Posted inଜାତୀୟ

ହିମାଳୟରେ ଚାଇନାର ଏସ୍‌ସିଏସ୍‌ କୌଶଳ

ନୂଆଦିଲ୍ଲୀ, ୨୯।୧୧: ଦକ୍ଷିଣ ଚାଇନା ସାଗର (ଏସ୍‌ସିଏସ୍‌)କୁ ନିଜର ବୋଲି ଦାବି କରି ସେଠାରେ ଆଧିପତ୍ୟ ଜାହିର କରୁଥିବା ବେଜିଂ ଏବେ ହିମାଳୟ ଅଞ୍ଚଳରେ ଅନୁରୂପ କୌଶଳ ଆପଣାଉଥିବା ଦେଖାଯାଇଛି। ପଡୋଶୀ ଦେଶର ସାର୍ବଭୌମତ୍ୱ ଦାବିକୁ ଅଣଦେଖା କରି ଚାଇନା ଏକତରଫା ଭାବେ ବାସ୍ତବ ତଥ୍ୟକୁ ବଦଳାଇ ବିବାଦୀୟ ଭୂଖଣ୍ଡରେ ନିଜର ସ୍ଥିତି ଜାହିର କରିବାକୁ ଉଦ୍ୟମ କରୁଛି।
ଗତ ଅକ୍ଟୋବରରେ ଚାଇନା ଜାତୀୟ ଦିବସ ବେଳେ ଏହା ଭୁଟାନ ସହ ସଂଲଗ୍ନ ତିବ୍ବତର ଚାଇନା ପାର୍ବତ୍ୟାଞ୍ଚଳରେ ଏକ ନୂଆ ଗ୍ରାମ ନିର୍ମାଣ ସମ୍ପୂର୍ଣ୍ଣ କରିଥିଲା। ତୋସ୍ରା ନଦୀକୂଳରେ ଅବସ୍ଥିତ ଏହି ଗ୍ରାମକୁ ଶତାଧିକ ଲୋକ ଯାଇ ରହିବା ସହ ସେଠାରେ ଚାଇନା ପତାକା ଉଡ଼ାଇଥିଲେ ଓ ଜାତୀୟ ସଙ୍ଗୀତ ଗାନ କରିଥିଲେ। ମହାନ୍‌ ମାତୃଭୂମିର ଆମେ ସମସ୍ତେ ସମାନ ବୋଲି ଜଣେ ସୀମା ସୁରକ୍ଷା କର୍ମୀ କହିଥିଲେ। ତେବେ ସମସ୍ୟା ହେଉଛି, ଏହି ଗ୍ରାମ ଭୁଟାନ ଭୂଖଣ୍ଡର ଏକ ମାଇଲ୍‌ ଭିତରକୁ ନିର୍ମାଣ କରାଯାଇଛି।
ବିସ୍ତାରବାଦୀ ଚାଇନା ନିର୍ମାଣ ସାଙ୍ଗକୁ ଏହାର ସାଟେଲାଇଟ୍‌ ଫଟୋ ଦସ୍ତାବିଜ୍‌ ଏବଂ ପ୍ଲେ-ବୁକ୍‌କୁ ବର୍ଷ ବର୍ଷ ଧରି ବ୍ୟବହାର କରିଆସୁଛି। ଦକ୍ଷିଣ ଚାଇନା ସାଗରରେ ମଧ୍ୟ ବେଜିଂ ଅନୁରୂପ କୌଶଳ ଆପଣାଇଥିଲା। ସେଠାରେ ଭିଏତ୍‌ନାମ ଓ ଫିଲିପାଇନ୍ସ ଦାବି କରୁଥିବା ଜଳଭାଗରେ ଚାଇନା ନିଜର ସାମରିକ ଶକ୍ତି ବୃଦ୍ଧି କରିଛି। ଚଳିତବର୍ଷ ଚାଇନା ହିମାଳୟ ଅଞ୍ଚଳରେ ଏହାର ନିର୍ମାଣ କାର୍ଯ୍ୟ ଜାରି ରଖିବା ସହ ଭାରତୀୟ ଅଞ୍ଚଳକୁ ନିଜର ବୋଲି ଦାବି କରୁଛି। ଏହାକୁ ନେଇ ଗତ ଜୁନ୍‌ରେ ଏଲ୍‌ଏସିରେ ଦୁଇଦେଶର ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ଭାରତର ୨୧ ଯବାନ ଶହୀଦ ହୋଇଥିବାବେଳେ ଚାଇନାର କେତେଜଣ ମରିଥିଲେ ତାହା ସ୍ପଷ୍ଟ ହୋଇନାହିଁ। ଏହି ସଂଘର୍ଷ ପରେ ଦୁଇ ଦେଶର ସମ୍ପର୍କ ତିକ୍ତ ହୋଇଛି। ଚ୍ୟାଲେଞ୍ଜ ସତ୍ତ୍ୱେ ଚାଇନାକୁ ଉକ୍ତ ସ୍ଥାନରୁ ହଟାଇବା କଷ୍ଟକର ହୋଇପଡ଼ିଛି। ସୀମା ବିବାଦ ସତ୍ତ୍ୱେ ଚାଇନ ସୈନ୍ୟ ଏକଦା ଭାରତ ନିୟନ୍ତ୍ରଣରେ ଥିବା ଅଞ୍ଚଳରେ କ୍ୟାମ୍ପ ପକାଇ ରହିଛନ୍ତି। ଶେଷରେ ଯାହା ଜଣାପଡ଼ୁଛି, ଉକ୍ତ ଅଞ୍ଚଳ ଚାଇନା ନିୟନ୍ତ୍ରଣକୁ ଆସିଯିବ ବୋଲି ମାସାଚୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜିର ସୁରକ୍ଷା ଅଧ୍ୟୟନ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ତଥା ଚାଇନା ମିଲିଟାରୀ ବିଶେଷଜ୍ଞ ଏମ୍‌. ଟେଲର ଫ୍ରାଭେଲ୍‌ କହିଛନ୍ତି।
ଗତ ବର୍ଷେରୁ ଊର୍ଦ୍ଧ୍ୱ ହେବ ଦେଖାଯାଉଛି, ଚାଇନା କୂଟନୈତିକ କିମ୍ବା ଭୂରାଜନୈତିକ ପ୍ରମାଣକୁ ଅଣଦେଖା କରି ଆକ୍ରମଣାତ୍ମକ ଭାବେ ବିଭିନ୍ନ ପଡୋଶୀ ଦେଶର ସୀମା ମଧ୍ୟରେ ପ୍ରବେଶ କରୁଛି। ଉକ୍ତ କାର୍ଯ୍ୟ ଚାଇନା ନେତା ଶି ଜିନ୍‌ପିଙ୍ଗଙ୍କ ବିସ୍ତାରବାଦୀ ଅଭିଳାଷ, ଅର୍ଥନୈତିକ ସ୍ବାର୍ଥ ଓ ରଣନୀତିକ ଆବଶ୍ୟକତାକୁ ପ୍ରତିଫଳନ କରୁଛି। ହିମାଳୟ ଅଞ୍ଚଳରେ ଗାଁ ନିର୍ମାଣ କରିବାରୁ ସୂଚନା ମିଳୁଛି, ଚାଇନା ଏହାର ଦକ୍ଷିଣ ସୀମା ଭିତରେ ଭୁଟାନକୁ ରଖିବାକୁ ଚାହୁଁଛି। ଦୀର୍ଘଦିନ ହେଲା ବିବାଦୀୟ ରହିଥିବା ଉକ୍ତ ଅଞ୍ଚଳର ୩୦୦ ବର୍ଗମାଇଲ ପରିମିତ ସାକ୍‌ଟେଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ମଧ୍ୟ ଚାଇନା ନିଜର ବୋଲି ଦାବି କରିଛି। ସୀମାବିବାଦର ସମାଧାନ ଲାଗି ଦୀର୍ଘବର୍ଷ ହେଲା ଆଲୋଚନା ଚାଲିଥିଲେ ହେଁ କୌଣସି ଫଳ ମିଳୁନାହିଁ।

ମେରାଇନ୍‌ କମାଣ୍ଡୋ ନିୟୋଜିତ କଲା ଭାରତ
ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଭାରତ ଓ ଚାଇନା ମଧ୍ୟରେ ମୁହଁାମୁହିଁ ସ୍ଥିତି ଲାଗି ରହିଥିବାବେଳେ ପୂର୍ବ ଲଦାଖର ପଙ୍ଗୋଙ୍ଗ ହ୍ରଦ ଅଞ୍ଚଳରେ ଭାରତୀୟ ନୌସେନା ପକ୍ଷରୁ ମେରାଇନ୍‌ କମାଣ୍ଡୋ ନିୟୋଜିତ କରାଯାଇଛି। ଉକ୍ତ ଅଞ୍ଚଳରେ ଭାରତୀୟ ବାୟୁସେନାର ଗରୁଡ଼ ବାହିନୀ ଏବଂ ସ୍ଥଳସେନାର ପାରା ସ୍ପେଶାଲ ଫୋର୍ସ ବିବାଦ ଆରମ୍ଭ ଦିନରୁ ମୁତୟନ ରହିଛନ୍ତି। ମେରାଇନ୍‌ ମାଣ୍ଡୋର ଉପସ୍ଥିତି ତିନି ବାହିନୀ ମଧ୍ୟରେ ସମନ୍ବୟ ବଢ଼ାଇବ। ଗତ ଏପ୍ରିଲ୍‌-ମେ’ ମାସରେ ପଙ୍ଗୋଙ୍ଗ୍‌ ହ୍ରଦ ଅଞ୍ଚଳରେ ଭାରତ ଓ ଚାଇନା ସେନା ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ନୌସେନା କାମଣ୍ଡୋମାନଙ୍କୁ ଉକ୍ତ ହ୍ରଦରେ ପାଟ୍ରୋଲିଂ ପାଇଁ ନୂଆ ବୋଟ୍‌ ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ: ଚର୍ଚ୍ଚାରେ ସମ୍ବିତ ପାତ୍ରଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ,୧୦।୬: ନିର୍ବାଚନ କମିଶନଙ୍କୁ ନେଇ ବିରୋଧୀ ଦଳଗୁଡ଼ିକର ଆକ୍ରମଣ ମଧ୍ୟରେ ପାଲଟା ଜବାବ ଦେଇଛି ଭାଜପା। ଭାଜପା ଏମ୍‌ପି ସମ୍ବିତ ପାତ୍ର ବିରୋଧୀ ଦଳଗୁଡ଼ିକ ଉପରେ ତୀବ୍ର…

ହଠାତ ଏମିତି ଏକ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇ ଦେଲେ ଏହି କ୍ରିକେଟର, ଏକ ଭାବପ୍ରବଣ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଲେ…

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦରୁ ସମସ୍ତ ଫର୍ମାଟରେ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ମାଧ୍ୟମରେ ଏହି…

‘ପ୍ରଥମେ ନିଜ ନେମ୍‌ ଟ୍ୟାଗ ଲଗାନ୍ତୁ…’ ସାମ୍ବାଦିକମାନଙ୍କ ପାଇଁ ଦିଲ୍ଲୀ ପୋଲିସର ପରାମର୍ଶ ଉପରେ ଦୀପକେଙ୍କ ବ୍ୟଙ୍ଗ

ନୂଆଦିଲ୍ଲୀ,୬।୧୦: ଏକ ସୋସିଆଲ ମିଡିଆ ପୋଷ୍ଟରେ, ଦିଲ୍ଲୀ ପୋଲିସ କହିଛି ଯେ କାହାଣୀ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାକୁ କିପରି ଗ୍ରହଣ କରାଯାଏ ତାହା ମଧ୍ୟ ସମାନ…

ଯାତ୍ରୀଙ୍କୁ ବଡ଼ ଝଟକା; ଆଜି ରାତିରୁ ମହଙ୍ଗା ହେବ ଇଣ୍ଡିଗୋ ବିମାନ ଭଡ଼ା, ଜାଣନ୍ତୁ କେତେ

ନୂଆଦିଲ୍ଲୀ,୬ା୧୦: ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟରେ କ୍ରମାଗତ ବୃଦ୍ଧି ହେତୁ ଇଣ୍ଡିଗୋ ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ ବିମାନ ଯାତ୍ରା ଉପରେ ଇନ୍ଧନ ଶୁଳ୍କ (ଫ୍ୟୁଏଲ ଚାର୍ଜ) ବଢ଼ାଇବାକୁ…

‘ମିଡିଆ ଚାପ ଯୋଗୁ ବୈଭବ ସୂର୍ଯ୍ୟବଂଶୀଙ୍କ ଚୟନ ହୋଇଥିଲା…’ କୋଚ ଗମ୍ଭୀରଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କଲେ ଅଭିଜ୍ଞ ଖେଳାଳି

ନୂଆଦିଲ୍ଲୀ,୬।୧୦: ପୂର୍ବତନ କ୍ରିକେଟର ସୁବ୍ରମଣ୍ୟମ ବଦ୍ରିନାଥ ଦାବି କରିଛନ୍ତି ଯେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଗଣମାଧ୍ୟମର ଚାପ ଯୋଗୁ ବୈଭବ ସୂର୍ଯ୍ୟବଂଶୀଙ୍କୁ…

ଇନଷ୍ଟାଗ୍ରାମ ଆଇଡି ହ୍ୟାକ୍ କରି ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଧରାପଡିବା ପରେ…..

ଆନନ୍ଦପୁର,୬ା୧୦(ସୁଶାନ୍ତ କୁମାର ସାହୁ ): ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘଷିପୁରା ପୋଲିସ ଜଣେ ଯୁବକକୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?