୨୦୨୭ରେ ତାଇଓ୍ବାନ ଯୁଦ୍ଧ ପାଇଁ ଚାଇନାର ପ୍ରସ୍ତୁତି…

ବେଜିଂ,୧୨।୩ : ତାଇୱାନକୁ ନେଇ ଆମେରିକା ସହିତ ତିକ୍ତତା ବୃଦ୍ଧି ମଧ୍ୟରେ ଚାଇନା ସୈନ୍ୟମାନେ ଦେଶର ସାର୍ବଭୌମତ୍ୱ ଏବଂ ଜାତୀୟ ସ୍ବାର୍ଥର ସୁରକ୍ଷା ପାଇଁ ଯୁଦ୍ଧକାଳୀନ ଆଇନ ପାଇଁ ଦାବି କରୁଛନ୍ତି। ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ହଂକଂର ଖବରକାଗଜ ସାଉଥ ଚାଇନା ମର୍ନିଂ ପୋଷ୍ଟର ଖବର ଅନୁଯାୟୀ ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ)ର ପ୍ରତିନିଧୀମାନେ ଚାଇନା ସଂସଦର ନ୍ୟାଶନାଲ ପିପୁଲ୍ସ କଂଗ୍ରେସ(ଏନପିସି) ର ଅଧିବେଶନରେ ଏଭଳି ଆଇନ ଆଣିବାକୁ ଆହ୍ବାନ ଦେଇଛନ୍ତି।

ଖବର ଅନୁଯାୟୀ, ଆମେରିକାର ସାମରିକ ଏବଂ ଗୁପ୍ତଚର ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ ୨୦୨୭ ମସିହାରେ ଚାଇନା ତାଇୱାନ ସହିତ ଯୁଦ୍ଧ କରିପାରେ। ଖବର ଅନୁଯାୟୀ, ପିଏଲଏ ପ୍ରତିନିଧୀ ୱୁ ସିହୁଆ କହିଛନ୍ତି ଯେ ଚାଇନା ସେନା ପାଇଁ ଏକ ଆଇନ କରିବା ଉଚିତ। ଯୁଦ୍ଧର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯୁଦ୍ଧକାଳୀନ ଆଇନକୁ ଠିକ ସମୟରେ ଏବଂ ବ୍ୟବସ୍ଥିତ ଢଙ୍ଗରେ ଅଧ୍ୟୟନ କରାଯିବା ଉଚିତ ବୋଲି ଅନ୍ୟ ଜଣେ ପିଏଲଏ ପ୍ରତିନିଧୀ ୟେ ଡବିନ କହିଛନ୍ତି।

ବେଜିଂ ଦାବି କରିଛି ଯେ ଚାଇନା ବିରୋଧରେ ଆମେରିକା ତାଇୱାନକୁ ମୋହରା ଭାବରେ ବ୍ୟବହାର କରୁଛି। ଗତ ମାସରେ, ଚାଇନା ସାଂସଦମାନେ ଏହି ପ୍ରସ୍ତାବକୁ ଅନୁମୋଦନ କରିଥିଲେ, ଯାହା ଯୁଦ୍ଧ ସମୟରେ ଅପରାଧିକ ପ୍ରକ୍ରିୟା ଆଇନ ପ୍ରୟୋଗ କରିବାର ପଦ୍ଧତିକୁ ପରିବର୍ତ୍ତନ କରିବାକୁ ସୈନିକଙ୍କୁ କ୍ଷମତା ପ୍ରଦାନ କରିଥାଏ।

ଶାନନ୍ଦୋଙ୍ଗ ପ୍ରଦେଶ ସାମରିକ ଜିଲାର କମାଣ୍ଡର ୱାଙ୍ଗ ଲିକ ପରାମର୍ଶ ଦେଇଛନ୍ତି ଯେ ଚାଇନା ଏଭଳି ଆଇନ ପ୍ରଣୟନ କରିବା ଉଚିତ। ସାଉଥ ଥିଏଟର କମାଣ୍ଡର ପୂର୍ବତନ କମାଣ୍ଡର ୟୁଆନ ୟୁବାଇ କହିଛନ୍ତି ଯେ ଜାତୀୟ ପ୍ରତିରକ୍ଷା ସହ ଜଡିତ ଅନ୍ତର୍ଜାତୀୟ ଆଇନଗୁଡିକ ଅଧ୍ୟୟନ କରାଯିବା ଜରୁରୀ। ତାଇୱାନ ଷ୍ଟ୍ରେଟ, କେନ୍ଦ୍ରୀୟ ଏବଂ ଦକ୍ଷିଣ ଚୀନ ସାଗରକୁ ନେଇ ତାଙ୍କ ମନ୍ତବ୍ୟ ବୃଦ୍ଧି ପାଇଛି। ଖବର ଅନୁଯାୟୀ, ଆମେରିକାର ସାମରିକ ଏବଂ ଗୁପ୍ତଚର ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ ୨୦୨୭ ମସିହାରେ ତାଇୱାନ ପ୍ରସଙ୍ଗ ଉପରେ ଯୁଦ୍ଧ ହେବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?