Posted inଜାତୀୟ

ଚାଇନା ନାଗରିକଙ୍କୁ ଇ-ଭିଜା ମନା, ତାଲିକାରୁ ବ୍ରିଟେନ୍‌-କାନାଡ଼ା-ସୌଦି ବାହାର…

ନୂଆଦିଲ୍ଲୀ,୧୧।୧୧: ସୀମାରେ ଜିଦଖୋର ତଥା ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଥିବା ଚାଇନାକୁ ଭାରତନିଜ ଭାଷାରେ ଜବାବ ଦେଇଛି। ଏହା ଦ୍ୱାରା ଚାଇନାକୁ ବଡ଼ ଝଟ୍‌କା କିନ୍ତୁ ନୀରବ ଭାବେ ଲାଗିବ। ଭାରତ ୧୫୨ ଦେଶ ପାଇଁ ଇ-ଭିଜା ସୁବିଧା ପୁଣି ଆରମ୍ଭ କରୁଛିମ୍‌। କିନ୍ତୁ ଏଥର ଚାଇନା, ହଂକଂ ଏବଂ ମାକାଉ ଏହି ଦେଶ ତାଲିକାରୁ ବାଦ ଦିଆଯାଇଛି। ଏଥି ସହିତ ତାଇୱାନ, ଭିଏତନାମ, ସିଙ୍ଗାପୁର ଏବଂ ଆମେରିକା ସମେତ ୧୫୨ ଦେଶର ନାଗରିକମାନେ ଭାରତରେ ଇ-ଭିଜା ସୁବିଧା ପାଇପାରିବେ।

ବାଇନା ସହିତ ଭାରତ ପାରସ୍ପରିକ ସହଯୋଗ ଅଭାବରୁ କାନାଡା, ବ୍ରିଟେନ, ଇରାନ, ମାଲେସିଆ, ଇଣ୍ଡୋନେସିଆ ଏବଂ ସୌଦି ଆରବକୁ ତାଲିକାରୁ ବାଦ ଦେଇଛି। ପୂର୍ବରୁ ଚାଇନା ସମେତ ୧୭୧ ଟି ଦେଶ ପାଇଁ ଇ-ଭିଜା ସୁବିଧା ଉପଲବ୍ଧ ଥିଲା। ପୂର୍ବ ଲଦାଖରେ ଚାଇନା ସହିତ ଚାଲିଥିବା ତିକ୍ତତା, ଅରୁଣାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ଚାଇନା ସୈନ୍ୟଙ୍କ ଅନୁପ୍ରବେଶ ଯୋଗୁ ଇ-ଭିସା ସୁବିଧାରୁ ଦୂରେଇ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଚର୍ଚ୍ଚା ହେଉଛି।

ପୂର୍ବରୁ ଭାରତ ଚାଇନା ପର୍ଯ୍ୟଟକଙ୍କ ପାଇଁ ପ୍ରି-ରେଫରାଲ କ୍ୟାଟାଗୋରୀ (ପିଆର୍‌ସି) ଅନୂସାରେ ଇ-ଭିଜା ଉପଲବ୍ଧ କରାଇଥିଲା। ଚାଇନା ସହିତ ଆଫଗାନିସ୍ତାନ, ପାକିସ୍ଥାନ, ଇରାକ, ସୁଦାନ ବ୍ୟତୀତ ପାକିସ୍ତାନୀ ମୂଳରୁ ଆସିଥିବା ବିଦେଶୀ ତଥା ଅନ୍ୟ ଦେଶରୁ ଜାତୀୟତା ନ ଥିବା ଲୋକଙ୍କୁ ପିଆର୍‌ସିରେ ଅନ୍ତର୍ଭୁକ୍ତ କରାଯାଇଥିଲା। ତେବେ, କରୋନା ମହାମାରୀ ଯୋଗୁ ମାର୍ଚ୍ଚ ୨୦୨୦ ରେ ଯାତ୍ରା ପ୍ରତିବନ୍ଧକ ଘୋଷଣା ହେବା ପରେ ସମସ୍ତ ପ୍ରକାର ଇ-ଭିଜା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

ଏହା ପରେ, ଅଗଷ୍ଟ ୨୦୨୦ ରେ, ସରକାର ଅନ୍ତର୍ଜାତୀୟ ଭ୍ରମଣ ନିୟମକୁ କୋହଳ କରି ଆମେରିକା, ବ୍ରିଟେନ, ଜର୍ମାନୀ ଏବଂ ଫ୍ରାନ୍ସର ବିଦେଶୀ ନାଗରିକମାନଙ୍କୁ ଏୟାର ବବଲ ଯୋଜନା ଅଧୀନରେ ଭାରତ ଆସିବାକୁ ଅନୁମତି ଦେଇଥିଲେ। ଏହାର ଦୁଇମାସ ପରେ ଇଲେକ୍ଟ୍ରୋନିକ, ପର୍ଯ୍ୟଟକ ଏବଂ ଡାକ୍ତରୀ ବର୍ଗ ବ୍ୟତୀତ ସମସ୍ତ ବର୍ଗ ପାଇଁ ଭିଜା କୋହଳ କରାଯାଇଥିଲା।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଅକ୍ଟୋବର ୬ ପୂର୍ବରୁ ଜାରି ହୋଇଥିବା ଇ-ଭିଜା ଏବଂ ସାଧାରଣ ପର୍ଯ୍ୟଟନ ଭିଜା ସ୍ଥଗିତ ରହିବ। ଏଥି ସହିତ, ଏକକ ପ୍ରବେଶ ପାଇଁ ବ୍ୟବହୃତ ନୂତନ ଭିଜା ଜାରି ହେବାର ୧୨୦ ଦିନ ମଧ୍ୟରେ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri