Posted inଜାତୀୟ

ହିମାଳୟରେ ଚାଇନାର ଏସ୍‌ସିଏସ୍‌ କୌଶଳ

ନୂଆଦିଲ୍ଲୀ, ୨୯।୧୧: ଦକ୍ଷିଣ ଚାଇନା ସାଗର (ଏସ୍‌ସିଏସ୍‌)କୁ ନିଜର ବୋଲି ଦାବି କରି ସେଠାରେ ଆଧିପତ୍ୟ ଜାହିର କରୁଥିବା ବେଜିଂ ଏବେ ହିମାଳୟ ଅଞ୍ଚଳରେ ଅନୁରୂପ କୌଶଳ ଆପଣାଉଥିବା ଦେଖାଯାଇଛି। ପଡୋଶୀ ଦେଶର ସାର୍ବଭୌମତ୍ୱ ଦାବିକୁ ଅଣଦେଖା କରି ଚାଇନା ଏକତରଫା ଭାବେ ବାସ୍ତବ ତଥ୍ୟକୁ ବଦଳାଇ ବିବାଦୀୟ ଭୂଖଣ୍ଡରେ ନିଜର ସ୍ଥିତି ଜାହିର କରିବାକୁ ଉଦ୍ୟମ କରୁଛି।
ଗତ ଅକ୍ଟୋବରରେ ଚାଇନା ଜାତୀୟ ଦିବସ ବେଳେ ଏହା ଭୁଟାନ ସହ ସଂଲଗ୍ନ ତିବ୍ବତର ଚାଇନା ପାର୍ବତ୍ୟାଞ୍ଚଳରେ ଏକ ନୂଆ ଗ୍ରାମ ନିର୍ମାଣ ସମ୍ପୂର୍ଣ୍ଣ କରିଥିଲା। ତୋସ୍ରା ନଦୀକୂଳରେ ଅବସ୍ଥିତ ଏହି ଗ୍ରାମକୁ ଶତାଧିକ ଲୋକ ଯାଇ ରହିବା ସହ ସେଠାରେ ଚାଇନା ପତାକା ଉଡ଼ାଇଥିଲେ ଓ ଜାତୀୟ ସଙ୍ଗୀତ ଗାନ କରିଥିଲେ। ମହାନ୍‌ ମାତୃଭୂମିର ଆମେ ସମସ୍ତେ ସମାନ ବୋଲି ଜଣେ ସୀମା ସୁରକ୍ଷା କର୍ମୀ କହିଥିଲେ। ତେବେ ସମସ୍ୟା ହେଉଛି, ଏହି ଗ୍ରାମ ଭୁଟାନ ଭୂଖଣ୍ଡର ଏକ ମାଇଲ୍‌ ଭିତରକୁ ନିର୍ମାଣ କରାଯାଇଛି।
ବିସ୍ତାରବାଦୀ ଚାଇନା ନିର୍ମାଣ ସାଙ୍ଗକୁ ଏହାର ସାଟେଲାଇଟ୍‌ ଫଟୋ ଦସ୍ତାବିଜ୍‌ ଏବଂ ପ୍ଲେ-ବୁକ୍‌କୁ ବର୍ଷ ବର୍ଷ ଧରି ବ୍ୟବହାର କରିଆସୁଛି। ଦକ୍ଷିଣ ଚାଇନା ସାଗରରେ ମଧ୍ୟ ବେଜିଂ ଅନୁରୂପ କୌଶଳ ଆପଣାଇଥିଲା। ସେଠାରେ ଭିଏତ୍‌ନାମ ଓ ଫିଲିପାଇନ୍ସ ଦାବି କରୁଥିବା ଜଳଭାଗରେ ଚାଇନା ନିଜର ସାମରିକ ଶକ୍ତି ବୃଦ୍ଧି କରିଛି। ଚଳିତବର୍ଷ ଚାଇନା ହିମାଳୟ ଅଞ୍ଚଳରେ ଏହାର ନିର୍ମାଣ କାର୍ଯ୍ୟ ଜାରି ରଖିବା ସହ ଭାରତୀୟ ଅଞ୍ଚଳକୁ ନିଜର ବୋଲି ଦାବି କରୁଛି। ଏହାକୁ ନେଇ ଗତ ଜୁନ୍‌ରେ ଏଲ୍‌ଏସିରେ ଦୁଇଦେଶର ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ଭାରତର ୨୧ ଯବାନ ଶହୀଦ ହୋଇଥିବାବେଳେ ଚାଇନାର କେତେଜଣ ମରିଥିଲେ ତାହା ସ୍ପଷ୍ଟ ହୋଇନାହିଁ। ଏହି ସଂଘର୍ଷ ପରେ ଦୁଇ ଦେଶର ସମ୍ପର୍କ ତିକ୍ତ ହୋଇଛି। ଚ୍ୟାଲେଞ୍ଜ ସତ୍ତ୍ୱେ ଚାଇନାକୁ ଉକ୍ତ ସ୍ଥାନରୁ ହଟାଇବା କଷ୍ଟକର ହୋଇପଡ଼ିଛି। ସୀମା ବିବାଦ ସତ୍ତ୍ୱେ ଚାଇନ ସୈନ୍ୟ ଏକଦା ଭାରତ ନିୟନ୍ତ୍ରଣରେ ଥିବା ଅଞ୍ଚଳରେ କ୍ୟାମ୍ପ ପକାଇ ରହିଛନ୍ତି। ଶେଷରେ ଯାହା ଜଣାପଡ଼ୁଛି, ଉକ୍ତ ଅଞ୍ଚଳ ଚାଇନା ନିୟନ୍ତ୍ରଣକୁ ଆସିଯିବ ବୋଲି ମାସାଚୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜିର ସୁରକ୍ଷା ଅଧ୍ୟୟନ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ତଥା ଚାଇନା ମିଲିଟାରୀ ବିଶେଷଜ୍ଞ ଏମ୍‌. ଟେଲର ଫ୍ରାଭେଲ୍‌ କହିଛନ୍ତି।
ଗତ ବର୍ଷେରୁ ଊର୍ଦ୍ଧ୍ୱ ହେବ ଦେଖାଯାଉଛି, ଚାଇନା କୂଟନୈତିକ କିମ୍ବା ଭୂରାଜନୈତିକ ପ୍ରମାଣକୁ ଅଣଦେଖା କରି ଆକ୍ରମଣାତ୍ମକ ଭାବେ ବିଭିନ୍ନ ପଡୋଶୀ ଦେଶର ସୀମା ମଧ୍ୟରେ ପ୍ରବେଶ କରୁଛି। ଉକ୍ତ କାର୍ଯ୍ୟ ଚାଇନା ନେତା ଶି ଜିନ୍‌ପିଙ୍ଗଙ୍କ ବିସ୍ତାରବାଦୀ ଅଭିଳାଷ, ଅର୍ଥନୈତିକ ସ୍ବାର୍ଥ ଓ ରଣନୀତିକ ଆବଶ୍ୟକତାକୁ ପ୍ରତିଫଳନ କରୁଛି। ହିମାଳୟ ଅଞ୍ଚଳରେ ଗାଁ ନିର୍ମାଣ କରିବାରୁ ସୂଚନା ମିଳୁଛି, ଚାଇନା ଏହାର ଦକ୍ଷିଣ ସୀମା ଭିତରେ ଭୁଟାନକୁ ରଖିବାକୁ ଚାହୁଁଛି। ଦୀର୍ଘଦିନ ହେଲା ବିବାଦୀୟ ରହିଥିବା ଉକ୍ତ ଅଞ୍ଚଳର ୩୦୦ ବର୍ଗମାଇଲ ପରିମିତ ସାକ୍‌ଟେଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ମଧ୍ୟ ଚାଇନା ନିଜର ବୋଲି ଦାବି କରିଛି। ସୀମାବିବାଦର ସମାଧାନ ଲାଗି ଦୀର୍ଘବର୍ଷ ହେଲା ଆଲୋଚନା ଚାଲିଥିଲେ ହେଁ କୌଣସି ଫଳ ମିଳୁନାହିଁ।

ମେରାଇନ୍‌ କମାଣ୍ଡୋ ନିୟୋଜିତ କଲା ଭାରତ
ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଭାରତ ଓ ଚାଇନା ମଧ୍ୟରେ ମୁହଁାମୁହିଁ ସ୍ଥିତି ଲାଗି ରହିଥିବାବେଳେ ପୂର୍ବ ଲଦାଖର ପଙ୍ଗୋଙ୍ଗ ହ୍ରଦ ଅଞ୍ଚଳରେ ଭାରତୀୟ ନୌସେନା ପକ୍ଷରୁ ମେରାଇନ୍‌ କମାଣ୍ଡୋ ନିୟୋଜିତ କରାଯାଇଛି। ଉକ୍ତ ଅଞ୍ଚଳରେ ଭାରତୀୟ ବାୟୁସେନାର ଗରୁଡ଼ ବାହିନୀ ଏବଂ ସ୍ଥଳସେନାର ପାରା ସ୍ପେଶାଲ ଫୋର୍ସ ବିବାଦ ଆରମ୍ଭ ଦିନରୁ ମୁତୟନ ରହିଛନ୍ତି। ମେରାଇନ୍‌ ମାଣ୍ଡୋର ଉପସ୍ଥିତି ତିନି ବାହିନୀ ମଧ୍ୟରେ ସମନ୍ବୟ ବଢ଼ାଇବ। ଗତ ଏପ୍ରିଲ୍‌-ମେ’ ମାସରେ ପଙ୍ଗୋଙ୍ଗ୍‌ ହ୍ରଦ ଅଞ୍ଚଳରେ ଭାରତ ଓ ଚାଇନା ସେନା ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ନୌସେନା କାମଣ୍ଡୋମାନଙ୍କୁ ଉକ୍ତ ହ୍ରଦରେ ପାଟ୍ରୋଲିଂ ପାଇଁ ନୂଆ ବୋଟ୍‌ ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri