖାଲି ଓଡ଼ିଶା ନୁହେଁ, ଭାରତୀୟ ଅଜଗର ଭାରତ ବା ଅନ୍ୟ କେଉଁଠି ମଣିଷକୁ ଗିଳିଥିବା ନଜିର ନାହିଁ। ଅଜଗର ଖାଇଛି ବୋଲି ଭାବି ସେ ଦିଗରେ ମାତିଲେ ଆମେ ନିଖୋଜ ବ୍ୟକ୍ତିଙ୍କଠାରୁ ଦୂରେଇଯିବା ଏବଂ ତାଙ୍କ ଜୀବନ ଅଧିକ ବିପନ୍ନ ହୋଇପଡ଼ିବ। ତେବେ ଅଜଗରଟି ମଣିଷ ଖାଇଛି କି ନାହିଁ ତାହା ନିଶ୍ଚିତ କରିବା ପାଇଁ ଏକ୍ସ-ରେ କରିବାକୁ ପଡ଼ିବ ବୋଲି ଶୁଭେନ୍ଦୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଷ୍ଟ କଲେଜରେ ଛାତ୍ର ଅଶାନ୍ତି : ଧାରଣାରେ ବସିଲେ କର୍ମଚାରୀ

ଗୋପାଳପୁର,୪ା୨-ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପାଲୁର ହିଲ୍‌୍‌ସ୍ଥିତ ନିଷ୍ଟ କଲେଜରେ ଛାତ୍ର ଅଶାନ୍ତି ଲାଗି ରହିଛି। ଏଥିପାଇଁ ପ୍ରଶାସନିକ ବିବାଦକୁ ଦାୟୀ କରାଯାଇଥିବା ଅଭିଯୋଗ ହୋଇଛି।...

ସରକାରୀ ମେଡିକାଲ, ଇଞ୍ଜିନିୟରିଂ କଲେଜରେ ପଢୁଥିବା ଏସ୍‌ଟି,ଏସ୍‌ସିଙ୍କ ଫି’ ଫେରସ୍ତ ହେବ

ଭୁବନେଶ୍ୱର,୧ା୯(ଅନିଲ ଦାସ):ସରକାରୀ ମେଡିକାଲ କଲେଜ ଏବଂ ଇଞ୍ଜିନିୟରିଂ କଲେଜରେ ପଢୁଥିବା ସମସ୍ତ ଏସ୍‌ଟି,ଏସ୍‌ସି ଛାତ୍ରୀଛାତ୍ରଙ୍କ ସମସ୍ତ ଫି’ ଫେରାଯିବ। ସମସ୍ତ ପାଠପଢ଼ା ଖର୍ଚ୍ଚ ବିଭାଗ ତରଫରୁ...

ଜଟଣୀରେ ହେବ ୨୦୦ ଶଯ୍ୟାର କ୍ୟାନ୍‌ସର ହସ୍ପିଟାଲ

ଭୁବନେଶ୍ୱର, ୮।୯(ବ୍ୟୁରୋ): ଜଟଣୀସ୍ଥିତ ନାଇଜର ପରିସରରେ ଏକ କ୍ୟାନ୍‌ସର ହସ୍ପିଟାଲ ସ୍ଥାପନ କରାଯିବ। ୨୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ପାଇଁ ରାଜ୍ୟ ସରକାର ଓ...

ଜମୁଛି ନବରାତ୍ର ଉତ୍ସବ

ଭୁବନେଶ୍ୱର, ୫ା୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଚାଲିଛି ଦଶହରା ଧୁମ୍‌। ନବରାତ୍ର ଉତ୍ସବ ଏବେ ସାଜିଛି ପୂଜାର ଅନ୍ୟତମ ଆକର୍ଷଣ। ଗତ ରବିବାରଠାରୁ ନବରାତ୍ର ଉତ୍ସବ ଆରମ୍ଭ...

ଆସ ଗଛ ସହ ବନ୍ଧୁ ବାନ୍ଧିବା

ପୁରୁଣା ଭୁବନେଶ୍ୱର, ୧।୮: ଅଗଷ୍ଟ ପ୍ରଥମ ରବିବାରକୁ ଅନ୍ତର୍ଜାତୀୟ ବନ୍ଧୁତା ଦିବସ ରୂପେ ପାଳନ କରାଯାଉଥିବାବେଳେ ପରିବେଶବିତ୍‌ ତଥା ଯୁବ ସାମାଜିକ କର୍ମୀ ସୁଶାନ୍ତ ସାହୁ...

ପୁରୀ ଶିଶୁକନ୍ୟା ବଳାତ୍କାର ମାମଲା: ପିପିଲିରୁ ଅଭିଯୁକ୍ତ ଗିରଫ

ପୁରୀ ଅଫିସ,୨୮।୧: ପୁରୀ ଟାଉନ ଥାନା ଅଞ୍ଚଳରେ ଗତ ୨୩ ତାରିଖରେ ୫ବର୍ଷୀୟା ଶିଶୁକନ୍ୟାକୁ ଉଠାଇନେଇ ବଳାତ୍କାର କରାଯିବା ମାମଲାର ଅଭିଯୁକ୍ତ ମହେଶ ମହାନ୍ତିଙ୍କୁ ପୁରୀ...

ରତ୍ନଭଣ୍ଡାର ଖୋଲିବା ନେଇ ବିଧାନସଭାରେ ଦାବି ଉପସ୍ଥାପନ କରିବେ ବିଧାୟକ

ପୁରୀ,୨୪।୯(ଅଜିତ୍‌ ମହାନ୍ତି): ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ଅନେକ ଦିନ ହେବ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି କରାଯାଉଛି। ଏପରି କି ଶ୍ରୀମନ୍ଦିର...

ତୁଟୁନି ଭାଜପା-ବିଜେଡି ଆବାସ କଳି

ଭୁବନେଶ୍ୱର,୨୬।୮(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସବୁ ଜିଲାରେ ଦୁର୍ନୀତି ହୋଇଥିବା ନେଇ ଭାଜପା ଅଭିଯୋଗ କରିଛି। ଭାଜପାର ଅଭିଯୋଗ ପରେ ବିଜେଡି ମଧ୍ୟ ପଲଟା ଜବାବ...

Advertisement
Archives

Model This Week