ଚାଇନାର ଦାଦାଗିରି, ତାଇଓ୍ବାନ ସୀମାରେ ଉଡ଼ାଇଲା ୩୮ ଯୁଦ୍ଧ ବିମାନ…

ବେଜିଂ,୨।୧୦: ବାୟୁସେନା ଦିବସ ପାଳନ ଅବସରରେ ଚାଇନା ତାଇଓ୍ବାନ ଉପରେ ଦାଦାଗିରି ଦେଖାଇଛି। ଚାଇନାର ୩୮ଟି ଯୁଦ୍ଧ ବିମାନ ତାଇଓ୍ବାନ ସୀମାରେ ଉଡ଼ାଣ କରିଛି। ତାଇଓ୍ବାନର ପ୍ରତାସ ଦ୍ୱୀପସମୁହର ଆକାଶ ମାର୍ଗରେ ଦୁଇଟି ପର୍ଯ୍ୟାୟରେ ଚାଇନା ବାୟୁସେନା ପକ୍ଷରୁ ଏଭଳି କରାଯାଇଛି। ଏହାର ଜବାବରେ ତାଇଓ୍ବାନ ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରି ବାୟୁସେନାର ଯୁଦ୍ଧ ବିମାନ ଉଡ଼ାଇଛି। ଫଳରେ ଚାଇନା ଯୋଗୁ ଏବେ ପୁଣି ଦୁଇଦେଶ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି।

ଗତ ଦେଢ଼ ବର୍ଷ ଧରି ଚାଇନା ବାୟୁସେନା ପକ୍ଷରୁ ତାଇଓ୍ବାନ ଆକାଶ ମାର୍ଗରେ ଅନୁପ୍ରବେଶ ଜାରି ରହିଛି। ତାଇଓ୍ବାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ ଚାଇନା ଶୁକ୍ରବାର ୧୮ଟି ଜେ-୧୬, ୪ ସୁଖୋଇ-୩୦, ୨ ଟି ଆଣବିକ ବୋମାବର୍ଷୀ ବିମାନ ଏଚ୍‌-୬ ବିମାନ ପଠାଇଥିଲା। ଏହା ସହିତ ଗୋଟିଏ ଆଣ୍ଟି ସବ୍‌ ମେରାଇନ୍‌ ଯୁଦ୍ଧ ବିମାନ ମଧ୍ୟ ଏଥିରେ ଥିଲା।

ଶନିବାର ସକାଳେ ପୁଣି ଚାଇନାର ୧୩ଟି ଯୁଦ୍ଧ ବିମାନ ତାଇଓ୍ବାନର ଆକାଶ ମାର୍ଗରେ ପ୍ରବେଶ କରିଥିଲା। ସେଥିମଧ୍ୟରେ ୧୦ଟି ଜେ-୧୬, ୨ଟି ଏଚ୍‌-୬ ଏବଂ ଗୋଟିଏ ସୂଚନା ପ୍ରଦାନ କାରୀ ବିମାନ ଥିଲା ବୋଲି ତାଇଓ୍ବାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଚାଇନା ସାଗର ଅଞ୍ଚଳ ପୁଣି ଅଶାନ୍ତ: ଆମେରିକା-ଚାଇନା ଯୁଦ୍ଧ ବିମାନ ମୁହାଁମୁହିଁ…

ଓ୍ବାଶିଂଟନ/ବେଜିଂ,୩୧।୫ : ଆମେରିକା ଏବଂ ଚାଇନା ମଧ୍ୟରେ ପୁଣି ଥରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ମେ ୩୦ ରେ, ଏକ ଚାଇନା ଯୁଦ୍ଧ ବିମାନ...

ତୃତୀୟ ଥର କାର୍ଯ୍ୟଭାର ସମ୍ଭାଳିବା ପରେ ସେନା ଉପରେ ନିୟନ୍ତ୍ରଣ ରଖୁଛନ୍ତି ରାଷ୍ଟ୍ରପତି ଜିନପିଙ୍ଗ, ଯୁଦ୍ଧ ପ୍ରସ୍ତୁତି ଉପରେ ଦେଉଛନ୍ତି ଗୁରୁତ୍ୱ

ବେଜିଂ,୧୦ ।୧୨: ଚାଇନା କମ୍ୟୁନିଷ୍ଟ ପାର୍ଟିର ୨୦ ତମ ରାଷ୍ଟ୍ରୀୟ କଂଗ୍ରେସର ତୃତୀୟ କାର୍ଯ୍ୟକାଳ ପାଇଁ ଶାସନ କ୍ଷମତା ହାସଲ କରିବା ପରେ ରାଷ୍ଟ୍ରପତି ସି...

ଆକାଶରୁ ହେଲା ଚଢ଼େଇ ବର୍ଷା

ଫିଲାଡେଲଫିଆ, ୧୦।୧୦: ଆକାଶରୁ ମେଘ ବର୍ଷା ହେବା ଜଣାଅଛି। ତେବେ ହଠାତ୍‌ ଆକାଶରୁ ଚଢ଼େଇ ବର୍ଷା ହେବା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବେ। ଏଭଳି ଘଟଣା...

ୟୁକ୍ରେନ ସଙ୍କଟ: ସଂଯମତା ପାଇଁ ଭାରତର ନିବେଦନ

ନୂଆଦିଲ୍ଲୀ,୨୨ ।୨: ରୁଷିଆ-ୟୁକ୍ରେନ୍ ମଧ୍ୟରେ ବୃଦ୍ଧି ପାଉଥିବା ଯୁଦ୍ଧ ଆଶଙ୍କା ମଧ୍ୟରେ ମଙ୍ଗଳବାର ଭାରତୀୟ ସମୟ ସକାଳ ପ୍ରାୟ ୭ଟା ୩୦ରେ ଆୟୋଜିତ ହୋଇଛି ମିଳିତ...

ଯିଏ ପକାଇଥିଲେ ଏସିଡ୍‌, ତାଙ୍କୁ ହେଲେ ବାହା

ତୁର୍କୀ,୨୬ା୧୨: ତୁର୍କୀର ଜଣେ ୨୦ ବର୍ଷୀୟା ଯୁବତୀଙ୍କ ଉଦାରତା ଏବେ ଚର୍ଚ୍ଚାରେ ରହିଛିି। ଯେଉଁ ଯୁବକ ତାଙ୍କ ମୁହଁକୁ ଏସିଡ୍‌ ପକାଇଥିଲେ ସେହି ଯୁବକଙ୍କୁ ବିବାହ...

ଲିବିୟାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ କରୋନା ସଂକ୍ରମଣରେ ପରଲୋକ

ତ୍ରିପୋଲି,୬ ।୪: କରୋନା ସଂକ୍ରମଣ ଏବେ ବିଶ୍ୱର ପ୍ରାୟ ୨ଶହ ଦେଶକୁ କାୟା ବିସ୍ତାର କରି ସାରିଥିବା ବେଳେ ଛୋଟବଡ କେହିବି ଏଥିରୁ ବାଦ୍ ପଡୁ...

୧୨ ବର୍ଷ ପରେ ଆରବ ଲିଗକୁ ଫେରିଲା ସିରିଆ…

କାଇରୋ,୭।୫ : ସିରିଆକୁ ୧୨ ବର୍ଷ ପରେ ଆରବ ଲିଗକୁ ଫେରାଇ ଆଣିବା ପାଇଁ ରବିବାର କାଇରୋରେ ଆରବ ସରକାରଙ୍କ ପ୍ରତିନିଧୀମାନେ ଭୋଟିଂ କରିଛନ୍ତି। ଇଜିପ୍ଟର...

ବିଶ୍ୱବିଦ୍ୟାଳୟରେ ଏକାଠି ବୁଲିପାରିବେନି ଝିଅ-ପୁଅ: ନିୟମ ଭାଙ୍ଗିଲେ ଅଭିଭାବକ ଦେବେ ଜରିମାନା

ଇସଲାମାବାଦ,୨୭।୯: ପାକିସ୍ତାନର ବଚା ଖାନ୍‌ ବିଶ୍ୱବିଦ୍ୟାଳୟରେ ଏକ ଅଜବ ନିୟମ ଲାଗୁ କରାଯାଇଛି। ନିୟମ ଅନୁଯାୟୀ, କ୍ୟାମ୍ପସରେ ଝିଅ-ପୁଅ ଏକାଠି ବୁଲି ପାରିବେ ନାହିଁ। ଏହା...

Advertisement
Archives

Model This Week