ଚାଇନା ସେନାଙ୍କୁ ଦିଆଗଲା କରୋନା ଟିକା !

ବେଜିଂ,୧୧।୮: କରୋନା ଟିକାକୁ ସାରା ବିଶ୍ୱ ଅପେକ୍ଷା ରଖିଥିବା ବେଳେ ରୁଷିଆ ଅଗଷ୍ଟ ୧୨ରେ କରୋନା ଟିକା ପ୍ରଥମ କରି ଆଣିବ ବୋଲି ଦାବି କରିଛି। ଏହାକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ଏବେ ଖବର ଆସିଛି କି ଚାଇନା ବି ତା’ର କରୋନା ଭ୍ୟାକ୍ସିନ ବା ଟିକା ପ୍ରସ୍ତୁତ କରି ସାରିଛି। କେବଳ ସେତିକି ନୁହେଁ ଏହି ଟିକାକୁ ସେ ତା’ର ସେନା ଉପରେ ମଧ୍ୟ ପରୀକ୍ଷଣ ଆରମ୍ଭ କରି ସାରିଛି ବୋଲି କୁହାଯାଉଛି। ଏକ ଇଂରାଜୀ ଖବର କାଗଜର ସୂଚନା ଅନୁଯାୟୀ, ଯେତେବେଳେ ସାରା ବିଶ୍ୱ କରୋନା ଟିକା ପ୍ରସ୍ତୁତିର ଶେଷ ଭାଗରେ ପହଞ୍ଚିଛି ଓ ଏହି ଟିକା ପ୍ରଥମେ ସ୍ବାସ୍ଥ୍ୟକର୍ମୀ ଅବା ଡାକ୍ତରଙ୍କୁ ଦେବାକୁ ସ୍ଥିର କରିଛି ତା’ରି ଭିତରେ ଚାଇନାର ଟିକା ପରୀକ୍ଷଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉକ୍ତ ଖବରକାଗଜର ସୂଚନା ଅନୁଯାୟୀ ଏହି ଟିକା ପ୍ରଥମେ ପିପୁଲ୍ସ ଲିବରେଶନ ଆର୍ମିର ସେନାଙ୍କୁ ଦିଆଯାଇଛି। ଫାଇନାନ୍ସିଆଲ ଟାଇମ୍ସର ଏକ ରିପୋର୍ଟରେ ଦାବି କରାଯାଇଛି କି ଚାଇନା ଟିକାର ତୃତୀୟ ପରୀକ୍ଷଣର ଫଳାଫଳ ଆସିବା ପୂର୍ବରୁ ସେ ପ୍ରଥମେ ଏହାକୁ ସେନାଙ୍କ ଉପରେ ମାସ୍‌ ଭ୍ୟାକ୍ସିନେଶନ ପ୍ରୋଗ୍ରାମ ଆରମ୍ଭ କରିଦେଇଛି। ସୂଚନାଯୋଗ୍ୟ, ଚାଇନା ପୂର୍ବରୁ ମଧ୍ୟ କିଛି ଔଷଧର ପ୍ରଥମ ପରୀକ୍ଷଣ ସେନା ଉପରେ କରିଛି। କାନବେରାରେ ଥିବା ଚାଇନା ପଲିସି ସେଣ୍ଟରର ନିର୍ଦ୍ଦେଶକ ଏଡମ ନିଙ୍କ କହିବା କଥା ହେଲା ଚାଇନା ସେନାଙ୍କ ମଧ୍ୟରେ ଜୈବିକ ଓ ସଂକ୍ରାମକ ରୋଗ ସହ ଲଢିବାର କ୍ଷମତା ରହିଛି ଓ ଚାଇନା ସରକାର ଏହାର ସମ୍ପୂର୍ଣ୍ଣ ଫାଇଦା ଉଠାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳରେ ଜଳପ୍ରଳୟ: ଦେବଦୂତ ସାଜିଲା ଭାରତ, ବାଲେନ ଶାହା କହିଲେ-PM ମୋଦି ଆମେ ଆପଣଙ୍କ…

କାଠମାଣ୍ଡୁ,୨୭।୮: ନେପାଳରେ ବନ୍ୟା ଯୋଗୁ ଏପର୍ଯ୍ୟନ୍ତ ୧୬୦ ଜଣଙ୍କ ମୃତ୍ୟୁ ହୋଇସାରିଛି ଏବଂ ୭୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏହି କଠିନ ସମୟରେ ଭାରତ ନେପାଳ…

