ଜିଏସଆଇରେ ଯୋଗ ଦେବାକୁ ଚାଇନା କଲା ଆମନ୍ତ୍ରଣ, ନେପାଳ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଜ ସୁରକ୍ଷା ପ୍ରସଙ୍ଗ…

ବେଜିଂ/କାଠମାଣ୍ଡୂ,୨୫।୨ : ନେପାଳ ସରକାରଙ୍କ ସମ୍ମୁଖରେ ଏକ ନୂତନ ବୈଦେଶିକ ନୀତି ଆହ୍ବାନ ସୃଷ୍ଟି ହୋଇଛି। ଚାଇନାର ନୂତନ ଗ୍ଲୋବାଲ ସିକ୍ୟୁରିଟି ଇନିସିଏଟିଭ (ଜିଏସଆଇ) ର ନେପାଳ ଅଂଶ ହେବ କି ନାହିଁ ତାହା ଶୀଘ୍ର ନିଷ୍ପତ୍ତି ନେବାକୁ ପଡିବ। ଚାଇନା ଏହାର ଜିଏସଆଇ ଡକ୍ୟୁମେଣ୍ଟ ପ୍ରକାଶ କରିଛି। ଏଥିରେ ପରିବର୍ତ୍ତନଶୀଳ ଅନ୍ତର୍ଜାତୀୟ ପରିସ୍ଥିତି ଅନୁଯାୟୀ ସମସ୍ତ ଦେଶ ନିଜକୁ ଗଢ଼ିବା ପାଇଁ ଆହ୍ବାନ ଦିଆଯାଇଛି। ଚାଇନା ଦାବି କରିଛି ଯେ ଅନ୍ତର୍ଜାତୀୟ ବିବାଦର ମୂଳ କାରଣକୁ ସମାଧାନ କରିବା ଏବଂ ବିଶ୍ୱରେ ଅଧିକ ସ୍ଥିରତା ଆଣିବା ପାଇଁ ଜିଏସଆଇ ଲକ୍ଷ୍ୟ ରଖିଛି।

କାଠମାଣ୍ଡୁରେ ଥିବା ଚାଇନା ଦୂତାବାସ ଏଠାରେ ଗଣମାଧ୍ୟମ ବ୍ୟକ୍ତିଙ୍କ ମଧ୍ୟରେ ଜିଏସଆଇ ଡକ୍ୟୁମେଣ୍ଟର କପି ବଣ୍ଟନ କରିଥିଲା। ନେପାଳୀ ଗଣମାଧ୍ୟମ ଅନୁଯାୟୀ, ଜିଏସଟିର ଆନୁଷ୍ଠାନିକ ଘୋଷଣା ପୂର୍ବରୁ ଚାଇନା ନେପାଳ ସରକାରଙ୍କ ନିକଟରେ ଏହାର ଅଂଶ ହେବାକୁ ଆମନ୍ତ୍ରଣ କରିଥିଲା। କିନ୍ତୁ ନେପାଳ ସରକାର କହିଛନ୍ତି ଯେ ଏପର୍ଯ୍ୟନ୍ତ ଏ ବିଷୟରେ ଅଧିକ ସୂଚନା ଆବଶ୍ୟକ। ଆମ ପାଇଁ ଆମର ସୁରକ୍ଷା ପ୍ରସଙ୍ଗ ଅଧିକ ଗୁରୁତ୍ୱପୂର୍ଣ୍ଣ।

ଖବରକାଗଜ କାଠମାଣ୍ଡୁ ପୋଷ୍ଟ କହିଛି ଯେ ନେପାଳର ନୀତି କୌଣସି ସୁରକ୍ଷା କିମ୍ବା ସାମରିକ ମିଳିତ ମଞ୍ଚରେ ଯୋଗଦେବା ନୁହେଁ। ଗତ ବର୍ଷ ଯେତେବେଳେ ନେପାଳ ଆମେରିକୀୟ ମିଲେନିୟମ ଚ୍ୟାଲେଞ୍ଜ କର୍ପୋରେଶନ ତରଫରୁ ୫୦୦ ମିଲିୟନ ଡଲାର୍‌ ସହାୟତା ନେଇଥିଲା, ସେତେବେଳେ ନେପାଳ ସଂସଦ ସର୍ବସମ୍ମତି କ୍ରମେ ଏକ ସଂକଳ୍ପ ପାରିତ କରି ଦେଶର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଏଭଳି ପରିସ୍ଥିତିରେ ନେପାଳ ସରକାରଙ୍କ ପାଇଁ ଜିଏସଆଇର ଅଂଶ ହେବା କଷ୍ଟକର।

ଚାଇନାରେ ନେପାଳର ରାଷ୍ଟ୍ରଦୂତ ଥିବା ବିଷ୍ଣୁ ପୁକର ଶ୍ରେଷ୍ଠ କାଠମାଣ୍ଡୁ ପୋଷ୍ଟକୁ କହିଛନ୍ତି ଚାଇନା ଏହାର ଡକ୍ୟୁମେଣ୍ଟ ପ୍ରକାଶ କରିଛି। କିନ୍ତୁ ଆମେ ଏ ବିଷୟରେ ଆମର ମତାମତ ଦେଇନାହୁଁ। ଏହି ପ୍ରସଙ୍ଗରେ ବିସ୍ତୃତ ମତାମତ ପରାମର୍ଶର ଆବଶ୍ୟକତା ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଦ୍ୱନ୍ଦ୍ବ ଭିତରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ସରକାର ଅନୁଧ୍ୟାନ କରି….

ଭୁବନେଶ୍ୱର,୬।୮: ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଦ୍ୱନ୍ଦ୍ବ ଭିତରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ ସୂଚନା ଦେଇଛନ୍ତି । ଏନେଇ ସରକାର ଅନୁଧ୍ୟାନ କରିବେ ବୋଲି କହିଛନ୍ତି ।…

ମା’ଙ୍କ ପାଇଁ ଔଷଧ ଆଣିବାକୁ ଯାଇ ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ୨୪ ଘଣ୍ଟା ପରେ…

ଆଳି,୬ା୮(ବନମାଳୀ ସେନାପତି): ମା’ଙ୍କ ଔଷଧ ପାଇଁ ସିଂହପୁର ଯିବା ସମୟରେ ମାନପୁର ଘୋଷରାରେ ପ୍ରବାହିତ ବନ୍ୟା ସ୍ରୋତରେ ଜଣେ ଯୁବକ ମଙ୍ଗଳବାର ସନ୍ଧ୍ୟାରେ ଭାସି ଯାଇଥିଲେ। ବୁଧବାର…

୧୬ ବର୍ଷ ପରେ ଭଞ୍ଜନଗର କେଭି ପାଳିଲା ପ୍ରତିଷ୍ଠା ଦିବସ, ବିଧାୟକ କହିଲେ ଆତ୍ମନିର୍ଭର ଭାରତର ସ୍ବପ୍ନ…

ଭଞ୍ଜନଗର,୬ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ(କେଭି) ସ୍ଥାପନାର ୧୬ ବର୍ଷ ପରେ ଗୁରୁବାର ପ୍ରଥମ ଥର ପାଇଁ ପ୍ରତିଷ୍ଠା ଦିବସ ଧୂମ୍‌ଧାମରେ ପାଳନ କରିଛି।…

ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି ଖବର: ଏତିକି ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା, ଜାଣନ୍ତୁ କେତେ ବଢ଼ିଯିବ ଦରମା

ନୂଆଦିଲ୍ଲୀ,୬।୮: କେନ୍ଦ୍ର ସରକାରଙ୍କ ୧ କୋଟିରୁ ଅଧିକ କର୍ମଚାରୀ ଓ ପେନନସନଭୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତିର ଖବର ଆସିଛି। ଜୁଲାଇ ୨୦୨୬ରୁ ସେମାନଙ୍କ ମହଙ୍ଗା ଭତ୍ତା (DA)…

ଆଶାରାମ ବାପୁଙ୍କୁ ଲାଗିଲା ବଡ଼ ଝଟ୍‌କା: ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୮: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ…

ପଟ୍ଟନାୟକ ପୋଖରୀ ନବୀକରଣରେ ୫୫.୬୯ ଲକ୍ଷ ଟଙ୍କାର ଦୁର୍ନୀତି: ପୂର୍ବତନ ଯନ୍ତ୍ରୀ-ଏମ୍‌ଇ-ଠିକାଦାର ଗିରଫ

ପାରଳାଖେମୁଣ୍ଡି,୬ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ପଟ୍ଟନାୟକ ପୋଖରୀର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟରେ ୫୫ ଲକ୍ଷ ୬୯ ହଜାର ୩୩ ଟଙ୍କାର ସରକାରୀ ପାଣ୍ଠି ଅପବ୍ୟବହାର…

ସ୍କୁଲ ଭିତରକୁ ପଶୁପଶୁ ଦୁଇ ଛାତ୍ରଙ୍କ ଉପରେ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତର କାଲାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରବେଶ ଫାଟକ ଉପୁଡ଼ି ଗୁରୁବାର ଦୁଇ ଛାତ୍ର ଆହତ…

ଡିଭାଇଡରରେ ପିଟିହେଲା ଅତିକ ଅହମ୍ମଦଙ୍କ ପୁଅଙ୍କ କାର: ଚାଲିଗଲା ଜୀବନ

ଲକ୍ଷ୍ନୌ,୬।୮: ଏକ ସଡ଼କ ଦୁର୍ଘଟଣାରେ ଅତିକ ଅହମ୍ମଦଙ୍କ ପୁଅ ଅବନ ଅହମ୍ମଦଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ଝାନ୍ସୀର ପୁଞ୍ଚ ଥାନା ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri