ସିପିଇସି ଆଢୁଆଳରେ ଚାଇନାର ଷଡ଼ଯନ୍ତ୍ର, ପାକିସ୍ତାନ ପାଇଁ ନିର୍ମାଣ କରୁଛି ବଙ୍କର…

ଇସଲାମାବାଦ/ବେଜିଂ, ୯।୮ : ଚାଇନା ପକ୍ଷରୁ ପାକିସ୍ତାନରେ ସିପିଇସି ପ୍ରୋଜେକ୍ଟ ଜାରି ରହିଛି। ଏହାକୁ ବିଭିନ୍ନ ସମୟରେ ଭାରତ ପକ୍ଷରୁ ବିରୋଧ କରାଯାଉଛି। ଏହାର ଆଢୁଆଳରେ ଚାଇନା ଏବେ ଷଡ଼ଯନ୍ତ୍ର ରଚିଛି। ସିପିଇସି ନାମରେ ଚାଇନା ପାକିସ୍ତାନ ପାଇଁ ଅଣ୍ଡର ଗ୍ରାଉଣ୍ଡ ବଙ୍କର ନିର୍ମାଣ କରୁଥିବା ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ରିପୋର୍ଟ ଅନୁଯାୟୀ ୧୦ରୁ ୧୨ ଜଣ ଚାଇନା ସୈନ୍ୟଙ୍କୁ ପାକ୍‌ ଅଧିକୃତ କଶ୍ମୀର ଶାରଦାଠାରେ ଦେଖିବାକୁ ମିଳିଛି। ସେହିପରି ନୀଲମ୍‌ ଘାଟିର କେଲ ନିକଟରେ କେତେକ ଚାଇନା ଇଞ୍ଜିନିୟରଙ୍କୁ କାର୍ଯ୍ୟ କରୁଥିବାର ଦେଖାଯାଇଛି। ସେମାନେ ବଙ୍କର ନିର୍ମାଣ କାର୍ଯ୍ୟ ଶୀଘ୍ର ଭାବେ କରୁଛନ୍ତି।

ଏହି ଅଞ୍ଚଳ କେଲର ଦକ୍ଷିଣ ପୂର୍ବର ୧୨ କିଲୋମିଟର ଦୂରରେ ଅବସ୍ଥିତ। ଏଠାରୁ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରିଥାନ୍ତି। ଅପରପକ୍ଷରେ ଚାଇନା ସୈନ୍ୟଙ୍କୁ ସିନ୍ଧ ଏବଂ ବାଲୁଚିସ୍ତାନରେ ମଧ୍ୟ ଦେଖିବାକୁ ମିଳିଛି। ବାଲୁଚିସ୍ତାନରେ ପାକିସ୍ତାନର କ୍ଷେପଣାସ୍ତ୍ର ରେଜିମେଣ୍ଟ ଅଞ୍ଚଳରେ ବଙ୍କର ନିର୍ମାଣ କାର୍ଯ୍ୟ ଚାଇନା ଦ୍ୱାରା ଜୋରସୋରରେ ଜାରି ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି।

ତେବେ ଚାଇନା ସୈନ୍ୟ ପାକିସ୍ତାନ ପାଇଁ କାହିଁକି ଏସବୁ ବଙ୍କର ନିର୍ମାଣ କରୁଛି ତାହା ନିଶ୍ଚିତ ହୋଇ ପାରି ନାହିଁ। ଏନେଇ ଅଧିକ ଅନୁସନ୍ଧାନ ଜାରି ରହିଥିବା ରିପୋର୍ଟ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କରେ ସୁରକ୍ଷିତ ଲ୍ୟାଣ୍ଡ କଲା ବିମାନ

ତେହେରାନ,୨୮।୧: ଇରାନର ବନ୍ଦର-ଏ-ମହସହରର ରାସ୍ତା ଉପରେ ସୋମବାର ଏକ ବିମାନ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିବା ଜଣାପଡିଛି। ହେଲେ ଏହି ବିମାନଟି ଲ୍ୟାଣ୍ଡ କରିବା ପରେ...

ଇରାନରେ ପ୍ରଥମ କ୍ରାନ୍ତିକାରୀଙ୍କୁ ଫାଶୀଦଣ୍ଡ

ତେହେରାନ୍‌,୮।୧୨: ସରକାର ବିରୋଧୀ ଅସ୍ଥିରତା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା କ୍ରାନ୍ତିକାରୀ ମୋହସେନ ଶେଖରୀଙ୍କ ଉପରେ ଇରାନ ପ୍ରଥମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଈଶ୍ବରଙ୍କ ବିରୋଧରେ...

ଦୁର୍ଘଟଣା ପୂର୍ବରୁ ୩ ଥର ଝଟକା ଦେଇଥିଲା ବିମାନ

କରାଚୀ/ଇସ୍‌ଲାମାବାଦ, ୨୪।୫(ପି.ଟି.): ପାକିସ୍ତାନର କରାଚୀଠାରେ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନର ୯୯ ଯାତ୍ରୀଙ୍କ ମଧ୍ୟରୁ ୯୭ ଜଣ ପ୍ରାଣ ହରାଇଥିବାବେଳେ ଆଶ୍ଚର୍ଯ୍ୟଜନକ ଭାବେ ୨ ଜଣ...

ତାଲିବାନ ବିରୋଧରେ ମହିଳା ଆନ୍ଦୋଳନ ତେଜିଲା…

କାବୁଲ,୪।୯: ସରକାର ଗଠନ ପାଇଁ ତାଲିବାନ ଯୋଜନା ପୁଣି ଥରେ ଲଟକିଛି। ପୂର୍ବରୁ କୁହାଯାଇଥିଲା ଯେ ତାଲିବାନ ଶନିବାର କାବୁଲରେ ନୂଆ ସରକାର ଗଠନ କରିବ।...

ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସହଯୋଗ କହିବ ଆମେରିକା…

ଓ୍ବାଶିଂଟନ/ନୂଆଦିଲ୍ଲୀ,୩୧।୧୦ : ରଣନୈତିକ ଦୃଷ୍ଟିକୋଣରୁ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସ୍ଥିରତା ପାଇଁ ଭାରତର ଭୂମିକାକୁ ବୃଦ୍ଧି କରାଇବାକୁ ଆମେରିକା ସହଯୋଗ କରିବ। ଆମେରିକାର ପ୍ରତିରକ୍ଷା ବିଭାଗ...

କରୋନାରେ ଅଧିକ ମରୁଛନ୍ତି ଅଣଶ୍ୱେତାଙ୍ଗ ଆମେରିକୀୟ

ଓ୍ବାଶିଂଟନ,୧୧ା୪: ମହାମାରୀ କରୋନା ସଂକ୍ରମଣରେ ଯୁକ୍ତରାଷ୍ଟ୍ର ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି। ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୪,୬୮,୮୯୫ରେ ପହଞ୍ଚତ୍ଥିବାବେଳେ ୧୬ ହଜାରରୁ ଅଧିକ ଲୋକଙ୍କ ଜୀବନ...

ପାକିସ୍ତାନର ଦୁଃସାହସ: ଭାରତକୁ ଦେଲା ଯୁଦ୍ଧ-ଆଣବିକ ବୋମା ଧମକ…

ନୂଆଦିଲ୍ଲୀ/ଇସଲାମାବାଦ,୧୭।୧୨ : ପାକିସ୍ତାନ ପୁଣିଥରେ ଦୁଃସାହସ କରିଛି। ପାକିସ୍ତାନର ମନ୍ତ୍ରୀ ଶାଜିଆ ମାରି ଭାରତକୁ ଯୁଦ୍ଧ ଏବଂ ଆଣବିକ ବୋମା ଦେଇ ଧମକ ଦେଇଛନ୍ତି। ସେ...

ପୁଟିନ୍‌ଙ୍କୁ ରକ୍ତ କର୍କଟ, ଆମେରିକା ପତ୍ରିକାର ଦାବି…

ଓ୍ବାଶିଂଟନ/ମସ୍କୋ, ୧୬।୫ : ଆମେରିକାର ଏକ ପତ୍ରିକା ରିପୋର୍ଟ କରିଛି ଯେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରକ୍ତ କର୍କଟ ଭଳି ଗୁରୁତର ରୋଗରେ ପୀଡିତ।...

Advertisement
Archives

Model This Week