କଟକଣା ଲଗାଇ କିଛି କରିପାରିବ ନାହିଁ ଆମେରିକା

ତେହେରାନ, ୨୭।୮: ନୂତନ ଆର୍ଥିକ କଟକଣା ଦ୍ୱାରା ଆମେରିକା କିଛି ହାସଲ କରିପାରିବ ନାହିଁ ବୋଲି ବୁଧବାର ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି। ଆଇଏଏସ୍‌ଏନ୍‌ଏ ଖବର…

ନେପାଳ ଅଭିମୁଖେ ଭାରତୀୟ ବାୟୁସେନାର ୩ ମହାବଳୀ, ଜୀବନ ବଞ୍ଚାଇବାରେ ଏକ୍ସପର୍ଟ!

କାଠମାଣ୍ଡୁ,୨୭।୮: ନେପାଳର ରସୁୱା ଜିଲାର ଭୋଟେକୋଶୀ ନଦୀରେ ଆସିଥିବା ବନ୍ୟା ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରଳୟଙ୍କରୀ ବନ୍ୟାକୁ ଦେଖି ଲୋକଙ୍କ ଲୋମ ଟାଙ୍କୁରି ଉଠୁଛି। ବନ୍ୟା…

ପାଟଶାଢ଼ିରେ ଗଙ୍ଗାଧରଙ୍କ ତପସ୍ବିନୀ

ସୋନପୁର,୨୭।୮ (ମୃତ୍ୟୁଞ୍ଜୟ ଶତପଥୀ): ରାଖୀ ପୂର୍ଣ୍ଣିମାରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ। ଏହାକୁ ସ୍ମରଣୀୟ କରିବାକୁ ବରିଷ୍ଠ ବୁଣାକାର ଏକ ସ୍ବତନ୍ତ୍ର ଶାଢ଼ି ପ୍ରସ୍ତୁତ କରିଛନ୍ତି।…

ୟୁଜିସି-ଏନ୍‌ଇଟି: ଚଳିତ ସପ୍ତାହରେ ପ୍ରକାଶ ପାଇବ ୮୪ ବିଷୟର ପରୀକ୍ଷାଫଳ

ନୂଆଦିଲ୍ଲୀ, ୨୭ା୮ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ର ନ୍ୟାଶନାଲ ଏଲିଜିବିଲିଟି ଟେଷ୍ଟ (ଏନ୍‌ଇଟି)ର ୮୪ଟି ବିଷୟର ଫଳାଫଳ ଚଳିତ ସପ୍ତାହରେ ପ୍ରକାଶ ପାଇବ। ବୁଧବାର…

ଭାଜପାର ବଡ଼ ଘୋଷଣା: ୧୭ରୁ ମାସେବ୍ୟାପୀ…

ଭୁବନେଶ୍ୱର, ୨୭।୮(ସୁନିତ୍‌ ମିଶ୍ର): ଶାସକ ଭାଜପା ପକ୍ଷରୁ ସେପ୍ଟେମ୍ବର ୧୭ରୁ ମାସେବ୍ୟାପୀ ସେବା ସଂକଳ୍ପ ଅଭିଯାନ ପାଳନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ…

ନଭେମ୍ବର ୨୪ରୁ ଐତିହାସିକ ବାଲିଯାତ୍ରା

କଟକ,୨୭।୮(କାର୍ତ୍ତିକ ସାହୁ): ଐତିହାସିକ ବାଲିଯାତ୍ରା କଟକ-୨୦୨୬ ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ପୂର୍ବାପେକ୍ଷା ଅଧିକ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେବାକୁ ଯୋଜନା କରାଯାଇଛି। ଚଳିତବର୍ଷ…

କୋଠରି ଅଛିି, ପାନୀୟ ଜଳ, ଶୌଚାଳୟ ନାହିଁ

କୋରାପୁଟ,୨୭ା୮(ଅମିତାଭ ବେହେରା): ଶିକ୍ଷାର ବିକାଶ ପାଇଁ ସରକାର ବହୁ କୋଟି ଟଙ୍କା ବ୍ୟୟ କରୁଛନ୍ତି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ଲୋକମାନେ ବାସ କରୁଥିବା ଅଞ୍ଚଳଗୁଡ଼ିକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri