ଚାଇନାର ପ୍ରଜନନ ହାର ସର୍ବନିମ୍ନ ରେକର୍ଡ ସ୍ତରରେ…

ବେଜିଂ,୧୬।୮ : ୨୦୨୨ ମସିହାରେ ଚାଇନାର ପ୍ରଜନନ ହାର ସର୍ବନିମ୍ସ ସ୍ତରକୁ ଖସି ଆସିଛି। ଏହା ରେକର୍ଡସ୍ତର ୧.୦୯ ପ୍ରତିଶତକୁ ଖସି ଆସିଥିବା ଆକଳନ କରାଯାଉଛି। ଏହା ସହିତ ୧୦୦ ମିଲିୟନରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶମାନଙ୍କ ମଧ୍ୟରେ ଚାଇନାର ପ୍ରଜନନ ସର୍ବନିମ୍ନ ସ୍ତରରେ ରହିଛି । ଦକ୍ଷିଣ କୋରିଆ, ତାଇୱାନ, ହଂକଂ ଏବଂ ସିଙ୍ଗାପୁର ସହିତ ଚାଇନାର ପ୍ରଜନନ ହାର ବିଶ୍ୱର ସର୍ବନିମ୍ନରେ ରହିଛି।

୬ ଦଶନ୍ଧି ଧରି ଚାଇନାରେ ପ୍ରଥମ ଜନସଂଖ୍ୟା ହ୍ରାସ ହେବା ଏବଂ ଏହାର ଦ୍ରୁତ ବୃଦ୍ଧାବୃଦ୍ଧ ଜନସଂଖ୍ୟା ବୃଦ୍ଧି ପରେ ବେଜିଂ ଆର୍ଥିକ ପ୍ରୋତ୍ସାହନ ତଥା ଉନ୍ନତ ଶିଶୁ ଯତ୍ନ ସୁବିଧା ସହିତ ଜନ୍ମ ହାରକୁ ବୃଦ୍ଧି କରିବାକୁ ଚେଷ୍ଟା କରୁଛି। ଜନସଂଖ୍ୟା ହାରରେ ଉନ୍ନତି ଆଣିବା ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ଚାଇନା କହିଛି ଦେଶ ଏହାର ଶିକ୍ଷା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ଅଧିକ ଧ୍ୟାନ ଦେବ।

ଶିଶୁ ଜନ୍ମ ହେବା ପରେ ବଢୁଥିବା ଶିଶୁ ଯତ୍ନ ଖର୍ଚ୍ଚ ଏବଂ ସୀମିତ କ୍ୟାରିୟର ବିକଳ୍ପ ଅନେକ ମହିଳାଙ୍କୁ ଅଧିକ ସନ୍ତାନ ଜନ୍ମ ଦେବାକୁମାନସିକ ସ୍ତରରେ ସମସ୍ୟାରେ ପକାଉଛି ବୋଲି ବିଶେଷଜ୍ଞମାନେ କହିଛନ୍ତି । ଲିଙ୍ଗଗତ ଭେଦଭାବ ଏବଂ ସେମାନଙ୍କ ପିଲାମାନଙ୍କର ଯତ୍ନ ନେଉଥିବା ମହିଳାଙ୍କ ପାରମ୍ପାରିକ ଚିନ୍ତାଧାରା ସମଗ୍ର ଦେଶରେ ବ୍ୟାପିଛି। ଦେଶର ଅଧିକାଂଶ ପ୍ରଦେଶରେ ଶିଶୁ ଜନ୍ମ ପରେ ଅଭିଭାବକଙ୍କ ଛୁଟି ସୀମିତ ରହିଛି।

ହଂକଂର ପରିବାର ଯୋଜନା ସଂଘ କହିଛି ଚାଇନାର ସ୍ବତନ୍ତ୍ର ପ୍ରଶାସନିକ ଅଞ୍ଚଳରେ ସନ୍ତାନହୀନ ମହିଳାଙ୍କ ସଂଖ୍ୟା ପାଞ୍ଚ ବର୍ଷ ପୂର୍ବେ ଦ୍ୱିଗୁଣିତ ହୋଇ ଗତ ବର୍ଷ ୪୩.୨ ପ୍ରତିଶତ ହୋଇଛି। ଏକ କିମ୍ବା ଦୁଇ ସନ୍ତାନ ଥିବା ଦମ୍ପତିଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଥିବାବେଳେ ୨୦୧୭ ରେ ପ୍ରତି ମହିଳାଙ୍କ ହାରାହାରି ସନ୍ତାନ ସଂଖ୍ୟା ୧.୩ ରୁ ଗତ ବର୍ଷ ରେକର୍ଡ ସର୍ବନିମ୍ନ ୦.୯ କୁ ଖସି ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ମୁକାବିଲା ପାଇଁ ଆହ୍ବାନ, ଏକାଠି ହେଲେ ବିଭିନ୍ନ ସଂଗଠନ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହର ସମେତ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇ ପଡିଛି । ଏହାକୁ ନେଇ ସ୍ଥାନୀୟ ନାଗରିକମାନେ ନିଜକୁ ଅସୁରକ୍ଷିତ…

ଗାଡ଼ି ଧକ୍କାରେ ଚାଲିଗଲା ପାର୍ଥଙ୍କ ଜୀବନ, ମୃତଦେହ ଜବତ କରି ପୋଲିସ…

ଦିଗପହଣ୍ଡି,୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ…

ବିଜେଡିରୁ ନିଲମ୍ବିତ ହେଲେ ଶାରଦା ପ୍ରସାଦ ସ୍ୱାଇଁ, ସାଧାରଣ ସମ୍ପାଦକ କହିଲେ….

ଭବାନୀପାଟଣା,୯।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବିଜେଡିର ସକ୍ରିୟ ସଦସ୍ୟ ଶାରଦା ପ୍ରସାଦ(ବାବୁଲି) ସ୍ୱାଇଁଙ୍କୁ ରବିବାର ବିଜେଡି ନିଲମ୍ବିତ କରିଛି । ଦଳ ବିରୋଧୀ କାର୍ଯ୍ୟ…

ପାଲେଷ୍ଟାଇନ୍ ରାଷ୍ଟ୍ର ହେବାକୁ ଦେବି ନାହିଁ: ନେତାନ୍ୟାହୁ

ଜେରୁଜେଲମ୍‌, ୯ା୮: ଗାଜା ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ପ୍ରସ୍ତାବିତ ୧୫-ସୂତ୍ରୀ ‘ବୋର୍ଡ ଅଫ୍ ପିସ୍’ ଯୋଜନାକୁ ନେଇ ଇସ୍ରାଏଲ୍ ପକ୍ଷରୁ ଆପତ୍ତି ସାମ୍ନାକୁ ଆସିଛି। ଇସ୍ରାଏଲ୍…

Mettle Meet 2026: ସିନିୟର ବର୍ଗରେ ଚାମ୍ପିୟନ୍ ହେଲା ଆଇଆଇଟି ଖଡ଼ଗପୁର

ଭୁବନେଶ୍ୱର,୯।୮: ସଫଳତାର ସହ ରବିବାର ସମାପ୍ତ ହୋଇଛି ‘ମେଟଲ ମିଟ୍ ୨୦୨୬’ର ସିନିୟର ବର୍ଗ ପ୍ରତିଯୋଗିତା। ଏହି ରୋମାଞ୍ଚକର ଜ୍ଞାନର ଲଢ଼େଇରେ ଆଇଆଇଟି ଖଡ଼ଗପୁର ଚାମ୍ପିୟନ ହେବାର…

ଅପହୃତା ନାବାଳିକା ଉଦ୍ଧାର ଘଟଣା, ଘରକୁ ନେବାକୁ ମନାକଲେ ପରିବାର

ଦିଗପହଣ୍ଡି,୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସେହି ଗାଁର ଜଣେ ନାବାଳକ ଅପହରଣ କରି…

JPSCରେ ବଡ଼ ହଲଚଲ! ୩ ସଦସ୍ୟଙ୍କ ଇସ୍ତଫା, କାଲି CIDର ଜେରା

ରାଞ୍ଚି,୯ା୮: ଝାଡ଼ଖଣ୍ଡରେ JPSC-JSSC ପରୀକ୍ଷାକୁ ନେଇ ଛାତ୍ର ଆନ୍ଦୋଳନ ଜାରି ଥିବା ବେଳେ ଝାଡ଼ଖଣ୍ଡ ପବ୍ଲିକ୍ ସର୍ଭିସ୍ କମିଶନ୍ (JPSC)କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି।…

Mettle Meet 2026: ଜୁନିୟର ବର୍ଗରେ ଚାମ୍ପିୟନ୍ ହେଲା ୟୁନିଟ-୮ ଡିଏଭି ପବ୍ଲିକ ସ୍କୁଲ, ରନର୍ସ-ଅପ୍ ହେଲେ …

ଭୁବନେଶ୍ୱର,୯।୮: ଏକ ରୋମାଞ୍ଚକର ଫାଇନାଲ ମୁକାବିଲା ସହ ଶେଷ ହୋଇଛି ମେଟଲ ମିଟ୍‌ ୨୦୨୬ ଜୁନିୟର ବର୍ଗ ପ୍ରତିଯୋଗିତା। ଜ୍ଞାନ ଓ ପ୍ରତିଭାର ଏହି ମୁକାବିଲାରେ ଭୁବନେଶ୍ୱରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri