ନିଖୋଜ ବୃଦ୍ଧଙ୍କୁ ଅଜଗର ଗିଳିଥିବା ଚର୍ଚ୍ଚା

ଭୁବନେଶ୍ୱର, ୧।୯(ବ୍ୟୁରୋ):କଟକ ଜିଲା ବାଙ୍କୀ ସବ୍‌ଡିଭିଜନ ଅନ୍ତର୍ଗତ ଡମପଡ଼ା ଅଭୟାରଣ୍ୟ ଭିତରେ ଜଣେ ବୃଦ୍ଧଙ୍କୁ ଏକ ଅଜଗର ଗିଳିଦେଇଥିବା ଖବର ମଙ୍ଗଳବାରଠାରୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଦିଓ ସାପଟି ମଣିଷକୁ ଗିଳିବା ବା ଧରିବା କେହି ଦେଖିନାହାନ୍ତି, କିନ୍ତୁ ଭାଇରାଲ ଭିଡିଓରେ ଥିବା ଉକ୍ତ ଅଜଗର ମଣିଷ ମୋଟାର କିଛି ଗୋଟେ ଗିଳିଥିବା ଦେଖିବାକୁ ମିଳୁଛି। ପୁଣି ଠିକ୍‌ ଏହି ସମୟରେ ଜଣେ ବ୍ୟକ୍ତିଙ୍କ ପତ୍ତା ନ ମିଳିବା ଓ ତାଙ୍କ ବାଇକ୍‌ ଜଙ୍ଗଲରୁ ଠାବ ହେବା ଘଟଣା ଏଭଳି ସନ୍ଦେହକୁ ଦୃଢ଼ୀଭୂତ କରୁଛି।
ଗତ ୨୯ ତାରିଖ ସକାଳ ପ୍ରାୟ ୮ଟାରେ ଡମପଡ଼ା ଅଭୟାରଣ୍ୟର ପ୍ରବେଶ ପଥ ଜାରିଆ ନିକଟସ୍ଥ ଚେକ୍‌ ଗେଟ୍‌ରେ କେତେଜଣ ଶ୍ରମିକ ପହଞ୍ଚତ୍ ଏକ ମୋପେଡ ଗାଡ଼ି ବେଙ୍ଗପାଣି ଘାଟି ନିକଟରେ ମୁଖ୍ୟ ରାସ୍ତାରୁ ଖସି ପଡ଼ିଥିବା ନେଇ ସୂଚନା ଦେଇଥିଲେ। ଏପରିକି ଉକ୍ତ ଗାଡ଼ି ନିକଟରେ କେହି ଲୋକ ନାହାନ୍ତି, ପାଖର କିଛି ପିନ୍ଧା ଲୁଗା ଓ ଜରି ପଡ଼ିଥିବା କହିଥିଲେ। ସଙ୍ଗେସଙ୍ଗେ ଡମପଡ଼ା ରେଞ୍ଜ୍‌ ଅଧିକାରୀ ବିରାଜ ଦାସଙ୍କ ନିର୍ଦ୍ଦେଶରେ ଫରେଷ୍ଟର ଓ ଗାର୍ଡ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ। ଏଥିସହ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲା। ଗାଡ଼ିଟି ମୁଖ୍ୟ ରାସ୍ତାର ପ୍ରାୟ ୧୫ ଫୁଟ ତଳକୁ ଖସି ପଡ଼ିଥିଲା। ପୋଲିସ ଓ ବନ କର୍ମଚାରୀ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ବ୍ୟକ୍ତିଙ୍କୁ ନ ପାଇବାରୁ ମଙ୍ଗଳବାର ପୋଲିସ ସନ୍ଧାନୀ କୁକୁରର ସହାୟତା ନେଇଥିଲେ। ସନ୍ଧାନୀ କୁକୁର ବେଙ୍ଗପାଣି ଘାଟିରୁ ନିଖୋଜ ବ୍ୟକ୍ତିଙ୍କ ପିନ୍ଧା ଲୁଗା ଶୁଙ୍ଘିବା ପରେ ଜାରିଆ ଶବର ସାହି ଅଞ୍ଚଳକୁ ଯାଇଥିଲା। ତେବେ ସନ୍ଧାନୀ କୁକୁର ସହ ଡଗ୍‌ ସ୍କ୍ବାଡ୍‌ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ଖୋଜାଖୋଜି କରି ଫେରି ଆସିଥିଲେ। ସେହି ସମୟରେ ନିକଟସ୍ଥ ଗ୍ରାମର ନିଖୋଜ ବୃଦ୍ଧ ନନ୍ଦ କିଶୋର ବେହେରାଙ୍କ ପରିବାର ଲୋକ ଖବର ପାଇବା ପରେ ମଙ୍ଗଳବାର ପ୍ରାୟ ୫୦ଜଣ ଲୋକଙ୍କୁ ପାରିଶ୍ରମିକ ଦେଇ ଜଙ୍ଗଲ ଭିତରେ ଖୋଜିଥିଲେ। ଦେଉଳିଆ ମୁଣ୍ଡିଆ ପାହାଡ଼ରେ ଦିନ ପ୍ରାୟ ୨ଟାବେଳେ ଏକ ଅଜଗର କିଛି ଗୋଟେ ଗିଳିଥିବା ଦେଖିଥିଲେ। ଖବର ପାଇ ବନ କର୍ମଚାରୀମାନେ ସେଠାରେ ପହଞ୍ଚତ୍ଥିଲେ। ସାପଟିର ଲମ୍ବ ପ୍ରାୟ ୧୦ରୁ ୧୨ଫୁଟ ଓ ତା’ର ପେଟ ପ୍ରାୟ ୩ ଫୁଟ ପର୍ଯ୍ୟନ୍ତ ଫୁଲିଥିବା ଦେଖାଯାଇଥିଲା। ଏ ନେଇ ରେଞ୍ଜ୍‌ ଅଧିକାରୀ ଦାସ କହିଛନ୍ତି, ନିଖୋଜ ବ୍ୟକ୍ତିଙ୍କ ଗାଡ଼ି ମିଳିଥିବା ସ୍ଥାନ ବେଙ୍ଗପାଣି ଘାଟି ଓ ଅଜଗର ଦେଖାଯାଇଥିବା ସ୍ଥାନ ଭିତରେ ଅତି କମ୍‌ରେ ୨ କି.ମି. ଦୂରତା ହେବ। ତାହା ବି ଗୋଟିଏ ପାହାଡ଼ରୁ ଓହ୍ଲାଇ ଆଉଏକ ପାହାଡ଼ ଚଢ଼ିବାକୁ ପଡ଼ିବ। କିନ୍ତୁ ଅଜଗର ମଣିଷ ଭଳି ଏତେବଡ଼ ଜୀବ ଖାଇଲେ ସାଧାରଣତଃ ପଥର ଖୋଲରେ ଲୁଚିକି ରହିବ। ଏତେ ଓଜନ ଶରୀରକୁ ନେଇ ଚଳପ୍ରଚଳ କରିବା ସମ୍ଭବ ହେବ ନାହିଁ। ତଥାପି ନିଖୋଜ ବ୍ୟକ୍ତିଙ୍କ ପାଇଁ ଆମର ସମବେଦନା ରହିଛି। ଆମ କର୍ମଚାରୀମାନେ ତାଙ୍କୁ ଦିନ ତମାମ ଖୋଜୁଛନ୍ତି।
ସେପଟେ ଏ ଘଟଣାକୁ ଅନ଼ୁଧ୍ୟାନ କରିବା ପାଇଁ ବୁଧବାର ସ୍ନେକ୍‌ ହେଲ୍ପଲାଇନର ୫ଜଣିଆ ଟିମ୍‌ ଘଟଣାସ୍ଥଳକୁ ଯାଇଥିଲେ। ତାଙ୍କ ସହିତ ଦୁଇଜଣ ବନ କର୍ମଚାରୀ ମଧ୍ୟ ଯାଇଥିଲେ। କିନ୍ତୁ ସେଠାରେ ଅଜଗର ସାପ ଦେଖାଯାଇ ନ ଥିଲା। ସାପର ଘୋଷରା ଦାଗ ସହିତ ମଳତ୍ୟାଗ କରିଥିବା ଦେଖିବାକୁ ମିଳିଥିଲା। ଏ ନେଇ ହେଲ୍ପଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ୧୦-୧୨ଫୁଟ ଅଜଗର ହୁଏତ ଏକ ସାଢ଼େ ୫ ଫୁଟରୁ ଅଧିକ ଲମ୍ବର ପ୍ରାପ୍ତବୟସ୍କ ବ୍ୟକ୍ତିଙ୍କୁ ମାରିବାକୁ ସକ୍ଷମ ହୋଇପାରିବ। କିନ୍ତୁ ଗିଳିବା ସମ୍ଭବ ନୁହେଁ। ଖାଲି ଓଡ଼ିଶା ନୁହେଁ, ଭାରତୀୟ ଅଜଗର ଭାରତ ବା ଅନ୍ୟ କେଉଁଠି ମଣିଷକୁ ଗିଳିଥିବା ନଜିର ନାହିଁ। ଅଜଗର ଖାଇଛି ବୋଲି ଭାବି ସେ ଦିଗରେ ମାତିଲେ ଆମେ ନିଖୋଜ ବ୍ୟକ୍ତିଙ୍କଠାରୁ ଦୂରେଇଯିବା ଏବଂ ତାଙ୍କ ଜୀବନ ଅଧିକ ବିପନ୍ନ ହୋଇପଡ଼ିବ। ତେବେ ଅଜଗରଟି ମଣିଷ ଖାଇଛି କି ନାହିଁ ତାହା ନିଶ୍ଚିତ କରିବା ପାଇଁ ଏକ୍ସ-ରେ କରିବାକୁ ପଡ଼ିବ ବୋଲି ଶୁଭେନ୍ଦୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?