ଭାରତ ମହାସାଗର ଉପରେ ଚାଇନା ନଜର

ବେଜିଂ, ୪।୪: ସ୍ଥଳଭାଗ ପରେ ଏବେ ଜଳଭାଗକୁ ଟାର୍ଗେଟ୍‌ କରିଛି ଚାଇନା। ଏଣିକି ଭାରତ ମହାସାଗର ଉପରେ ପଡ଼ୋଶୀ ରାଷ୍ଟ୍ର ଚାଇନାର କଡ଼ାକଡ଼ି ନଜର ରହିବ। ନାଚୁରାଲ୍‌ ସାଇନ୍ସ ଫାଉଣ୍ଡେଶନ୍‌ ଅଫ୍‌ ଚାଇନା (ଏନ୍‌ଏସ୍‌ଏଫ୍‌ସି) ପକ୍ଷରୁ ମେରାଇନ୍‌ ସର୍ଭେ ଡେଟା ପ୍ରସ୍ତୁତ ଲାଗି ୩୩ ଗୋଟି ସ୍ଥାନ ଚୟନ କରାଯାଇଛି। ଏ ନେଇ ନିୟମିତ ଭାବେ ବେଜିଂର ଦୃଷ୍ଟି ବିବାଦୀୟ ଦକ୍ଷିଣ ଚାଇନା ସାଗର, ତାଇଓ୍ବାନ୍‌ ଷ୍ଟ୍ରେଟ୍‌, ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ଭାରତ ମହାସାଗର ଉପରେ ରଖିବ। ସେଗୁଡ଼ିକ ମଧ୍ୟରୁ ୨ଟି ଭାରତ ମହାସାଗର କ୍ଷେତ୍ରରେ ଅବସ୍ଥିତ ହୋଇଥିବାବେଳେ ଦକ୍ଷିଣ ଚାଇନା ସାଗରର ବିବାଦୀୟ ରେଜିୟନ୍‌ରେ ୮ଟି ସ୍ଥାନ ଚିହ୍ନଟ କରାଯାଇଛି। ଚୟନ କରାଯାଇଥିବା ୩୩ଟି ସ୍ପଟ୍‌କୁ ଚାଇନାର ରିସର୍ଚ୍ଚ ଜାହାଜ ନିୟମିତ ଯା’ଆସ କରିବ। ତେବେ ଭାରତ ମହାସାଗରରେ ଏପ୍ରକାର ସର୍ଭେ କରିବା ପଛରେ ଚାଇନାର ଉଦ୍ଦେଶ୍ୟ ସ୍ପଷ୍ଟ ହୋଇପାରି ନାହିଁ। କିନ୍ତୁ ଏହାଦ୍ୱାରା ଭାରତୀୟ ସୁରକ୍ଷା ବ୍ୟବସ୍ଥା ଉପରେ ବିପଦ ଆଶଙ୍କା କରାଯାଉଛି। ନିକଟରେ ହଂକଂର ନ୍ୟୁଜ୍‌ ଓ୍ବେବ୍‌ ସାଇଟ୍‌ ସାଉଥ୍‌ ଚାଇନା ମର୍ନିଂ ପୋଷ୍ଟ (ଏସ୍‌ସିଏମ୍‌ପି)ରେ ପ୍ରକାଶ ପାଇଥିବା ଖବର ଅନୁସାରେ, ମେରାଇନ୍‌ ସର୍ଭେ ସକାଶେ ଏନ୍‌ଏସ୍‌ଏଫ୍‌ସି ନାଭାଲ୍‌ ସ୍ଥାନ ଚିହ୍ନଟ କରିଥିବା ଘୋଷଣା କରିଥିଲା। ଏ ନେଇ ଚାଇନା ପକ୍ଷରୁ ୬୦ରୁ ଊର୍ଦ୍ଧ୍ୱ ଜାହାଜ ମୁତୟନ କରାଯିବ।
ସର୍ଭେ ପାଇଁ ଚୟନ କରାଯାଇଥିବା ସ୍ପଟ୍‌ଗୁଡ଼ିକ ମୁଖ୍ୟତଃ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଥିବା ଆମେରିକୀୟ ମିଲିଟାରି ବେସ୍‌ ସାଙ୍ଗକୁ ତାଇଓ୍ବାନ୍‌ ଓ ଦକ୍ଷିଣ ଚାଇନା ସାଗରର ବିବାଦୀୟ କ୍ଷେତ୍ର ରହିଛି। ଭାରତ ମହାସାଗରର ପୂର୍ବାଞ୍ଚଳ ସର୍ଭେ ସ୍ଥାନରେ ଚାଇନା ସାମିଲ କରିଥିବାବେଳେ ଶତ୍ରୁ ରାଷ୍ଟ୍ରର କଡ଼ା ନଜର ଭାରତୀୟ ସୁରକ୍ଷା ବ୍ୟବସ୍ଥା ଉପରେ ରହିବ ବୋଲି ଆକଳନ କରାଯାଉଛି। ଗତ ଜାନୁୟାରୀରେ ସଂଗୃହୀତ ସାଟେଲାଇଟ୍‌ ଫଟୋରୁ ଚାଇନା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜଠାରୁ ୫୫ କିଲୋମିଟର ଦୂରରେ ଅବସ୍ଥିତ ମ୍ୟାନ୍‌ମାରର ଗ୍ରେଟ୍‌ କୋକୋ ଆଇଲାଣ୍ଡରେ ସନ୍ଦିଗ୍ଧ ନିର୍ମାଣ ଆରମ୍ଭ କରୁଥିବା ଜଣାପଡ଼ିଥିଲା।

ମିଲିଟାରି ସାଇଟ୍‌ରୁ ଡେଟା ସଂଗ୍ରହ କରିଛି ସ୍ପାଏ ବେଲୁନ୍‌

ଆମେରିକା ଆକାଶରେ ଚିହ୍ନଟ ହୋଇଥିବା ଚାଇନାର ଗୋଇନ୍ଦା ବେଲୁନ ଏକାଧିକ ଆମେରିକୀୟ ମିଲିଟାରି ସାଇଟ୍‌ରୁ ସମ୍ବେଦନଶୀଳ ଡେଟା ସଂଗ୍ରହ କରି ବେଜିଂ ପଠାଇଛି। ବାଇଡେନ୍‌ ପ୍ରଶାସନର ଶତଚେଷ୍ଟା ପରେ ସୁଦ୍ଧା ଡେଟା ଟ୍ରାନ୍ସଫର ହୋଇଥିବା ସୋମବାର ଏକ ଗଣମାଧ୍ୟମ ରିପୋର୍ଟରୁ ଜାଣାପଡ଼ିଛି। ଚାଇନା ପକ୍ଷରୁ ଉକ୍ତ ବେଲୁନ୍‌କୁ ନିୟନ୍ତ୍ରଣ କରାଯାଉଥିବାବେଳେ ସହଜରେ ଆମେରିକା ମିଲିଟାରି ଡେଟା ବେଲୁନ୍‌ ଦ୍ୱାରା ସଂଗ୍ରହ କରାଯାଇଛି। ଇଲେକ୍ଟ୍ରୋନିକ୍‌ ସିଗ୍‌ନାଲ୍‌ ଜରିଆରେ ଏହାକୁ ଡେଟା ସଂଗ୍ରହ କରାଯାଇଛି। ଗତ ଜାନୁୟାରୀ ୨୮ରେ ଆମେରିକାର ଆଲାସ୍କା ଆକାଶରେ ୩ଟି ବସ୍‌ ଆକାରର ଏକ ଗୋଇନ୍ଦା ବେଲୁନ୍‌ ଚିହ୍ନଟ କରାଯାଇଥିଲା। ୪ ଦିନ ପରେ ଉଡ଼ି ଉଡ଼ି ଏହା ମାଲମଷ୍ଟର୍ମ ଏୟାରବେସ୍‌ ନିକଟରେ ପହଞ୍ଚତ୍ଥିଲା। ଫେବୃୟାରୀ ୪ରେ ଦକ୍ଷିଣ କାରୋଲିନା ତଟରେ ଆମେରିକା ମିଲିଟାରି ରକେଟ୍‌ ମାଡ଼ କରି ବେଲୁନ୍‌କୁ ନଷ୍ଟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?