ଜିଏସଆଇରେ ଯୋଗ ଦେବାକୁ ଚାଇନା କଲା ଆମନ୍ତ୍ରଣ, ନେପାଳ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଜ ସୁରକ୍ଷା ପ୍ରସଙ୍ଗ…

ବେଜିଂ/କାଠମାଣ୍ଡୂ,୨୫।୨ : ନେପାଳ ସରକାରଙ୍କ ସମ୍ମୁଖରେ ଏକ ନୂତନ ବୈଦେଶିକ ନୀତି ଆହ୍ବାନ ସୃଷ୍ଟି ହୋଇଛି। ଚାଇନାର ନୂତନ ଗ୍ଲୋବାଲ ସିକ୍ୟୁରିଟି ଇନିସିଏଟିଭ (ଜିଏସଆଇ) ର ନେପାଳ ଅଂଶ ହେବ କି ନାହିଁ ତାହା ଶୀଘ୍ର ନିଷ୍ପତ୍ତି ନେବାକୁ ପଡିବ। ଚାଇନା ଏହାର ଜିଏସଆଇ ଡକ୍ୟୁମେଣ୍ଟ ପ୍ରକାଶ କରିଛି। ଏଥିରେ ପରିବର୍ତ୍ତନଶୀଳ ଅନ୍ତର୍ଜାତୀୟ ପରିସ୍ଥିତି ଅନୁଯାୟୀ ସମସ୍ତ ଦେଶ ନିଜକୁ ଗଢ଼ିବା ପାଇଁ ଆହ୍ବାନ ଦିଆଯାଇଛି। ଚାଇନା ଦାବି କରିଛି ଯେ ଅନ୍ତର୍ଜାତୀୟ ବିବାଦର ମୂଳ କାରଣକୁ ସମାଧାନ କରିବା ଏବଂ ବିଶ୍ୱରେ ଅଧିକ ସ୍ଥିରତା ଆଣିବା ପାଇଁ ଜିଏସଆଇ ଲକ୍ଷ୍ୟ ରଖିଛି।

କାଠମାଣ୍ଡୁରେ ଥିବା ଚାଇନା ଦୂତାବାସ ଏଠାରେ ଗଣମାଧ୍ୟମ ବ୍ୟକ୍ତିଙ୍କ ମଧ୍ୟରେ ଜିଏସଆଇ ଡକ୍ୟୁମେଣ୍ଟର କପି ବଣ୍ଟନ କରିଥିଲା। ନେପାଳୀ ଗଣମାଧ୍ୟମ ଅନୁଯାୟୀ, ଜିଏସଟିର ଆନୁଷ୍ଠାନିକ ଘୋଷଣା ପୂର୍ବରୁ ଚାଇନା ନେପାଳ ସରକାରଙ୍କ ନିକଟରେ ଏହାର ଅଂଶ ହେବାକୁ ଆମନ୍ତ୍ରଣ କରିଥିଲା। କିନ୍ତୁ ନେପାଳ ସରକାର କହିଛନ୍ତି ଯେ ଏପର୍ଯ୍ୟନ୍ତ ଏ ବିଷୟରେ ଅଧିକ ସୂଚନା ଆବଶ୍ୟକ। ଆମ ପାଇଁ ଆମର ସୁରକ୍ଷା ପ୍ରସଙ୍ଗ ଅଧିକ ଗୁରୁତ୍ୱପୂର୍ଣ୍ଣ।

ଖବରକାଗଜ କାଠମାଣ୍ଡୁ ପୋଷ୍ଟ କହିଛି ଯେ ନେପାଳର ନୀତି କୌଣସି ସୁରକ୍ଷା କିମ୍ବା ସାମରିକ ମିଳିତ ମଞ୍ଚରେ ଯୋଗଦେବା ନୁହେଁ। ଗତ ବର୍ଷ ଯେତେବେଳେ ନେପାଳ ଆମେରିକୀୟ ମିଲେନିୟମ ଚ୍ୟାଲେଞ୍ଜ କର୍ପୋରେଶନ ତରଫରୁ ୫୦୦ ମିଲିୟନ ଡଲାର୍‌ ସହାୟତା ନେଇଥିଲା, ସେତେବେଳେ ନେପାଳ ସଂସଦ ସର୍ବସମ୍ମତି କ୍ରମେ ଏକ ସଂକଳ୍ପ ପାରିତ କରି ଦେଶର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଏଭଳି ପରିସ୍ଥିତିରେ ନେପାଳ ସରକାରଙ୍କ ପାଇଁ ଜିଏସଆଇର ଅଂଶ ହେବା କଷ୍ଟକର।

ଚାଇନାରେ ନେପାଳର ରାଷ୍ଟ୍ରଦୂତ ଥିବା ବିଷ୍ଣୁ ପୁକର ଶ୍ରେଷ୍ଠ କାଠମାଣ୍ଡୁ ପୋଷ୍ଟକୁ କହିଛନ୍ତି ଚାଇନା ଏହାର ଡକ୍ୟୁମେଣ୍ଟ ପ୍ରକାଶ କରିଛି। କିନ୍ତୁ ଆମେ ଏ ବିଷୟରେ ଆମର ମତାମତ ଦେଇନାହୁଁ। ଏହି ପ୍ରସଙ୍ଗରେ ବିସ୍ତୃତ ମତାମତ ପରାମର୍ଶର ଆବଶ୍ୟକତା ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri