ଭାରତ ମହାସାଗର ଉପରେ ଚାଇନା ନଜର

ବେଜିଂ, ୪।୪: ସ୍ଥଳଭାଗ ପରେ ଏବେ ଜଳଭାଗକୁ ଟାର୍ଗେଟ୍‌ କରିଛି ଚାଇନା। ଏଣିକି ଭାରତ ମହାସାଗର ଉପରେ ପଡ଼ୋଶୀ ରାଷ୍ଟ୍ର ଚାଇନାର କଡ଼ାକଡ଼ି ନଜର ରହିବ। ନାଚୁରାଲ୍‌ ସାଇନ୍ସ ଫାଉଣ୍ଡେଶନ୍‌ ଅଫ୍‌ ଚାଇନା (ଏନ୍‌ଏସ୍‌ଏଫ୍‌ସି) ପକ୍ଷରୁ ମେରାଇନ୍‌ ସର୍ଭେ ଡେଟା ପ୍ରସ୍ତୁତ ଲାଗି ୩୩ ଗୋଟି ସ୍ଥାନ ଚୟନ କରାଯାଇଛି। ଏ ନେଇ ନିୟମିତ ଭାବେ ବେଜିଂର ଦୃଷ୍ଟି ବିବାଦୀୟ ଦକ୍ଷିଣ ଚାଇନା ସାଗର, ତାଇଓ୍ବାନ୍‌ ଷ୍ଟ୍ରେଟ୍‌, ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ଭାରତ ମହାସାଗର ଉପରେ ରଖିବ। ସେଗୁଡ଼ିକ ମଧ୍ୟରୁ ୨ଟି ଭାରତ ମହାସାଗର କ୍ଷେତ୍ରରେ ଅବସ୍ଥିତ ହୋଇଥିବାବେଳେ ଦକ୍ଷିଣ ଚାଇନା ସାଗରର ବିବାଦୀୟ ରେଜିୟନ୍‌ରେ ୮ଟି ସ୍ଥାନ ଚିହ୍ନଟ କରାଯାଇଛି। ଚୟନ କରାଯାଇଥିବା ୩୩ଟି ସ୍ପଟ୍‌କୁ ଚାଇନାର ରିସର୍ଚ୍ଚ ଜାହାଜ ନିୟମିତ ଯା’ଆସ କରିବ। ତେବେ ଭାରତ ମହାସାଗରରେ ଏପ୍ରକାର ସର୍ଭେ କରିବା ପଛରେ ଚାଇନାର ଉଦ୍ଦେଶ୍ୟ ସ୍ପଷ୍ଟ ହୋଇପାରି ନାହିଁ। କିନ୍ତୁ ଏହାଦ୍ୱାରା ଭାରତୀୟ ସୁରକ୍ଷା ବ୍ୟବସ୍ଥା ଉପରେ ବିପଦ ଆଶଙ୍କା କରାଯାଉଛି। ନିକଟରେ ହଂକଂର ନ୍ୟୁଜ୍‌ ଓ୍ବେବ୍‌ ସାଇଟ୍‌ ସାଉଥ୍‌ ଚାଇନା ମର୍ନିଂ ପୋଷ୍ଟ (ଏସ୍‌ସିଏମ୍‌ପି)ରେ ପ୍ରକାଶ ପାଇଥିବା ଖବର ଅନୁସାରେ, ମେରାଇନ୍‌ ସର୍ଭେ ସକାଶେ ଏନ୍‌ଏସ୍‌ଏଫ୍‌ସି ନାଭାଲ୍‌ ସ୍ଥାନ ଚିହ୍ନଟ କରିଥିବା ଘୋଷଣା କରିଥିଲା। ଏ ନେଇ ଚାଇନା ପକ୍ଷରୁ ୬୦ରୁ ଊର୍ଦ୍ଧ୍ୱ ଜାହାଜ ମୁତୟନ କରାଯିବ।
ସର୍ଭେ ପାଇଁ ଚୟନ କରାଯାଇଥିବା ସ୍ପଟ୍‌ଗୁଡ଼ିକ ମୁଖ୍ୟତଃ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଥିବା ଆମେରିକୀୟ ମିଲିଟାରି ବେସ୍‌ ସାଙ୍ଗକୁ ତାଇଓ୍ବାନ୍‌ ଓ ଦକ୍ଷିଣ ଚାଇନା ସାଗରର ବିବାଦୀୟ କ୍ଷେତ୍ର ରହିଛି। ଭାରତ ମହାସାଗରର ପୂର୍ବାଞ୍ଚଳ ସର୍ଭେ ସ୍ଥାନରେ ଚାଇନା ସାମିଲ କରିଥିବାବେଳେ ଶତ୍ରୁ ରାଷ୍ଟ୍ରର କଡ଼ା ନଜର ଭାରତୀୟ ସୁରକ୍ଷା ବ୍ୟବସ୍ଥା ଉପରେ ରହିବ ବୋଲି ଆକଳନ କରାଯାଉଛି। ଗତ ଜାନୁୟାରୀରେ ସଂଗୃହୀତ ସାଟେଲାଇଟ୍‌ ଫଟୋରୁ ଚାଇନା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜଠାରୁ ୫୫ କିଲୋମିଟର ଦୂରରେ ଅବସ୍ଥିତ ମ୍ୟାନ୍‌ମାରର ଗ୍ରେଟ୍‌ କୋକୋ ଆଇଲାଣ୍ଡରେ ସନ୍ଦିଗ୍ଧ ନିର୍ମାଣ ଆରମ୍ଭ କରୁଥିବା ଜଣାପଡ଼ିଥିଲା।

ମିଲିଟାରି ସାଇଟ୍‌ରୁ ଡେଟା ସଂଗ୍ରହ କରିଛି ସ୍ପାଏ ବେଲୁନ୍‌

ଆମେରିକା ଆକାଶରେ ଚିହ୍ନଟ ହୋଇଥିବା ଚାଇନାର ଗୋଇନ୍ଦା ବେଲୁନ ଏକାଧିକ ଆମେରିକୀୟ ମିଲିଟାରି ସାଇଟ୍‌ରୁ ସମ୍ବେଦନଶୀଳ ଡେଟା ସଂଗ୍ରହ କରି ବେଜିଂ ପଠାଇଛି। ବାଇଡେନ୍‌ ପ୍ରଶାସନର ଶତଚେଷ୍ଟା ପରେ ସୁଦ୍ଧା ଡେଟା ଟ୍ରାନ୍ସଫର ହୋଇଥିବା ସୋମବାର ଏକ ଗଣମାଧ୍ୟମ ରିପୋର୍ଟରୁ ଜାଣାପଡ଼ିଛି। ଚାଇନା ପକ୍ଷରୁ ଉକ୍ତ ବେଲୁନ୍‌କୁ ନିୟନ୍ତ୍ରଣ କରାଯାଉଥିବାବେଳେ ସହଜରେ ଆମେରିକା ମିଲିଟାରି ଡେଟା ବେଲୁନ୍‌ ଦ୍ୱାରା ସଂଗ୍ରହ କରାଯାଇଛି। ଇଲେକ୍ଟ୍ରୋନିକ୍‌ ସିଗ୍‌ନାଲ୍‌ ଜରିଆରେ ଏହାକୁ ଡେଟା ସଂଗ୍ରହ କରାଯାଇଛି। ଗତ ଜାନୁୟାରୀ ୨୮ରେ ଆମେରିକାର ଆଲାସ୍କା ଆକାଶରେ ୩ଟି ବସ୍‌ ଆକାରର ଏକ ଗୋଇନ୍ଦା ବେଲୁନ୍‌ ଚିହ୍ନଟ କରାଯାଇଥିଲା। ୪ ଦିନ ପରେ ଉଡ଼ି ଉଡ଼ି ଏହା ମାଲମଷ୍ଟର୍ମ ଏୟାରବେସ୍‌ ନିକଟରେ ପହଞ୍ଚତ୍ଥିଲା। ଫେବୃୟାରୀ ୪ରେ ଦକ୍ଷିଣ କାରୋଲିନା ତଟରେ ଆମେରିକା ମିଲିଟାରି ରକେଟ୍‌ ମାଡ଼ କରି ବେଲୁନ୍‌କୁ ନଷ୍ଟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri